Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଦୁହିତା ଦୁଲଣି
ଦୁହିତା ଦୁଲଣି
★★★★★

© Pallabi Das

Inspirational

4 Minutes   1.5K    17


Content Ranking

ଭୋର୍ ଚାରିଟା ହୋଇଥିବ ପ୍ରାୟ , ଶାଳିନୀ ବାହାରୁଥାଏ ଘର ଅଭିମୁଖେ । ୧୫୦୦ ରୁ ଅଧିକ କିଲୋମିଟର ତାକୁ ଯିବାକୁ ହବ । ବହୁତ୍ ମାସ ପରେ ଘରକୁ ଯାଉଛି ସେ, ସେଥିପାଇଁ କିଣା କିଣି ସରୁନି ତାର କେତେ କ'ଣ ସଜେଇ ରଖିଛି ସମସ୍ତଙ୍କୁ ଦବାପାଇଁ । ହଠାତ୍ ଗୋଟେ ଫୋନ କଲ୍ ରେ ସେ ବସି ପଡ଼ିଲା କିଛି ସମୟ ପାଇଁ ଆଉ ଭୋ ଭୋ ହୋଇ କିଛି ସମୟ ପାଇଁ କାନ୍ଦି ଦେଲା । ତା ପରେ ପୁଣି ବ୍ୟାଗ୍ ସଜେଇବାରେ ଲାଗି ପଡ଼ିଲା । ପୁଣି ମୁହଁରେ କୃତ୍ରିମ ହସ ଫୁଟାଇ ସାଙ୍ଗ ସାଥି ଆଉ କର୍ମ କ୍ଷେତ୍ର ରୁ ବିଦାୟ ନେଇ କିଛି ଦିନ ପାଇଁ ଛୁଟି ନେଇ ଚାଲିଲା ଘର ଅଭିମୁଖେ । ଟ୍ରେନ୍ ଚାଲିଥାଏ ତା ସହର ଅଭିମୁଖେ ଆଉ ଝରକା ପାଖ ସିଟରେ ବସି, ସେ ଦେଖୁଥାଏ ପେଥାଇର ତାଣ୍ଡବରେ କେତେ ଧନ ଜୀବନ ନଷ୍ଟ ହୋଇଛି, ଧାନ ଫସଲ ଘରଦ୍ଵାର କେତେ ପାଣିରେ ବୁଡ଼ି ରହିଛି ଏସବୁ ଦୁଃଖ ଆଗରେ ତା ଜୀବନର ଦୁଃଖ ଧୀରେ ଧୀରେ ଫିକା ପଡିବାରେ ଲାଗିଛି ।

କିଛି ସମୟ ପୂର୍ବରୁ ପାଇଥିବା ଫୋନ କଲ୍ ଟି ତା ବାପାଙ୍କର ଥିଲା, ଠିକ୍ ରେ ଯାତ୍ରା କରିବାକୁ ନେଇ କିଛି ତାଗିଦ୍ ଆଉ କିଛି ଉପଦେଶ ଥିଲା ଆଉ ତା ସହ ସେ ପୁଣି ଥରେ ମନେ ପକେଇ ଦେଲେ ତା ମାଆ କରିଥିବା ଧରମ ଝିଅ ପାଇଁ କିଛି ନେଇକି ଯିବାକୁ ।

ଶାଳିନୀ ଭାବୁଥିଲା କୋଉଠି ତା ଭୁଲ ରହିଗଲା । ଛୁଆଟି ଦିନରୁ ଆଜି ଯାଏ ମାଆକୁ ଖୁସି କରିବାକୁ ସେ କେତେ କ'ଣ କରିବାକୁ ଚେଷ୍ଟା କରିଛି । ସେ ସବୁ ପ୍ରୟାସ ତାକୁ ଆଜି ଅଯଥା ଅନୁଭୂତ ହଉଚି । ପୁଣି ଭାବୁଛି ମାଆ ଛେଉଣ୍ଡ ଛୁଆମାନଙ୍କ ଦୁଃଖ ଆଉ ନିଜକୁ ଖୁସି କରୁଛି "ଯାହା ହେଉ ପଛେ ମୋ ପାଖରେ ମାଆ ଅଛି" ।

