Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବଳରାମ ବାରିକ

Classics Others

2.5  

ବଳରାମ ବାରିକ

Classics Others

ଧର୍ମ ପକ୍ଷ

ଧର୍ମ ପକ୍ଷ

7 mins
7.7K


सर्वधर्मान्परित्यज्य मामेकं शरणं व्रज |

अहं त्वां सर्वपापेभ्यो मोक्षयिष्यामि मा शुच:

ନମସ୍କାର ।ଉପର ଲିଖିତ ଶ୍ରୀମଦ ଭଗବତ ଗୀତା ର ଶ୍ଳୋକ ଟି ଆପଣ ମାନେ ନିଶ୍ଚିତ ପଢିଥିବେ।ଏହି ଶ୍ଲୋକ ଟିର ଭାବାର୍ଥ ବି ବୁଝିଥିବେ।କେହି କେହି ନପଢ଼ି ଥାଇ ପାରନ୍ତି।ହଁ ଅଜିକାଲି କିଏ କାହିଁକି ଏ ସବୁ ପଢିବ।ପଢିଲେ ଵା କଣ ଲାଭ ମିଳିବ।ଛାଡ଼ନ୍ତୁ ସେ କଥା ,ଗୀତାରେ ଅନେକ ଶ୍ଲୋକ ଥାଉ ଥାଉ ମୁଁ କାହିଁକି ଏହି ଶ୍ଲୋକ ଟି ବିଷୟରେ ଏତେ ମୁଣ୍ଡ ଖେଳାଉଛି,ଆପଣ ମାନେ ନିଶ୍ଚୟ ଭାବୁଥିବେ।ମୁଁ ନିଶ୍ଚୟ ଏହାର ଉତ୍ତର ରଖିବି।

କିନ୍ତୁ ତା ପୂର୍ବରୁ ଭାରତ ସମ୍ପର୍କରେ କିଛି ରୋଚକ ତଥ୍ୟ ପରିବେଷଣ କରିବି।ମୋର ଆଶା ଆପଣ ନିଶ୍ଚୟ ଏହାକୁ ହୃଦୟଙ୍ଗମ କରିବେ।

ଭାରତରେ ଏଇ ଅଳ୍ପ କିଛି ବର୍ଷହେଲା, ଧରି ନିଅନ୍ତୁ ପ୍ରାୟ ୭0 ବର୍ଷ ହେବ,ଏକ ଶବ୍ଦ କୁ ବୁଲେଇ ବୁଲେଇ ବିକ୍ରି କରାଗଲା ।ସେହି ଶବ୍ଦ ଟିର ଇଂରାଜୀ ଉଚ୍ଚାରଣ ହେଉଛି "ସିକୁଲାରିଯିମ"।ଏହି ଶବ୍ଦ ଟି ଶୁଣିବାକୁ ବହୁତ ଭଲ ଲାଗେ।ଏହି ସିକୁଲାରିଯିମ ଶବ୍ଦ ଟି ଆସିଛି ସିକୁଲାର ରୁ ,ଚାଲନ୍ତୁ ସିକୁଲାର ର ଅର୍ଥ କଣ ପ୍ରଥମେ ବୁଝିବ।

ପ୍ରସିଦ୍ଧ" ଅକ୍ସଫୋର୍ଡ "ଅଭିଧାନ ଅନୁଯାୟୀ ସେ,ଯିଏ କୌଣସି ଧର୍ମ ଏବଂ ଆଧ୍ୟାତ୍ମିକ ମାମଲା ସହ ଜଡ଼ିତ ଅଟନ୍ତି ନାହିଁ ,ତାଙ୍କୁ ସିକୁଲାର ମଣିଷ କୁହାଯାଏ।ଆଉ ଏହି ଧାରା ଅର୍ଥାତ ଧର୍ମ କୁ ବିଶ୍ୱାସ ନକରିବା ,ଅଧ୍ୟାତ୍ମିକତା କୁ ବିଶ୍ୱାସ ନକରିବା ଧାରା କୁ ସିକୁଲାରିଯିମ କୁହାଯାଏ।ଏକଥା ମୁଁ କହୁନି ଅକ୍ସଫୋର୍ଡ ଅଭିଧାନ କହୁଛି।ଆଉ ଏହି ସିକୁଲାର ଶବ୍ଦ ଟି ଆମ ଭାରତୀୟ ଶବ୍ଦ ନୁହେଁ,ତେଣୁ ଭାରତର ଅଭିଧାନ ରେ ତାର ଅର୍ଥ କୋଉଠି ପାଇବା। କିନ୍ତୁ ଧୀରେ ଧୀରେ ଏହି ଶବ୍ଦ କୁ ତପ୍ରସିଦ୍ଧ କରାଗଲ।ହୋଉ ଠିକ୍ ଅଛି।

