Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

TapaswiniDash Sarangi

Romance Tragedy

3.2  

TapaswiniDash Sarangi

Romance Tragedy

ପ୍ରତିଶ୍ରୁତି

ପ୍ରତିଶ୍ରୁତି

7 mins
597


ହିତେନ୍'ର ସାଙ୍ଗମାନେ ତାକୁ ଟାଣୁଛନ୍ତି ବରଯାତ୍ରୀରେ ତାଙ୍କ ସହିତ ନାଚିବାକୁ । ହେଲେ ସେ ଖୁସି ନାହିଁ ଏ ବାହାଘରରେ । ନାଚର ତାଳେ ତାଳେ ରୋଷଣୀ ଆଗେଇ ଚାଲିଛି କନ୍ୟାଘର ଅଭିମୂଖେ । ଆଉ ବୋଧେ ୩୦୦ କି ୪୦୦ ମିଟର ବ୍ୟବଧାନ । ହିତେନ୍ ନିଜକୁ ଧିକାରି ଚାଲିଛି ଏ କଣ କିଛି କାଗଜର ବିଡା ଆଗରେ ସେ ବିକ୍ରୀ ହୋଇଗଲା?ରୀତିକୁ ଦେଇଥିବା ପ୍ରତିଶୃତିକୁ କେମିତି ଭୂଲିଗଲା?ତା ସହିତ କଣ ଭଲପାଇବା ମିଛ ଥିଲା?ଏମିତି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥିଲା ।


ସେ ଭାବନା ରାଇଜରେ ଚାଲି ଯାଇଥିଲା ୫ ବର୍ଷ ପୂର୍ବକୁ । ତାର ମନେ ପଡୁଥିଲା ରୀତି ସହିତ ପ୍ରଥମ ଦେଖାର କଥା । ସେଦିନ ତା ବ୍ୟାଙ୍କ୍ ର ବାହାରେ ଦେଖା ହୋଇଥିଲା ରୀତି ସହିତ । ହିତେନ୍ ପେଶାରେ ଜଣେ ବ୍ୟାଙ୍କ୍ ମ୍ୟାନେଜର୍ । ସେ ସେଦିନ ବ୍ୟାଙ୍କ୍ ରୁ ବାହାରୁ ବାହାରୁ ନଜର ପଡିଥିଲା ଝିଅଟି ଉପରେ । ବ୍ୟାଙ୍କ୍ ବାରଣ୍ଡାରେ ଠିଆ ହୋଇଥିଲା । ଢୁ ଢୁ ବର୍ଷା ମନରେ ଅନେକ ଆଶଙ୍କା ଆଉ ବିବ୍ରତ ସ୍ପଷ୍ଟ ବାରି ହେଉଥିଲା ତା'ମୁହଁରୁ । ହିତେନ୍ ଭାବିଲା ବିଚରା ଝିଅଟି ଏତେ ବର୍ଷାରେ କୁଆଡେ ଯିବ ସନ୍ଧ୍ୟା ହୋଇ ଆସିଲାଣି । ନିଃସଙ୍କୋଚରେ ଯାଇ ପଚାରିଲା Excuse me madam,!May I help you?

ନାଇଁ କିଛି ଦରକାର ନାହିଁ । ମୁଁ ଅଟୋ ଡାକି ଚାଲିଯିବି । ମେଡିସିନ୍ ନେଇକି ଗଲେ ବାପା ଖାଇବେ,ସେ ଜଣେ ଶ୍ଵାସ ରୋଗୀ । ଧୀର ସ୍ୱରରେ ଉତ୍ତର ଦେଲା ଝିଅଟି ।

ଆରେ ବାଃ ଅଟୋ ଡାକି ଯାଇ ପାରିବ ହେଲେ ମୋ ସହ କାର୍ ରେ ଯାଇ ପାରିବ ନାହିଁ?ମୋ ଉପରେ ଭରସା କର ଆଉ ଆସ ମୁଁ ଛାଡି ଦେବି । ବୁଝୁଛି ଆଜି କାଲି ଯୁଗ ଯେମିତି ହେଲାଣି ନା... । କହିଲା ହିତେନ୍ ।

ଝିଅଟି ଆସି କାର୍ ରେ ବସିଲା । ରୂପ ଗୁଣ ଆଉ ଶାଳିନତାରେ ବୋଧେ ତା ସରି କିଏ ହେବେନି । ଭାବୁଥିଲା ହିତେନ୍ । ପଚାରିଲା ତୁମ ନାଁ ଟି ଜାଣି ପାରିବି କି?


ମୋ ନାଁ ରୀତି କହିଲା ଝିଅଟି । ଆଛା ତୁମ ଘରେ କିଏ କିଏ ଅଛନ୍ତି? ହିତେନ୍ ପଚାରିଲା । ମୁଁ ମୋ ବୋଉ ଆଉ ବାପା । ମୁଁ ଟ୍ୟୁସନ୍ କରେ +୨ ସାଇନ୍ସ ପିଲାଙ୍କୁ ମୋ ବୋଉ ସିଲେଇ କରେ,ମୋ ବାପାଙ୍କର ଦୋକାନ ଥିଲା କିନ୍ତୁ ଦେହ ଅସୁସ୍ଥ ସକାଶେ ଏବେ ଘରେ । ତାଙ୍କ ପାଇଁ ମେଡିସିନ୍ ନେବାର ଆଣିଛି ଗଲେ ସେ ଖାଇବେ । ରୀତି କହିଲା । ଆରେ ଆମ ଘର ଆସିଗଲା । ଆପଣ ଏଠି ଗାଡି ରଖନ୍ତୁ କହିଲା ରୀତି । ହିତେନ୍ ଗାଡି ରଖିଦେଲା. । ସ୍ମିତ ହାସ୍ୟ ଦେଇ କହିଲା nice to meet you,we will meet again very soon.If you don't mind,can you give your mobile no.?

 ରୀତି ନିଜ ନମ୍ବର ଦେଲା ଆଉ ଅଶେଷ ଧନ୍ୟବାଦ କହିକି ଘର ଭିତରକୁ ଚାଲିଗଲା ରୀତି ।


ଗାଡି ବୁଲେଇ ହିତେନ୍ ତା ଘର ଅଭିମୂଖେ ବାହାରିଲା । କିନ୍ତୁ ସେ ହସ ସେ ଶାନ୍ତ ମଧୁର କଥା ବାର୍ତ୍ତା ବାରମ୍ବାର ମନକୁ ତାର ଆନ୍ଦୋଳିତ କରୁଥିଲା । ସତରେ କେତେ ଭଲ ଝିଅଟିଏ । ସେ ନିଜକୁ ସମ୍ଭାଳି ନପାରି ଆସୁ ଆସୁ ତା ବାପା ମାନେ ନିରଞ୍ଜନ ବାବୁ ଆଉ ମା'ବାସନ୍ତୀ ଦେବୀଙ୍କ ଆଗରେ କହିଦେଲା ସେ ରୀତିକୁ ପ୍ରଥମ ଦେଖାରେ ମନ ଦେଇ ଦେଇଛି ଆଉ ତାକୁ ହିଁ ବିବାହ କରିବ । ନିରଞ୍ଜନ ବାବୁ ଜଣେ ରିଟାୟାର୍ଡ଼ ଆର୍ମୀ ଅଫିସର୍,ନିୟମ କାନୁନ୍ ରେ ତାଙ୍କ ଜୀବନ ଶୈଳୀ ବନ୍ଧା । କହିଲେ ସେ ଝିଅ କେଉଁଠାର,ତା ବାପା ମା' ବଂଶ ବୁନିଆଦି କଣ ତୁ ଜାଣିଛୁ?

ଆରେ ତୁମେ ଧୈର୍ଯ୍ୟ ଧର ଆଗ ପୁଅକୁ କହିବାକୁ ଦିଅ । ସେ କଣ ଖରାପ ଦେଖିଥିବ । ତା ଜୀବନ କଥା ଯାହା ହେଲେ ବି । କହିଲେ ବାସନ୍ତୀ ଦେବୀ ।


ହିତେନ୍ ରୀତିର ପରିବାର ବିଷୟରେ ସବୁ କହିଲା ଯାହା ରୀତି କହିଥିଲା । ଏ ସବୁ ଶୁଣି ତା'ବାପା ମା'ଙ୍କ ମନ ମରିଗଲା । ହେଲେ କଣ କରିବେ ଗୋଟିଏ ପୁଅ ତା ଖୁସିରେ ହଁ ଭରିଲେ । ହଉ ତେବେ କେବେ ଯିବା କହ ତାଙ୍କ ଘରକୁ ପଚାରିଲେ ବାସନ୍ତୀ ଦେବୀ ।

ଆସନ୍ତା ରବିବାର ଗଲେ କେମିତି ହେବ କହିଲେ ନିରଞ୍ଜନ ବାବୁ । ସାଙ୍ଗେ ସାଙ୍ଗେ ହିତେନ୍ ଫୋନ୍ କରିକି ରୀତିକୁ ନିଜ ମନ କଥା ଜଣାଇଲା ଆଉ ଆସନ୍ତା ରବିବାର ବାପା ମା'ଙ୍କୁ ଧରି ତାଙ୍କ ଘରକୁ ଯିବା କଥା ଜଣାଇଲା । ହେଲେ ତୁମେ କୁହ ତୁମର ମତାମତ କଣ?


ଦେଖନ୍ତୁ ମୋ ବାପା ମା'ବି ଅନେକ ସ୍ଵପ୍ନ ଦେଖୁଛନ୍ତି ମୋ ବାହାଘର ପାଇଁ ,ପକ୍ଷୀରାଜ ଘୋଡା ଚଢି ମୋ ରାଜକୁମାର ଆସିବ ଆଉ ମୋତେ ସାଥିରେ ନେଇଯିବ,କିନ୍ତୁ ସେମାନଙ୍କ ପାଖେ ଏତେ ଧନ ବି ନାହିଁ ଯାନି ଯୌତୁକ ଦେଇ ମୋତେ ବିଭା କରିବାକୁ । ମୁଁ ବି ଯୌତୁକ ପ୍ରଥାକୁ ଘୃଣା କରେ । ଆପଣଙ୍କର ଏତେ ବଡ଼ ଲୋକ ଆଉ ଆପଣ ଜଣେ ସୁଯୋଗ୍ୟ ବରପାତ୍ର,ଆପଣଙ୍କୁ ବଡ଼ ଘରର ଝିଅ ମିଳିବେ । ଆପଣ ମୋତେ ବିବାହ କଲେ କିଛି ପାଇବେନି । କହିଲା ରୀତି । ଆରେ ବାବା ମୁଁ ତୁମକୁ ବିଭା ହେବି ତୁମ ଯୌତୁକକୁ ନୁହେଁ । ମୁଁ ଯୋଗ୍ୟ,ଆତ୍ମନିର୍ଭରଶୀଳ । ତୁମେ ଖାଲି ହଁ କରିଦିଅ । ଆମର କିଛି ଦରକାରନାହିଁ କହିଲା ହିତେନ୍ । କହିକି ଫୋନ୍ ରଖିଦେଲା ।


   ରୀତି ସେଦିନ ରାତି ସାରା ବହୁତ ଚିନ୍ତା କଲା ପରେ । ତା'ପର ଦିନ ତା ଘର ଲୋକଙ୍କ ଅନୁମତିରେ ହଁ ଭରିଲା ହିତେନ୍ କୁ ଫୋନ୍ ଯୋଗେ କହିକି ।

ରବିବାର ଆସିଲା । ଦିନ ୪ଟା ପାଖାପାଖି ରୀତିର ଘର ସାମ୍ନାରେ ବ୍ଲୁ ରଙ୍ଗର କାର୍ ଲାଗିଲା । ଆଉ ସେଥିରୁ ଓହ୍ଲେଇଲେ ହିତେନ୍,ତାର ବାପା,ମା,ବଡ଼ ଭଉଣୀଓ ଭିଣେଇ । ସେମାନଙ୍କୁ ଦେଖି ରୀତିର ବୋଉ ସାବିତ୍ରୀ ଦେବୀ ଝଅଟ ଯାଇ ପାଛୋଟି ଆଣିଲେ । ବହୁତ ପୁରୁଣା ଘର ଠାଏ ଠାଏ କାନ୍ଥ ଫାଟି ଯାଇଛି,ଛାତ ସନ୍ଧିରୁ ଓସ୍ତ ବର ଗଛ ବାହାରିଛି । ଏସବୁ ଦେଖି ବାସନ୍ତୀ ଦେବି ଆଉ ହିତେନ୍ ର ଭଉଣୀ ମିନତିଙ୍କ ନାକ ମୁଣ୍ଡ ଉପରେ ଲାଗି ଯାଉଥିଲା । କଣ ବା କରନ୍ତେ ଏକୋଇର ବଳା ବିଶିକେଶନର ଖୁସିରେ ଖୁସି ହେବାକୁ ବାଧ୍ୟ ।

