Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପରିଶ୍ରମ କରି କିଏ ଛୋଟ ହୋଇଯାଏନାହି
ପରିଶ୍ରମ କରି କିଏ ଛୋଟ ହୋଇଯାଏନାହି
★★★★★

© ଓଡିଆ ଶିଶୁ ଗପ

Children

2 Minutes   7.0K    13


Content Ranking

“ପର ଉପକାରେ ଅଂଟା ଭିଡି ଠିଆ ହେବା ହିଁ ମଣିଷ ବଡପଣିଆ

ଏହି ଗୁଣ ରହିଥାଏ ଯା’ ପାଶରେ ଜଗତରେ ଖ୍ୟାତ ହୁଏ ତା’ ନାଆଁ ।

ଜର୍ଜ ୱାଶିଂଟନ୍ ଥିଲେ ସେହିଭଳି ଅତି ସାଧାରଣମଣିଷ ଜଣେ

ସରଳ, ବିନୟ ଗୁଣ ତାଙ୍କୁ ଦିନେ ବସାଇଲା ରାଷ୍ଟ୍ରପତି ଆସନେ ।”

ଜଣେ ସଫଳ ରାଷ୍ଟ୍ରପତି ଭାବରେ ଜର୍ଜ ୱାଶିଂଟନ୍ ଥିଲେ ବେଶ୍ ଜଣାଶୁଣା । ଏହି ପଦବୀରେ ଥିଲାବେଳେ ସେ ଏକଦା ନଗରବାସୀଙ୍କ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଅତି ସାଧାରଣ ବେଶରେ ଘୋଡା ପିଠିରେ ବସି ବୁଲୁଥାନ୍ତି । ଦେଶର ରାଷ୍ଟ୍ରପତିଙ୍କ ଗସ୍ତବେଳେ ଯେଉଁ ସବୁ ବ୍ୟବସ୍ଥା କରାଯାଇଥାଏ ସେତେବେଳେ ସେସବୁ ତ ତାଙ୍କ ପାଖରେ ନଥିଲା । କେବଳ ଏକାକୀ ସେ ବୁଲୁଥିଲେ । ଫଳରେ ରାଷ୍ଟ୍ରପତି ନଗର ବୁଲିବା କଥା କେହି ଜାଣିବା କି ତାଙ୍କୁ ଚିହ୍ନିବାରେ ଅବକାଶ ନଥିଲା ।

ନଗର ରାସ୍ତାରେ ଗଲାବେଳେ ଏକ ବିରାଟ ପ୍ରାସାଦ ନିର୍ମାଣ କାର୍ଯ୍ୟ ଚାଲିଥାଏ । ସେଇଠି ୱାଶିଂଟନ କାହିଁକି ଟିକେ ଅଟକିଗଲେ । ଦେଖିଲେ ଶ୍ରମିକମାନେ କାର୍ଯ୍ୟରେ ଲାଗିପଡିଛନ୍ତି । କେତେଜଣ ଶ୍ରମିକ ମିଶି ଏକ ବିରାଟ ପଥର ଖଣ୍ଡକୁ ଉଠାଇବା ପାଇଁ ଚେଷ୍ଟା କରୁଥାନ୍ତି ସିନା ହେଲେ ପାରୁନଥାନ୍ତି । ୱାଶିଂଟନ୍ ଦେଖିଲେ ସେମାନଙ୍କ ପାଖରେ ଠିଆହୋଇଥିବା ହୃଷ୍ଟପୁଷ୍ଟ ବପୁଧାରୀ ଠିକାଦାର ଜଣକ ଶ୍ରମିକମାନଙ୍କର ଅପାରଗତା ପାଇଁ ରୁକ୍ଷ ଗଳାରେ ସେମାନଙ୍କୁ ଭର୍ତ୍ସନା କରୁଛି ସିନା ହେଲେ ସହାୟତା ଦେବାଲାଗି ମୋଟେ ଆଗେଇ ଆସୁ ନାହିଁ ।

ଜର୍ଜ ୱାଶିଂଟନ୍ ଏହି ଘଟଣା ଦେଖି ଅତ୍ୟନ୍ତ ମ୍ରିୟମ୍ରାଣ ହୋଇପଡିଲେ । ସେ ଠିକାଦାରଙ୍କ ନିକଟକୁ ଆସି କହିଲେ, “ଭାଇ! ଏଇ ମୂଲିଆମାନଙ୍କୁ ଟିକିଏ ସାହାଯ୍ୟ କରିଦିଅନ୍ତୁ । ମୋର ମନେହେଉଛି, ଯଦି ଆଉ ଜଣେ ବ୍ୟକ୍ତି ସେମାନଙ୍କ ସହିତ ସହଯୋଗ କରିଦିଅନ୍ତା, ହୁଏତ ପଥର ଖଣ୍ଡିକ ଅନାୟାସରେ ଉଠିଯାଆନ୍ତା ।”

ସେ ଠିକାଦାର ଜଣକ ତ ଆଉ ୱାଶିଂଟନ୍ଙ୍କୁ ଚିହ୍ନି ନଥିଲେ । ତେଣୁ ସେ ତତ୍କ୍ଷଣାତ୍ ଚଢାଗଳାରେ କହିଲେ, “ତୁମେ କ’ଣ ଜାଣିପାରୁ ନାହଁ ଯେ, ମୁଁ ଠିକାଦାର ବୋଲି? ଶ୍ରମିକମାନଙ୍କୁ କାମରେ ଲଗାଇ ସେମାନଙ୍କଠାରୁ କାମ ଆଦାୟ କରିବା ହିଁ ମୋର କାମ । ମୁଁ ଜଣେ ସାଧାରଣ ଶ୍ରମିକ ନୁହେଁ ଯେ, ସେମାନଙ୍କ ସହିତ ମିଶି କାମ କରିବି । ଏମାନଙ୍କୁ ମୁଁ ପାରିଶ୍ରମିକ ଦେବାଲୋକ । ନିଜେ କାହିଁକି ପରିଶ୍ରମ କରିବି?

