Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସ୍ମିତା ତ୍ରିପାଠୀ

Tragedy

2.5  

ସ୍ମିତା ତ୍ରିପାଠୀ

Tragedy

ମାତୃତ୍ଵ

ମାତୃତ୍ଵ

8 mins
403


ବହୁତ ଜାଗା ବୁଲି ବୁଲି ଘର ପାଉ ନ ଥିଲା ସ୍ବପ୍ନା ।।

ବିଜ୍ଞାପନ ଓ ସାଙ୍ଗ ଜରିଆରେ ସବୁ ଆଉ ଖୋଜି ଖୋଜି ନିରାଶ ହେଇଯାଇଥିଲା ସ୍ବପ୍ନା ।।

ଗୋଟେ ଛୋଟ ଦୋକାନରେ ପଶି ଯାଇ ମାଗିଲା ଗୋଟେ କୋଲ୍ଡ଼ ଡ୍ରିଙ୍କସ ।।

ପିଉ ପିଉ ହଠାତ ଗୋଟେ ସ୍ତ୍ରୀ ଲୋକଙ୍କ ଉପରେ ନଜର ପଡ଼ିଲା ।।ଦେଖିଚି ନ ଦେଖିଚି ଭାବୁ ଭାବୁ ସେ ସ୍ତ୍ରୀ ଲୋକ ହଠାତ ସ୍ବପ୍ନା ହାତ ଧରି ପକେଇକି କହିଲେ ଆରେ ମାଡମ ଆପଣ ଏଠି ।।

-ହଁ ମୋର କାହିଁ ମନେ ପଡୁନି ।।ଟିକେ ପରିଚୟ ଦେଲେ ହୁଅନ୍ତାନି ।।

-ଆରେ ମୁଁ ମିସେସ ଦାଶ ।।ଆପଣଙ୍କ ଦୟାରୁ ଛୁଆଟିଏ ପାଇଗଲି ।।ଏଇ ଦେଖୁ ନାହାନ୍ତି ସେ ପୁଅ ଟା ।।ସତରେ ମୋତେ ଆମ କୋଳ ପୁରା କରିଦେଲେ ।। ସ୍ବପ୍ନା ଦେଖୁଥାଏ ଛୁଆଟିକୁ ।।ପୁରା ଗୋଲ ଗାଲ ଡଉଲ ଡାଉଲ ।। ହାତ ବଢ଼ାଉ ବଢ଼ାଉ ଛୁଆ ଟା ଆସିଗଲା ସ୍ବପ୍ନାକୁ ଭିଡି ନେଇକି ।।

-ହେଃ ତମେ ଛୁଆ ଟାକୁ ଆ ତା ହାତରେ ଦେଇ ଦେଇ ରୋଗୀଣା କରିଦେବ ନା କଣ କହି ପଛରୁ ଡାକିଲେ ମିଷ୍ଟର ଦାଶ ।।।

-ଆରେ ଆରେ ସ୍ବପ୍ନା ମାଡମ ।।ଆପଣ ।। ଦେଖା ହେଇ ଖୁସି ଲାଗିଲା ।। ହଁକୁହନ୍ତୁକୁଆଡେ ଯିବେ ?ଚାଲନ୍ତୁ ଆମ ସହ ।।