ବହୁତ ସମୟ କଥା ବାର୍ତ୍ତା ପରେ,ରୀତିର ବାପା ରବି ବାବୁ କହିଲେ ଆଜ୍ଞା ମୁଁ ଖାଲି ମୋ ଝିଅକୁ ଦେଇ ପାରିବି । ସେ ଏକା ମୋର ଅମୂଲ୍ୟ ଧନ,ଯାନି ଯୌତୁକ ଆପଣଙ୍କ ଖାନଦାନୀକୁ ଦେବାର ଯୋଗ୍ୟତା ମୋର ବା କାହିଁ । ମୋର ଶୋଷକୁ ଦେଖିକି ଯାହା ଦେବି ।


 ଆରେ,ଆପଣ ଏମିତି କଣ କହୁଛନ୍ତି,ଆମେ ଆମ ପୁଅର ଖୁସିରେ ଖୁସି । ସେ କହିବାରୁ ଆମେ ଆସିଲୁ ଆଉ ଆପଣଙ୍କ ଝିଅକୁ ବୋହୂ କରିକି ନେବୁ । କହିଲେ ନିରଞ୍ଜନ ବାବୁ । ତାଙ୍କ କଥାକୁ ହଁ ଭରି ବାସନ୍ତୀ ଦେବି ମୁଦିଟାଏ ରୀତି ହାତରେ ପିନ୍ଧାଇ ଦେଲେ । ଆଉ କହିଲେ ଆସନ୍ତା ମେ ୧୨ରେ ବାହାଘର କରିବା,ମାନେ ଆଉ ଦୁଇ ମାସ ରହିଲା ।


 ହେଉ ଆଜ୍ଞା ଆପଣ ମାନଙ୍କ ଯାହା ଇଛା କହିଲେ ସାବିତ୍ରୀ । ତାପରେ ବିବାହ ଆୟୋଜନ ହେଲା । ରୀତିର ମା ବାପା ତାଙ୍କର ଖଣ୍ଡେ ଛୋଟିଆ ଯାଗା ଥିଲା ତାକୁ ଦୁଇ ଲକ୍ଷରେ ବିକ୍ରି କଲେ,ତା'ର ମା ସାବିତ୍ରୀ ଦେବୀ ନିଜର ପୁରୁଣା ସୁକି ମାଳକୁ ବଦଳାଇ ଝିଅ ପାଇଁ ଛୋଟିଆ ଚେନ୍ ଖଣ୍ଡେ କଲେ । କଣ ବା କରନ୍ତେ ଭଗବାନ ତ ଧନରେ ଗରୀବ କରିଛନ୍ତି,ଗୋଟେ ବୋଲି ଝିଅ,ପୁଣି ବଡ଼ ଘରେ ବାହା ହେଉଛି । ଏ ସବୁ ରୀତିକୁ ବହୁତ କଷ୍ଟ ଦେଉଥାଏ । ସଂସାରର ଏ କଦର୍ଯ୍ୟ ପ୍ରଥାକୁ ଧିକାରୁ ଥାଏ ।

ମେ ୧୨ ଆସିଗଲା,ବାହାଘର ବି ହୋଇଗଲା,ଝିଅ ବିଦା ହୋଇ ଶାଶୁଘରକୁ ଗଲା । ଓଡିଆ ଘର ପରମ୍ପରା ଅନୁସାରେ ମିନତି ଦୁଆର ବନ୍ଧରେ ଅଟକାଇଲା ଭାଉଜକୁ,ଭାଉଜ ହସି ହସି ଆଣିଥିବା ସୁନା ମୁଦିଟି ବଢେଇ ଦେଲା ତା'କୁ,ହେଲେ ଏ କଣ?ଏ ମୁଦି ଧରୁ ଧରୁ ବଙ୍କା ହେଇ ଯାଉଛି,ଇଏ କି ମୁଦି ବା,ହେଇଟି ହିତେନ୍ ତୋରି ଖୁସି ଲାଗି ମୁଁ କିଛି କହୁନି ବୁଝିଲୁ । ତୋ ପାଦ ତଳେ କେତେ ବଡ଼ ବଡ଼ ଘର ଝିଅ ଲୋଟି ପଡୁଥିଲେ,ହେଲେ ଛାଡ୍ ତୋ ଇଛା,ଗରଗର ହୋଇ କହିଲା ମିନତି । ଏସବୁ ଶୁଣି ରୀତି ନିଜ ଲୁହକୁ ଅଟକାଇ ପାରିଲାନି । ହୁଏତ ସେ ନାରୀର ଏ ରୂପ ଟିକୁ ନୂଆ ଦେଖୁଥିଲା । ବନ୍ଦାପନା ହୋଇ ଘରକୁ ଗଲା,ଘରେ ଅନେକ ବନ୍ଧୁଙ୍କ ଆସର,କେହି ଜଣେ ଆସି ରୀତିର ବେକ ଅଣ୍ଡାଳି ପକାଇ କହି ଉଠିଲା,ଏ ବୋଧେ ଅଧା ଭରି ବି ହେବନି ନାଇଁ ଲୋ ବାସନ୍ତି ଭାଉଜ ।

