Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Mishra

Tragedy

3  

Lopamudra Mishra

Tragedy

ମହଙ୍ଗା

ମହଙ୍ଗା

2 mins
632


ମହଙ୍ଗା

ଲୋପାମୁଦ୍ରା ମିଶ୍ର

ଡାଲି, ଆଳୁ, ପିଆଜ, ପରିବା, ମାଛ, ମାଂସ ସବୁ ମହଙ୍ଗା ହେଲା l ତାକୁ ଦୁଇ ଦିନ ହେଲା ଜର l ଘରେ ଚାଉଳକୁ ଛାଡ଼ି ବାକି ଆଉ କିଛି ନାହିଁ l ସେ ଉଠିଲା,ମୁହଁ ଧୋଇଲା, ଛୋଟ ଭାତ କୁ ଲଗେଇ ଖିଆ କରି ବଡ଼ ଭାତ ଅଳ୍ପ ଗଣ୍ଡେ ଖାଇଲା l ଧୀରେ ଧୀରେ ପଡ଼ିଆ ପାର କରି ସେ ବାବୁଙ୍କ ଅଧା ତିଆରି ଘର ଆଗରେ ହାଜିର ହେଲା l ସିମେଣ୍ଟ୍ ଝୁଡ଼ି ସବୁ ମୁଣ୍ଡରେ ମୁଣ୍ଡେଇ ପାହାଚ ପରେ ପାହାଚ ଚଢ଼ିଲା l ଲଗାତାର ଛଅ ଘଣ୍ଟା କାମ ପରେ କ୍ଲାନ୍ତ ଶରୀର କୁ କଷ୍ଟେ ମଷ୍ଟେ ଠିଆ କରେଇ ଅସହାୟ ହାତ କୁ ଆଗକୁ ଦେଖାଇ ଟଙ୍କା ମାଗିଲା l ଦେହ ଅସୁସ୍ଥତା ର କାରଣ ଦର୍ଶାଇ ଅଧିକ କିଛି ପାଇବାର ଆଶା କରି ବାବୁଙ୍କୁ ନମ୍ରତାରେ ଅନୁରୋଧ କଲା l ମହଙ୍ଗାଇ ର ଜମାନା ରେ ପୁଣି ଅଧିକ ମାଗିବାରେ ତାର ଏପରି ଦୁଃସାହସ କୁ ବାବୁ ବରଦାସ୍ତ କରିନପାରି ଭଡକି ଗଲେ l

"ଏ ଦରଦାମ ଯାହା ହେଲାଣି ସେଥିରେ ତୁମର ଆକାଶ ଛୁଆଁ ମଜୁରୀ l କଣ ନାହିଁ ତୁମର କୁହ ? ଟଙ୍କିକିଆ ଚାଉଳ,ଇନ୍ଦିରା ଆବାସ ଘର,ତୁମ ଛୁଆଙ୍କୁ ସ୍କୁଲ ଦରମା ଛାଡ଼...କଣ ନଦେଉଛି ତୁମକୁ ସରକାର?? ତାପରେ ଵି ତୁମେ ମାନେ ଯଦି କହିବ 'ଆହୁରି ଦିଅ' 'ଆହୁରି ଦିଅ' ଆମେ ପୁଣି ଚଳିବୁ କେମିତି ? ଆଗକୁ କାମଟେ କରେଇବା ପାଇଁ ଆମେ ମୁଲିଆ କୁ ମଜୁରୀ ଦେବାକୁ ସମର୍ଥ ହେଇପାରିବୁନି l ଯାଆ ଯାଆ.. ତୁ.. ସେତିକି ନେଇକି ଯାଆ l ମୋ ପାଖରେ ନାହିଁ ଆଉ କିଛି l ଦୁଇଦିନ ହେଲା ମଉଜ କରି ଘରେ ଥିଲୁ, ଆଜି ଆସି ମୁହଁ ଦେଖାଉଛୁ, ସେଥିରେ ପୁଣି ଆହୁରି ଦାବୀ !!"

ସୁବଳ ଫେରିଲା l ଉଁ ଚୁଁ କିଛି ନକହି ଫେରିଲା l କାଗଜ ଠୂଙ୍ଗିରେ ଦୁଇଟା ବାଇଗଣ, ଚାରିଟା ଟମାଟୋ ଆଉ ଅଣ୍ଟା ଗାମୁଛା ରେ କିଲେ ଆଳୁ ଧରି ଫେରୁଥିଲା l ସେ ଚାଲୁଥିଲା l ଗୋଡ଼ ଟଳମଳ କରି ବଙ୍କେଇ ବଙ୍କେଇ ଚାଲୁଥିଲା l ତା ମୁଣ୍ଡ ଘୁରେଇ ଦେଉଥିଲା l ତାକୁ ଆଉ ଆଗକୁ ରାସ୍ତା ଦେଖା ଯାଉନଥିଲା l ଛଅ ଶହ ମିଟର ଦୂର ଅତିକ୍ରମ କରି ସେ ଆଉ ଘରେ ପହଞ୍ଚି ପାରିଲାନି l

ସୁବଳ ପଡିଥିଲା l ତା ଚାରିକଡ଼ରେ ବିଛାଡ଼ି ହେଇ ପଡିଥିଲା କିଛି ମହଙ୍ଗା ପରିବା l ସୁବଳ ର ହାତ ମୁଠି କିନ୍ତୁ ବନ୍ଦ ଥିଲା l ମୁଠି ଭିତରୁ ମଳିଆ ଶହେ ଟଙ୍କିଆ ନୋଟ୍ ଟିଏର ଅବଶିଷ୍ଟାଂଶ ବାହାରକୁ ବାହାରିଆସିଥିବା ଦେଖାଯାଉଥିଲା l

ଲୋପାମୁଦ୍ରା ମିଶ୍ର


Rate this content
Log in

Similar oriya story from Tragedy