Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଜହ୍ନମାମୁଁ -୪୭

ଜହ୍ନମାମୁଁ -୪୭

3 mins
7.1K


ପିତାଙ୍କ ଆଦର୍ଶ!

ଅନେକ ଦିନ ତଳର କଥା । ଥରେ ବୋଧିସତ୍ୱ କାଶୀ ରାଜ୍ୟର ଗୋଟିଏ ପଲ୍ଲିରେ ଜନ୍ମଗ୍ରହଣ କରିଥାନ୍ତି । ବାପା ମା ତାଙ୍କ ନାମ କମଳ ରଖିଥିଲେ । ସେମାନେ ବହୁତ ସ୍ନେହ ଯତ୍ନରେ କମଳକୁ ବଢାଇଥିଲେ ।

କମଳ ତ ଶିଶୁଅବସ୍ଥାରେହିଁ ନିଜର ଅସାଧାରଣ ବୁଦ୍ଧି ଓ ବିବେକର ପରିଚୟ ଦେଲା । ବାପା ମା ତାକୁ ଯେତିକି ସ୍ନେହ କରୁଥିଲେ, ତାହାଠାରୁ ତା’ ଜେଜେ ବାପା ତାକୁ ବହୁଗୁଣ ଅଧିକ ସ୍ନେହ କରୁଥିଲେ ।

ତେବେ ଜେଜେବାପା ସେତେବେଳକୁ ଅତ୍ୟନ୍ତ ବୃଦ୍ଧ ଓ ଅସୁସ୍ଥ ହୋଇ ପଡିଥାନ୍ତି । ବେମାର ଯୋଗୁଁ ତାଙ୍କୁ ପ୍ରାୟ ସର୍ବଦା ଶଯ୍ୟାଶାୟୀ ହୋଇ ରହିବାକୁ ପଡୁଥାଏ । ତାଙ୍କ ସେବା ଶୁଶ୍ରୁଷାର ସମସ୍ତ ଭାର କମଳର ମା ଉପରେ ନ୍ୟସ୍ତ ଥାଏ । ଶ୍ୱଶୁରଙ୍କ ସେବା କରି କରି ସେ ହାଲିଆ ହୋଇ ପଡୁଥାନ୍ତି । ଦିନେ ସେ ତାଙ୍କ ସ୍ୱାମୀଙ୍କୁ କହିଲେ, “କେତେଦିନ ଯାଏଁ ମୁଁ ଆଉ ଏମିତି ତମ ବାପାଙ୍କ ସେବା କରି ଚାଲିଥିବି? ମୋର ସୁଖ ବା ବିଶ୍ରାମ ବୋଲି କ’ଣ କିଛି ନାହିଁ!”

ତାଙ୍କ ସ୍ୱାମୀ ଗମ୍ଭୀର ଭାବରେ କହିଲେ, “ସେ ଯେତେଦିନ ପର୍ଯ୍ୟନ୍ତ ବଂଚିଥିବେ, ସେତେଦିନ ଯାଏଁ ତାଙ୍କ ସେବା ଶୁଶ୍ରୁଷା ତ କରିବାକୁହିଁ ପଡିବ । ଆମେ ତ ତାଙ୍କୁ ଆଉ ମାରିଦେଇ ପାରନା ନାହିଁ?”

ସ୍ତ୍ରୀ କହିଲେ, “ସେ ଯେପରି କଷ୍ଟ ପାଉଛନ୍ତି, ସେଥିରେ ଶୀଘ୍ର ମରିଗଲେ ବରଂ ତାଙ୍କରିହିଁ ଭଲ ହୁଅନ୍ତା । ଆମେ ସିନା ତାଙ୍କୁ ମାରି ଦେବା ନାହିଁ, କିନ୍ତୁ ଦିନେ ଦୁଇଦିନ ଔଷଧ ନଦେଲେ ସେ ତ ଆପେ ମରିଯିବେ ।”

ପ୍ରଥମେ ପ୍ରଥମେ ତ ସ୍ତ୍ରୀଙ୍କର ଏଭଳି ଯୁକ୍ତି କମଳର ବାପାଙ୍କୁ ମୋଟେ ଭଲ ଲାଗୁ ନଥିଲା । କିନ୍ତୁ କ୍ରମେ ଏ ଯୁକ୍ତି ତାଙ୍କ ମନକୁ ବେଶ୍ ପାଇଲା । ସେ ନିଜେ ବୁଝାଇ ଗୋଟାଏ କାର୍ଯ୍ୟପନ୍ଥା ସ୍ଥିର କଲେ ।

