Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramod Kumar Jena

Others

2.1  

Pramod Kumar Jena

Others

ଅସଲି ନକଲି

ଅସଲି ନକଲି

2 mins
718


ବାବୁଙ୍କ ଉପର ହାକିମ ଆସିବେ । ସେଥିପାଇଁ ମାଆଙ୍କୁ ଆଜି ଫୁରୁସତ୍ ନାହିଁ । ସମସ୍ତେ ମାଆଙ୍କ ହାତ ପରସାକୁ ପସନ୍ଦ କରନ୍ତି । ଅଫିସକୁ ଯିଏ ଆସିଲା, ବାବୁ ତା’କୁ ଘରକୁ ନିମନ୍ତ୍ରଣ କରିବେ । ସେ ଅଫିସ୍ କାମରେ ଆସନ୍ତୁ କି ନିଜ କାମରେ ବାବୁଙ୍କ ଘରେ ଖାଇକରି ଯିବେ ହିଁ ଯିବେ । ଏଣୁ ଏଠି ମାଆଙ୍କ ଘରେ ମାସର ଅଧା ଦିନ ଭୋଜି କହିଲେ ଚଳେ ।

ବାବୁଙ୍କ ଅଫିସରେ ଧନେଶ୍ୱର ୱାଚର୍ ଅଛି । ଦରକାର ହେଲେ ମାଆ ତା’କୁ ବଜାର ହାଟ କରିବାକୁ ଡକେଇ ପଠାନ୍ତି । ମାଆଙ୍କୁ କାମରେ ଟିକିଏ ହାତ ବଟେଇଲେ ଧନେଶ୍ୱରକୁ ବି ଖୁବ୍ ଭଲ ଲାଗେ । ଆଜି କିନ୍ତୁ ଗୁରୁବାର । ଘରେ ଆଇଁଷ ପଶିବନି । ତେଣୁ ଅଡୁଆ । କ’ଣ ରୋଷେଇ କରିବେ, କ’ଣ ଖାଇବାକୁ ଦେବେ, ସେଇ ଚିନ୍ତା ମାଆଙ୍କର । ସେମାନେ ହୁଏତ ମାନୁ ନ ଥିବେ । ହେଲେ ଗୁରୁବାରେ ଓଡିଆ ଘରେ ଆଇଁଷ ଚିନ୍ତା କରିବା ବୃଥା । ଆଇଟମ୍ ତ ବହୁତ ହେଲାଣି । ସାଲାଡ୍ ଠାରୁ ଆରମ୍ଭ କରି ଜହ୍ନି ପୋସ୍ତ ପର୍ଯ୍ୟନ୍ତ । ଦେଖାଯାଉ ଗେଷ୍ଟମାନଙ୍କ ପସନ୍ଦ ହେଉଛି ନା ନାହିଁ ।

କିଛି ସମୟ ପରେ ବାବୁ ଆସି ପହଞ୍ଚିଲେ । ପଛେ ପଛେ ବଡ ସାହେବଙ୍କ କାର୍ । ତା’ ଭିତରୁ ଦୁଇ ଜଣ ଓହ୍ଲେଇଲେ । ଆର ଜଣଙ୍କ ହାକିମଙ୍କ ପି.ଏ ।

ଯଥା ବିଧି ଖାଇବା ପର୍ବ ଆରମ୍ଭ ହେଲା । ଡାଇନିଙ୍ଗ୍ ଟେବଲ୍ ଏପଟେ ହାକିମ, ଆଉ ତାଙ୍କ ସାମ୍ନାରେ ବାବୁ ଆଉ ସାହେବଙ୍କ ପି।ଏ। ସବୁ ଖାଇବା ଜିନିଷ ମାଆ ବଢେଇ ଦେଉଥାନ୍ତି । ଆଉ ଧନେଶ୍ୱର ନେଇ ଟେବୁଲ୍ ଉପରେ ରଖି ଦେଉଥାଏ । ବାବୁମାନେ ଖାଇବା ଆରମ୍ଭ କରିବାକୁ ଯାଉଥାଆନ୍ତି, ହଠାତ୍ ମାଆ ହାତ ଠାରି ଡାକିଲେ । ଧନେଶ୍ୱର ଦ୍ୱାରା ପଚାରିଲେ ଘିଅ ଖାଆନ୍ତି ନା ନାହିଁ ।

ସାହେବ କହିଲେ, ‘ହଁ........ ହଁ......... ଘୃତ ବିନା କୁ ଭୋଜନମ୍ ପଢିଥିଲୁ ପରା ।’ କହି ଠୋ ଠୋ ହୋଇ ହସି ଉଠିଲେ ।

ତା’ ପରେ ଘିଅ ବୋତଲଟା ମାଆ ବଢେଇ ଦେଲେ । ମାଆ ନିଜେ କ୍ଷୀରରୁ ଘିଅ ବାହାର କରନ୍ତି । ବାବୁ ମଧ୍ୟ ଘିଅକୁ ଖୁବ୍ ଭଲ ପାଆନ୍ତି ।

ଖାଇବାର କିଛି ସମୟ ପରେ ପି.ଏ. ଆଜ୍ଞା ଟିକିଏ ଛିଗୁଲେଇ କହିଲେ, ‘ଘିଅ ଟିକେ ମଧ୍ୟ ଭଲ ମିଳିଲାନି । ଏ ଯୁଗରେ ସବୁ ଭେଜାଲ ।’

ବାବୁ ଟିକିଏ ବିଚଳିତ ହୋଇ ପି.ଏ. ବାବୁଙ୍କ ମୁହଁଙ୍କୁ ଚାହିଁଲେ । କାଳେ ବିଗିଡିଯିବେ । ସେଥିପାଇଁ କହିବାକୁ ସାହସ କଲେ ନାହିଁ ଯେ ଏଇଟା ମାଆ ନିଜେ ତିଆରି କରିଛନ୍ତି ।

କିନ୍ତୁ ସାହେବ ନିଜେ ପି.ଏ.ଙ୍କ କଥା ଶୁଣି କହିଲେ, ‘ଆକ୍ଚୁଆଲି ଭେଜାଲ୍ ଖାଇ ଖାଇ ଆମେ ଏତେ ଅଭ୍ୟସ୍ତ ହୋଇ ଗଲୁଣି ଯେ, ଅସଲ କୋଉଟା ନିଜେ ବି ଜାଣି ପାରୁନୁ ।’

© ପ୍ରମୋଦ କୁମାର ଜେନା



Rate this content
Log in