ଆଜି କାଲି ମାଆ ତାର hi bye କହିବା ଆରମ୍ଭ କରି ଦେଇଛନ୍ତି । ଆଉ ଶାଳିନୀର ମନେ ପଡୁଚି ଗୋଟେ ଦିନ ସେଇ ମାଆକୁ ଖଣ୍ଡେ ଦୂରରୁ ଦେଖି ଅଧିକ ଖୁସି ହୋଇ hi mom କହି ଦେଇଥିଲା ଯେ , ମାଆ ତା' ର ଦୁଲ୍ ଦୁଲ୍ କରି କେତେ ପିଟି ପକେଇ ଥିଲା, "ଏଇୟା ସବୁ ସଂସ୍କୃତି ଶିଖେଇଚି" ବୋଲି କହି ଚୁଟି ଝିଙ୍କି ମାରିଥିଲା । ସେଇ ମାଆ ଏବେ hi କହିଲେ ଶାଳିନୀ ବାଲୁ ବାଲୁ ହେଇ ଦେଖୁଚି ମୋ ମାଆର କ'ଣ ହେଇଛି । ଶାଳିନୀ ମାଆ ଚେହେରା ମନେ ପକେଇଲେ ଭୟରେ କମ୍ପି ଯାଏ, ପ୍ରଥମେ କଥା କଥାରେ ମାଡ ଆଉ ଦାନ୍ତ କାମୁଡ଼ା ରୂପ ମନେ ପଡ଼େ, ତା ପରେ ଚେଷ୍ଟା କରେ ମାଆର ଭଲ ରୂପ ଦେଖିବାକୁ । ବେଳେ ବେଳେ ତାକୁ ଲାଗେ ସେ କୋଉଠୁ ଗୋଟା ହୋଇ ଆସିଛି ଯେମିତି ।

ଦୁନିଆ ପୂର୍ବ ପ୍ରସ୍ତୁତି କରି ସେ ଘରକୁ ଯାଉଛି ବାପା ମାଆଙ୍କୁ ଖୁସି କରିବାକୁ କିନ୍ତୁ ସେ ନିଜେ କେତେ ଖୁସି ଅଛି ଭାବିବାକୁ ନିଜକୁ ଟିକେ ବି ସମୟ ଦଉନି, ତାକୁ ଡର ଯେ କାଳେ ଅମାନୀୟା ଲୁହ ଗୁଡା ପୁଣି ଝରି ପଡ଼ିବ କି ।

ମାଆ ତା ବାହାଘର ପାଇଁ ବୋହୁତ୍ ବ୍ୟସ୍ତ ହଉଛି, କେମିତି କାମଟା ଜଲଦି ସରିଯିବ ଆଉ ଶାନ୍ତିରେ ନିଶ୍ୱାସ ଟିକେ ମାରିବ ଭାବୁଚି କିନ୍ତୁ ଶାଳିନୀ ନୀତି ମାଆ ସହ ଝଗଡା କରୁଛି ନିଜ ଭବିଷ୍ୟତ ଆଉ ଚାକିରିରେ ଉନ୍ନତି ପାଇଁ ।

ବେଳେ ବେଳେ ଭାବୁଛି ସବୁ ଭାବନାକୁ ଶ୍ରଦ୍ଧାଞ୍ଜଳି ଦେଇ ମାଆ କଥା ମାନି ଯିବାକୁ କିନ୍ତୁ ଠିକ୍ ସମୟରେ ବାପା ତା'ର, ତାକୁ ଦୁର୍ବଳ ହବାକୁ ଦଉନାହାନ୍ତି ।

ଶାଳିନୀ ନିତି ଦେଖେ ସାଙ୍ଗମାନଙ୍କ ମାଆ ମାନେ କେମିତି ସମୟ ଦିଅନ୍ତି ନିଜ ଛୁଆମାନଙ୍କୁ, ଜଣକ ପରେ ଜଣେ ରୁମ୍ ର ସବୁ ସାଙ୍ଗ ମାନେ ହସ ଖୁସିରେ ତାଙ୍କ ମାଆମାନଙ୍କ ସହ ଗପୁଥିବେ ଆଉ ଶାଳିନୀ ଚୁପ୍ ଚାପ୍ ବସି ସେମାନଙ୍କୁ ଦେଖୁଥିବ । ବେଳେ ବେଳେ ଫୋନ ସ୍କ୍ରିନ୍ କୁ ଦେଖୁଥିବ କାଳେ ମାଆ ମତେ ଫୋନ କରିବ କି, ସେମିତି ଖୁବ୍ କମ୍ ଘଟେ ସପ୍ତାହରେ ଦୁଇ ତିନି ଥର ମାଆ ସହ କଥା ହବା ଭାଗ୍ୟରେ ଥିଲେ ମିଳେ ସେ ବି ଗୋଟେ ଦୁଇ ମିନିଟ୍ ପାଇଁ । ଯଦି କୋଉଦିନ ଅଧିକା ସମୟ ଗପି ଦିଏ, ତା ମାଆ କୁହେ - " କେତେ ବାଲୁ ବାଲୁ ହଉଛୁ, ପାଟିକୁ ଲଗାମ୍ ଦେ" । ଶାଳିନୀ ପୁରା ଦିନ ଚୁପ୍ ରହେ ସେଥିରେ ପୁଣି ମାଆର ଏମିତି କଥାରେ ସେ ଆହୁରି ଚୁପ୍ ଚାପ୍ ହୋଇଯାଏ ।

