Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୧

Children

3  

ଓଡ଼ିଆ ଗଳ୍ପ ଓ କବିତା - ୧

Children

ଇଟିଲିର ସମାନ ଭାଗ

ଇଟିଲିର ସମାନ ଭାଗ

4 mins
393


ପୃଥି୍ବୀର ଲୋକକଥା,

ପଣ୍ଡିଚେରୀ ଲୋକକଥା (1)

ଇଟିଲିର ସମାନ ଭାଗ

ଥରେ ଖରାଦିନେ ଦୁଇ ସାଙ୍ଗ କୁପନ ଓ ସୁବନ ଦୂର ଜାଗାକୁ ଯାତ୍ରାରେ ବାହାରିଲେ । ପ୍ରତ୍ୟେକ ନିଜ ସାଙ୍ଗରେ ଜଳଖିଆ ନେଇ ଯାଇଥାନ୍ତି । ଯେତେବେଳେ ତାଙ୍କୁ ଭୋକ ଲାଗେ, ସେମାନେ ଗୋଟିଏ ପୋଖରୀ ପାଖରେ ଥିବା ଗଛ ତଳେ ବସି ନିଜର ଜଳଖିଆରୁ କିଛି ଭବିଷ୍ୟତ ପାଇଁ ସଞ୍ଚୟ କରି ବାକିତକ ଖାଦ୍ୟ ଖାଇଦିଅନ୍ତି ।

ଦୁଇ ଦିନ ବିତିଗଲା । ମଧ୍ୟାହ୍ନ ସମୟ । ସେତେବେଳକୁ ସେମାନେ କ୍ଲାନ୍ତ ଓ ଭୋକିଲା । ସେମାନେ କିଛି ଖାଇବାକୁ ଚାହିଁଲେ । କିନ୍ତୁ ପାଖରେ ତାଙ୍କର ପାଣି ନଥିଲା । ସେମାନେ ଏଣେତେଣେ ବହୁ ଦୂର ପର୍ଯ୍ୟନ୍ତ ଲକ୍ଷ୍ୟ କଲେ, କିନ୍ତୁ କେଉଁଠି ହେଲେ ପୋଖରୀ କି ଝରଣା ଦେଖିବାକୁ ପାଇଲେ ନାହିଁ ।

“ହେ ବାଟୋଇ ! ମୁଁ ଗତ ଦୁଇ ଦିନ ହେଲା କିଛି ଖାଇ ନାହିଁ । ଗୋଟିଏ ମାଙ୍କଡ ମୋର ସବୁ ଖାଦ୍ୟକୁକ ମୋ ଠାରୁ ଛଡାଇ ନେଲା । ଯଦି ତମେ ମତେ କିଛି ଖାଇବାକୁ ଦିଅନ୍ତ, ମୁଁ ତମ ପ୍ରତି କୃତଜ୍ଞ ରୁହନ୍ତି ।” ଜଣେ ଅପରିଚିତ ବ୍ୟକ୍ତିଟିଏ ସେମାନଙ୍କୁ କହିଲା ।

ଦୁଇ ସାଙ୍ଗ ଅପରିଚିତ ବ୍ୟକ୍ତିକୁ ଆନନ୍ଦରେ ଚାହିଁଲେ । “ଆମେ ତମକୁ କିଛି ଖାଦ୍ୟ ଦେବାକୁ ମନା କରୁନାହୁଁ । କିନ୍ତୁ ଦେଖନ୍ତୁ ଆମ ପାଖରେ ଆଦୌ ପାଣି ନାହିଁ ।” କୁପନ କହିଲା ।

“ପାଣି । ମୋ ପାଖରେ ବହୁତ ପାଣି ଅଛି ।” ଏହା କହି ଅପରିଚିତ ବ୍ୟକ୍ତିଟି ତା’ର ମୁଣିରୁ ପାତ୍ରଟିଏ ବାହାର କଲା ।