ୱାଶିଂଟନ୍ ଏକଥା ଶୁଣିବା ପରେ ଆଉ କିଛି ବି ନକହି ସେ ଶ୍ରମିକମାନଙ୍କ ସହିତ ପଥର ଉଠାଇବା କାମରେ ଲାଗିଗଲେ । ସତକୁ ସତ ଏଥର ସେଇ ପଥରଟା ଅତି ସହଜରେ ଉଠିଗଲା । ୱାଶିଂଟନ୍ ସେଠାରୁ ଫେରିଆସି ନିଜ ଘୋଡାରେ ବସିଲେ । ଘୋଡା ପିଠିରେ ବସି ସେହି ଠିକାଦାର ଉଦ୍ଧେଶ୍ୟରେ ସେ କହିଲେ, “ନମସ୍କାର ଠିକାଦାର ସାହେବ । ଭବିଷ୍ୟତରେ ଯଦି କୌଣସି କାମରେ ସହାୟତା ନିମନ୍ତେ ଲୋକ ଆବଶ୍ୟକ ହୁଅନ୍ତି ତେବେ ରାଷ୍ଟ୍ରପତିଭବନ ଯାଇ ଜର୍ଜ ୱାଶିଂଟନ୍ଙ୍କୁ ମନେପକାଇ ଦେବାକୁ ଅନୁରୋଧ ରହିଲା ।”

ଏହା ଶୁଣି ସେ ଠିକାଦାର ଜଣକ ହଠାତ୍ ଚମକି ପଡିଲେ । ସେ ବିଶ୍ୱାସ କରିପାରିଲେ ନାହିଁ ଯେ, ଯାହାଙ୍କର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ସେ ଶ୍ରମିକମାନଙ୍କୁ ସାହାଯ୍ୟ କରିନଥିଲେ, ଆଉ ଯେଉଁ ବ୍ୟକ୍ତି ପଥର ଉଠାଇବା କାର୍ଯ୍ୟରେ ସାହାଯ୍ୟ କରିଥିଲେ, ସିଏ ଆଉ କେହି ନୁହଁନ୍ତି, ଖୋଦ୍ ରାଷ୍ଟ୍ରପତି ଜର୍ଜ ୱାଶିଂଟନ୍ ।

ଏକଥା ଜାଣିଲା ପରେ ଠିକାଦାର ବୋଲାଉଥିବା ସେହି ବ୍ୟକ୍ତି ଜଣକର ମୁଣ୍ଡ ହଠାତ୍ ଲାଜରେ ନଇଁଗଲା । ତା’ପରେ ସେ ୱାଶିଂଟନ୍ଙ୍କ ପାଦତଳେ ପଡି ନିଜର ଏଭଳି ବ୍ୟବହାର ପାଇଁ କ୍ଷମା ପ୍ରାର୍ଥନା କଲେ ।

ତହୁଁ ଜର୍ଜ ୱାଶିଂଟନ୍ ସେହି ବ୍ୟକ୍ତି ଉଦ୍ଧେଶ୍ୟରେ କହିଲେ, “ପରିଶ୍ରମ କରି କେହି କେବେ ବି ଛୋଟ ହୋଇଯାଏନି । ଶ୍ରମିକମାନଙ୍କୁ ସାହାଯ୍ୟ କଲେ ସେମାନେ ତୁମକୁ ସମ୍ମାନ ଦେବେ । ଆଉ ସବୁବେଳେ ମନେରଖ, ଅନ୍ୟକୁ ସାହାଯ୍ୟ କରିବା ଲାଗି ନିଜକୁ ସର୍ବଦା ପ୍ରସ୍ତୁତ ରଖୁଥିବା ବ୍ୟକ୍ତି ହିଁ ସମାଜରେ ଯଶ, ପ୍ରତିଷ୍ଠା, ଆଦର, ସମ୍ମାନ ଲାଭରେ ସମର୍ଥ ହୋଇଥାଏ । ଜୀବନରେ ସଫଳତା ହାସଲ କରିବାକୁ ହେଲେ ବା ଉଚ୍ଚତମ ଶିଖରକୁ ଉଠିବାକୁ ହେଲେ ବ୍ୟବହାରରେ ନମ୍ରତା ଆଣିବା ଅତ୍ୟନ୍ତ ଜରୁରୀ ।”

ସଫଳ ରାଷ୍ଟ୍ରପତି ୱାଶିଂଟନ

Rate the content


Originality
Flow
Language
Cover design

Comments

Post

Some text some message..