Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krupasindhu Mishra

Classics

2  

Krupasindhu Mishra

Classics

ମହାଭାରତ (୪୯)

ମହାଭାରତ (୪୯)

1 min
1.5K


ମହାଭାରତ (୪୯)

କୃପାସିନ୍ଧୁ ମିଶ୍ର 

ବାସ୍ତବରେ ସେ କୁମ୍ଭାରଶାଳ । ଇନ୍ଦ୍ରଙ୍କ ଆଜ୍ଞା  ଅନୁସାରେ ବିଦ୍ୟାଧର ଓ ରିଷିତା ନାମରେ ଏକ ଗନ୍ଧର୍ବ ଦମ୍ପତି ସ୍ୱର୍ଗପୁରୀର ଅନ୍ତରୀକ୍ଷପୁର ନାମକ ଅଂଶକୁ ଆଣି ସେଠାରେ ସ୍ଥାପନ କରିଥିଲେ । ସେ ଗୃହ ଅନ୍ୟମାନଙ୍କୁ କୁମ୍ଭାରଶାଳ ଭଳି ଦିଶୁଥିଲା । ସେଠାରେ ପଡିଥିବା ପାଉଁଶ ପ୍ରକୃତରେ କର୍ପୁର ରତ୍ନ ମୁକୁତାର ଚୂର୍ଣ୍ଣର ଏକ ବହଳ ପରସ୍ତ ଥିଲା । ଲାଖବିନ୍ଧା ଘୋଷଣା ପରେପରେ ହିଁ ଦେବରାଜ ପାଣ୍ଡବମାନଙ୍କ ରହିବା ପାଇଁ ଏଭଳି ବ୍ୟବସ୍ଥା କରିଥିଲେ । ଅସୁରମାନଙ୍କୁ ମାରି ଅମରପୁରୀକୁ ନିଷ୍କଣ୍ଟକ କରିବାର ପ୍ରତିଦାନରେ ତାଙ୍କର ସ୍ୱାଚ୍ଛନ୍ଦ୍ୟର ବ୍ୟବସ୍ଥା କରିବା ତାଙ୍କର କର୍ତ୍ତବ୍ୟ ବୋଲି ସେ ବୁଝୁଥିଲେ । ଏଣେ ପାଞ୍ଚାଳ ରାଜଭବନରେ ପାଞ୍ଚାଳୀଙ୍କ ଅପହରଣ ହୋଇଯାଇଥିବ ଭାବି ସମସ୍ତେ ଚିନ୍ତିତ ହୋଇପଡିଥାଆନ୍ତି । ରାଜା ଦ୍ରୁପଦ ଓ ରାଣୀ ପଦ୍ମାବତୀ କନ୍ୟାର ବିପଦ ଚିନ୍ତା କରି ଅଶ୍ରୁପାତ କରୁଥାନ୍ତି । ଯୁଦ୍ଧ ସରିଗଲାଣି ବୋଲି ଶୁଣିବା ପରେ ଧୃଷ୍ଟଦ୍ୟୁମ୍ନ ଓ ଶିଖଣ୍ଡୀ କିଛିଲୋକଙ୍କ ହାତରେ ନିଆଁହୁଳା ଧରାଇ ଖୋଜିବାକୁ ବାହାରିଲେ । ଖୋଜିଖୋଜି ଶିଖଣ୍ଡୀ କୁମ୍ଭାରଶାଳ ଯାଏଁ ଗଲେ । ଦେଖିଲେ, ବିଶାଳକାୟ ଏକ ଅସୁର ସାଙ୍ଗରେ କିଛି ଲୋକ ଶୋଇଛନ୍ତି । ସେ ଅସୁରର ନିଃଶ୍ୱାସ-ପ୍ରଶ୍ୱାସରେ ଘରର ଚାଳ ଉଠୁଛି ଓ ପଡୁଛି । ସେ ଡରରେ ଫେରିଆସିଲେ । ତା'ପରେ କେଶିନୀ ଯାଇ ସବୁକଥା କହିଲାରୁ ଦୁଇଭାଇ ଆଉଥରେ କୁମ୍ଭାରଶାଳକୁ ଗଲେ ।ଭୟରେ ଶିଖଣ୍ଡୀ ଭିତରକୁ ଯାଉନଥାନ୍ତି; କିନ୍ତୁ କେଶିନୀ ତାଙ୍କୁ ଭିତରକୁ ନେଇ ସମସ୍ତଙ୍କୁ ଦେଖାଇବାରୁ ଧୃଷ୍ଟଦ୍ୟୁମ୍ନ କ୍ରୋଧରେ କମ୍ପିଲେ ଯେ, ତାଙ୍କର ସୁକୁମାରୀ ଅଲିଅଳୀ ଭଉଣୀ ପାଉଁଶଗଦାରେ ଶୋଇଛି ! କିନ୍ତୁ କେଶିନୀ ତାଙ୍କୁ ବୁଝାସୁଝା କରି ଦ୍ରୁପଦଙ୍କୁ ଆଣି ଆସିବା ପାଇଁ ନବରକୁ ଫେରାଇ ଆଣିଲା ।

(କ୍ରମଶଃ)  

                                                                                          

 

 

 

 


Rate this content
Log in

Similar oriya story from Classics