Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aravinda Das

Others

2  

Aravinda Das

Others

ରାମ ନବମୀ(୨)

ରାମ ନବମୀ(୨)

1 min
1.7K


ସହରରେ କର୍ଫ୍ୟୁ ଲାଗିଥିଲା।

ରାମନବମୀ ଉପଲକ୍ଷେ ସହରରେ ,ଏକ ହଜାର ଆଠଶହ କଳସ ପ୍ରସେସନ ସହ ରାମ,ଲକ୍ଷ୍ମଣ,ସୀତାଙ୍କ ପ୍ରତିମୂର୍ତ୍ତି ନଗର ପରିକ୍ରମା କରିବ ବୋଲି ଗୋଟେ ରାଜନୈତିକ ଦଳ ଘୋଷଣା କରିଥିଲା । ତା’ ସହିତ ଖଣ୍ଡା ଚାଳନା,ସଂକୀର୍ତ୍ତନର ଆୟୋଜନ ବି ହୋଇଥିଲା।

    ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ,ସଂଖ୍ୟାଲଘୁ ସମ୍ପ୍ରଦାୟର ଏକ ସଭା ପାଇଁ ପ୍ରଶାସନ ଅନୁମତି ଦେଇଥିଲା।

   ସହରରେ ଟେନ୍ସନ । ଗଣ୍ଡଗୋଳର ଆଶଙ୍କା।

 ରହିମ ଦାନ୍ତ ଘସୁ ଘସୁ, ରାମ ସାହୁକୁ କହିଲା, " ବୁଝିଲୁ ରାମ ଭାଇ, ଏସବୁ ଆଗାମୀ ନିର୍ବାଚନ ଚକର । ଦୁଇ ସମ୍ପ୍ରଦାୟର ଟାଣୁଆ ନେତା ଟିକେଟ ପାଇବା ପାଇଁ ଏସବୁ କରୁଛନ୍ତି।"

 ମୁଣ୍ଡକୁ ସମ୍ମତି ସୂଚକ ଭାବେ ଟୁଙ୍ଗାରି ରାମ କହିଲା, "ହଁ. .ରେ, ଲୋକେ ଏକଥା ବୁଝିଲେ ହେଲା । ନହେଲେ ରାମଲୀଳାରେ ତମେ ବି ମିଶୁଥିଲ,ଆଉ ତମ ପୀରଙ୍କ ତାଜିଆ ବାହାରିଲେ ଆମ ମାଇପେ ଦାଣ୍ଡ ଲିପା ପୋଛା କରି, ଭୋଗ ଥାଳି ଧରି ଠିଆ ହେଉଥିଲେ। କୁଆଡେ ଗଲା ସେ ଦିନ ସବୁ ?"

    "ଦେଖୁନୁ , ସେଇଥିପାଇଁ ବଦମାସ ଗୁଡାକ ଦଙ୍ଗା କଲେ ବୋଲି ଆମେ କେତେ ହଇରାଣ । ନା ସଭା ହେଲା ନା ନଗର କୀର୍ତ୍ତନ,ପରିକ୍ରମା । ସବୁ ବନ୍ଦ। କର୍ଫ୍ୟୁ ପାଇଁ ମଣିଷ ଚା’ ପିଇବାକୁ ଦୋକାନ ମୁଣ୍ଡ ଯାଇପାରୁନି।

 ରହିମ ନିଜେ ଧରିଥିବା ଚା’ କପରୁ ଅଧା , ପ୍ଳେଟରେ ଢାଳି ରାମ ହାତକୁ ବଢାଇ ଦେଇ କହିଲା, "ଆଜି କଟିଙ୍ଗ ଚା’ରେ କାମ ଚଳାଇ ଦେ।"

 ରହିମର ସ୍ତ୍ରୀ ଆସି କହିଲା, ଘରେ ଚାଉଳ ସରି ଯାଇଛି । କେଉଁଠୁ ଆଣି ହେବନି ?

   ରାମ ବଡ଼ ପାଟିରେ ସ୍ତ୍ରୀ ଉଦ୍ଦେଶ୍ୟରେ ଡାକ ଛାଡି କହିଲା, " ଶୁଣୁଛ ? ରହିମ ଘରିକା ଆଜି ଆମ ଘରେ ଖାଇବେ।"

       ବାହାରେ ପୋଲିସ ଡ଼ାକବାଜି ଯନ୍ତ୍ରରେ ଘୋଷଣା କରୁଥିଲା, " କର୍ଫ୍ୟୁ ସମୟରେ କେହି ଘରୁ ବାହାରକୁ ବାହାରନ୍ତୁ ନାହି….

😢(ଅରବିନ୍ଦ ଦାସ)


Rate this content
Log in