ଏବେ ଚାଲନ୍ତୁ ଜାଣିବା ଚର୍ଚ୍ଚ କଣ କହୁଛି ସିକୁଲାର ର ଅର୍ଥ।ଚର୍ଚ୍ଚ ଅନୁଯାୟୀ ଧାର୍ମିକ ନିୟମ ଆଉ ଧର୍ମ ଅଙ୍ଗ ସହ ଯାହାକୁ ଆମେ ବାଧ୍ୟ କରି ଯୋଡି ନଥାଉ ତାହାକୁ ସିକୁଲାର କହନ୍ତି।ମାନେ ସିକୁଲାର ଅର୍ଥ ଯିଏ କୌଣସି ନିୟମ ଭିତରେ ବାନ୍ଧି ହୋଇ ରହେ ନାହିଁ।ଧ୍ୟାନ ଦିଅନ୍ତୁ ,ଏ କଥା ମୁଁ କହୁନି ଚର୍ଚ୍ଚ କହୁଛି।

ସିକୁଲାରିଯିମ ଶବ୍ଦ ଟି କୁ ଉଦ୍ଭାବନ କରିଥିଲେ "ହୋଲିଓକେ" ।ତାଙ୍କ ମତରେ ଏହା ଏକ ସାମାଜିକ ଧାରା କୌଣସି ଧର୍ମ ଆଉ ଧାର୍ମିକ ବିଶ୍ୱାସ ଠୁ ସମ୍ପୂର୍ଣ ଅଲଗା।ସେ ପୁଣି କହିଥିଲେ ଏହା କାହାର ପ୍ରତିନିଧି ନୁହେଁ କି କାହାର ବିରୁଦ୍ଧରେ ନୁହେଁ।

ମୋର ଆଶା ଏବେ ଆପଣ ଅଳ୍ପ ବହୁତେ ଏହି ବିଦେଶୀ ଶବ୍ଦଟିର ଅର୍ଥ ବୁଝି ସାରିଥିବେ।

ଏବେ ଆସନ୍ତୁ କିଛି ମଜାଦାର ତଥ୍ୟ ଜାଣିବା ଏହି ଶବ୍ଦଟିର ବାବଦରେ।ଇଂରାଜୀ ମାନେ ଭାରତ ରୁ ଯାଉ ଯାଉ ଏହି ଶବ୍ଦ ଟି ସେତେବେଳ ର ଗାନ୍ଧିବାଦୀ ଙ୍କୁ ଉପହାର ଦେଇ ଚାଲି ଗଲେ।ସେହି ଶବ୍ଦଟିକୁ ତାଙ୍କ ଉତ୍ତରାଧିକାରୀ ମାନେ ବି ଜପ କରିବାକୁ ଲାଗିଲେ।

ଆଗରୁ ଆମ ସମ୍ବିଧାନ ରେ ଏହି ଶବ୍ଦଟି ଲିଖିତ ଆକାରରେ ନଥିଲା।କିନ୍ତୁ ୧୯୭୬ ମସିହା ରେ ସ୍ୱୟଂ ଶ୍ରୀମତୀ ଇନ୍ଦିରା ପ୍ରିୟଦର୍ଶିନୀ ସମ୍ବିଧାନରେ ୪୨ତମ ସଂଶୋଧନ କଲେ। ସିକୁଲାର ଆଉ ସିକୁଲାରିଯିମ କୁ ଜବରଦସ୍ତ ଭର୍ତି କରାଇଲେ।

ତା ପରେ ଏହି ଶବ୍ଦ ବାବଦରେ ଭାରତୀୟ ଜ୍ଞାନୀ ମାନେ ତାର ଅର୍ଥ ଲେଖିଲେ।ସେହି ଜ୍ଞାନୀ ମାନଙ୍କ ଜ୍ଞାନ ଅତି ଚମତ୍କାର ଥିଲା।ଯାହା ବିଦେଶୀ ଅଭିଧାନ ଆଉ ଚର୍ଚ୍ଚ କହିଥିଲା ତାକୁ ପୁରା ଓଲଟେଇ ଦେଲେ।ଆଉ ଭାରତ ରେ ତାର ମାନ୍ୟତା ଦିଆଗଲା ଯେ ସିକୁଲାରିଯିମ ର ଅର୍ଥ ଧର୍ମନିରପେକ୍ଷତା।ଆଉ ଯିଏ ସବୁ ଧର୍ମ କୁ ସମାନ ଦୃଷ୍ଟିରେ ଦେଖିଲା ତାକୁ ସିକୁଲାର କୁହାଗଲା।

ଭାରତ କୁ ତାଙ୍କ ତଥାକଥିତ ଭାଷା ରେ ସିକୁଲାର ଦେଶ କରିବା ର ସ୍ୱପ୍ନ ଦେଖୁଥିବା ମହାତ୍ମା ,ମୋହନ ଦାସ୍ ଶ୍ରୀରାମ ଚରିତ ମାନସ ର ମୂଳ ଗୀତ କୁ ବଦଳାଇ ତାକୁ ସେଥିରେ "ଈଶ୍ୱର ଅଲ୍ହା ତେରା ନାମ ସବକୋ ସଂମ୍ମତି ଦେ ଭଗବାନ" ଯୋଡି ଦେଲେ।ସେତେବଳେ ଭାରତରେ ଖ୍ରୀଷ୍ଟ ଧର୍ମଲମ୍ବୀ ଅଧିକ ନଥିଲେ ,ନହେଲେ ମୋତେ ଯାହା ଲାଗୁଛି ,ଗାନ୍ଧୀ ଜି ...ଈଶ୍ୱର,ଅଲ୍ହା,ଯୀଶୁ,ସାଇ ବାବା ତେରୋ ନାମ ଆଦି ଯୋଡି ଦେଇ ଥାନ୍ତେ।

ଆଛା ମୋର କହିବାର କଥା ହେଲା,ଆମେ ରାମ ଚରିତ ମାନସ ରେ ଅଲ୍ହା ଙ୍କୁ ପୁରେଇ ଦେଲେ ଭଲ କଥା।ଭଗବାନ ତ ଜଣେ ନାଁ।କିନ୍ତୁ କୌଣସି ମସଜିଦ ର ଗୀତ ରେ କିମ୍ବା ଚର୍ଚ୍ଚ ର ଗୀତ ରେ ଆପଣ ଶୁଣିଛନ୍ତି ସେଥିରେ ଗଣେଷ,ପାର୍ବତୀ,ଶିବ,ବିଷ୍ଣୁ ଆଦିଙ୍କର ନାମ ଥିବାର।

ମୋର ପ୍ରଶ୍ନ ତାହେଲେ ଏମିତି କାହିଁକି ହେଲା??

ଭାରତ ସ୍ୱାଧୀନ ହେବାପରେ ସମ୍ବିଧାନ ସୃଷ୍ଟି ହେଲା।ଏହି ସମ୍ବିଧାନ ରେ ଗରିବ ରୁ ଗରିବତମ ଲୋକର ଅଧିକାର ବିଷୟରେ ଚିନ୍ତା କରାଗଲା।କିନ୍ତୁ ଧର୍ମ କୁ ନେଇ ଅନେକ ଧାରା ଉପଧାର ଏମିତି ଯୋଡି ଦିଆଗଲ।ଯାହା ଫଳ ରେ ଆମ ଦେଶ ରେ ସମସ୍ତଙ୍କ ପାଇଁ ସମାନ ନ୍ୟାୟ ବ୍ୟବସ୍ଥା ଥାଉ ଥାଉ ମୁସଲମାନ ଭାଇ ଭଉଣୀ ନିଜ ପାଇଁ "ଆରବୀୟ ସରିୟତ ନିୟମ ଆଗକୁ ଆଣିଲେ।

ଏହାକୁ ସ୍ୱୟଂ ଇନ୍ଦିରା ଜୀ ପ୍ରଶୟ ଦେଇଥିଲେ।ଯାହାର ଭୟଙ୍କର ରୂପ ଏବେ ମୁସଲିମ ମହିଳା ଭୋଗିଲେ,ଆଉ ସେମାନେ ସରିଆ ବାଡ଼ କୁ ଭାଙ୍ଗି ସୁପ୍ରିମକୋର୍ଟ ର ଦ୍ୱାରସ୍ଥ ହେଲେ।

ଟିକେ ପଛକୁ ଫେରିଯିବା, ଭାରତକୁ ଯେତେବଳେ କୌଣସି ବିଦେଶୀ ଆକ୍ରମଣକାରୀ ଆସିନଥିଲେ ସେତେବେଳେ ଭାରତୀୟ ଙ୍କ ଧର୍ମ କଣ ଥିଲା।ସ୍ଵତସ୍ପୃତ ଭାବରେ ଏହା ହିଁ ଉତ୍ତର ହେବ,କେବଳ ସନାତନ ଧର୍ମ ହିଁ ଥିଲା।ସେ ସମୟ ରେ କେବେ ବି ଧର୍ମ କୁ ନେଇ ଲଢେ଼ଇ ହୋଇ ନଥିଲା।କେବଳ ରାଜ୍ୟ ଜିତିବାର ଅଭିଳାଷ ନେଇ ରାଜା ଆଉ ରାଜ୍ୟ ମାନଙ୍କ ମଧ୍ୟରେ ଲଢେ଼ଇ ହେଉଥିଲା।

କିନ୍ତୁ ବିଦେଶୀ ଧର୍ମ ଯେପରି ପାର୍ସି,ଇସଲାମ, ଖ୍ରୀଷ୍ଟ ଆଦି ଭାରତ ରେ ପ୍ରବେଶ କଲା ପରେ ,ଧୀରେ ଧୀରେ ଧର୍ମ କୁ ନେଇ ଲଢେ଼ଇ ହେଲା।ଘନ ଘନ ମୁସଲିମ ଆକ୍ରମଣ ଭାରତର ସନତନୀ ଙ୍କୁ ଢେର କ୍ଷତି ପହଞ୍ଚାଇଲା।ଶାନ୍ତ କମନୀୟ ସନାତନ ଧର୍ମାବଲମ୍ବୀ ମାନଙ୍କୁ ଅକଥନୀୟ ଅତ୍ୟାଚାର କରା ଯାଇ ଜବରଦସ୍ତ ଧର୍ମ ପରିବର୍ତନ କରାଗଲା।ଯିଏ ବିରୋଧ କରୁଥିଲା ତାକୁ ମାରିବାକୁ ପଡୁଥିଲା।ଲକ୍ଷ ଲକ୍ଷ ନାରୀ ଙ୍କୁ ମୁସଲିମ ଶାସକ ମାନେ ଧର୍ଷଣ କରୁଥିଲେ।ସ୍ୱାମୀ ଆଗରେ ସ୍ତ୍ରୀ ର ସତୀତ୍ଵ ହରଣ କରାଯାଉଥିଲା।

ଆପଣମାନେ ଭାବୁଥିବେ ସେ ପୁରୁଣା କଥା ଏବେ କାହିଁକି ?

ଥରେ ଚିନ୍ତା କରନ୍ତୁ ।ଆଜି ରାମ ମନ୍ଦିର ପାଇଁ ବିବାଦ ଚାଲୁଛି।କିଏ କହୁଛି ସେଇଟା ଧାର୍ମିକ ବିବାଦ ଆଉ ରାଜନୀତିକ ବିବାଦ ??