କଣ କରିବି କହୁନ ପୁଅର ଜିଦ୍ ସେଠି ବାହା ହେବାକୁ,ନହେଲେ ଏ ଘର ଯାନି ଯୌତୁକରେ ଭରି ଯାଇଥାଆନ୍ତା ମୁହଁ ଶୁଖାଇ କହିଲେ ବାସନ୍ତି ।

ଏମିତି ଦିନ ପରେ ଦିନ ବିତିଲା । କଥା କଥାରେ ରୀତିକୁ ଶୁଣିବାକୁ ପଡୁଥିଲା ଆମ ପୁଅର ଖୁସି ସକାଶେ ଆମେ ତତେ ବୋହୂ କରିକି ଆଣିଥିଲୁ । ଯେମିତି ସେ ସେଇ ଘରେ ଅଲୋଡା ଅନ୍ୟ ମାନଙ୍କ ପାଇଁ । ପୋଇଲି ପରି ଖଟେ,ଖାଇବା ନ'ଖାଇବା କଥା କେହି ପଚାରନ୍ତିନି ହିତେନ୍ ଛଡା । ହିତେନ୍ ସବୁ ଦେଖେ ଶୁଣେ ହେଲେ ଚୁପ୍ ରହେ । କଣ ବା କରିବ?ଭାବୁଥାଏ ମନେ ମନେ । ମୁହଁ ଖୋଲିଲେ ସ୍ତ୍ରୀ ବୋଲକରା କହିବେ ସମସ୍ତେ ଭାବି ଚୁପ୍ ରହେ ।

ରୀତି ଉପରେ ୧୪୪ ଧାରା ବାପା ମା'ସହିତ କଥା ନ ହେବାକୁ,ବିଚାରି ଏକ ବନ୍ଦିନୀ ଜୀବନ କାଟୁଥିଲା ।

ଆଉ କେତେ ବା ସହିବ । ଝିଅଟିଏ ସବୁ ଅତ୍ୟାଚାର ସହେ କିନ୍ତୁ ନିଜ ବାପା ଆଉ ମା'ଙ୍କର ଅପମାନ ସହି ପାରେନା । ସେ ଭାବୁଥିଲା ଘରେ ଶାଗ ପଖାଳ ଖାଇ ଅଲିଅଳୀରେ ବଢିଥିଲି ହେଲେ ଏଠି ପାଦ ପୋଛା କନା ସହିତ ସମାନ । ସେ ଦିନେ ହିତେନ୍ କୁ କହିଲା ଦେଖ ମୁଁ ତୁମ ଭରସାରେ ଏ ଘରକୁ ଆସିଥିଲି,ଭାବିଥିଲି ଉଭୟ ସୁଖ ଦୁଃଖରେ ସମଭାଗୀ ହେବା,ତୁମେ ମତେ ଏଠି ସୁନା ପଞ୍ଜୁରୀ ଶାରୀ ବନେଇ ଦେଇଛ,ମୋତେ ଦେଇଥିବା ପ୍ରତିଶୃତି ଭୂଲି ଯାଇଛ । ମାନୁଛି ତୁମର ବହୁତ କର୍ତ୍ତବ୍ୟ ଅଛି ତୁମ ବାପା ମା'ଙ୍କ ପ୍ରତି ହେଲେ ସ୍ତ୍ରୀ ପ୍ରତି କଣ କିଛି ନାହିଁ । ବିନା ଦୋଷରେ ଦୋଷୀ ମୁଁ ହେଲେ ତୁମେ କେବେ ଚେଷ୍ଟା କରିନ ବୁଝିବାକୁ । ବହୁତ ହୋଇଗଲା ଏ ସବୁ ମୁଁ ତୁମ ଦୁନିଆରୁ ଚାଲି ଯାଉଛି । ଏଇ ତିନି ଚାରି ବର୍ଷର ସମ୍ପର୍କକୁ ସ୍ଵପ୍ନ ବୋଲି ଭୂଲି ଯିବ । ଏତିକି କହି ରୀତି ସବୁଦିନ ପାଇଁ ଛାଡି ଚାଲିଗଲା ହିତେନ୍ କୁ । ହିତେନ୍ ବି କେବେ ଚେଷ୍ଟା ବି କରିନି ରୀତି କଥା ବୁଝିବାକୁ । ଏଇ ଭିତରେ ଆହୁରି ଦୁଇ ବର୍ଷ ବିତି ଯାଇଛି,ହିତେନ୍ ର ଘର ଲୋକ ଅନ୍ୟ ଜାଗାରେ ବଡ଼ ଘର ଦେଖି ବାହାଘର ଠିକ୍ କରିଛନ୍ତି,ଆଜି ବାହାଘର ।


