Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshay Ojha

Others

3  

Akshay Ojha

Others

ଝରକା

ଝରକା

2 mins
7.3K


ତମେ ଗଲାଣି ପନ୍ଦର ବର୍ଷ ହେଲା ।ଆଜି ତମ କଥା କାହିଁ କି ବେଶି ମନେ ପଡୁଛି ।ଝରକା ଖୋଲି ରାତି ବାରଟାରେ ବାରି ଆଡକୁ ଚାହିଁ ବସିଛି ।ଯେବେ ମନେ ପଡେ ମୁଁ ଏ ଝରକାକୁ ଖୋଲି ଦିଏ । ତୁମ ