ପାଷାଣୀ ମୂର୍ତ୍ତି
ପାଷାଣୀ ମୂର୍ତ୍ତି
ବସନ୍ତର ମଳୟ ପବନ ବହୁଛି, ବୃକ୍ଷ ମାନେ ଆନନ୍ଦରେ ନୃତ୍ୟ କରୁଛନ୍ତି । ସତେ ଯେପରି ଦାରୁଣ ଶୀତ ପ୍ରକୋପରୁ ମୁକ୍ତ ହୋଇଛି ଧରିତ୍ରୀ ମାତା । ପାଦପରେ ନୂତନ ପତ୍ର କଅଁଳିଛି, ମନୁଷ୍ୟ ଶରୀର ବର୍ଣ୍ଣରେ ଆସିଛି ଭିନ୍ନତା, ହୋଲି ର ପ୍ରଥମ ସ୍ପର୍ଶ ରେ ଗ୍ରାମ ଓ ସହର ହୋଇଛି ଉତ୍ସବ ମୁଖର । ନମିତା ସେମିତି ପାଷାଣ ଭଳି କାନ୍ଥକୁ ଆଉଜି କଣ ଗୋଟେ ମନେ ମନେ ଗୁଣି ହେଉଛି-"ମୋ ରାଜା ଆସିବ ମୋତେ ପକ୍ଷୀରାଜ ଘୋଡା ରେ ଉଡେଇ କି ନେଇଯିବ" ।
ନମିତା ଥିଲା ଗୋଟେ ସରଳ ନିରୀହ ଗାଉଁଲି ଝିଅ । କଲେଜ ଯେଉଁଦିନ ସେ ଗଲା ତା'ର ମାନସ ପଟରେ ବହୁତ କଥା ଉଙ୍କି ମାରିଥିଲା । ସେ ଭଲ ପାଠ ପଢିବ, ଭଲ ଚାକିରୀ କରିବ ବାପା ଓ ମା’ ଙ୍କର ନାମକୁ ଉଚ୍ଚସ୍ତରକୁ ନେବ ।ଗ୍ରାମ ଠୁ ଦୂରରେ ହଷ୍ଟେଲରେ ରହି ସେ ନିଜର ଅଧ୍ୟାୟନ କଲା । ଭଲ ପଢିଲା,ଉଚ୍ଚ ସ୍ତର ଅଙ୍କ ପ୍ରାପ୍ତ କଲା ସବୁ ବିଷୟରେ । ଦିନେ ତାର ଦେଖା ହେଲା ରାଜା ସାଥିରେ ସେ ପ୍ରଥମ ଦେଖାରେ ତାର ଗୋଟେ ଭଲ ବନ୍ଧୁ ହୋଇଗଲା ପ୍ରତି କ୍ଷେତ୍ରରେ ରାଜା ତାକୁ ସାହାଯ୍ୟ କରୁଥିଲା ରାଜା ତାର ହୃଦୟରେ ନମିତାକୁ ଜୀବନ ସାଥି ରୂପେ ସେ ବାଛି ନେଇଥିଲା, କିନ୍ତୁ ଏ ସବୁ କଥା ନମିତାକୁ ଜ୍ଞାତ ନଥିଲା । ସେ ଏକ ଭଲ ବନ୍ଧୁ ବୋଲି ରାଜାକୁ ଭାବିଥିଲା । ରାଜା ବି ନିଜ ହୃଦୟର ବେଦନା କେବେ ପ୍ରକାଶ କରିନି । କାରଣ ସେ ଚାଁହୁନ ଥିଲା ତାର ଏଇ ଭଲପାଇବା ଦୁଇଜଣଙ୍କ ସଂପର୍କର ସେତୁ ଭାଙ୍ଗିଦେଉ ।କିଛି ଦିନ ପରେ ନମିତା ଦିନେ ନଦେଖିଲେ ରାଜାକୁ ପାଗଳ ହେଇଯାଉଥିଲା, ସେ ମଧ୍ୟ ଧୀରେ ଧୀରେ ରାଜା କୁ ଭଲ ପାଇବସିଲା । ଦିନେ ସମସ୍ତେ କଲେଜ ସାଥି ମାନେ ପିକିନିକି ବାହାରିଲେ, ଏହି ଦୁଇ ପ୍ରେମ ପକ୍ଷୀ ମଧ୍ୟ ଗଲେ । ଏହା ଥିଲା ଦୁହିଁଙ୍କ ପାଇଁ ପରସ୍ପରକୁ ନିକଟ ତର କରିବାର ସୁବର୍ଣ୍ଣ ସୁଯୋଗ । ନମିତା ଭାବିଲା ନିଜର ହୃଦୟର କଥା ସେ ରାଜାକୁ କହିଦେବ ।ରାଜା ତାର ହୃଦୟର କଥା ପ୍ରଥମେ ନମିତାକୁ କହିଦେଲା ନମିତା ଖୁସିରେ ଭାବିଲା ସତେକି ସେ ସପନ ଦେଖୁଛି ! ସେ ଆନନ୍ଦରେ ରାଜା କୁ କୁଣ୍ଢେଇ ପକେଇଲା ! ସେଠାରେ ପାହାଡ଼, ନଦୀ, ଜଙ୍ଗଲ ସବୁ ଆନନ୍ଦରେ ଗୀତ ଗାଇଲେ ଦୁଇ ପବିତ୍ର ଆତ୍ମାର ମିଳନରେ ।ସତେ ଯେପରି ଏମାନଙ୍କର ମିଳନ ପାଇଁ ପ୍ରକୃତି ଅପେକ୍ଷାରେ ଥିଲା ! ସକାଳ ହେଲା ସାଙ୍ଗ ମାନେ କହିଲେ ଆଜି ସମସ୍ତେ ଘରକୁ ଯିବା, ସମସ୍ତେ ନିଜର ଆସବା ପତ୍ର ଠିକ କର ।ସେତେବେଳେ ସେଇ ଦୁଇଜଣ ଚାଁହୁନ ଥିଲେ ଏହିପରି ନିରୋଳା ସ୍ଥାନରୁ କୁଆଡେ ଯିବାକୁ । ଶେଷରେ ରାଜା କହିଲା ନମିତା ଆମେ ଯିବା ପୂର୍ବରୁ ପାହାଡକୁ ଆମର ପ୍ରେମ ବାର୍ତ୍ତା ଦେଇକି ଯିବା, ମୁଁ ଯଦି ନମିତା ତୁମକୁ ଭଲ ପାଏ କହିବି ସେଇ ବାର୍ତ୍ତା ଆଉ ଥରେ ଫେରିଆସି "ଇକୋ "ହୋଇ ଆପେ ଆପେ ଆସିବ । ସେଦିନ ଦୁଇଜଣଙ୍କ ପ୍ରେମ ବାର୍ତ୍ତା ବନରାଜି ଚାରିଆଡେ ଖେଳିଯାଇଥିଲା ।ରାଜା ଭାବବିହ୍ୱାଲ ହୋଇ ପାହାଡ ଶେଷ ଶୀର୍ଷରେ ପହଂଚି ଯାଇଥିଲା, ସାଥିମାନେ ବହୁତ ବାରଣ ସତ୍ୱେ ସେ କିଛି ଜାଣିପାରିନଥିଲା, ନମିତା ରମୁଣ୍ଡରେ ଆକାଶ ଛିଡିପଡିଲା ଭଳି ପ୍ରତିୟମାନ ହେଲା.. ତାର କଣ୍ଠ ରୁଦ୍ଧ ହୋଇ ଆସିଲା ।ଶେଷ ଥର ପାଇଁ ସେ ରାଜାକୁ ଦେଖିକି ହତବାକ ହୋଇଉଠିଲା । କହିଲା ରାଜା ତୁମେ ଯାଅନା... ତୁମ ବିନା ମୁଁ ବଞ୍ଚିବି କେମିତି । ଶେଷ ରେ ବହୁ ଚେଷ୍ଟା ସତ୍ୱେ ରାଜାକୁ କିଏ ବି ବଞ୍ଚେଇ ପାରିନଥିଲେ।ତାର । ନମିତା ଏସବୁ ଦେଖି ମୂର୍ତ୍ତି ପ୍ରାୟ ପାଷାଣ ମୂର୍ତ୍ତି ପାଲଟି ଗଲା କେବଳ ଜୁଳୁଜୁଳୁ ଚାହିଁଲା, ଆଉ କିଛି କରିପାରିଲା ନାହିଁ କେବଳ ଗୋଟିଏ କଥା କହୁଥିଲା -"ମୋ ରାଜା ଆସିବ ପକ୍ଷୀ ରାଜ ଘୋଡା ରେ ମୋତେ ନେଇଯିବ "ସେଦିନ ଦୁଇ ପ୍ରେମିଙ୍କ ବିଚ୍ଛେଦରେ ବନ, ପାହାଡ, ତରୁ ଓ ବିହଙ୍ଗ କ୍ରନ୍ଦନ ରତ ଥିଲେ, ବନ ଭୂମି ଥରି ଉଠିଥିଲା, ଏଇ ଜନ୍ମରେ ନହେଲେ ଆର ଜନ୍ମରେ କଣ ମିଳନ ହେବ ଦୁହିଁଙ୍କର ।ମିଳନ ଅପେକ୍ଷାରେ ଚାହିଁରହିଛି ନମିତା ପାଷାଣୀ ସାଜି, ନା ଖାଉଛି, ନା ପିଉଛି ନା ଶୋଉଛି !