ବେଳ ଅବେଳ
ବେଳ ଅବେଳ
ସାଢେ ନ'ଟାରେ ଶ୍ରୀୟାକୁ କଥାଟିଏ ଜଣାଇବାକୁ ଇଛା କଲି । ସେ ଫୋନ୍ ଉଠାଇଲା ।
- କଅଣ ?
- ବ୍ୟସ୍ତ କି ?
- ହେବିନି ? ଠିକ୍ ସ୍କୁଲ ବେଳେ ଫୋନ୍ କରୁଚ ?
- ନାଇଁଯେ..
- ରୁହ ଏବେ । ମୁଁ ବସ୍ ରେ। ପାଖରେ ଆଉ ଦିଦି ମାନେ।
କାଟିଦେଲା ଶ୍ରୀୟା !!!!!
★★★
ମନମାରି ସ୍ୱାତୀକୁ କଲ୍ କଲାରୁ କାଟିଦେଇ , ମ୍ୟାସେଜ୍ କଲା
" ସାଢେ ନ'ଟାରେ ହଜବେଣ୍ଡ ଘରେଥିବେ , ଏଇ ସାଧାରଣଜ୍ଞାନଟା କ'ଣ ତୁମର ନାହିଁ ?? ଷ୍ଟୁପିଡ୍ ।"
★★★
ଠିକ୍ଅଛି ଭାବି ସ୍ତୁତି ଆଣ୍ଟିଙ୍କୁ କହିବି ଭାବିଲା ବେଳେ ତାଙ୍କ ମୋବାଇଲ ସୁଇଚ୍ ଅଫ୍ । ମନେପଡିଲା ସେ ଏବେ ଯୋଗ କରୁଥିବେ।
★★★
ଢେର୍ ସମୟପରେ ହୃଦବୋଧ ହେଲାଯେ ,
ଶଃ ! ମୋପାଇଁ ବେଳଟିଏ କା'ପାଖରେ ନାହିଁ ??? ଆଉ ମୁଁ ସେମାନଙ୍କ ବେଳର ବେଳିଆ ???
ଯାଃ! ଆଜିଠୁଁ ...
କଣ ଆଜିଠୁଁ??
ମାନେ ଆଜିଠୁଁ ...
ହଁ???
ଆଜିଠୁଁ ମୁଁ ଆଉ ..
ଠିକ୍ ଏତିକିବେଳେ ଶ୍ରୀୟାର କଲ୍ !
ହ୍ୟାଲୋ କହୁକହୁ , ୱେଟିଂରେ ସ୍ୱାତୀ !!
ପଛକୁ ପୁଣି ସ୍ତୁତି !!!
■ ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର ■