Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lipsa Panda

Comedy

3  

Lipsa Panda

Comedy

ଗୁଲି ଖଟି

ଗୁଲି ଖଟି

3 mins
12.6K



(Please note: Just a fun post, ହାତରେ ସମୟ ଥିଲେ ହିଁ ପଢ଼ନ୍ତୁ) 


Lock down ରେ ନିଜକୁ ପାଗଳ ନ ହେବାରୁ ବଞ୍ଚେଇବା ପାଇଁ ମୋ ଲାଗି ଦୁଇଟି ଜିନିଷର ଅବଦାନ ଥିଲା ଅନନ୍ୟ। 

ଗୋଟିଏ:

 ଟିଭିରେ ଚାଲିଥିବା ରାମାୟଣ, ମହାଭାରତ, ଶ୍ରୀକୃଷ୍ଣ ତଥା ବିଷ୍ନୁ ପୁରାଣ ଆଦି ପୌରାଣିକ ବିଷୟବସ୍ତୁ। 

ଦ୍ୱିତୀୟଟି ହେଲା ନୂଆ ପୁରୁଣା, ହିନ୍ଦୀ ଓଡ଼ିଆ ଗୀତ।

ତେବେ ବଡ଼ ବିଚିତ୍ର ଚିନ୍ତାମାନ ମୁଣ୍ଡକୁ ଆସୁଥିଲା ଗୀତସବୁ ଶୁଣିବା ସମୟରେ। ଏବେକାର news ସହ ସେ ଗୀତ ସବୁ ଘାଣ୍ଟି ହେଇ ଖେଚୁଡ଼ି ତିଆରି ହଉଥିଲା ମୁଣ୍ଡ ଭିତରେ।

ଏ ଭିତରେ ମୋଦୀଙ୍କ ଆହ୍ଵାନ ଆସିଲା local ପାଇଁ vocal ହେବାକୁ। ଆଉ ତା ପରେ କିଛି ଗୀତ ଶୁଣିଲା ବେଳକୁ ମନକୁ ଆସୁଥିଲା ଏମିତି କିଛି: ଏଇ ଅପଦାର୍ଥ ଗୁଡ଼ା ମୋଦୀଙ୍କ ଆହ୍ଵାନକୁ ସିଧା ସଳଖ ଅମାନ୍ୟ କରୁଛନ୍ତି। ନିଜ ଆବଶ୍ୟକୀୟ ପଦାର୍ଥକୁ ମାଗି ଯାଚିକି କାମ ଚଳେଇ ନେବା ଭଳି ବଦଭ୍ୟାସ ଅଛି ଏମାନଙ୍କର। 

ସେମିତି କିଛି ଗୀତ:

1. Mujhe nau lakha dila de re o saiyan diwane

2. De de pyar de pyar de

3. Jumma chuma de de

4. Dila de ghar Chandigarh me

5. Do ghunt mujhe bhi pila de sharabi 

6. Gori hai kalaiyaan, tu la de mujhe hari hari chudiyan 

7. Tu layade meinu golden jhumke (Chitiya kalaiyaan ve) 


ଆଉ କିଛି ଗୀତ ଶୁଣି ଲାଗୁଥିଲା ଏଇମାନେ ହିଁ ପ୍ରକୃତରେ ଆତ୍ମ ନିର୍ଭରଶୀଳ ନଚେତ୍ ଆତ୍ମ ନିର୍ଭରଶୀଳ ହେବାକୁ ପରାମର୍ଶ ଦେଉଛନ୍ତି।

ସବୁଠୁ ଆତ୍ମ ନିର୍ଭରଶୀଳା ହେଲେ ଆମ ଶୀଲା ମାଡାମ୍।

 ମନେ ଅଛି ନା: Kisi aur ki mujhko zarurat kya, main to khud se pyaar jataun...