କେତେ ଆଶା କରିଥିଲେ ବାପା ମା ଝିଅ ମୋର ଚାକିରୀ କରିବ, ରାଜକୁମାର ଭଳି ବର ସହିତ ବିବାହ ଦେଇ କନ୍ୟା ଦାନ ପୁଣ୍ୟ ଅର୍ଜନ କରିବେ ସବୁ ଆକାଂକ୍ଷା ମାଟିରେ ମିଶିଗଲା।ଆଜି ଆଜି ତିନୋଟି ହୃଦୟ କାନ୍ଦୁଚି, ଏଠି ମନରେ ପ୍ରଶ୍ନ ଉଠେ ଦୋଷୀ କିଏ -ନମିତା, ରାଜା, ନା ଏହି ଦୁଇଜଣଙ୍କର ବାପା ମା । ସଂସାର ରେ ପ୍ରକୃତ ପ୍ରେମ କେଭେ ତିଷ୍ଠିନି କଣ ପାଇଁ ।ସର୍ବଦା ସତ୍ୟ ପ୍ରେମ ସବୁ ସ୍ଥାନରେ ବଳି ପଡିଚି । କେଉଁ ଦିନ ପ୍ରକୃତ ପ୍ରେମ ସାର୍ଥକ ହେବ. ପାଷାଣୀ ମୂର୍ତ୍ତି ଜୀବନ୍ତ ହୋଇଉଠିବ।ଏହି ପାଷାଣୀ ମୂର୍ତ୍ତି କୁ ତା'ର ରାଜା କଣ ସତରେ ରାମ ସାଜି ଅହଲ୍ୟା ପରି ଅଭିଶାପ ରୁ ମୁକ୍ତି କରି ତାର ଶରୀରରେ ପ୍ରାଣ ସଂଚାର କରିବ ।
ଏହାପରେ ନମିତାର ଗାଁକୁ ଜଣେ ଯୁବକ ଇଞ୍ଜିନିଅର ଆସିଥିଲେ ଗ୍ରାମର ନଦୀ ବନ୍ଧା ନିର୍ମାଣ ଉଦେଶ୍ୟରେ ସେ ପ୍ରଥମେ ନମିତାକୁ ଦେଖିଲେ ସେ ଗୁଣୁ ଗୁଣୁ ହୋଇ ଗାଁ ଦାଣ୍ଡରେ ବୁଲୁଚି । ସୁରଜ ତା ବିଷୟରେ ସବୁ ଜାଣିଲା ପରେ. ତାକୁ ବିବାହ କରିବା ପାଇଁ ତାର ବାପା ଓ ମା’ଙ୍କୁ ପ୍ରସ୍ତାବ ରଖିଲେ । ନମିତାର ବାପା ମା ଖୁସିରେ ପାଗଳ ହୋଇଗଲେ । ନମିତା ବି ସୁରଜକୁ ଦେଖିଲା ମାତ୍ରେ ତାର ରାଜା ଭାବି କଣ ସବୁ ଗୁଣୁ ଗୁଣୁ ହୋଇ କହିଦିଏ । ତାର ପାଖରେ ବହୁତ ଅଭିମାନ ଭରା କଥା କୁହେ -ଯେମିତି କି ତୁମେ କୁଆଡେ ଯାଇଥିଲ ଏତେ ଦିନ, ତୁମକୁ ମୁଁ କେତେ ଖୋଜିଛି ଇତ୍ୟାଦି... ।ଶେଷରେ ଦୁଇଜଣଙ୍କର ବିବାହ ହୋଇଗଲା ବହୁତ ଆନନ୍ଦରେ ରହିଲେ ଦୁଇଜଣ ନମିତା କେଭେ ସୁରଜକୁ ସୁରଜ ନାମରେ ଡାକିନୀ ସେ କେବଳ ରାଜା ବୋଲି ଡାକିଚି । ତାର ଆଖିରେ ସୁରଜ ହେଉଛି ରାଜା । ବାସ୍ତବରେ ଏଠି ରାମ ସାଜି ସୁରଜ ଆସି ଅହଲ୍ୟା ଭଳି ନମିତାକୁ ଅଭିଶାପ ମୁକ୍ତ କଲା । ସୁରଜ ମଧ୍ୟ ନମିତାକୁ କେଭେବି ଭଲ ପାଇବାରୁ ବଞ୍ଚିତ କରିନି ତାକୁ ବହୁତ ଭଲ ପାଇଛି ।
ନାମ -ମୋନାଲିସା ପ୍ରିୟଦର୍ଶୀନି ନନ୍ଦ ( ଶିକ୍ଷୟତ୍ରୀ )