-ନା ନା ଘରଟିକେ ଖୋଜୁଛିରହିବାକୁ ।।କଣ କରିବି ସ୍ୱଳ୍ପ ବେତନରେ ଜାଗା ଖଣ୍ଡେ ତ କିଣିପାରିଲିନି ।।ସବୁ ବର୍ଷ ବଦଳେଇ ବଦଳେଇ ହାଲିଆ ହେଲିଣି ।।ଉତ୍ତର ଦେଲା ସ୍ବପ୍ନା ।। ହଠାତ ଦାଶ ବାବୁଙ୍କ ମନେ ପଡିଗଲା ତାଙ୍କ ସାଙ୍ଗ କଥା ।।ଭଡାଡିଆ ଖୋଜିବ।କୁ କହିଥିଲେ ।। ମୋବାଇଲରୁ ସିଧା ଫୋନ କରି ତାଙ୍କ ଘରକୁ ଚାଲିଲେ ସ୍ବପ୍ନାକୁ ନେଇ ।। ସ୍ବପ୍ନାଙ୍କୁ ଦେଖିକି ସାଙ୍ଗ ମୁହଁ ଶୁଖିଗଲା ।। ଚୁପ କରି ଭିତରକୁ ଡାକି ନେଇ କହିଲେ ଏ ବାରମାସି ଝିଅକୁ କିଏରଖିବ? ବେଶ୍ୟାକୁ କିଏରଖି ନିରାପଦରହିବ ।।ତୁ କେମିତି ଜାଣିଲୁ ଯେ ଏ ଝିଅକୁ ।। ମୁହଁ ଶୁଖିଯାଏ ମିଷ୍ଟର ଦାଶଙ୍କ ।। ଘର ଦେବାର ପ୍ରତିଶ୍ରୁତି ଦେଇ ଭାବି ବସନ୍ତି ନିଜେ ନିଜେ ।।

କିଛି ଦିନ ପରେ ସ୍ତ୍ରୀ ସହ ବିଚାର କରି ଛୋଟ ଘରଟେ ସ୍ବପ୍ନାକୁ ଦେଇ କହନ୍ତି ଏ ଘରେରହିଯାନ୍ତୁ ।।ଆଉ ବାର ଦୁଆର ବୁଲିବାକୁ ପଡିବନି ।। ନିଶ୍ଚିନ୍ତ ହେଇ ବସେ ସ୍ବପ୍ନା ।। ଦାଶ ବାବୁ ବିମର୍ଷ ହେଇଯାନ୍ତି ଦିନକୁ ଦିନ ।। ନିଜ ମଣିଷ ଜାତି ଓ ବନ୍ଧୁରୁ ଦୁରେଇ ଯାନ୍ତି ଧୀରେ ଧୀରେ ।।

**

ସ୍ବପ୍ନା କିନ୍ତୁ ସମ୍ଭ୍ରାନ୍ତ ଘର ଝିଅ ହେଇ ବି ନିଜ କିଶୋର ବେଳେ କରିଥିବା ଭୁଲର ଫଳରେ ଦଣ୍ଡିତ ।।ବାଲ୍ୟ ସାଥୀକୁ ଭଲ ପାଇ ଆସିଥିଲା ମନ ଓ ହୃଦୟ ଦେଇ କିନ୍ତୁ ଉତଶୃଙ୍ଖଳ ସାଥୀ ତାର ତାକୁ ପ୍ରତାରଣା କରି ସଂପର୍କ କାଟିଦେଲା ପରେ ଏକା ହିଁ ନ ଥିଲା ସ୍ବପ୍ନା ,ଥିଲା ସେହି ସାଥୀର କିଛି ଅଂଶଟିଏ ନିଜ ଭିତରେ ବଢୁଥିବାର ।। ଲୋକ ଲଜ୍ଜାକୁ ଡରି ସେ ସିନା ଗର୍ଭପାତର ଆଶ୍ରୟ ନେଲା କିନ୍ତୁ ବିଲପି ଉଠୁଥିଲା ତାର ମାତୃତ୍ବ ।। ଆହୁରି ସେ ନିଜେ ଭାଙ୍ଗି ନ ପଡି ଦୃଢ଼ ଭାବେ ଆଦରି ନେଇ ଥିଲା ଗୋଟେ ନର୍ସ ଚାକିରୀ ସେଇ ହିଁ ଥିଲା ତାର ଭରସା ।। ନର୍ସ ଯୋଗୁ ପ୍ରତ୍ୟେକ ରୋଗୀର କଷ୍ଟ ଦୁଃଖ ଲୁହ ଖୁସି ସହ ପରିଚିତ ଥାଏ ସ୍ବପ୍ନା ।। କିନ୍ତୁ ଦିନକର ଘଟଣା ତାକୁ ବହୁତ ବଦଳେଇଦେଇ ଥିଲା ଆଉ ମନ ବି ତାର ଦୋହଲି ବି ଯାଇ ଥିଲା ଓ ବଦଳେଇ ବି ଦେଇଥିଲା ନାରୀର ମାନସିକତାକୁ ।।