ତିନି ଜଣଯାକ ଗୋଟିଏ ଜାଗାରେ ବସିଲେ ଏବଂ ନିଜ ନିଜର ଖାଦ୍ୟ ମୁଣି ଖୋଲିଲେ । କୁପନ ପାଖରେ ତିନୋଟି ଇଟିଲି ଏବଂ ସୁବନ ପାଖରେ ଦୁଇଟି ଇଟିଲି ଥିଲା । ସେମାନେ ସବୁ ଇଟିଲି ଏବଂ ପାଣି ମଗକୁ ତିନିଜଣଯାକ ମଝିରେ ଥୋଇ ତା ଚାରିପାଖେ ତିନିଜଣଯାକ ବସି ପଡିଲେ । ସେମାନେ ଜଳଖିଆ ଖାଇ କିଛିଚ ସମୟ ବିଶ୍ରାମ ନେଲେ । ଅପରିଚିତ ବ୍ୟକ୍ତିଟିର ଅନ୍ୟ ଦିଗରେ ଯିବାର ଥିଲା । ସେ ପାଞ୍ଚଟି ରୁପା ମୁଦ୍ରା ସେ ଦୁହିଁଙ୍କୁ ଦେଇ ସେଠାରୁ ବିଦାୟ ନେଲା ।

କୁପନ ସୁବନକୁକ ଦୁଇଟି ରୁପା ମୁଦ୍ରା ଦେଇ କହିଲା - “ମୋର ତିନୋଟି ଇଟିଲି ଥିଲା । ତେଣୁ ମୁଁ ତିନୋଟି ରୁପା ମୁଦ୍ରା ନେବି । ତମର ଦୁଇଟି ଇଟିଲି ଥିଲା । ତେଣୁ ଦୁଇଟି ରୁପା ମୁଦ୍ରା ନିଅ ।”

ସୁବନ ଦୁଇଟି ରୁପା ମୁଦ୍ରା ନେଇଗଲା । କିନ୍ତୁ କହିଲା - “ଏଇଟା ଭଲ କଥା ନୁହେଁ । ଅପରିଚିତ ବ୍ୟକ୍ତିଟି ତମ ଖାଦ୍ୟର ଯେତିକି ଖାଇଲା, ମୋ ପାଖରୁ ମଧ୍ୟ ସେତିକି ଖାଇଲା । ତେଣୁ ତମର ତିନୋଟି ରୁପା ମୁଦ୍ରା ନେବା ଠିକ୍ ହେଉନାହିଁ । ଦୁହେଁ ସମାନ ଭାଗ କରି ନେବା ଉଚିତ୍ । ମତେ ସେଇ ଗୋଟିଏ ରୁପା ମୁଦ୍ରାରୁ ରେଜା କରି ଅଧେ ଦିଅ ।”

କିନ୍ତୁ କୁପନ ତାକୁ ଅଧେ ଦେବାକୁ ମନା କରିଦେଲା । ତେଣୁ ସେମାନଙ୍କ ଭିତରେ କଜିଆ ଲାଗିଗଲା । ଶେଷରେ କୁପନ ସୁବନକୁ ଶାନ୍ତି କରାଇବାକୁ ଯାଇ କହିଲା - “ଆମେ ଯେତେବେଳେ ଆମର ଲକ୍ଷ୍ୟ ସ୍ଥଳରେ ପହଞ୍ଚିଯିବା, ସେହି ଗାଁର ମୁଖିଆକୁ ଆମ କଜିଆର ସମାଧାନ କରିବାକୁ କହିବା । ଏବେ ତମେ ଶାନ୍ତ ହୋଇଯାଅ ।”

ସେମାନେ ପୁଣି ନିଜର ଯାତ୍ରା ଆରମ୍ଭ କଲେ । କିଛି ସମୟ ଚାଲିବାପରେ ସେମାନେ ପୁଣି ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିଗଲେ ।ସେମାନେ ସେଠାରେ ପହଞ୍ଚିବା ମାତ୍ରେ ସାଙ୍ଗେ ସାଙ୍ଗେ ଗାଁର ମୁଖିଆକୁ ଯାଇ ଦେଖାକଲେ ।

ସେମାନେ ମୁଖିଆଙ୍କ ପାଖରେ ତାଙ୍କର ସବୁକଥା ବର୍ଣ୍ଣନା କଲେ । ମୁଖିଆ ସବୁକଥା ଧୈର୍ଯ୍ୟର ସହକାରେ ଶୁଣିଲେ । ତାପରେ କହିଲେ ତାହାହେଲେ ତମେ ତାକୁ କେମିତି ଭାଗକରି ଖାଇଲ ।

