Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalita Mohan Mishra

Drama Tragedy Classics

3  

Lalita Mohan Mishra

Drama Tragedy Classics

ଅବଶୋଷ

ଅବଶୋଷ

1 min
270



    

    ସ୍ବାମୀ ସନ୍ତାନ ସଂସାରକୁ ନେଇ ଚନ୍ଦ୍ରମଲ୍ଲିକା ଭଳି ବିକଶି ଉଠିଛି ମମତା । ନିଜ ସୁରଭିର ସୁରଭିତ ନିଜର ପାରିବାରିକ ଜୀବନ । ନା ଅଛି ଆଖିତଳେ ତାର କ୍ଳାନ୍ତିର ସ୍ବାକ୍ଷର ନା ଅଛି ଅତୃପ୍ତିର ହାହାକାର । ଜୀବନ ସମ୍ପୂର୍ଣ୍ଣ ତଥାପି ମନରେ ଶୂନ୍ଯତା । ଆଜିର କୁମାରପୂର୍ଣ୍ଣିମା ଭଳି ଦିନରେ ଏତେ ରାତ୍ରି ପର୍ଯ୍ୟନ୍ତ ସ୍ବାମୀଙ୍କର ଘରକୁ ନ ଫେରିବା ମନକୁ ଆନ୍ଦୋଳିତ କରୁଛି ।

    ଅନେକ ଜିଜ୍ଞାସା ଅନେକ ପ୍ରଶ୍ନ ମନକୁ ଉଦ୍ ବେଳିତ କରୁଛି । ସତରେ କ'ଣ ତାଙ୍କର ସେ ପୁରୁଣା ଅଭ୍ୟାସ ଯାଇନାହିଁ । ଅର୍ଥ ପ୍ରାପ୍ତି ଆଶାରେ ଅନେକ ଅର୍ଥ ବରବାଦ୍ କରିଛନ୍ତି, ସଦାସର୍ବଦା ହାରି ଛନ୍ତି କେବେ ଜିତିବାର ଜାଣିନାହିଁ । ବେଦନା ବିଷର୍ଣ୍ଣ ମନ ନେଇ ସ୍ବାମୀଙ୍କର ଅର୍ଦ୍ଧରାତ୍ରକୁ ଗୃହ ପ୍ରବେଶ । ଗୃହ ପ୍ରବେଶ ମାତ୍ରକେ ମମତାର ଦୂର୍ଗାବତାର । ମୋର ପାଇଁ ଭଲ ଶାଢୀଟିଏ ନାହିଁ କି ପିଲାପାଇଁ ଦାମିକିଆ ଡ୍ରେସ୍ ଟିଏ ନାହିଁ କିନ୍ତୁ ତୁମର ସେ ପୁରୁଣା ନିଆଁ ଲଗା ପ୍ରକୃତିଟାକୁ ଛାଡି ପାରିଲ ନାହିଁ । "ମୋତେ ଯୈତେ ମାଠିବୂ ମାଠେ, ମୁଁ ସେଇ ଦରପଡ଼ା କାଠେ" ।

ମୋର ଅବଶୋଷ ରହିଗଲା - ତୁମର ସବୁ ଖରାପ ଅଭ୍ୟାସ ଛଡାଇ ଦେଲି କିନ୍ତୁ କୁମାରପୂର୍ଣ୍ଣିମା ଆସିଲେ ଏ ଅଭ୍ୟାସଟି ଛଡାଇ ପାରିଲି ନାହିଁ ।



Rate this content
Log in

Similar oriya story from Drama