Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ବିଶ୍ୱାସଘାତକ ଧାଈମା’

ବିଶ୍ୱାସଘାତକ ଧାଈମା’

2 mins
7.2K


ଶୁଭ ନାରାୟଣ ଶତପଥୀ

କନକପୁରର ରାଜା କର୍ଣ୍ଣେଶ୍ୱର । ତାଙ୍କର ଦୁଇମାସର ଶିଶୁପୁତ୍ରଟିଏ ଅଛି । ରାଣୀଙ୍କ ଦେହ ଭଲ ରହୁନଥିବାରୁ , ସେ ଜଣେ ଧାଈମା’ଙ୍କ ସନ୍ଧାନରେ ଥାନ୍ତି । ଜଣେ ବିଶ୍ୱସ୍ତ ଧାଈମା’ ଖୋଜି ଖୋଜି ମହାରାଜ ନୟାନ୍ତ । ସେ ଯାହାହେଉ ଶେଷରେ ଜଣେ ଧାଈମା’ ମନୋନୀତ ହୋଇ ନିଯୁକ୍ତି ପାଇଲେ । ଧାଈମା’ ଜଣକ ଶିଶୁପୁତ୍ରଙ୍କୁ ସ୍ନେହ ଓ ରାଣୀ ମା’ଙ୍କ ସେବା କରି ଭାରି ବିଶ୍ୱସ୍ତ ହୋଇସାରିଥାନ୍ତି । ଏଇ ଛଅ ମାସ ମଧ୍ୟରେ ରାଣୀଙ୍କର ପ୍ରିୟପାତ୍ର ହୋଇସାରିଥିବାରୁ ଅନ୍ୟ ସହକର୍ମୀମାନେ ଈର୍ଷାନ୍ୱିତ ହୁଅନ୍ତି । ଶିଶୁଟି ବଡ଼ ହେବା ସହିତ ଧାଈମା’ଙ୍କର ଆଧିପତ୍ୟ ବଢି ବଢି ଚାଲିଥାଏ । ଏମିତିକି ରାଣୀଙ୍କର ଶୟନକକ୍ଷ , ଭଣ୍ଡାରଗୃହ ମଧ୍ୟରେ ସେ ଚଳପ୍ରଚଳ ହୁଅନ୍ତି । ରାଣୀଙ୍କ ଅନୁପସ୍ଥତିରେ ମଧ୍ୟ ସେ ବେଳେବେଳେ ଆଦେଶ ଦିଅନ୍ତି । ରାଜକର୍ମଚାରୀମାନଙ୍କୁ , ଧାଈମା’ , ରାଣୀଙ୍କର ନିକଟତର ହୋଇଥିବାରୁ ସେମାନେ କିଛି କହିପାରନ୍ତି ନାହିଁ ।