ମୁଁ କହୁଛି ସେ ବିବାଦ ପଛରେ ମୁଳ କାରଣ ହେଉଛି ସିକୁଲାରିଯିମ।

ଥରେ ଚିନ୍ତା କରନ୍ତୁ ରାମ କଣ ଆରବ ରେ ଜନ୍ମ ହୋଇଥିଲେ ନା ଅଷ୍ଟ୍ରେଲିଆ ରେ ?ନିଶ୍ଚିତ ଭାବରେ ଭାରତ ରେ ।କିନ୍ତୁ ବାବର ନାମକ ମୋଗଲ ଶାସକ ତ ବିଦେଶରୁ ଆସି ଭାରତ ରେ ଶାସନ କରିଥିଲେ।ସେମାନେ ଭାରତ ରୁ ନିଛନ ହେଲା ପରେ ତାଙ୍କ ଧର୍ମ କୁ ଗ୍ରହଣ କରିଥିବା କିଛି ଭାରତୀୟ ମୁସଲମାନ ତ ଏବେ ଜିଦି ଧରି ବସିଛନ୍ତି ସେଇ ଜାଗାଟା ରେ ମସଜିଦ ଥିଲା ବୋଲି।ଆପଣ ଏବେ ବିଚାର କରନ୍ତୁ ଆର୍ଯ୍ୟଭୂମି ଭାରତ କୁ ମୁସଲମାନ ଶାସକ ଅଧିକାର କଲେ ବୋଲି ସିନା ସେ ଜାଗା ରେ ମସଜିଦ ନିର୍ମାଣ କଲେ।ସେମାନେ ଆସିଵା ପୂର୍ବରୁ ସେ ସ୍ଥାନ କାହାର ଥିଲା?

ମଜା କଥା ହେଲା ମସଜିଦ ସପକ୍ଷରେ କିଏ ଲଢ଼ୁଛି ?"ଅଲ ଇଣ୍ଡିଆ ମୁସଲିମ ପର୍ସନଲ ଲ ବୋର୍ଡ"ଏହି ଲ ବୋର୍ଡ କୁ କିଏ ଜନ୍ମ ଦେଇଛି।ସିଧାସିଧି ଉତ୍ତର ସିକୁଲାରିଯିମ।ଏହି ସିକୁଲାରିଯିମ ର ଜନ୍ମଦାତା ଭାରତରେ କେଉଁମାନେ ?ସେମାନଙ୍କ ନାଁ ଆପଣ ଜାଣି ପାରିଥିବେ।ଆଛା ଆଉ ଏକ ରୋଚକ କଥା।କିଛି ନେତା ଧର୍ମ ନିରପେକ୍ଷ ସାଯିବା ପାଇଁ ମୁସଲିମ ଟୋପି ପିନ୍ଧୁଛନ୍ତି, ଆଉ କିଛି କ୍ରସ ବି ବେକରେ ପକାଉଛନ୍ତି ଆଉ ଯୀଶୁ ଙ୍କ ଜନ୍ମ ଦିନ ପାଳନ କରୁଛନ୍ତି।ତାଙ୍କ ଦ୍ଵାରା ରଚିତ ଏହି ସିକୁଲାରିଯିମ କୁ ଚରିତାର୍ଥ କରିବା ପାଇଁ କଣ ଟୋପି ପିନ୍ଧିବା ଆଉ କ୍ରସ ମାଳ ବେକରେ ପକାଇବା ନିହାତି ଦରକାର!!!!

ଜଣେ ନିଜ ଧର୍ମ ରେ ରହି ନିଜ ସଂସ୍କୃତି ରେ ରହି ବି ଏହି ନୂତନ ଧର୍ମ ଗୁଡିକୁ ବି ସମ୍ମାନ ଦେଇପାରେ।

କିଛି କବି ଏକତାର ଗୀତ ଏମିତି ବି ଗାଇଛନ୍ତି ..."ତୁ ମେରେ ଗୀତା ପଢଲେ ,ମେ ତେରା କୁରାନ"।ଏହାର ଆବଶ୍ୟକତା କଣ ଅଛି।ସବୁ ଧର୍ମ ଗ୍ରନ୍ଥ ରେ ତ ଏକା ଜିନିଷ ଲେଖା ଅଛି।ମୁଁ ମୋର ନିଜର ଧର୍ମ ଗ୍ରନ୍ଥ ପଢି ଯଦି ଠିକ୍ ଜିନିଷ କୁ ବୁଝି ଯାଇଛି ଅନ୍ୟ ଗ୍ରନ୍ଥ ପଢ଼ିବାରରେ ଜମାରୁ ଆବଶ୍ୟକତା ନାହିଁ।କାରଣ ଭଗବାନ ତ ଜଣେ ନା।

ଦୁଃଖ ଆଉ ପରିତାପ ର ବିଷୟ ହେଉଛି ନୂତନ ଭାବେ ସରଞ୍ଚନା ହେଇଥିବା ଏହି ସିକୁଲାରିଯିମ କୁ ହିନ୍ଦୁ ମାନେ ଅଧିକ ପ୍ରାଧାନ ଦେଇ ସନାତନ ଧର୍ମ ଓ ସଂସ୍କୃତି କୁ ଇତ୍ତର କରୁଛନ୍ତି।

ମୁଁ କାହିଁକି ଧର୍ମନିରପେକ୍ଷ ହେବି??