ସେଦିନ ଆଜି ବି ମନେ ପଡିଲେ ସ୍ବପ୍ନାକୁ ଏବେ ଏବେ ଘଟି ଯାଇଥିବା ଘଟଣା ପରି ଲାଗେ ।। ସେଦିନ ସ୍ୱାମୀ ସ୍ତ୍ରୀ ଦିହେଁ ଆସିଥିଲେ ଏକ ସନ୍ତାନ ଆଶାରେ ।। ଡ଼ଃ କିନ୍ତୁ ଶୁଣେଇ ସାରିଥିଲେ ନିରାଶାର ବାଣୀ କାରଣ ଗର୍ଭ ଧାରଣ କରିବା ପାଇଁ ଥିଲା ସମ୍ପୂର୍ଣ୍ଣ ବିପଦ ।

କାନ୍ଦୁଣୁ ମାନ୍ଦୁଣୁ ହେଇ ସ୍ତ୍ରୀଟି ବିକଳ ହେଉ ଥିଲା ଡ଼ଃଙ୍କ ପାଖରେ ଅଳି ଥିଲା ଛୁଆଟିଏ ପାଇଁ ।। ନ ହେଲେ ବେସାହାରା ହେଇଯିବ ସ୍ତ୍ରୀଟି ।। ପିଲାଟିଏ ନ ହେଲେ ଶାଶୁ ଘରୁ ତଡା ଖାଇବା ସହ ସ୍ୱାମୀଙ୍କ ଅନିଚ୍ଛାରେ ଅଲଗାରହିବାକୁ ଥିଲା ଡର ।। ଡ଼ଃ ବହୁତ ବାର ନିରାଶ ହେଲା ପରେ ଉପଦେଶ ଦେଇଥିଲେ ସରୋଗେସିର ଆଶ୍ରୟ ନେବାକୁ ।। କିନ୍ତୁ ଭଲ ଝିଅ ଓ ଭଲ ମାନସିକତା ଥିବା ଝିଅ ବି ଦରକାର କାରଣକୁହାଯାଏ ନା ଗର୍ଭବତୀ ମହିଳାଙ୍କ ମାନସିକ ଗର୍ଭବସ୍ଥା ଶିଶୁ ଉପରେ ହିଁ ପଡି ଥାଏ ।। ବହୁତ ସମୟ ଯାଏ ଡ଼ଃଙ୍କ ଚାମ୍ବର ବାହାରେ ବସିରହିଥିଲେ ଦମ୍ପତି ଦିହେଁ ।। ତଥାପି ନିରାଶ କିଏ ବି ତାଙ୍କ ମନକୁ ଆସୁ ନ ଥିଲେ ଯେ କି ସରୋଗେସି ମାତୃତ୍ବ ଦେଇ ପାରିବ । ହଠାତ ସ୍ବପ୍ନାର ଅଧୁରା ମାତୃତ୍ବ ପଣ ବିହରି ଉଠିଥିଲା ଡ଼ଃଙ୍କ ପାଖକୁ ଯାଇକି କିଛି କହିବାକୁ ଚାହିଁ ଥିଲା ।।

-ମାଡମ ,ସରୋଗେସିରେ କିଛି ରିସ୍କ ଅଛି କି? ହଠାତ ସ୍ବପ୍ନା ମୁହଁରୁ ଏ ପ୍ରଶ୍ନ ଶୁଣି ଚାହିଁରହିଲେ ଡ଼ଃ ।।

