Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

NIBEDITA MOHAPATRA

Inspirational Others

3  

NIBEDITA MOHAPATRA

Inspirational Others

ଡ୍ରେସ୍

ଡ୍ରେସ୍

3 mins
531


ସେଦିନ କୁମାର ପୂର୍ଣ୍ଣିମା ପାଇଁ ବାପାଙ୍କ ସହ ଡ୍ରେସ୍ କିଣିବାକୁ ଯାଇଥାଏ । ଦୋକାନୀ ଆମକୁ ଭିନ୍ନ ଭିନ୍ନ ଡିଜାଇନର ବହୁତ ଗୁଡିଏ ଡ୍ରେସ୍ ଦେଖାଇଲେ । ମୁଁ ସବୁ ଡ୍ରେସ୍ ଗୁଡିକୁ ଭଲ କରି ଦେଖିଲି,ହେଲେ ମୋର କିଛି ପସନ୍ଦ ହେଉ ନ ଥିଲା । ମୁଁ ଦୋକାନର ଚାରିଆଡକୁ ଚାହୁଁଥିଲି । ହଠାତ୍ ମୋ ନଜର ପଡିଲା ଦୋକାନରେ ଟଙ୍ଗା ହୋଇଥିବା ଗୋଟେ ଗୋଲାପି ଡ୍ରେସ୍ ଉପରେ । ସେଇ ଡ୍ରେସ୍ ଟି ବହୁତ ସୁନ୍ଦର ଲାଗୁଥିଲା ।  ମୋର ବି ବହୁତ ପସନ୍ଦ ହେଇଥିଲା ସେଇଟା । ମୋ ଆଖି ସେଇଠି ହିଁ ଲାଗି ରହିଥିଲାବେଳ ହଠାତ୍ ନିରବତା ଭାଙ୍ଗି ବାପା କହିଲେ,କିଛି ପସନ୍ଦ କଲୁନା ନାହିଁ  । ଶିଘ୍ର କର,ମା’ରେ ସେଆଡେ ବହୁତ କାମ ଅଛି ।  ହଁ ହଁ କରୁଛି ।

ମୁଁ ଟିକେ ରହି କହିଲି ;ବାପା ମୁଁ ସେ ଗୋଲାପି ଡ୍ରେସ୍ ଟା ନେବି । ବାପା କହିଲେ,ହଉ ଠିକ୍ ଅଛି ନେ । ବାପା ଦୋକାନୀଙ୍କୁ କହିଲେ ଭାଇ,ସେ ଡ୍ରେସ୍ ଟା ଦିଅ । ଦୋକାନି ଡ୍ରେସ୍ ଟା ଆଣି ଆମ ପାଖରେ ରଖିଲା । ମୁଁ ଡ୍ରେସ୍ ଟିକୁ ଭଲ ଭାବେ ପରଖିଲି । ଗୋଲାପି ରଙ୍ଗର ଡ୍ରେସ୍ ରେ ଛୋଟ ଛୋଟ ଏମ୍ରୋଡୋରି ସାଙ୍ଗକୁ କୁନ୍ଦନର ସୁନ୍ଦର ଡିଜାଇନ୍,ଆଉ ତା ସାଙ୍ଗକୁ ତା ଉପରେ ଥିଲା ଛୋଟ ଜ୍ୟାକେଟ୍ । ବାପା ପଚାରିଲେ,ୟାର ଦାମ୍ କେତେ? ଦୋକାନୀ  କହିଲେ,୧୫୦୦ ଟଙ୍କା । ରିବେଟ୍ କଟି ୧୩୫୦ ଟଙ୍କା ଦବାକୁପଡିବ ।

ବାପା କଣ ଚିନ୍ତା କରି ଚୁପ୍ ରହିଲେ । ତା ପରେ ସେ ଦୋକାନୀ ଜଣଙ୍କୁ ପୁଣି ପଚାରିଲେ ଆଉ ଟିକେ କମ୍ ହବନି?ନା,ନା ଆଉ କମ୍ ହବନି କହି ଦୋକାନୀ ମୁହଁ ଫେରେଇ ନେଲେ । ତା ପରେ କଣ ଭାବିଲେ କେଜାଣି କହିଲେ,ହଉ ଯଦି କହୁଛନ୍ତି ତା ହେଲ ୧୩୦୦ ଟଙ୍କା ଦିଅନ୍ତୁ । ବାପାଙ୍କ ପାଖରେ ବୋଧେ ଏତେ ଟଙ୍କା ନଥିଲା । ବାପା ମତେ ଟିକେ ଚାହିଁଲେ । ଆଉ କହିଲେ ଏଇଟା ନବାନି  । ତୁ ଆଉ କିଛି ଦେଖ । ମୁଁ କିନ୍ତୁ କିଛି ବୁଝି ନଥିଲି । ଆଉ ସେଇଟା ନବା ପାଇଁ ଜିଦ୍ କଲି । ହେଲେ ବାପା ମତେ ବୁଝେଇ ନିଜ ପସନ୍ଦରେ ଗୋଟେ ଡ୍ରେସ୍ ବାଛିଲେ । ଯାହାର ଦାମ୍ ଥିଲା ୫୦୦ ଟଙ୍କା । ମୋର କିନ୍ତୁ ସେଇଟା ପସନ୍ଦ ନଥିଲା । ଆଉ ଅଭିମାନରେ ସେଦନି ମୁଁ ସେ ଡ୍ରେସ୍ ନ ଆଣି ଘରକୁ ଫେରିଆସିଥିଲି ।

ତା'ର ଠିକ୍ ଦି ଦିନ ପରେ ହଠାତ୍ ସଂନ୍ଧ୍ୟା ବେଳକୁ ବାପା କୋଉଠୁ ଟଙ୍କା ଯୋଗାଡ କରି ମୋ ପାଇଁ ମୁଁ ପସନ୍ଦ କରିଥିବା ସେଇ ଡ୍ରେସ୍ ଟିକୁ ଧରି ଘରକୁ ଫେରିଲେ । ମୁଁ ବହୁତ ଖୁସି ହେଇ ଯାଇଥିଲି । ଆଉ ସେ ଖୁସି ବି ଅଧିକ ବଢି ଯାଇଥିଲା ଯେତେବେଳ ମୋ ସାଙ୍ଗ ମାନେ ସେ ଡ୍ରେସ୍ କୁ ତାରିଫ କରିଥିଲେ । ମୋ ପାଦ ତଳେ ଲାଗୁ ନ ଥାଏ । କିନ୍ତୁ ଏ ଖୁସି ଭିତରେ ମୁଁ କିନ୍ତୁ ବୁଝି ପାରି ନଥିଲି ବାପାଙ୍କ ମନ ତଳର ଦୁଃଖ ଆଉ ବେଦନାକୁ ।

ଆଜି୧୫ ବର୍ଷ ପରେ ପୁଣି ସେମିତି ଗୋଟେ କୁମାର ପୂର୍ଣ୍ଣିମା ଆସଛି । ଆଉ ଆଜି ମୁଁ ମୋ ଝିଅ ପାଇଁ ଡ୍ରେସ୍ କିଣିବାକୁ ଆସଛି । ଦୋକାନ ସାରା ନୂଆ ନୂଆ ଡିଜାଇନ୍ ର ଡ୍ରେସ୍ ରେ ଭର୍ତ୍ତି ହୋଇଛ । ମୁଁ ଚାରିଆଡେ ନଜର ପକେଇଲା ବେଳ ମୋ ନଜର ଯାଇ ପଡିଲା ସେମିତି ଗୋଟିଏ ଗୋଲାପି ରଙ୍ଗର ଡ୍ରେସ୍ ଉପରେ । ବହୁତ ସୁନ୍ଦର ଦେଖାଯାଉଥିଲା ସେଇଟା । ତାକୁ ଦେଖି ମୁଁ କିଛି ସମୟ ପାଇଁ ଫେରିଯାଇଥିଲି ମୋ ପିଲାଦିନକୁ । ହଠାତ୍ ପଛ ପଟୁ ମୋ ଝିଅ ଡାକିଲା,"ମାମା ମୁଁ ଏଇ ଡ୍ରେସ୍ ଟା ନେବି । ମୁଁ ସେ ଡ୍ରେସ୍ ଟାକୁ ଟିକେ ଚାହିଁଲି ।

ଜିନ୍ସ୍ ପ୍ଯାଣ୍ଟ୍ ଟା ବଡ ଅଜବ ଲାଗିଲା ମତେ । ପ୍ୟାଣ୍ଟ୍ ର ଜାଗା ଜାଗାରେ ରଙ୍ଗ ଛାଡଗିଲା ପରି ଦେଖାଯାଉଥିଲା,ଆଉ ଆଣ୍ଠୁ ପାଖରେ ଚିରିଯାଇ ସୂତା ବାହାରି ପଡିଥିଲା । ତା ସହ ଥିବା ଟପ୍ସ୍ ବି ଅନୁରୂପ ଆକୃତିର । ବାହୁ ପାଖରେ କଟା,ଆଉ ହାତରେ ଫିତା ଲାଗି ରହିଥିଲା ତଳକୁ । ମୁଁ ଆଶ୍ଚର୍ଯ୍ୟ ହେଇ କହିଲି,ତୁ ଏ ଚିରା ଡ୍ରେସ୍ ନବୁ । ସେ କହିଲା ଚିରା!ମାମା ତୁ ଜାଣିନୁ,ଏଇଟା ଆଜିର ଫ୍ୟାସନ୍ ।  ମୁଁ ତାକୁ ବୁଝେଇବାକୁ ଚେଷ୍ଟା କରି କହିଲି ନା ଆମେ ଏଇଟା ନୁହେଁ ସେ ଗୋଲାପି ଫ୍ରକ୍ ଟା ନବା । ହେଲେ ସେ ବୁଝିବାକୁ ନାରାଜ୍ । ସେ କହିଲା ଏଇଟା ପୁରୁଣା କାଳିଆ ହେଇଗଲାଣି । ଆଜିକାଲି ଏମିତି ଫ୍ରକ୍ କେହି ପିନ୍ଧୁନାହାନ୍ତି । ମୁଁ ସେଇଟା ନେବିନି । ତା ଜିଦ୍ ଆଉ ଯୁକ୍ତି ଆଗରେ ହାରି ଅନ୍ୟ ଉପାୟ ନ ପାଇ ଶେଷରେ ମୁଁ ବାଧ୍ୟ ହେଲି ତା ପାଇଁ ଡ୍ରେସ୍ କିଣିବାକୁ ।

ଆଉ ଫେରିବା ବେଳ ମନରେ ବହୁତ କଷ୍ଟ ହେଲା । ଆଜି ମୋ ଝିଅ ମୋ ପସନ୍ଦର ଡ୍ରେସ୍ ଟା କିଣିଲାନି ବୋଲି । ଆଉ ସେତିକି ବେଳେ ମୋର ମନେପଡିଯାଇଥିଲା ବାପାଙ୍କ କଥା ।  ସେଦିନ ତାଙ୍କ ମନରେ ବି କେତେ କଷ୍ଟ ହେଇ ନ ଥିବ ଯେତେବେଳ ମୁଁ ତାଙ୍କ ପସନ୍ଦର ଡ୍ରେସ୍ ନ ଆଣି ଦୋକାନରୁ ଚାଲିଆସିଥିଲି । ହେଳେ ବାପା ସେ କଷ୍ଟ ମତେ ଜାଣିବାକୁ ବି ଦେଇ ନ ଥିଲେ । ଆଉ ହସିହସି ପର ମୁହୁର୍ତ୍ତରେ କିଣି ଦେଇଥିଲେ ମତେ ମୋ ପସନ୍ଦର ଡ୍ରେସ୍  । ମୁଁ ଆଜି ବୁଝିପାରିଲି ବାପା ମା'ଙ୍କ ହୃଦୟକୁ ବୁଝିବା କେତେ କଷ୍ଟ । ପିଲାମାନଙ୍କ ଖୁସି ପାଇଁ ସେମାନେ ସବୁବେଳେ ନିଜ ଖୁସିକୁ ତ୍ୟାଗ କରିଦେଇଥାନ୍ତି ।

ନିବେଦିତା ମହାପାତ୍ର

ମୁକୁନ୍ଦ ମିଶ୍ର ନଗର,ପୁ୍ରୀ


Rate this content
Log in

Similar oriya story from Inspirational