ମୁଁ କଣ ନିଜ ଧର୍ମ ର ସପକ୍ଷରେ ରହି ଦେଶ ଗଠନ ରେ ଭୂମିକା ନେଇ ପାରିବିନି?

ସ୍ୱାଧୀନତା ପରେ ପରେ ମୁସଲମାନ ଧର୍ମ ସଙ୍ଗେ ସଙ୍ଗେ ଖ୍ରୀଷ୍ଟ ଧର୍ମ ର ପ୍ରଚାର ,ପ୍ରସାର ଜୋରଦାର ଚାଲିଲା।ଚଳିବନି ବା କେମିତି ଆମ ସମ୍ବିଧାନ ରେ ପରା ଲେଖା ହୋଇଗଲା।କେହି ବି ନିଜ ଇଚ୍ଛା ଅନୁସାରେ ଧର୍ମ ଗ୍ରହଣ କରିପାରିବେ ଆଉ ତାକୁ ନିତିଦିନ ଜୀବନରେ ବୃଦ୍ଧି କରାଇ ପାରିବେ।ଯଦି ଭାରତ ର ଭବିଷ୍ୟ ଏମିତି ଗଠନ କରିବାରେ ଥିଲା ,ତାହେଲେ ଧର୍ମ ର ଆଧାର ରେ ପାକିସ୍ଥାନ କାହିଁକି ସୃଷ୍ଟି କରାଗଲ।ସେତେବେଳ ଯେଉଁ ଧର୍ମ ଗୁଡିକ ସଂଖ୍ୟା ଲଘୁଥିଲା ଏବେ ତାହା ସବୁ ହୁ ହୁ ବଢ଼ିବାରେ ଲାଗିଛି।ଆଉ ସେହି ନିର୍ଦ୍ଧିଷ୍ଟ ଧର୍ମ ର ଭାରତୀୟ ମାନେ ପ୍ରଥମେ ଧର୍ମ ଆଉ ତା ପରେ ଭାରତୀୟତା ବୋଲି ଅଜିକାଲି ମତ ଦେବା ଆରମ୍ଭ କରି ସାରିଲେଣି।କଥା କଥା ରେ ଏହା ଯୁକ୍ତି କରୁଛନ୍ତି ଆମ ଧର୍ମ ଗ୍ରନ୍ଥ ରେ ଅମୁକ ଲେଖା ଅଛି ,ସମୁକ ଲେଖା ଅଛି।

ଆଉ କିଛି ତଥା କଥିତ ଉଗ୍ରଧର୍ମ ଗୁରୁ ନିଜ ଧର୍ମ କୁ ଶ୍ରେଷ୍ଠ କହି ସନାତନ ଧର୍ମ କୁ ମନୁବାଦି ଆଉ କୁସଂସ୍କାର ରେ ଭରା ବୋଲି କହିଛନ୍ତି।କିଛି ସିକୁଲାର ହିନ୍ଦୁ ନେତା ରାମାୟଣ ,ମହାଭାରତ ଆଦି ଗ୍ରନ୍ଥ କୁ ମନଗଢ଼ା କାହାଣୀ ବି କହିଲେଣି।ଏହି ପରମ୍ପରା ର ମୂଳଦୁଆ ନେହରୁ ଜୀ ପକାଇଥିଲେ।

ସାମ୍ପ୍ରତିକ ଘଟଣା କୁ ଅଵଲୋକନ କରନ୍ତୁ ,କିଛି ସିକୁଲାର ନେତା ସ୍କୁଲ କଲେଜ୍ ରୁ ହିନ୍ଦୁ ଦେବା ଦେବୀ ଙ୍କ ମୂର୍ତ୍ତି ହଟାଇବାକୁ କହିଲେଣି।ଗଣେଷ ପୂଜା ,ସରସ୍ୱତୀ ପୂଜା ଶିକ୍ଷାନୁଷ୍ଠାନ ରେ ବନ୍ଦ କରିବା ପାଇଁ କୋର୍ଟ ର ଦ୍ୱାରସ୍ଥ ହେଲେଣି।କିନ୍ତି ସେଇ ସିକୁଲାର ନେତା ମାନେ ନିଜ ସିକୁଲାର ଛବି ମଳିନ ପଡ଼ିବା ଡର ରେ ମଦ୍ରାସା ରୁ କୋରାନ ଆଉ ସେଣ୍ଟ ମେରୀ ସ୍କୁକ ରୁ ମଦର ମେରୀ ଆଉ ଯୀଶୁ ଙ୍କ ମୂର୍ତ୍ତି ଆଉ ଫଟୋ ହଟାଇବାକୁ ସାହସ କରୁ ନାହାନ୍ତି।