ବାଣର ଶଦ୍ଦରେ ସେ ଚମକି ଉଠିଲା,ଆଉ ଭାବନା ରାଇଜରୁ ବାହାରି ଆସି ଦେଖିଲା ଝିଅ ବାହାଘର ପାଖେ । କିଂ କର୍ତ୍ତବ୍ୟ ବିମୂଢ଼ ସେ ଏବେ ,ମନରେ ରୀତିକୁ ରଖିଛି,ରୀତି ପ୍ରତି କରିଥିବା ଅନ୍ୟାୟକୁ ହୃଦୟଙ୍ଗମ କରୁଛି,ଯଦି ସେ । ଏଠି ବିବାହ କରୁଛି ତିନିଟା ଜୀବନ ନଷ୍ଟ ହୋଇଯିବ ,ସେ ଟଙ୍କା ଆଗରେ ବିକ୍ରି ହୋଇଯିବ । ଏମିତି ଅନେକ କଥା ତା'ମନରେ । ରୀତିକୁ ଦେଇଥିବା ପ୍ରତିଶୃତି ଆଗରେ ସେ କେମିତି ଝୁଙ୍କି ଯିବ । ସତରେ ଯୌତୁକକୁ ରୀତି ଘୃଣା କରୁଥିଲା,ଆଉ ମୁଁ ତା କଥାକୁ ସମ୍ମାନ ଦେଉଥିଲି ହେଲେ ଆଜି ମୁଁ ସେ ଯୌତୁକ ଆଗେ ନତମସ୍ତକ??ଛି! ନିଜକୁ ଧିକାରି ସେ ଧାଇଁଲା ରୀତି ପାଖକୁ,ହେଲେ ଇଏ କଣ ରୀତି ଘରେ ଦେଖିଲା ରୀତି ଫଟୋ ଉପରେ ଫୁଲ ମାଳ । ରୀତିର ମା'ହିତେନ୍ କୁ ଦେଖି କହିଲେ ତୁମେ ଡେରି କରିଦେଲ ବାବୁ,ମୋ ରୀତି ଏବେ ଏ ଦୁନିଆରେ ନାହିଁ । ହେଲେ ଛାଡି ଯାଇଛି ତା'ର ସନ୍ତକ । ମାନେ ତୁମ ଝିଅ ଆକାଂକ୍ଷା । ତୁମ ଘରୁ ଆସିଲା ବେଳକୁ ସେ ଗର୍ଭବତୀ ଥିଲା,ଆଉ ସେ ଝିଅକୁ ଜନ୍ମ ଦେଇ ସର୍ଭାଇକାଲ୍ କ୍ୟାନ୍ସରରେ ଆଖି ବୁଜିଲା ଏଇ ବର୍ଷେ ହେବ ।


ଘୃଣା ଅନୁଶୋଚନା ଆଉ ଅନୁତାପ ନିଆଁରେ ଜଳୁଥିଲା ହିତେନ୍ କହିଲା ରୀତି ତୁମକୁ ଦେଇଥିବା ପ୍ରତିଶୃତି ମୁଁ ରଖି ପାରିଲିନି,ହେଲେ ଆମ ପ୍ରେମର ସନ୍ତକ ଆକାଂକ୍ଷାକୁ ଏଇ ତା'ର ବାପା ହିତେନ୍ ରାଉତରାୟ ପ୍ରତିଶୃତି ଦେଉଛି,ନିଜେ ବାପା ଆଉ ମା'ଉଭୟଙ୍କ ସ୍ନେହ ଦେଇ ବଡ଼ କରିବ । ଏଇଟା ତୁମ ଆଗେ ମୋର ପ୍ରତିଜ୍ଞା ।



Rate this content
Log in

Similar oriya story from Romance