Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Manoj Kishore Nayak

Romance

2  

Manoj Kishore Nayak

Romance

ଫେରିଯାଅ ପ୍ରିୟବର ଫେରିଯାଅ

ଫେରିଯାଅ ପ୍ରିୟବର ଫେରିଯାଅ

1 min
1.6K


ଫେରିଯାଅ ପ୍ରିୟବର ଫେରିଯାଅ

ମନୋଜ କିଶୋର ନାୟକ

          ପ୍ରେମର ପକ୍ଷୀଟିଏ ନା ଆତ୍ମାର ଆଲୁଅ ? କିଏ ତୁମେ ? କିଆଁ ଏତେ ଚଳଚଞ୍ଚଳ ?? ପୁଣି ଥରେ ଆସିଛ କି ନେଇଯିବାକୁ ତୁମ ପାଖକୁ ? ଫେରିଯାଅ ପ୍ରିୟବର ଫେରିଯାଅ । କେଉଁଠି ଥିଲ ତୁମେ ? କେଉଁଠି ଥିଲା ଏ ଅନ୍ତରଙ୍ଗତା ? ଯେତେବେଳେ ସମର୍ପିଦେଇଥିଲି ମୋ ଲାଜ, ମୋ ଦେହ, ନାଲି ଶାଢ଼ୀ, ନାଲି ଚୁଡ଼ି, ମୋ ଶବ୍ଦ, ମୋ ଆହ୍ଲାଦ... ଫେରିଯାଅ ପ୍ରିୟବର ଫେରିଯାଅ । ଆଜି ମୁଁ କରିଛି ଏଠି ଅନ୍ୟ ଏକ ବିଶ୍ଵର ନିର୍ମାଣ; ଯେଉଁଠି ବୋହୁଥିବ ନିଜର ଝରଣା, ଯେଉଁଠି ପବନ ଗାଉଥିବ ଗୀତ, ସବୁଜ ବନାନୀ ଶୋଷିନେବେ ଦୁଃଖ, ଛାଇଥିବି ରଖି ଆକାଶର ଓଢ଼ଣୀ । ଫେରିଯାଅ ପ୍ରିୟବର ଫେରିଯାଅ । ଲୋଡ଼ା ନାହିଁ ଆଉ ବୃଥା ପ୍ରତିଶ୍ରୁତି । ଈଶ୍ୱରଙ୍କ ସୃଷ୍ଟିରେ ମୁଁ ଏକାକାର ଏଠି । ଫେରିଯାଅ ପ୍ରିୟବର ଫେରିଯାଅ ।

*****


Rate this content
Log in

Similar oriya story from Romance