“ସମାନ ଭାବରେ ହଜୁର, ସମାନ ଭାବରେ ।” ଦୁହେଁ ଏକାଠି ଉତ୍ତର ଦେଲେ ।

“ତୁମେ ଏଥର ନିଶ୍ଚିତ ।” ମୁଖିଆ ପଚାରିଲେ ।

“ହଁ ଆମେ ନିଶ୍ଚିତ ।” ସୁବନ ଉତ୍ତର ଦେଲେ ।

“ତା’ହେଲେ ସୁବନ ଗୋଟିଏ ରୂପା ମୁଦ୍ରା କୁପନକୁ ଫେରାଇବ ।” ଫଳରେ ସମସ୍ୟର ସମାଧାନ ହୋଇଯିବ ।ମୁଖିଆ ଉତ୍ତର ଦେଇ କହିଲେ ଏହା ହେଲା ଏଇ ସମାସ୍ୟାର ସମାଧାନ ।

ମୁଖିଆଙ୍କ ନିଷ୍ପତ୍ତି ସୁବନକୁ ଉତ୍ତେଜିତ କରି ପକେଇଲା । କିନ୍ତୁ ସେ କାହାକୁ କିଛି ନକହି ନିଜକୁ ଅବିଚଳିତ ରଖି ମୁଖିଆଙ୍କୁ କହିଲା – “ସାର୍, ମୁଁ ମଧ୍ୟ ସେହି ଅପରିଚିତ ବ୍ୟକ୍ତିକୁ ସମାନ ଭାଗ ଦେଇଥିଲି । ତେଣୁ ସମାନ ପରିମାଣରେ ମୁଦ୍ରା ପାଇବାର ଅଧିକାର ମୋର ଅଛି । ଆଗ ଏଇ ଘଟଣାକୁ ପୁନର୍ବିଚାର କରନ୍ତୁ ।”

“ଏଥିରେ ପୁନର୍ବିଚାର କରିବାର କିଛି ନାହିଁ । ତଥାପି ତମର ସନ୍ତୋଷ ପାଇଁ ମୁଁ କହୁଛି

ଶୁଣ । ତମେ ଦୁହେଁଯାକ କହୁଛ ଯେ, ପାଞ୍ଚଟି ଇଟିଲିକୁ ଭାଗବାଣ୍ଟି ଖାଇଲ । ଯଦି ତମେ ପ୍ରତ୍ୟେକ ଇଟିଲିକୁ ଭାଗବାଣ୍ଟି ଖାଇଲ, ତେବେ ପ୍ରତ୍ୟେକ ଇଟିଲିକୁ ତିନି ଭାଗ କରିଥିବ ।”

“ହଁ” । ସାଙ୍ଗ ଦୁଇଜଣ ଏକମତ ହୋଇ ଉତ୍ତର ଦେଲେ ।

“ତା’ହେଲେ ତମର କେତେଖଣ୍ଡ ଇଟିଲି ହେଲା ?” ମୁଖିଆ କୁପନକୁ ପଚାରିଲେ ।

“ତିନି ଗୁଣନ ତିନି, ନଅଖଣ୍ଡ ହଜୁର ।” କୁପନ ଉତ୍ତର ଦେଲା ।

“ତମର କେତେ ଖଣ୍ଡ ଦେଲା ସୁବନ ?”

“ତିନି ଗୁଣନ ଦୁଇ, ଛଅଖଣ୍ଡ ହଜୁର ।” ସୁବନ ଉତ୍ତର ଦେଲା

“ତେବେ ତମ ଦୁହିଁଙ୍କର ମିଶି କେତେ ଖଣ୍ଡହେଲା ?”

“ନଅଖଣ୍ଡ ମିଶାଣ ଛଅଖଣ୍ଡ ପନ୍ଦର ଖଣ୍ଡ ।”- ଦୁହେଁ ଉତ୍ତର ଦେଲେ ।

“ଯଦି ତିନି ଜଣ ଲୋକ ପନ୍ଦରଖଣ୍ଡ ଇଟିଲିକୁ ସମାନ ପରିମାଣରେ ଖଆନ୍ତି, ତେବେ ଜଣକୁ ପାଞ୍ଚଖଣ୍ଡ ପଡିବ । ମୁଁ ଠିକ୍ କହୁଛି ନାଁ ?” ମୁଖିଆ ପଚାରିଲେ ।

“ହଁ ହଜୁର ।” ଦୁହେଁ ଉତ୍ତର ଦେଲେ ।

“ତେବେ ସୁବନ ମତେ କୁହ ତମେ ତମର ପାଞ୍ଚଖଣ୍ଡ ଇଟିଲି ନେବା ପରେ ତମେ ଅପରିଚିତ ବ୍ୟକ୍ତିଙ୍କୁ କେତେ ଖଣ୍ଡ ଦେଲ ?”

