Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଯଜ୍ଞସୋମ  କଥା
ଯଜ୍ଞସୋମ କଥା
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୩

Children

2 Minutes   6.9K    13


Content Ranking

ଡକ୍ଟର ଲକ୍ଷ୍ମୀକାନ୍ତ ଖୁଣ୍ଟିଆ

କଳିଙ୍ଗ ଦେଶରେ ଯଜ୍ଞସୋମ ନାମରେ ଜଣେ ବ୍ରାହ୍ମଣ ରହୁଥିଲେ l ତା’ର ଦେବସୋମ ବୋଲି ସର୍ବଗୁଣ ସମ୍ପର୍ଣ୍ଣ ପୁଅଟିଏ ଥିଲା l ଦେବସୋମକୁ ଷୋହଳ ବର୍ଷ ବୟସ ହେଲା ବେଳେ ହଠାତ୍ ଜ୍ଵରରେ ପୀଡ଼ିତ ହୋଇ ମରିଗଲା l ପୁଅଟିର ଏପରି ଅକାଳ ମରଣରେ ବାପମାଆ ଦୁହେଁ ଭାଙ୍ଗି ପଡ଼ିଲେ l ପଡ଼ିଶା ଲୋକେ ତାକୁ ବୁଝାଇ ପୁଅର ଶବକୁ ଧରି ମଶାଣିକୁ ଗଲେ l

ସେହି ମଶାଣିରେ ପୂର୍ବରୁ ଜଣେ ସାଧୁ ମଠକରି ବାସ କରୁଥିଲେ l ଏତିକି ବେଳେ ଲୋକମାନଙ୍କର କୋଳାହଳ ଶୁଣି ସେହି ସାଧୁ ଜଣକ ମଠାରୁ ବାହାରି ଆସିଲେ l ଏକ କିଶୋର ବାଳକକୁ କିଛି ଲୋକ ଦାହ କରିବା ପାଇଁ ସେଟାକୁ ଆସି ଥିବାର ସେ ଦେଖିଲେ l ସେପରି ଏକ କିଶୋର ବାଳକକୁ ଦେଖି ଏହି ଜରାଜୀର୍ଣ୍ଣ ସାଧୁ ଜଣକ ତା’ର ଶରୀରରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କାଲେ l ତା’ପରେ ସେ ଏକାନ୍ତ ସ୍ଥାନକୁ ଯାଇ ଜୋର୍ ରେ କାନ୍ଦିଲେ ଓ ହାତ ଗୋଡ଼ ହଲାଇ ନାଚିବାରେ ଲାଗିଲେ l

ତାହା ପରେ ସେହି ସାଧୁ ଜଣକ ପୁନର୍ବାର ଯୌବନ ସୁଖ ଅନୁଭବ କରିବାକୁ ଇଚ୍ଛା କରି ଯୋଗ ବଳରେ ନିଜର ଜରାଜୀର୍ଣ୍ଣ ଶରୀରକୁ ଛାଡ଼ି ସେହି କିଶୋର ବ୍ରାହ୍ମଣ ପୁତ୍ରର ଶରୀରରେ ପ୍ରବେଶ କରିଲେ l କ୍ଷଣକ ମଧ୍ୟରେ ସେହି ମୃତ ବ୍ରାହ୍ମଣ ପୁତ୍ରଟି ମସାଣି ଭିତରେ ନୂତନ ଜୀବନ ପାଇ ଉଠି ବସିଲା l ତାକୁ ଦେଖି ତା’ର ବନ୍ଧୁବାନ୍ଧବ ମାନେ ଖୁସିରେ ନାଚିବାରେ ଲାଗିଲେ l ଯାହାହେଉ ଠାକୁରଙ୍କ ଦୟାରୁ ବିଚରା ଯଜ୍ଞସୋମ ନିଜର ମୃତ ପୁତ୍ରକୁ ଫେରି ପାଇଲା !

ଏହାପରେ ସାଧୁଜଣକ ଦେବସୋମର ଶରୀରରେ ଥାଇ କହିଲେ- ‘’ ମତେ ସ୍ଵୟଂ ଶିବ ଦେବତା ପୁନର୍ବାର ଜୀବନ୍ୟାସ ଦେଲେ l ଜୀବନସାରା ମହାପାଶୁପତବ୍ରତ ପାଳନ କରିବାକୁ ଆଦେଶ ମଧ୍ୟ ଦେଇଛନ୍ତି l ଏଣୁ ମୁଁ ବର୍ତ୍ତମାନ ଏକାନ୍ତ ସ୍ଥାନକୁ ଯାଇ ସେହି ବ୍ରତ ପାଳନ କରିବି l ନଚେତ୍ ମୁଁ ବଞ୍ଚି ପାରିବି ନାହିଁ l ତେଣୁ ଆପଣମାନେ ଘରକୁ ଫେରି ଯାଆନ୍ତୁ l ମୁଁ ମଧ୍ୟ ଯାଉଛି l ‘’ ଏହିପରି ସେ ସମସ୍ତଙ୍କୁ ବୁଝାଇ ନିଜ ଘରକୁ ପଠାଇ ଦେଲେ l ତା’ପରେ ନିଜର ପୂର୍ବ ଶରୀରକୁ ଗାତରେ ପୋତିଦେଇ ଅନ୍ୟଆଡ଼େ ଚାଲିଗଲେ l

ବେତାଳ କଥାଟି ଶୁଣାଇସାରି କହିଲା – ରାଜା ! ସେହି ସାଧୁ ଜଣକ ଅନ୍ୟର ଦେହରେ ପ୍ରବେଶ କରିବା ପୂର୍ବରୁ କାହିଁକି କାନ୍ଦିଲେ ଓ କାହିଁକି ବା ନାଚିଥିଲେ ? ଏ କଥାଟି ମୋ’ ମନରେ କୌତୁହଳ ସୃଷ୍ଟି କରୁଛି l

ବେତାଳର କଥା ଶୁଣି ରାଜା ମୌନଭଙ୍ଗ କରି କହିଲେ – ‘’ ଶୁଣ ବେତାଳ ! ପିଲାଦିନେ ବାପାମାଆଙ୍କ ଦ୍ଵାରା ଲାଳିତ ପାଳିତ ହୋଇ ଯେଉଁ ଶରୀର ପାଇଥିଲେ,ସେହି ଶରୀରକୁ ଯେତେବେଳେ ଛାଡୁଛନ୍ତି ; ସେହି ଦୁଃଖରେ ସେ କାନ୍ଦିଥିଲେ ,l ନୂତନ ଶରୀରରେ ପ୍ରବେଶ କରି ଅଧିକ ପୂଣ୍ୟବ୍ରତ ସାଧନ କରିପାରିବେ ବୋଲି ଚିନ୍ତା କରି ଯୌବନ ଲାଭରେ ଖୁସିହୋଇ ନାଚିବାରେ ଲାଗିଲେ l ‘’

ଯଜ୍ଞସୋମ ଯୌବନ ବ୍ରାହ୍ମଣ

Rate the content


Originality
Flow
Language
Cover design

Comments

Post

Some text some message..