ଦିନେ ସେ ତାଙ୍କ ବୃଦ୍ଧ ପିତାଙ୍କୁ କହିଲେ, “ତୁମେ ଯେଉଁ ଔଷଧ ଖାଉଥିଲ, ସେ ଔଷଧ ଆଉ କାମ ଦେବ ନାହିଁ । ଦୂରବର୍ତ୍ତୀ ଗୋଟିଏ ଗ୍ରାମକୁ ଜଣେ ବଡ ବୈଦ୍ୟ ଆସିଛନ୍ତି । ସେଠାକୁ ଚାଲ । ସେ ତମକୁ ପରୀକ୍ଷା କରି ନୂଆ ଔଷଧ ଦେବେ ।”

ବୃଦ୍ଧ ସେଥିରେ ରାଜି ହେଲେ । ତାଙ୍କୁ ଶଗଡରେ ବସାଇ କମଳର ବାପା ଶଗଡ ଚଳାଇବାକୁ ଉଦ୍ୟତ ହେଲେ । ସେତିକିବେଳେ କମଳ ଆସି ଗାଡିରେ ବସି ପଡିଲା ଓ କହିଲା, “ମୁଁ ବି ଯିବି ।”

କମଳର ବାପା ତାକୁ ଯେତେ ମନା କଲେ ବି ସେ ମୋଟେ ଶୁଣିଲା ନାହିଁ । ଅଗତ୍ୟା ପିତା ଓ ପୁତ୍ରଙ୍କୁ ଧରି ସେ ଚାଲିଲେ ।

ବଣ ଭିତରେ ଠାଏଁ ଗାଡି ଅଟକାଇ ସେ ବୃଦ୍ଧଙ୍କୁ ଓ କମଳକୁ କହିଲେ, “ଏଇଠାରେ ଟିକିଏ ଅପେକ୍ଷା କର । ମୁଁ ଏଥର ଆସୁଛି । ଏହା କହି ସେ କୋଦାଳଟିଏ ଧରି ଗୋଟାଏ ବୁଦା ଆଢୁଆଳରେ ଗାତ ଖୋଳିବାକୁ ଲାଗିଲେ । ବୃଦ୍ଧଙ୍କୁ ଦୁଇଦିନ ଧରି ଔଷଧ ଦିଆଯାଇ ନଥିଲା । ତେଣୁ ଠିକ୍ ସଂନ୍ଧ୍ୟା ପୂର୍ବରୁ ସେ ମରିଯିବେ ବୋଲି କମଳର ବାପା ଏହା ଧରି ନେଇଥିଲେ ।”

କିଛି ସମୟ ପରେ କମଳ ନିଜେ ଯାଇ ଅଦୂରରେ ଆଉ ଗୋଟାଏ ଗାତ ଖୋଳିବାକୁ ଲାଗିଗଲା । ତା’ ବାପା ସେ ଶବ୍ଦ ଶୁଣି ଅନାଇ ତାକୁ ଗାତ ଖୋଳିବାର ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇ ତାକୁ ସେ ପଚାରିଲେ, “ତୁ ଏ କ’ଣ କରୁଛୁ?”

କମଳ ଉତ୍ତର ଦେଲା “ତୁମେ ଯାହା କରୁଛ, ମୁଁ ବି ତ ସେଇଆ କରୁଛି!”

ବାପା ପଚାରିଲେ “ମୁଁ କାହିଁକି ଏହି ଗାତ ଖୋଳୁଛି ତୁ କ’ଣ ତାହା ଜାଣୁ?”