-ରହଟିକେ ନିରୋଳାରେ ବୁଝେଇବି ।। ସନ୍ଧ୍ୟା ବେଳେ ଦିହେଁ ଏକାଠି ହିଁ ଚାହା ପିଅନ୍ତି ।।

-କିନ୍ତୁ ସ୍ବପ୍ନା ରିସ୍କ ତ ନାହିଁ ହେଲେ ସମାଜର କଥା ସବୁ ଶୁଣିବାକୁ ପଡେ ।। ସମାଜ କେବେ ବି ଗ୍ରହଣ କରିପାରେନି ।।

-ନା ମାଡମ ମୋର ଆଉ କଣ ବା ଅଛି ଆପଣ ଯଦି କହନ୍ତେ ମୁଁ ସେ ଦମ୍ପତିଙ୍କୁ ହେଲ୍ପ କରନ୍ତି ।।

-ତୁ କିନ୍ତୁ ବୁଝୁନୁ ,ବିବାହ ବନ୍ଧନରେ ଆଜି ନ ହେଲେ କାଲି ତ ଆବଦ୍ଧ ହେବୁ ନା ସେଟା ତୋ ସ୍ୱାମୀ ଗ୍ରହଣ କରିବେନି ।।

-ମାଡମ ମୋର ବିବାହ କରିବାର ସ୍ପୃହା କୋଉ କାଳୁ ମରି ସାରିଛି ।।କିନ୍ତୁ ସେଇ ଛୁଆଟି ସେ ସ୍ୱାମୀ ସ୍ତ୍ରୀଙ୍କୁ ଏକାଠି ହିଁରଖିବ ବାସ ଏଇ ଉଧ୍ୱେଶ୍ୟ ।।ମାତୃତ୍ବ କେବଳ ଅନୁଭବ କରିହୁଏ ଓ ମାତୃତ୍ବ ବିନା ନାରୀ କେବେ ସମ୍ପୂର୍ଣ ହେଇପାରେନି ଧନର ପ୍ରାଚୁର୍ୟରେ ।।

-ହଉ କାଲି ଦେଖିବା ।।

ସେ ରାତିରେ ଘରକୁ ଆସିକି ସ୍ବପ୍ନା ଅବଶ୍ୟ ବିଚଳିତ ହେଇପଡିଥିଲା ।।ହେଲେ ଦୃଢ଼ ବି ହେଇ ସାରିଥିଲା କାରଣ ଗୋଟେ ପରିବାର ଅନ୍ତତଃ ଏକାଠିରହିବେ ।। ତା ଆର ଦିନ ଡ଼ଃ ସେ ଦମ୍ପତିଙ୍କୁ ଜଣେଇଲେ ଜଣେ ରାଜି ହେଇଛନ୍ତି ସରୋଗେସି ପାଇଁ ।। ବହୁତ ଆଗ୍ରହରେ ଧାଇଁ ଆସିଲେ ଦମ୍ପତି ଦିହେଁ ।। ସରୋଗେସିର ସବୁ ପଦ୍ଧତି ସରିଲା ପରେ ସ୍ବପ୍ନାକୁକୁହାଗଲାରେଷ୍ଟ ନେଇକିରହିବାକୁ ।। ଧୀରେ ଧୀରେ ଗର୍ଭ ବଢିବା ଅନୁଭବ ହେଉଥାଏ ଓ ସ୍ବପ୍ନାର ମାତୃତ୍ବ ବି ଉକୁଟି ଯାଉଥାଏ ।। ଅନୁଭବ ଖୁବ କରୁଥାଏ ସ୍ବପ୍ନା ନିଜ ଭିତରର ପରିବର୍ତନକୁ ।। ମଝିରେ ମଝିରେ ଦମ୍ପତି ଦିହେଁ ଆସିକି ସ୍ଵପ୍ନା ସହ ବେଶ କିଛି ଦିନ ବିତାନ୍ତି ।। ସମୟରେ ସ୍ବପ୍ନା ଗୋଟେ ସୁନ୍ଦର ପୁଅଟିଏ ଜନ୍ମ କଲା ଛୁଆଟି ବି ପୁରା ସ୍ୱାମୀ ପରି ଗୋଲ ଗାଲ ସମ୍ଭ୍ରାନ୍ତ ଲାଗୁଥାଏ ।। ଜନ୍ମ ପରେ ସ୍ବପ୍ନାକୁ ଛୁଆଟିକୁ ଧରିବାକୁ ଦେଲେ ଡ଼ଃ ।। ସ୍ବପ୍ନା କିନ୍ତୁ କମ ସମୟ ଦେଖିକି ଦେଇଦେଲା ଦମ୍ପତିଙ୍କୁ ।। ଦମ୍ପତି ଦିହେଁ ଆନନ୍ଦରେ ସ୍ବପ୍ନାକୁ କୃତଜ୍ଞ ତା ଜଣାଉ ଥାନ୍ତି ।। ସ୍ବପ୍ନା ବି ଆନନ୍ଦିତ ହେଉଥାଏ ଗୋଟେ ପରିବାରକୁ ବଞ୍ଚେଇ ଥିବାରୁ ଅକାଳ ଝଡ଼ରୁ ।। ଡ଼ଃ ବି ବହୁତ ଆନନ୍ଦ ଅନୁଭବ କରୁଥାନ୍ତି ଦମ୍ପତିଙ୍କ ଖୁସିରେ ।। ସେହି ଦିନ ହି ସ୍ବପ୍ନା ବୁଝିଥିଲା ଖୁସିକୁ ଏମିତି ଦେବାକୁ ।। ତାପରଠୁ ସେ ସରୋଗେସି ମଦର ଭାବେ କାମ କରିଚାଲେ ଓ ମାତୃତ୍ବକୁ ଅନୁଭବେ ।।