“ନଅଖଣ୍ଡ ଇଟିଲିରୁ ସେ ତା’ର ଅଂଶରୁ ପାଞ୍ଚଖଣ୍ଡ ଇଟିଲି ନେଲା । ଆଉ ଚାରିଖଣ୍ଡ ଇଟିଲି ଦେଇଦେଲା ।”

ମୁଖିଆ ପଚାରିଲେ – “ତମ ଅଂଶ ପାଞ୍ଚ ଖଣ୍ଡ ନେଇଯିବା ପରେ ତମେ କେତେ ଖଣ୍ଡ ଅତିଥିଙ୍କୁ ଦେଲ ?”

ସୁବନ ଉତ୍ତର ଦେବାକୁ ଯାଉଥାଏ, କିନ୍ତୁ ମନରେ ତାର ଦ୍ୱନ୍ଦ୍ୱ । ସେ ନିରୁତ୍ତର ରହିଲା । ଜିଭକୁ ସେ ତା’ର କାମୁଡି ପକାଇଲା ।

ମୁଖିଆ ଉଚ୍ଚସ୍ୱରରେ କହିଲେ – “ସଙ୍କୋଚ କାହିଁକି ? କୁହ ।”

ସୁବନ କହିବାକୁ ବାଧ୍ୟ ହେଲା - “ଗୋଟିଏ ମାତ୍ର, ମହାଶୟ ।”

ମୁଖିଆ କହିଲେ – “ସେଥିପାଇଁ ତମେ ଗୋଟିଏ ରୂପା ମୁଦ୍ରା ପାଇଲ । କୁପନ ଚାରି ଖଣ୍ଡ ଦେଇଥିଲା ତେଣୁ ସେ ଚାରି ଟଙ୍କା ପାଇଲା ।ଏଥର ବୁଝିପାରିଲ ?”

ସୁବନ ପାଇଥିବା ଦୁଇଟି ରୂପା ମୁଦ୍ରାରୁ ଗୋଟିଏ ରୂପାମୁଦ୍ରା ଫେରାଇ ଦେଲା । ତା’ପରେ ଉଭୟେ ବୁଲିପଡି ଯିବାକୁ ବାହାରିଲେ ।

“ରୁହ ।” – ମୁଖିଆ କହିଲେ ।

ବନ୍ଧୁ ଦ୍ୱୟ ବୁଲିପଡି ଫେରିଗଲେ । ମୁଖିଆ କହିଲେ - “ତମର ଇଟିଲି ଥିଲା, କିନ୍ତୁ ପାଣି ନଥିଲା । ଅତିଥି ତମକୁ ପାଣି ଦେଇ ତମର ତୃଷା ନିବାରଣ କଲେ । ତମଠାରୁ ଇଟିଲି ନେଇ ସେ ତମକୁ ପାଣି ଦେଲେ । ତେଣୁ ତମେ ତାଙ୍କଠାରୁ ପଇସା ରଖିବାଟା ଉଚିତ୍ ହେଲା ନାହିଁ । ଏହା କୃତଘ୍ନତା । ସେଥିପାଇଁ ତମକୁ ଜୋରିମାନା ଦେବାକୁ ପଡିବ । ସେଥିପାଇଁ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ରୂପା ମୁଦ୍ରା ଦେବାକୁ ହେବ ।”

ବନ୍ଧୁମାନଙ୍କର କିଛି ଉପାୟ ନଥିଲା, ତେଣୁ ଦେଲେ । ସୁବନ ଯେଉଁ ଗୋଟିଏ ମୁଦ୍ରା ଲାଭ କରିଥିଲା, ତାହା ବି ଚାଲିଗଲା ।



Rate this content
Log in

Similar oriya story from Children