ଏ କି ପ୍ରକାର ଧର୍ମ ନିରପେକ୍ଷତା।ଅତୀତ ରେ ହିନ୍ଦୁ ଯେପରି ହିନ୍ଦୁ ପାଇଁ ଶତ୍ରୁ ସାଜିଥିଲା ଆଉ ଯାହା ଫଳ ରେ ଭାରତରେ ସନାତନ ସଂସ୍କୃତି ଲୋପ ପାଇବା ସ୍ତରକୁ ଆସିଯାଇଥିଲା।ଆଜି ଠିକ୍ ସେହିପରି ଆମ ସମାଜ ରେ ଦେଖା ଯାଉଛି।ଖ୍ରୀଷ୍ଟିଆନ ,ଖ୍ରୀଷ୍ଟିଆନ ହେଇ ରହୁଛି ,ଟଙ୍କା ଦେଇ ଧର୍ମ ପରିବର୍ତନ କରାଉଛି।ମୁସଲିମ ମୁସଲମାନ ହେଇ ରହୁଛି , ଲଭ୍ ଜିହାଦ୍ ଏବଂ ଭୟ ଦେଖାଇ ନିଜର ଧର୍ମ ବଢ଼ାଉଛି।କିନ୍ତୁ ବ୍ୟତିକ୍ରମ ହେଉଛି ହିନ୍ଦୁ ଲିବେରାଲ, ସିକୁଲାର,ବାମବାଦୀ, ନାସ୍ତିକ ଆଦି ହେଇ ଯାଉଛି ଏବଂ ନିଜ ଧର୍ମ କୁ କ୍ଷତି ରେ ପକାଇବା ସଙ୍ଗେ ସଙ୍ଗେ ,ହିନ୍ଦୁ ମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରୁଛି।ଆଉ କିଛି ରାଜନୈତିକ ଦଳ ଆଖି ବୁଜି ଏସବୁକୁ ସମର୍ଥନ ଦେଉଛନ୍ତି।ସେମାନେ ଭୁଲି ଯାଉଛନ୍ତି ଇତିହାସ ଏହି ଦଳ ଗୁଡିକୁ ବହୁତ ପଛକୁ ନେଇଯିବ, କିନ୍ତୁ ଧର୍ମ ଓ ସଂସ୍କୃତି ହିଁ ଅମର ହୋଇ ରହିବ।ଯଦିସରଦାର ବଲଭ ଭାଇ ପଟେଲ ଇଚ୍ଛା ଶକ୍ତି ଜୋଟେଇ ନଥାନ୍ତେ ବ,ବିଦେଶୀ ଆକ୍ରମଣ ରେ ଧରାସାଇ ହୋଇଥବା ଗୁଜୁରାଟ ର ସୋମନାଥ ଙ୍କ ମନ୍ଦିର କଣ ପୁନରୁଦ୍ଧାର ହୋଇ ପାରିଥାନ୍ତା।

ସତରେ ଏହି ଧର୍ମନିରପେକ୍ଷତା ଭାରତୀୟ ସଭ୍ୟତା ଆଉ ସଂସ୍କୃତି କୁ ବିପଦ ଆଡକୁ ଟାଣି ନେବ ଏହାର ସନ୍ଦେହ ନାହିଁ।