ହଠାତ୍ ଏସବୁ ଭାବିବା ଭିତରେ ତାଚ୍ଛଲ୍ୟ ହସର ସ୍ଵର ଶୁଣା ଗଲା । ସେଇ ସ୍ଵର ଶାଳିନୀର ଥିଲା, ସେ ଚାରି ଆଡକୁ ଅନେଇ ଦେଖିଲା ସମସ୍ତେ ତାକୁ ବାଲୁ ବାଲୁ ହୋଇ ଅନେଇଛନ୍ତି , ତା ପାଖରେ ବସିଥିବା ଜଣେ ବୃଦ୍ଧା ସ୍ରୀ ଲୋକ ପଚାରୁଛନ୍ତି - କ'ଣ ହେଲା ମାଆ? " । ଶାଳିନୀ ଯନ୍ତ୍ର ଚାଳିତ ପରି କହିଦେଲା-" କିଛି ନାଇଁ ମାଉସୀ", ପୁଣି ସମସ୍ତେ ଦୁଇ ମିନିଟ୍ ରେ ନିଜ ନିଜ ଜୀବନରେ ବ୍ୟସ୍ତ ହୋଇଗଲେ । ଶାଳିନୀ ପୁଣି ଭାବିବାକୁ ଲାଗିଲା ତା ହସିବାର କାରଣ କ'ଣ ଥିଲା, ଲୋକ କୁହନ୍ତି -" ସେ କୁଆଡ଼େ ଘରର ଗୋଟେ ବୋଲି କୁଳ ପୋଛା ଝିଅ" । ସେଇ କଥାରୁ ତାକୁ ହସ ଲାଗିଲା, ଝିଅ ବୋଲି ଯୋଉ ଲୋକ ଦେଖାଣିଆ ଆଦର ଆଉ ସମ୍ମାନ ଆଉ ପିଠି ପଛରେ ଛୁରୀ ମାରିବା ପ୍ରୟାସ ତାକୁ ଲଗାତାର ମିଳିଛି ସେ ସବୁ ଜାଣି ବି ନିଜକୁ ପୁଣି ଥରେ ସମସ୍ତଙ୍କ ସହ ସାମିଲ କରି ଆଜି ଯାଏ ସେ ଚାଲିଛି । ସବୁ ଜାଣି ବି ଅଣଦେଖା କରିବା ପ୍ରୟାସ ନୀତି ସେ କରି ଚାଲିଚି । ଏବେ ସେ ଭାବୁଚି "ଯୋଉଠି ନିଜ ମାଆ ନିଜର ହେଲାନି ସେଠି ବାକି ଲୋକଙ୍କ ଠାରୁ ଛୁରୀ ମାରିବା ଛଡା କ'ଣ ବା ଆଶା କରାଯାଇ ପାରେ"।

ଘରେ ପହଞ୍ଚିବାକୁ ଆଉ ଅଳ୍ପ ସମୟ, ଶାଳିନୀ ନିଜକୁ ପ୍ରସ୍ତୁତ କରୁଛି । ନିଜ ଭିତରେ ଚାଲୁଥିବା ଦୁଃଖକୁ ପୁଣି କୃତ୍ରିମ ହସରେ ଘୋଡ଼େଇ ହସିବାକୁ ଚେଷ୍ଟା କରୁଛି । ଆଉ ମନେ ପକାଉଛି ତା ମାଆର ସ୍ନେହ ଆଉ ଭଲ ପାଇବା ।

ନିଜକୁ ବୁଝାଉଛି ବାରମ୍ବାର ଯେ - "ମାଆ ମୋର ସହେ ଧରମ ଝିଅ କରୁ ପଛେ " ଘର ଲୋକ ଛୁରା ମାରନ୍ତୁ ପଛେ ମୁଁ ମୋର ସବୁ କର୍ତ୍ତବ୍ୟ, ନିଷ୍ଠା ଆଉ ଭଲ ପାଇବା ଦେଇ ସମ୍ପାଦନ କରିବି " । ପୁଣି ନିଜର ଗୋଟେ ହାତରେ ଆଉ ଗୋଟେ କାନ୍ଧକୁ ଥାପୁଡେଇ କହୁଚି -" ମୁଁ ପା’ ଦୁହିତା ଦୁଇ କୁଳକୁ ହିତା " । ଏଇ ତ ଆରମ୍ଭ ମାତ୍ର ।

ଶାଳିନୀ ଘର ଝରକା

Rate the content


Originality
Flow
Language
Cover design

Comments

Post

Some text some message..