ଆଉ ଗୋଟିଏ ଗୀତ ଶୁଣିଲେ ଲାଗେ ପୁଅଟି ଝିଅର ବିଭିନ୍ନ ଜିନିଷର ଦାବିକୁ ମନା କରିଦେଇ ତାକୁ ଆତ୍ମ ନିର୍ଭରଶୀଳ ହେବାକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଛି। 

ଯେମିତିକି ଏଇଠି ଝିଅଟି ଭୀଷଣ କାଙ୍ଗାଳି ଶ୍ରେଣୀୟ। ନିଜର ଯାହା ଯାହା ଦରକାର ସେ ସବୁର ଗୋଟେ list ବନେଇ ମାଗି ଚାଲିଚି । ଯଥା:

Jutti lai de, chudiyan lai de

Lai de mainu haar ve

Ik tu mainu lai de bangla

Lai de nadiyon paar ve


କିନ୍ତୁ ପୁଅଟି ଝିଅର ଜାଲରେ ଆଦୌ ଫଶି ଯାଉନି। ମାନେ sakht launda ଶ୍ରେଣୀୟ । ସିଧା ସଳଖ ତା ମୁହଁରେ ମନା କରି ଦଉଚି। ମନା କରିବାକୁ ଯାଇ କହୁଚି କଣ ପୁଅଟି:

Oh kudi mainu kehndi

Mainu jutti lai de sohneya

Main keha naah goriye

Na na na na naah goriye


ଏମିତି face to face ପ୍ରତ୍ୟାଖ୍ୟାନ ପରେ ତାଙ୍କ କାହାଣୀ ଆଗକୁ ଆଉ ବଢ଼ିଥିବ କି ଏଇଠି ଗାର ଟଣା ହେଇଥିବ କେଜାଣି! 

ତେବେ ପୁଅଟି ଯେ ଝିଅକୁ ଆତ୍ମ ନିର୍ଭରଶୀଳ କରିବାକୁ ଚାହୁଁଚି, ଏଥିରୁ ସ୍ପଷ୍ଟ ଜଣା ପଡ଼ି ଯାଉଚି। କଥା ଆଗେଇଲେ ପୁଅଟି ଝିଅକୁ ଚାକିରୀ କରିବାକୁ କେବେ ବି ବାଧା ଦବନି


ଆଉ ଗୋଟେ category ଅଛି ଯୋଉଥିରେ ପୁଅଟେ ଝିଅକୁ ପଟେଇବାକୁ ଯାଇ ଡହରାମୀର ସବୁ ସୀମା ଅତିକ୍ରମ କରୁଚି। ଏଇ ଗୋଟିକ ଲାଞ୍ଚ ଦେବା ପ୍ରଥାକୁ promote କରେ(ଯାହା ଆମ ଭାରତୀୟଙ୍କ ଦେହସୁହା)। ତେଣୁ ଏଇ list ଟି ସବୁଠାରୁ ଲମ୍ବା ହବ

ତେବେ ତା ଭିତରେ best ହେଲା:

Banja tu meri rani, tenu mehal dava dunga.. 


ଆମ ଓଡ଼ିଆ ଗୀତବି କଡ଼ା ଟକ୍କର ଦବ ଯେ ଏଇ category କୁ!

ଯେମିତି:

1. ଜହ୍ନ ରାଇଜରେ ଜାଗାଟେ କିଣିଚି, ତାରା ଫୁଲରେ ଘରଟେ କରିଚି 

2. ତୁ କହିଲେ ଚାନ୍ଦକୁ ଆଣି କରିଦେବି ତୋ ମଥାର ସିନ୍ଦୁର ବିନ୍ଦୁ 

And the winner of this category is:

3. ଟେକା ମାରି ଝଡ଼େଇ ଦେବି ଜହ୍ନଲୋ, ତୁ ଟିକିଲି କରି ନାଇବୁ, 

ନଗି ଲଗେଇ ଟାଣି ଆଣିବି ତାରା ଲୋ, ତୁ ପାଉଁଜି କରି ପିନ୍ଧିବୁ.. 


ଅବଶ୍ଯ ଆଜିର କିଛି ନୂଆ ଟ୍ରେଣ୍ଡ ଦେଖିବା ପରେ ୟାକୁ ଆଉ ଡହରାମୀ କହିହେବ କି ନାଇଁ ସନ୍ଦେହ। ଏଇଟା ବି ଗୋଟେ metaphor ବୋଲି ଲୋକେ କହିବେ କି କଣ!

ତେବେ ସେ ଯାହା ହଉ, ଟାଇମପାସ୍ ତ ହେଇ ଯାଉଚି ଏମିତି Lockdown ସମୟରେ !! 



Rate this content
Log in

Similar oriya story from Comedy