କମଳ କହିଲା, “କାରଣ ଯାହା ବି ହେଉ ପଛେ, ତୁମ ଆଦର୍ଶ ମୁଁ ତ ପୁଣି ଅନୁସରଣ କରିବି ନା ।”

କମଳର ଏ ଉତ୍ତର ଶୁଣି ବାପା ତାଙ୍କ କଣ୍ଠସ୍ୱର ନିମ୍ନ କରି କହିଲେ, “କଥା କ’ଣ କି, ତୋ ଜେଜେବାପାଙ୍କ ଅବସ୍ଥା ଏପରି, ଯେ କୌଣସି ସମୟରେ ବି ସେ ମରିଯିବେ । ତାଙ୍କୁ ସମାଧି ଦେବା ମୋର କର୍ତ୍ତବ୍ୟ ।”

କମଳ କହିଲେ, “ବାପା! ମଣିଷର ମୃତ୍ୟୁ କଥା କେହିବି କହିପାରିବେ ନାହିଁ । ତୁମେ ଆଜି ନିରୋଗ ଅଛ, କାଲି ମରିଯାଇ ପାର । ସେଥିପାଇଁ ମୁଁ ବି ଗାତ ଖୋଳି ରଖିଥାଏ! ତୁମକୁ ସମାଧି ଦେବା ବି ତ ମୋର କର୍ତ୍ତବ୍ୟ!”

କମଳର ଏ ଉତ୍ତର ଶୁଣି ତା’ବାପା ନିର୍ବାକ ରହିଲେ । ଗାତ ଖୋଳିବାକୁ ତାଙ୍କର ଆଉ ହାତ ଗଲା ନାହିଁ । ସେ ଧିରେ ଧିରେ ଶଗଡ ଆଡେ ଚାଲିଲେ । କମଳ ବି ତାଙ୍କୁ ଅନୁସରଣ କଲେ ।

ଦୂରରୁ ଶଗଡ ଆସୁଥିବାର ଦେଖି କମଳର ମା ଖୁବ୍ ଖୁସି ହୋଇ କବାଟ ଖୋଲିଲେ । ସେ ତାଙ୍କ ସ୍ୱାମୀ ଓ ପୁଅକୁ ଖୁଆଇବା ନିମନ୍ତେ ପିଠାପଣା ପ୍ରସ୍ତୁତ କରି ରଖିଥିଲେ ।

କିନ୍ତୁ ଶଗଡ ଠିଆ ହେବା ମାତ୍ରେ କମଳ ଡେଇଁ ପଡି ଜେଜେବାପାଙ୍କୁ ଧରାଧରି କରି ଓହ୍ଲାଇବାର ଦେଖି ତା’ ମା ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ । ସମସ୍ତେ ଘର ଭିତରକୁ ଆସିବା ପରେ ସେ ତାଙ୍କ ସ୍ୱାମୀଙ୍କୁ ପଚାରିଲେ, “ଇଏ କ’ଣ?”

ସ୍ୱାମୀ ଉତ୍ତର ଦେଲେ “କମଳ ମୋତେ ସମାଧି ଦେବା ପାଇଁ ଗାତ ଖୋଳୁଥିଲା!”

“କ’ଣ କହିଲ? କମଳ ତମ ମୃତ୍ୟୁ କାମନା କରୁଥିଲା? ଏଡେ ଆଦର ଯତ୍ନରେ ବଢାଇବାର ଫଳ କ’ଣ ଏଇଆ?”

ତାଙ୍କ ସ୍ୱାମୀ ମୃଦୁ ହସି ଉତ୍ତର ଦେଲେ “ଆମ ବାପା ମା କ’ଣ ଆମକୁ ଆଦରଳ ଯତ୍ନରେ ବଢାଇ ନଥିଲେ?” ତା’ପରେ ସେ କହିଲେ, “କାହାରି ମୃତ୍ୟୁ କାମନା କରିବା ଅଥବା କାହାରି ମୃତ୍ୟୁ ତ୍ୱରାନ୍ୱିତ କରିବାର ଅଧିକାର ଆମର ନାହିଁ । ମୃତ୍ୟୁ ବିଧାତାର ବିଧାନ । ଆମକୁ ଆମ କର୍ତ୍ତବ୍ୟ ସୁଚାରୁ ରୂପେ ପାଳନ କରିଯିବାକୁ ପଡିବ । କମଳ ଜାଣ ଆଜି ମୋ ଆଖି ଖୋଲି ଦେଇଛି ।”

ଏସବୁ କଥା ଶୁଣି ତାଙ୍କ ପତ୍ନୀ ନୀରବ ରହିଲେ । କାହିଁକିନା ସେ ମଧ୍ୟ ଏକଥାର ସତ୍ୟତା ଠିକ୍ ଉପଲବ୍ଧି କଲେ ।


Rate this content
Log in

Similar oriya story from Classics