Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -179
ଜହ୍ନମାମୁଁ -179
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children Classics

3 Minutes   7.2K    24


Content Ranking

କୃଷ୍ଣାବତାର -୨

ତା’ପରେ ବଳରାମ ନିଜ ସ୍ଥାନକୁ ଫେରି ଆସି ଶ୍ରୀକୃଷ୍ଣଙ୍କୁ ଏସବୁକଥା କହିଲେ । ଶ୍ରୀକୃଷ୍ଣ ନୀରବ ରହିଲେ, ସେ ଏଥିଲାଗି ତାଙ୍କୁ ଦୋଷ ଦେଲେନାହିଁ ବା ପ୍ରଶଂସା ମଧ୍ୟ କଲେନାହିଁ । କିନ୍ତୁ ଅନ୍ୟ ଯାଦବମାନେ ତାଙ୍କ ବୀରତ୍ୱର ବହୁତ ବହୁତ ପ୍ରଶଂସା କଲେ । ପରଦିନ ବରକନ୍ୟା ଧରି ସେମାନେ ଦ୍ୱାରକା ଅଭିମୁଖେ ପ୍ରତ୍ୟାବର୍ତ୍ତନ କଲେ ।

ବଳରାମଙ୍କର ଅସାମାନ୍ୟ ବଳ ଓ ପରାକ୍ରମ ଥିଲା । ଦଶହଜାର ହାତୀଙ୍କର ବଳ ସହିତ ଭୀମଙ୍କର ବଳ ବି ସମାନ ଥିଲା । ସେ ମଧ୍ୟ ବଳରାମଙ୍କର ଶିଷ୍ୟ ଥିଲେ । ଦୁର୍ଯ୍ୟୋଧନ ଓ ଭୀମ ଏ ଦୁହିଁଙ୍କର ଗଦାଯୁଦ୍ଧ ଶିକ୍ଷା ପାଇଁ ବଳରାମ ଥିଲେ ଗୁରୁ । ଥରେ ଶ୍ରୀକୃଷ୍ଣଙ୍କର ଅନ୍ୟତମ ପୁତ୍ର ଶାମ୍ବ ଦୁର୍ଯ୍ୟୋଧନଙ୍କ କନ୍ୟା ଲକ୍ଷ୍ମଣା ସହିତ ବିବାହ କରିବାକୁ ଇଚ୍ଛା ପ୍ରକାଶ କଲେ । ଦୁହେଁ ଦୁହିଁଙ୍କୁ ବିବାହ କରିବା ପାଇଁ ଚୁକ୍ତିବଦ୍ଧ ହେଲେ । ଏ କଥାରେ ଗୁରୁଜନମାନେ ହୁଏତ ସମ୍ମତ ହେବେନାହିଁ – ଏଇ କଥା ଭାବି ସେ ଦୁହେଁ ଘର ଛାଡି ପଳାଇଲେ । ତା’ପରେ ହସ୍ତିନାପୁରର ସୈନ୍ୟମାନେ ସେମାନଙ୍କୁ ଅଧା ରାସ୍ତାରୁ ଧରି ଆଣିଲେ । ଦୁର୍ଯ୍ୟୋଧନ ଶାମ୍ବଙ୍କୁ କାରାଗୃହରେ ବନ୍ଦୀ କରି ରଖିଲେ । ଏ ସମ୍ବାଦ ପାଇ ବଳରାମ ତାଙ୍କ ସାଙ୍ଗରେ କିଛି ଯାଦବସୈନ୍ୟ ନେଇ ହସ୍ତିନାପୁରରେ ଆସି ପହଁଚିଲେ । କିନ୍ତୁ ସୈନ୍ୟମାନଙ୍କୁ କିଛି ଆଦେଶ ଦେବା ପୂର୍ବରୁହିଁ ନିଜର ହଳ ଧରି ସମଗ୍ର ରାଜ୍ୟକୁ ତାଡି ନେଇ ଯମୁନା ଜଳରେ ଫିଙ୍ଗି ଦେବାକୁ ସେ ଚାହୁଁଥିଲେ । ସେତେବେଳେ ଭୟଙ୍କର ବିପଦ ବିଷୟ ଜାଣିପାରି ଦୁର୍ଯ୍ୟୋଧନ ତାଙ୍କର କୃତ କର୍ମ ପାଇଁ ବଳରାମଙ୍କ ପାଖରେ କ୍ଷମା ଚାହିଁଲେ । କିନ୍ତୁ ସେତେବେଳକୁ ବଳରାମ ଟିକିଏ ମାଟି ତାଡି ଦେଇଥିଲେ । ସେହି ଦିନଠାରୁ ସେ ରାଜ୍ୟଟି ବଙ୍କା ହୋଇ ରହିଛି । ତା’ପରେ ଦୁର୍ଯ୍ୟୋଧନ ବଳରାମଙ୍କୁ ଖୁସି କରିବାକୁ ଚେଷ୍ଟା କଲେ । ତାଙ୍କୁ ସେ ପ୍ରଣାମ କରି ଉଆସ ଭିତରକୁ ନେଇଗଲେ । ନାନା ପ୍ରକାର ଉପହାର ସବୁ ଦେଇ ତାଙ୍କ ରାଗକୁ ସେ ଶାନ୍ତି କଲେ । ତା’ପରେ ଶାମ୍ବ ଓ ଲକ୍ଷ୍ମଣାଙ୍କର ବିବାହ ହେଲା ଓ ଦୁଇ ପକ୍ଷ ଶାନ୍ତ ହେଲେ ।