ଏହି ସିକୁଲାରିଯିମ ରୁ ଓଡିଶା ବା କେମିତି ବାହାରି ଯାଇଥାନ୍ତା।ଅନେକ ଓଡ଼ିଆ ପାଠ୍ୟପୁସ୍ତକ ରୁ ହିନ୍ଦୁ ଧର୍ମ ଆଉ ସଂସ୍କୃତି ସହ ଜଡ଼ିତ ଥିବା ବାକ୍ୟ ଆଉ ପଦ ଗୁଡିକୁ କାଢି ନିଆ ଯାଇଛି।ତାର ଉଦାହରଣ ହେଉଛି ନନ୍ଦ କିଶୋର ସାମଲ ଙ୍କ ଶିଶୁ କବିତା "ଆମ ଘର" ଯାହାର ପଦ ଗୁଡିକରେ ଅଛି।

ଏଇଟି ମୋର ପଢ଼ିବା ଘର।

ଏଇଟି ଆମ ରୋଷେଇ ଘର।

ଏଇଟି ଅମର ଟିକି ଗଡିଆ ।

କିନ୍ତୁ

ଏଇଟି ଆମର ଗୁହାଳ ଘର।

ଏଇଟି ଆମର ଠାକୁର ଘର ।

ପଦ ଗୁଡିକୁ କାଢି ଦିଆ ଯାଇ ଧର୍ମ ନିରପେକ୍ଷତା ର ଝଲକ ଦେଖାଇବାକୁ ଅପଚେଷ୍ଟା କରାଯାଇଛି।

ଏବେ ଆସନ୍ତୁ ଉପରେ ଲେଖାଥିବା ଗୀତା ଶ୍ଳୋକ ର ଭାଵାର୍ଥ ବୁଝିବା।ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନ କୁ ବୁଝାଇ ଛନ୍ତି ହେ ପାର୍ଥ ତୁମେ ସବୁ ଧର୍ମ କୁ ପରିତ୍ୟାଗ କରି ମୋ ଶରଣ କୁ ଆସ ମୁଁ ତୁମକୁ ସମସ୍ତ ପ୍ରକାରର ଭୟରୁ ମୁକ୍ତି ଦେବି।ସବୁ ପାପ ରୁ ଉଧ୍ୟାର କରିବି।ଏଠାରେ ସର୍ଵଧର୍ମ ଅର୍ଥ ହିନ୍ଦୁ,ମୁସଲିମ, ଖ୍ରୀଷ୍ଟ ଧର୍ମ ନୁହେଁ।କାରଣ ସେତେବେଳ ଏହି ସ୍ଵଘୋଷିତ ଧର୍ମ ସବୁ ମଣିଷ ତିଆରି କରି ନଥିଲା ସେତେବେଳ ଧର୍ମ ର ଅର୍ଥ କର୍ମ କୁ ବୁଝାଉଥିଲା।ଜଣେ ପୁରୁଷ ର ସ୍ତ୍ରୀ ପ୍ରତି ଧର୍ମ,ଜଣେ ପିତା ର ସନ୍ତାନ ସନ୍ତତି ପ୍ରତି ଧର୍ମ ,ଜଣେ ରାଜା ର ପ୍ରଜା ପ୍ରତି ଧର୍ମ ,ଏକ ସିପାହୀ ର ଦେଶ ମାତୃକା ପ୍ରତି ଧର୍ମ ଆଦିକୁ ଧର୍ମ କୁହା ଯାଉଥିଲା।କିନ୍ତୁ ଆମେ ଏହି ଗୂଢ ଧର୍ମ କୁ ନବୁଝି ,ନିଜ ଜୀବନ ଶୈଳୀ ରେ ନଉତ୍ତାରି ଆମେ ସ୍ଵନିର୍ମିତ ଧର୍ମ ପଛରେ ଧାଇଁ ହିଂସା ଆଉ ପରଶ୍ରୀକାତରତା ,ଅସୁୟା ଆଦି ସୃଷ୍ଟି କରିଛେ।

ମୋ ମତରେ ଆମ୍ଭେ ମାନେ ଧର୍ମ ନିରପେକ୍ଷ ନହୋଇ ସ୍ବଧର୍ମ ରେ ରହି ସଭିଙ୍କ ପ୍ରତି ନ୍ୟାୟ କରି ପାରିବା।ଧର୍ମ ନିରପେକ୍ଷତାର ମୁଖା ପିନ୍ଧିବା ଆବଶ୍ୟକତା ନାହିଁ।

ଏବେ ବିଚାର ଆପଣଙ୍କ ଉପରେ.....

✍ବଳରାମ ବାରିକ©


Rate this content
Log in

Similar oriya story from Classics