****

ଡ଼ଃ ବି ବହୁତ ପ୍ରସିଦ୍ଧି ଲାଭ କରି ଥାନ୍ତି ସ୍ବପ୍ନା ପାଇଁ ।।ବହୁତ ଦମ୍ପତି ଆସନ୍ତି ଆଶା ନେଇ କିନ୍ତୁ ବାର ବାର ସରୋଗେସି ବି ବିପଦ ଆଣିବ ବୋଲି ସେ ସ୍ବପ୍ନାକୁ ଜଣେଇ ଦେଇଥାନ୍ତି ତା ସତ୍ବେ ସ୍ବପ୍ନାର ଜିଦି ।ବଞ୍ଚିଥିବା ଯାଏ ଏ ଖୁସି ବାଣ୍ଟି ଚାଲିବ ।।

****

କିନ୍ତୁ ସମାଜରେ ଗୋଟେ ଖୁସିର ଦୁଃଖ ବି ଥାଏ କ୍ରିୟାର ପ୍ରତିକ୍ରିୟା ଥିବା ପରି ।। ସେପାରି ମାତୃତ୍ବକୁ ବାହାର ଲୋକ ବହୁତ ଘୃଣ୍ୟ ଦୃଷ୍ଟିରେ ଦେଖୁଥିଲେ ଓ ଭାବୁଥିଲେ ସେ ସବୁ ତାର ଅବୈଧ ସନ୍ତାନ ।। ଆହୁରି ବି ନୀଚ୍ଚ ଚରିତ୍ର ବୋଲି କହି ମିଶିବା ବନ୍ଦ ବି କରିଥିଲେ ।। ତେଣୁ ସ୍ବପ୍ନାକୁ ଘର ମିଳିବା ମୁସ୍କିଲ ହେଉଥିଲା ।।ଫଳ ସ୍ୱରୂପ ଖୋଜୁ ଖୋଜୁ ଦେଖା ହେଇ ଯାଇ ଥିଲା ମିସେସ ଦାଶଙ୍କ ସହ ଓ ସେମାନେ ନିଜ ୠଣ ଶୁଝିବାକୁ ସ୍ବପ୍ନା ପାଇଁ ସବୁ ଦିନିଆରହିବାର ବନ୍ଦୋବସ୍ତ କରିଦେଲେ ।। ଦିନ ପରେ ଦିନ ମାସ ପରେ ମାସ ସବୁ ଗଡ଼ି ଯାଉଥାଏ ।।ଡ଼ଃ ଓ ସ୍ବପ୍ନା ଦୁହେଁ ଘନିଷ୍ଠ ବନ୍ଧୁ ଥାନ୍ତି ତଥାପି ସ୍ବପ୍ନା ନିଜ ଅସୁବିଧା କାହାକୁ କହିବାକୁ ସଂକୋଚ ମନେ କରେ ।।