ସେହି ସମୟରେ ନରକାସୁର ପ୍ରାଗ୍ଜ୍ୟୋତିଷପୁରରେ ବାସ କରୁଥାଏ । ସେ ତ ତା’ ତପସ୍ୟାବଳରେ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରାଇ ନାନା ପ୍ରକାର ବରପ୍ରାପ୍ତ କରିଥାଏ । ତା’ ସହିତ ଯୁଦ୍ଧ କରିବାକୁ ବଡ ବଡ ଯୋଦ୍ଧାମାନେ ମଧ୍ୟ ଡରି ଯାଉଥା’ନ୍ତି । ସେ ଯୁଦ୍ଧ କରି ଅନେକ ରାଜ୍ୟକୁ ନିଜ ଅଧିନରେ ରଖିଲା । ଦିନକୁ ଦିନ ତା’ର ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଲା ।

ଥରେ ସେ ତା’ ସୈନ୍ୟବଳ ନେଇ ଇନ୍ଦ୍ରପୁରୀ ଆକ୍ରମଣ କଲା । ଇନ୍ଦ୍ର ଓ ଅନ୍ୟାନ୍ୟ ଦେବତାଗଣ ମଧ୍ୟ ସେ ଯୁଦ୍ଧରେ ଯୋଗ ଦେଲେ । ହେଲେ ନରକାସୁରର ଯୁଦ୍ଧ କୌଶଳକୁ କେହିବି ଟପି ପାରିଲେ ନାହିଁ । ଅନେକ ଦିନ ଧରି ଯୁଦ୍ଧ ଚାଲିଲା । ଅନ୍ୟାନ୍ୟ ଅସୁରବୀରମାନେ ମଧ୍ୟ ଆସି ନରକାସୁରକୁ ସହାୟତା କରୁଥା’ନ୍ତି । ବହୁଦିନ ଧରି ସେମାନଙ୍କ ଯୁଦ୍ଧ ଚାଲିଲା । ଦେବତାମାନେ ହାରି ନଗଲେ ମଧ୍ୟ କ୍ଳାନ୍ତ ହୋଇ ଯୁଦ୍ଧ ଛାଡି ଦୂରେଇ ଗଲେ । ନରକାସୁର ଇନ୍ଦ୍ରାସନରେ ବସି ସୁନ୍ଦରୀ ଅପ୍ସରା ଉର୍ବଶୀକୁ କହିଲା, “ମୁଁ ହେଉଛି ଏବେ ଏ ସ୍ୱର୍ଗ ରାଜ୍ୟର ରାଜା । ନୃତ୍ୟଗୀତ ପ୍ରଦର୍ଶନ କରି ମୋର ମନୋରଞ୍ଜନ କରିବା ହେଲା ତୁମମାନଙ୍କର ପ୍ରଧାନ କାମ ।”

ଉର୍ବଶୀ ହସି ହସି କହିଲେ, “ଓଃ ଏଇ କଥା ତ, ଯେତେବେଳେ ଋଷି ମୁନିମାନେ ଆପଣଙ୍କୁ ଯଜ୍ଞରେ ଯଜ୍ଞଭାଗ ଦେବେ ସେତେବେଳେ ମୁଁ ମଧ୍ୟ ଆପଣଙ୍କୁ ଇନ୍ଦ୍ର ବୋଲି ଭାବି ନୃତ୍ୟ ଗୀତ ପ୍ରଦର୍ଶନ କରିବି ।”

ସେମାନଙ୍କର ଏହିକଥାକୁ ନରକାସୁର ସ୍ୱୀକାର କଲା । ସ୍ୱର୍ଗ ରାଜ୍ୟରୁ ବାହୁଡିବା ବେଳେ ସେ ଅନେକ ଗନ୍ଧର୍ବକନ୍ୟା, ଦେବକନ୍ୟା, କିନ୍ନରୀ ଇତ୍ୟାଦିଙ୍କୁ ହରଣ କରି ନେଲା । ଅଦିତିଙ୍କ କର୍ଣ୍ଣକୁଣ୍ଡଳ ସେ ନେଇଗଲା, ଏହିପରି ଭାବେ ସେ ବହୁ ଅତ୍ୟାଚାର କରି ଚାଲିଥାଏ ।

ନିଜ ରାଜ୍ୟକୁ ଲେଉଟି ଆସି ସେ ପ୍ରଥମେ ବଡ ବଡ ଅସୁରବୀରମାନଙ୍କୁ ତା’ ରାଜ୍ୟର ଚାରି ଦିଗରେ ଜଗାଇଲା । ଫଳରେ ତା’ ରାଜ୍ୟ ସୁରକ୍ଷିତ ରହିଲା । ତା’ପରେ ପୁଣି କେତେକ ଅସୁରବୀରଙ୍କୁ ଧରି ଦିଗ୍ବିଜୟରେ ସେ ବାହାରିଲା ।ଏଥରକ ତା’ର କୋପଦୃଷ୍ଟି ଋଷିମୁନିଙ୍କ ଉପରେ ଯାଇ ପଡିଲା । ସେମାନେ ଯଜ୍ଞ କରିବା ସମୟରେ ନରକାସୁର ସେଠାରେ ପହଁଚି ଭୀଷଣ ଚିତ୍କାର କରି କହିଲା, “ତୁମେମାନେ ଏ ପୂଜା କାହାର କରୁଛ? ଏ ମନ୍ତ୍ରଧ୍ୱନି କାହାପାଇଁ କରୁଛ?”

ବଳରାମ ଶ୍ରୀକୃଷ୍ଣ ନରକାସୁର

Rate the content


Originality
Flow
Language
Cover design

Comments

Post

Some text some message..