ଇତିମଧ୍ୟରେ ଶିଶୁପୁତ୍ରଟିକୁ ତିନି ବର୍ଷ ହୋଇ ଗଲାଣି । ଥରେ ରାଣୀମା’ ନିଜ ଆଡ଼କୁ ଆସୁଥିବା ସମୟରେ ଦେଖିବାକୁ ପାଇଲେ ଯେ , ଶିଶୁପୁତ୍ରଟି ଭଣ୍ଡାର ଗୃହରୁ ଦୁଇଟି ସ୍ୱର୍ଣ୍ଣମୁଦ୍ରା ଦୁଇହାତରେ ଧରି ଯାଉଛନ୍ତି । ରାଣୀ ପଛେ ପଛେ ଗଲେ , ଏବଂ ଦେଖିଲେ ଶିଶୁପୁତ୍ରଟି ଏହି ସ୍ୱର୍ଣ୍ଣ ମୁଦ୍ରାଗୁଡ଼ିକୁ ଗୋଟିଏ ଘଡ଼ିରେ ରଖିଲେ । ରାଣୀ ସେହି ଘଡିଟିକୁ ଦେଖନ୍ତିତ ସେଇଟି ପୂରିବାକୁ ବସିଲାଣି । ରାଣୀ ସ୍ନେହର ସହିତ ଶିଶୁ ପୁତ୍ର , ସାଙ୍ଗରେ କଥାବାର୍ତ୍ତା ହୋଇ ଏହି ବିଷୟରେ ଜାଣିବାକୁ ଚାହିଁଲେ । ଶେଷରେ ରାଣୀ ଜାଣିବାକୁ ପାଇଲେ ଯେ , ସେ ରଖିଥିବା ଧାଈମା’ ଜଣକ ପ୍ରତିଦିନ କିଛିକିଛି ସ୍ୱର୍ଣ୍ଣମୁଦ୍ରା ଚୋରିକରି ତା’ର ନିଜ କକ୍ଷରେ ନେଇ ଲୁଚାଇ ରଖୁଛନ୍ତି । ଏବଂ ଏହା ଦେଖି ଶିଶୁପୁତ୍ରଟି ମଧ୍ୟ ସେହିପରି କାର୍ଯ୍ୟ କରିଆସୁଛନ୍ତି । ଦିନେ ରାଣୀ ମା’ ଲୁଚି ରହି ସବୁ ଦେଖିଲେ । ଏବଂ ଧାଈମା ଧରାପଡିଯିବାରୁ ସେ ରାଣୀମା’ଙ୍କ ଗୋଡ଼ତଳେ ସିଧା ପଡିଯାଇ କ୍ଷମା ମାଗିଲା । ରାଣୀ ମା’ ଭାରି ଉଦାର ଏଣୁ ସେ କ୍ଷମା କରିଦେଲେ ସତ । ରାଜ ପରିବାର ସହିତ ବିଶ୍ୱାସଘାତକତା କରିଥିବାରୁ ଧାଈମା’ଙ୍କୁ ସବୁଦିନ ପାଇଁ ରାଜପ୍ରାସାଦରୁ ବାସନ୍ଦ କରାଗଲା । ଶେଷରେ ଧାଈମା’ ପଶ୍ଚାତାପ କଲେ ଓ କାନ୍ଦିକାନ୍ଦି ପୁଣି ଫେରିଗଲେ ତାଙ୍କର କୁଡିଆ ଘରକୁ । ଏକଥା ଶିଶୁପୁତ୍ରଟି ଦେଖୁଥାଏ । ସେ ରାଣୀଙ୍କୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥାଏ । ଶେଷରେ ରାଣୀମା’ ଧାଈମା’ଙ୍କ ବିଶ୍ୱାସଘାତକତା ଓ ଚୋରି କାର୍ଯ୍ୟ ବିଷୟରେ ଶିଶୁଟିକୁ ବୁଝାଇଲେ । ଏବଂ କହିଲେ ଏହା ଏକ ଖରାପ କାର୍ଯ୍ୟ । ତାକୁ ଅନୁକରଣ କରିବା ଦ୍ୱାରା ନିଜର କ୍ଷତି ଘଟିଥାଏ । ଏହା ଶୁଣି ଶିଶୁ ପୁତ୍ରଟି ଚୁପ୍‌ ରହିଲା । ଆଉ ସେହିଦିନଠାରୁ ସେ କେବେ ଭଣ୍ଡାରଘର ଆଡ଼େ ଯାଏ ନାହିଁ । ଶିଶୁ ପୁତ୍ରଟି ଧାଈମା’ଙ୍କ ଏପରି କାର୍ଯ୍ୟକୁ ଶିଖିବା ଓ ଅନୁସରଣ କରିବା ପାଇଁ ରାଣୀ ନିଜକୁ ଦାୟୀ କଲେ ଏବଂ ସେହିଦିନଠାରୁ ଶିଶୁପୁତ୍ରଟିର ଦାୟିତ୍ୱ ନିଜେ ନେଲେ ଓ କର୍ତ୍ତବ୍ୟ ଠିକ୍‌ ରୂପେ ସଂପାଦନ କଲେ ।


Rate this content
Log in

Similar oriya story from Classics