***

ଦିନେ ଗୋଟେ ଦମ୍ପତି ଆତୁର ହେଇକି ଆସିଲେ ଡ଼ଃଙ୍କ ପାଖକୁ ।।ଆଶା କେବଳ ଛୁଆଟିଏ ।।ବିବାହର 15 ବର୍ଷ ପରେ ବି ଛୁଆଟିଏ ପାଇପାରିଲେ ନି ନିଜର ସବୁ ଠିକ ଥିବା ସତ୍ବେ।। ଡ଼ଃଙ୍କ ପ୍ରଶଂସା ଶୁଣି ବହୁ ଆଶାରଖି ଧାଇଁ ଆସି ଥିଲେ ଛୁଆଟିଏ ଆଶାରେ ।। କିନ୍ତୁ ସରୋଗେସି ବନ୍ଦ କରିଦେଇଥିଲା ସ୍ବପ୍ନା ଡ଼ଃଙ୍କ ଅନୁରୋଧରେ । ଡ଼ଃଙ୍କ ତତ୍ଵବଧାନରେ ସବୁ ପ୍ରକ୍ରିୟା ସରିଲା ପରେ କିଛି ଔଷଧର ଚେଷ୍ଟା ପରେ ପରେ ଗର୍ଭ ଧାରଣ କରିବାରେ ସକ୍ଷମ ହେଇ ଥିଲେ ମହିଳା ।। କିନ୍ତୁ ସୁଖ ସବୁ ଦିନେରହେନି ।।ସୁଖ ପରେ ପରେ ଦୁଃଖର ବହଳ ଆସ୍ତରଣ ବସିଯାଏ ସଦାବେଳେ ।। ସେମିତି କୌଣସି ଅସୁବିଧା ବଶତଃ ଭୃଣ ବଢିବାର ଲକ୍ଷଣ ଦେଖାଇଲା ନାହିଁ ।। ବହୁ ନିରାଶା ଭିତରେରେ ମହିଳା ହତୋତ୍ସାହ ହେଇପଡିଲେ ।। ଶେଷରେ ଡ଼ଃ ସରୋଗେସିର ଉପାୟ ବତେଇ ସ୍ତ୍ରୀ ଲୋକ ସନ୍ଧାନରେ ଲାଗିବାକୁ କହିଲେ ।। ସେହି ମହିଳା ଜଣକ ନିଜ ଜାଣିବାରେ ଚେଷ୍ଟା କରି ହତୋତ୍ସାହ ହେଲା ପରେ ଦୁଃଖ ସହି ପାରୁ ନ ଥିବା ସ୍ବପ୍ନା ଆଗେଇ ଆସି ଥିଲା ଅନେକ ବାରଣ ସତ୍ବେ ।। ସରୋଗେସିର ପଦ୍ଧତି ସରିଲା ପରେ ଘରେରହେ ବହୁ ସମୟ ସ୍ବପ୍ନା ।।

