Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rasmi Rekha Tripathy

Inspirational Abstract Others

0.2  

Rasmi Rekha Tripathy

Inspirational Abstract Others

ଦୂରତ୍ୱ

ଦୂରତ୍ୱ

1 min
7.5K



       ଆଜିକାଲି ଆଉ ଗାଆଁକୁ ଯିବାକୁ ଇଚ୍ଛା ହୁଏନି l ନନା ବାଧ୍ୟ କରନ୍ତି ବୋଲି ଯାଏ l ଜମି ସବୁ ଭାଗକୁ ଦିଆ ଯାଇଛି l ଭାଗଚାଷୀ ଯାହା ଦିଏ, ତାକୁ ନେଇ ଆସେ l ଆମକୁ ଅବଶ୍ୟ ସଚ୍ଚୋଟ ଲୋକଟିଏ ମିଳିଛି l ଦଦେଇ ଘରେ ଶାଳଗ୍ରାମ ଓ ଇଷ୍ଟଦେବୀ l ମୋର ଉଡା ଚାକିରି ଓ ଭଡା ଘର l ଏଣୁ ଶାଳଗ୍ରାମ କିମ୍ବା ଇଷ୍ଟଦେବୀଙ୍କୁ ଆଣି ତାଙ୍କର ଅପମାନ କରିବାକୁ ସାହସ ହୁଏନା l

ଦଦେଇ ଘରକୁ ଗଲି ଶାଳଗ୍ରାମଙ୍କୁ ମୁଣ୍ଡିଆ ମାରିବା ପାଇଁ l ଘରେ ଦଦେଇ ଦେଠେଇ ଦୁଇ ପ୍ରାଣୀ l ଭାଇନା ଦୁହେଁ ପିଲାଙ୍କର ପଢା ଓ ଟ୍ୟୁସନ୍ ପାଇଁ ରମ୍ଭାରେ ଦୁଇଟି ଘର ଭଡା ନେଇ ରହୁଛନ୍ତି l ଗାଆଁରୁ ରମ୍ଭା ମାତ୍ର ଆଠ କିଲୋମିଟର୍ l ସେମାନେ ଘରୁ ବି ଯିବା ଆସିବା କରିପାରିଥାନ୍ତେ l ଭାଇନା କହୁଥିଲେ, “ସହର କଥା ଅଲଗା ଓ ଗାଆଁ କଥା ଅଲଗା l ସେଇଠି ଘର ପାଖରେ ସ୍କୁଲ୍ l” ମୁଁ ନିରବରେ ହସିଦେଲି କେବଳ l କହିପାରିଲିନି ଯେ ଆମ ଘର ଠାରୁ ପୁଅର ସ୍କୁଲ୍ 13 କିଲୋମିଟର୍ ଦୂର l ମୋତେ ତା ସ୍କୁଲ୍ ପାଖରେ କ୍ୱାର୍ଟର୍ସ ମିଳୁଥିଲେ ବି ନନା ନିଜ ଘର ଛାଡି ଯିବା ପାଇଁ ରାଜି ହେଲେନି ବୋଲି ପୁଅ ମୋର ସ୍କୁଲ୍ ଭ୍ୟାନରେ ଯିବା ଆସିବା କରେ l


Rate this content
Log in

Similar oriya story from Inspirational