Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramakrushna Dakua

Tragedy

3  

Ramakrushna Dakua

Tragedy

ତଥାପି_ମାନୁନି_ମନ

ତଥାପି_ମାନୁନି_ମନ

2 mins
498


ତଥାପି_ମାନୁନି_ମନ

ସେ କଥା ଦେଇଥିଲେ ସୀମାକୁ ବୁଲେଇ ନେବେ, ସାଥି ଯବାନଙ୍କ ସହ ପରିଚୟ କରାଇବେ ଏବଂ କ୍ୟାମ୍ପ ରିଫ୍ରେସମେଣ୍ଟ କ୍ଳବରେ ପାର୍ଟି ଦେବେ | ହନିମୁନ ପ୍ଳାନ ଦୂରକୁ ନଥିଲା ଶ୍ରୀନଗର ହିଁ ଥିଲା | ଭାରତରେ ସ୍ବର୍ଗ ଥାଉ ଥାଉ ଦୂରକୁ କାହିଁକି ଯିବେ ବୋଲି ମାନସୀ(ପ୍ରତିକାତ୍ମକ ନାମ) ଆଜି ବି ଭାବୁଛି | ମାନସୀର ମନ କଥା କିନ୍ତୁ ଆଜି କିଏ ହୃଦୟଙ୍ଗମ କରିପାରୁନି | ସିଏବି କାହାକୁ କିଛି କହୁନି | ସକାଳରୁ ଆସି ସଞ୍ଜ ହେଲାଣି, ଘରେ ସାନ ଭଉଣୀ ବି ଗୁମସୁମ | ବାପା ମାଆ ଡେରାଡୁନ୍ ଯାଇଛନ୍ତି ଫେରିବା ବେଳକୁ ବିଳମ୍ବ ହେବ | ହୁଏତ ଆଜି ଆସିବି ନ ପାରନ୍ତି | ଲିଭିବା ପୂର୍ବରୁ ନିଆଁ ଯେମିତି ଉତ୍ତେଜିତ ହୁଏ, ବତା ବାଆସ ପରେ ପ୍ରକୃତି ଯେମିତି ଶାନ୍ତ ପଡ଼ିଯାଏ ଆଜି ମାନସୀ ସହ ତାଙ୍କ ପରିବାର ସଦସ୍ୟଙ୍କ ମନରେ ସେମିତି କିଛି ହିଁ ଘଟିଛି | ଡେରାଡୁନରେ ବାପା ମାଆ ଆଉ ଘରେ ଦୁଇ ଭଉଣୀ | ସାନ କଥା ନକହିବା ଭଲ ବଡ଼ କଥାକୁ ନେଇ ହିଁ କାହାଣୀ ଆଗକୁ ଗଡ଼ିବ | ଗଲା ୧୬ ତାରିଖ ସଞ୍ଜରୁ ତା ମୁହଁରୁ କିଏ ହସ ଛଡ଼େଇ ନେଇଛି | ଗୋଟେ ଚାଉଳରେ ତିଆରି, କିନ୍ତୁ ଦିନ ତିନିଟାରେ କି ଅବସ୍ଥା ହେଲାଣୀ ! ତାକୁ ଜମାରୁ ଚାହିଁବାକୁ ମନ ହିଁ ହଉନି |ଏବେ ଏବେ ମଡଲିଙ୍ଗ୍ କୋର୍ସ ସାରି ଘରକୁ ଫେରିଛି | ଏଇ ୨୮ରେ ତାଙ୍କ ସହ ଦେଖା ହେବ କହି ସାନ ଭଉଣୀ ସହ ଥଟ୍ଟା ମଜାରେ ଡିଆଁ ମାରୁଥିଲା | ସାନ ବି ଚିଡ଼ାଉଥିଲା ଏଇ ମାର୍ଚ୍ଚ ୭ ତାରିଖରେ ତ ଜିଜୁଙ୍କ ହାତ_ଧରି_ବାଟ_ଚାଲିବୁ ଏତେ କାହିଁ ଫୁଲେଇ ହେଉଛୁ ? ହଉ ଜିଜୁଙ୍କୁ କହି ସେ ମେଜର ନା ଆର୍ମୀ କ୍ୟାଣ୍ଟିନରୁ ରେଡ୍ ୱାଇନ ଆଣିବେ | କଲେଜ ହଷ୍ଟେଲରେ ପାର୍ଟି କରିବୁ | କିନ୍ତୁ ସମସ୍ତଙ୍କ ସ୍ବପ୍ନ_ଆଜି_ଅଭିଶାପ ପାଲଟି ଯାଇଛି |ମାନସୀ ସେ କେତେବେଳେ ହସୁଛି ତ ପୁଣି କେତେବେଳେ ଘର ଚଟାଣରେ ଗଡ଼ି ଯାଉଛି | ସାନ ର ସାହସ ହେଉନି ବଡ଼ କୁ କିଛି କହିବାକୁ | ସେ ବି ଜଣେ ନାରୀ ଜାଣିପାରେ ବାହା_ଘର କୁ ୧୭ଟା ଦିନ ବାକି ଥିବ ଆଉ ନିର୍ବନ୍ଧ ବେଳେ ମଥାରେ ଲାଗିଥିବା ସିନ୍ଦୁର_ଲିଭିଗଲେ କ'ଣ ନିଜ ସହ ବିତେ | ଭାରି ମନୋଇ ଟେ ଆମ ମାନସୀ ମନ ମାନିଥିଲେ ଠିକ୍ ନଚେତ ସେ ନିଜ କଥା ବି ଶୁଣେନା | ସେଇ ସଞ୍ଜ ବେଳୁ ସାଗରର ସେନା ପୋଷାକ ପିନ୍ଧା ଫଟୋକୁ ଜାବୁଡି ଧରିଛି | ମଥାରେ ନିର୍ବନ୍ଧ ଦିନରୁ ଲାଗିଥିବା ସିନ୍ଦୁର ଚହଟୁଛି | ଯେବେ ସେ ଅଭିମାନ କରେ ଠିକ୍ ଏମିତି ଦେବୀ ଭଳି ଦିଶେ | ପାଗଳି ନୁହେଁ ସେଅଭିମାନି ଜିଦ୍ ଧରିଛି | ସେ କୁଆଡ଼େ ଆଉ_କାହା_ନାଁ_ର_ସିନ୍ଦୁର ମଥାରେ ମାରିବନି | ସାରା ଜୀବନ ସାଗରର ସ୍ମୃତି_ସହ_ଜୀବନ ବିତାଇବ |


Rate this content
Log in

Similar oriya story from Tragedy