Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Tragedy

2  

ଵଳରାମ ତରାଈ

Tragedy

ବାପା

ବାପା

2 mins
472


ବାପା ବାପା ମୋତେ ତମେ କେତେ ଶ୍ରଦ୍ଧା ଦେଲ । ବାପା ବୋଲି ମୋ ପରିଚୟ ଦେଲ । କୋଳେଇ କାଖେଇ ମଣିଷ କରିଛ । ଜାନି ଯାତ୍ରାକୁ ମତେ ବୁଲେଇ ନେଲ । କେମିତି ଭୁଲିବି ମୁଁ ସେ ଅଭୁଲା ଦିନ । ଆଜି ତୁମେ ନାହଁ ମୋ ପାଖରେ ମୋ ଜୀବନ ଶୂନ୍ୟ । କେତେ ମତେ କରିଛ ଗେହ୍ଲା ସ୍କୁଲ ନଗଲେ ନେଇ ଛାଡିଛ ଆସିଚ । ଖାକେଏ କେତେ ଧରି ବୁଲିଚ ପଖାଳ କି ବଢି, ଶାଗ ଭଜା, ତୁମ ସହ ଖାଇଲେ ଲାଗେ ଭାରି ମଜା । ନୂଆନୂଆ ସାର୍ଟ କିଣି ଆଗଯାଇ ,

ଖାଇଛି କି ନାହିଁ ପଚାର ବାର ବାର ମା'କୁ ଯାଇ । ଜ୍ୱର ହେଲେ ତୁମେ ସବୁ କାମ ଛାଡି ମୋ ପାଖେ ବସିଥାଅ ଘଡିକି ଘଡି । ସତରେ କ'ଣ ସେ ଭାଗ୍ୟ ମୋର ଫେରିବ ନାହଁ । 

କି ଦୋଷ କଲି ବାପା କ'ଣ କଲି କାହିଁକି ଛାଡିଗଲ ବାପା ମୋତେ ଦୁରେଇ । 

ଗଲା ବେଳେ ମୋତେ ଡାକିଥାନ୍ତ ସାଥିରେ ମତେ ନେଲନି କାହି । ତମ ସହ ଯିବାକୁ ମୋ ବଳିଛି ଇଚ୍ଛା । ସେଥିଲାଗି ବାପା ତୁମେ ଯାଉଛ ଏକା ଏକା । କାହିଁକି ଗଲ ବାପା ମୋତେ ଦୁରେଇ ଦେଇ । କେମିତି ବଞ୍ଚିବି ମୁଁ ଏକା ହେଇ ।

ବାପା ବୋଲି ଆଉ କାହାକୁ ଡାକିବି ମୁହିଁ । କଳି କଲେ କାହାକୁ କହିବି ଯା' । କିଏ ମୋ କଥା ବୁଝିବ ବାପା ନଥିଲେ ଆଉ କିଏ ଜାଣିବ । ସେ ଶ୍ମଶାନରେ ଶୋଇଛ କେମିତି । ବହୁତ କଲବଲ ହେଲ କାଠ ଲଦା ହୋଇଛି ତମ ଉପରେ । ତୁମକୁ କାଟୁନି କେମିତି ଯାଇଛ ନିଆଁରେ ଯାଇଛ ଶୋଇ । ଦୁନିଆକୁ ଡାକି ଆଣିଥିଲ ବାପା ପରିଚୟ ଦେଇ ଆଜି ଏକା ଛାଡିଦେଲ ମୁଁ ବଞ୍ଚିବି ନାହିଁ । ବହୁତ ଶୀଘ୍ର ବାପା ମୁଁ ଯାଉଛି ତୁମ ପାଖକୁ ମୋତେ ସଂଗେ ନେବା ବାପା ସ୍ଵର୍ଗପୁରକୁ । ଦୁନିଆରେ ବାପା ଥିଲେ ବୈକୁଣ୍ଠପୁର । ବାପା ବିନା ଏଇ ଦୁନିଆ ଲାଗେ ସତେ ଯମପୁର ।


Rate this content
Log in

Similar oriya story from Tragedy