ଏଥର କିନ୍ତୁ ଆପଣା ଆପଣା ଲାଗୁଥାଏ ସ୍ବପ୍ନାକୁ ।।ଶେଷ ଥର ପାଇଁ ଡ଼ଃଙ୍କୁ ଅନୁରୋଧ କରିକି ମାତୃତ୍ବକୁ ଆହୁରି ପାଖେଇ ଦେଖୁଥାଏ ।। ବହୁ ସମୟ ଦର୍ପଣରେ ଉକୁଟି ଯାଉ ଥିବା ଓ ବଢୁଥିବା ପେଟକୁ ପରଖୁ ଥାଏ ।। ଆହୁରି ବି ସ୍ତନ ତାର ଭାରି ଭାରି ହେଇ ଯାଉଥାଏ ଦୁଧର ଓଜନରେ ।। ସବୁକୁ ନିରୀଖେଇ ନିରୀଖେଇ ଅନୁଭବି ଯାଏ ସ୍ବପ୍ନା ।। ଠିକ 10 ମାସ ପରେ ସ୍ବପ୍ନାର ଆସେ ସେହି ସମୟ ଛୁଆକୁ ଜନ୍ମ ଦେଇ ପୃଥିବୀର ଆଲୋକକୁ ଛୁଏଁ ଇ ଦେବାର ।। କିନ୍ତୁ ସବୁ ଥର ଜିତି ଯାଉ ଥିବା ସ୍ବପ୍ନା ଶେଷରେ ହାରିଯାଏ ଅପରେସନ କରିବାକୁ ପଡେ ଡ଼ଃଙ୍କୁ ରିସ୍କ ନେଇ ।। ପ୍ରବଳରକ୍ତ ସ୍ରାବ ଯୋଗୁଁ ସ୍ବପ୍ନା ପାଇଁ ଲୋଡ଼ା ପଡେରକ୍ତ ବି ପସିଟିଭ୍ ।। ହେଲେ ମିଳିବ କୋଉଠୁ ଦେବ କିଏ ।। ଏହି ସମୟରେ ମହିଳାଙ୍କ ସ୍ୱାମୀ ଆସି ଯାନ୍ତିରକ୍ତ ଦେବାକୁ ।। ଭଲରେ ଭଲରେ ଛୁଆ ଜନ୍ମ ପରେ ପରେ ସ୍ବପ୍ନା ଦେଇ ଦିଏ ଛୁଆଙ୍କୁ ସେଇ ମହିଳାକୁ ।। ମହିଳାଙ୍କ ସହ ଥିବା ସ୍ୱାମୀ କୃତଜ୍ଞତା ଜଣେଇ ବାକୁ ଆସୁ ଆସୁ ଅଟକି ଯାନ୍ତି ।। ଆରେ ସେଇ ତମେ ସ୍ବପ୍ନା ।। ସ୍ବପ୍ନା ଚିହ୍ନା ଚିହ୍ନା ସ୍ୱର ଶୁଣି ଚାହେଁ ତାଙ୍କୁ ।। ବାକ ଶୁନ୍ୟ ହେଇଯାଏ ସ୍ବପ୍ନା ।। ନିରୋଳା ମୁହୂର୍ତ୍ତରେ ଝରକାକୁ ଚାହିଁ ପୁଣି ଭାବି ବସେ ସ୍ବପ୍ନା ।।

-ସ୍ବପ୍ନା ମୋତେ କ୍ଷମା କରିଦିଅ ।।

-କିନ୍ତୁ ଅନୁପ ମୁ ତମ ଗର୍ଭକୁ ନଷ୍ଟ କରି କି ଆଜି ବି ତମ ପାଇଁ ଗର୍ଭରଖିଲି ।।

-ସ୍ବପ୍ନା।ପ୍ଲିଜ ପୂର୍ବ କଥା ଭୁଲି ମୋତେ କ୍ଷମା କର ।। କହି ଲୋଟି ପଡେ ଅନୁପ ।। ହଠାତ ଉଠିପଡ଼େ ସ୍ବପ୍ନା ଫଳ ସ୍ୱରୂପ ଅଚେତା ପଡି ଯାଏ ସ୍ବପ୍ନା ।।

-ସ୍ବପ୍ନା ଶୁଣ ପ୍ଲିଜ ନା ମୋ ଉପରେ ଏତେ ଅଭିମାନ କରନି ପ୍ଲିଜ ।। କିନ୍ତୁ ନ ଉଠିବାରୁ ଚିତ୍କାର କରି ଉଠେ ଅନୁପ ।। ଡ଼ଃ ଧାଇଁ ଆସି ଦେଖି ବା ପରେ ନିରାଶ ହେଇ ଲୁହ ଝରିଗଲା।। ବାହାରକୁ ଆସିକି କହିଲେ ଆଉ ବଂଚିବନି ସ୍ବପ୍ନ ପୂରଣ କରୁଥିବା ସ୍ବପ୍ନା ।। ଶେଷ ଥର ପାଇଁ ଅନୁପ ପୁଣି ଗଲା ଭିତରକୁ ।।

