Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପୁଣି ଡାକମୁନସୀ
ପୁଣି ଡାକମୁନସୀ
★★★★★

© Jagannath Sahoo

Others

1 Minutes   358    19


Content Ranking

ମନେପଡେ ଆଜି ସେଇ କାଳଜୟୀ ଲେଖା ଫକୀରମୋହନ ସେନାପତି ଙ୍କର 'ଡାକମୁନସୀ '।ହରି ସିଂ ର ଦୁଃଖ ଆଉ ଗୋପାଳ ର ବ୍ୟବହାର ।ଉଣା ଅଧିକେ ସମସ୍ତେ ସେ କାହାଣୀକୁ ପଢିଥିବା ଵା ଶୁଣିଥିବା ।ଉନବିଂଶ ଶତାବ୍ଦୀ ର ଲେଖା କିନ୍ତୁ ଆମେ ଏକଂବିନ୍ସ ରେ ପାଦଦେଇ ମଧ୍ୟ ବଦଳିନାହିଁ ଗୋପାଳ ପରି ସ୍ଵଭାଵ ।

ହରି ସିଂ ପରି ଅନେକ ବାପା ଆଜି ବିପଦରେ ।ବଦଳି ନାହିଁ ଆମର ରୁଗଣ ମାନସିକତା ।ସାହିତ୍ୟ ର ସେଇ କାଳଜୟୀ ଲେଖା ପଢିଲେ ଆଜିବି ରୁମ ଟାଙ୍କୁରୀ ଉଠେ, ଇଛା ହୁଏ ଗୋପାଳ ର ଗାଲରେ ଉତ୍ତମ ମଧ୍ୟମ ଦେବାପାଇଁ, କିନ୍ତୁ ନାଚାର ।

ହଜି ଯାଇଛି ଆମର ପାରମ୍ପରିକ ମୂଲ୍ୟବୋଧ, ଉଚିତ ଶିକ୍ଷା ଆଉ ଉଚ୍ଚ ଚିନ୍ତାଧାରା ।ସେଇଠି ବଞ୍ଚିଛୁ ଆମେ ଆପଣା ସ୍ୱାର୍ଥରେ !ଭାବୁନାହୁଁ ଆମର ଘର, ଆମର ବାପାମାଆ, ଆମର ଗାଁ ।

ବୋଧହୁଏ ଫକୀରମୋହନ ଆଜ୍ଞା ଆଉ କାହାଣୀ ଆଗକୁ ଲେଖିବା କଥା, ହରି ସିଂ ର ପୁଅ ଗୋପାଳ ବଡ ହୋଇଥାନ୍ତା ଏବଂ ତାର ପୁଅ ତାକୁ ସେଇ ଭଳି ବ୍ୟବହାର କରିଥାନ୍ତା ।

ସେଇମିତି ହୋଇଥିଲେ ହୁଏତ ଆମେ କିଛି ସୁଧୁରିବାର ପ୍ରୟାସ କରିଥାନ୍ତେ ।

ଯାହା ବି ହେଉ ଡାକମୁନସୀରୁ ଆମେ ଶିଖିନାହେଁ କିଛି ବୋଲି ବାରମ୍ବାର ପ୍ରମାଣିତ ହେଉଛି କି ଅନ୍ୟ କଣ ରହୁଛି ପାଠକେ କହିବେ ।।

ଜଗନ

ଫକୀରମୋହନ ଡାକମୁନସୀ ପାରମ୍ପରିକ

Rate the content


Originality
Flow
Language
Cover design

Comments

Post

Some text some message..