-ସ୍ବପ୍ନା ତମ ଆଗରେ ଅପରାଧ କରି ଆଜି ଏ ଫଳ ପାଉଛି ।।

-ନା ଅନୁପ ଆଜି ବି ତମ ପ୍ରତି ସମ୍ମାନ ଅଛି ।।ସମାଜର ଦ୍ୱାହିରେ କିଛି ସମ୍ପର୍କ ମରିଯାଏ ।।

-ସ୍ବପ୍ନା ତମେ ବି ନା ।।

-ହଁ ଅନୁପ ଥରେ ମୋତେ ସ୍ବପ୍ନା କରିରଖି ଦିଅନ୍ତ ମୁଁ ଶାନ୍ତିରେ ଶୋଇଯାନ୍ତି ।।

-ନା ସ୍ବପ୍ନା ଆଉ ଛାଡିବିନି ।।

-ଅନୁପ ଥରେ ନା ତମ ସେ ଗର୍ଭରୁ ଜନ୍ମ ହେଇଥିବା ଛୁଆକୁ ଆଣ ଦେଖିବି ।।

-ସ୍ବପ୍ନ ହେଇ ଯିବ ନାହିଁ କଥା ଦିଅ ।। ଅନୁପ ଧାଇଁ ଗଲା ଘରକୁ ସ୍ତ୍ରୀ ସହ ଛୁଆଟିକୁ ଆଣିବାକୁ ।। ଛୁଆକୁ ଆଣି ଧରେଇ ଦେଲା ସ୍ବପ୍ନାକୁ ଦେଖ ଏଇ ତମ ଓ ମୋର ।। ସ୍ବପ୍ନା ନିଜ ବେକରୁ ଅନୁପର ପ୍ରଥମ୍ଉପହାର ଥିବା ଲକେଟ କାଢି କି ପିନ୍ଧେଇ ଦେଇ କି କୋଳେଇ ନେଲା ଛୁଆଟିକୁ ।।

-ସ୍ବପ୍ନା ଦେଖ ନା ଭଗବାନ ଆମକୁ ଏକାଠି କରିବାକୁ ଏଇଠିକି ଟାଣି ଆଣିଲେ ।। ହସି ଦେଇ ସ୍ବପ୍ନା କହିଲା ଅନୁପ ଆଉ ନୁହଁ ।।ଅପେକ୍ଷା ଥିଲା ତମ ପାଇଁ କହି ଟଳି ପଡ଼ିଲା ସବୁ ଦିନ ପାଇଁ ଅନୁପର ବାହୁ ବନ୍ଧନରେ ।। ଅନୁପ କାଂଦି ଉଠିଲା ତା ସହ ଛୁଆ ବି ।। ଏଥର ବୁଝେଇବାକୁ ନ ଥିଲା ସ୍ବପ୍ନା ।। ଦେଇ ଦେଲା ଦଣ୍ଡଟିଏ ଓ କରିଦେଲା ୠଣୀ ।। ମାନ ଅଭିମାନ ସବୁ ସହି ସହି ସ୍ବପ୍ନା ଶେଷରେ ଲୁହ ହେଇରହିଗଲା ଅନୁପ ଆଖିରେ ।। ଦେଇ ଗଲା ଉଦାହରଣ ସଫଳ ମାତୃତ୍ବଟିଏର ଅନୁପର ସ୍ତ୍ରୀ ନ ହେଇ।।

**

ସ୍ମିତା ତ୍ରିପାଠୀ

ଖଲାରୀ

ଅନୁଗୁଳଳ


Rate this content
Log in

Similar oriya story from Tragedy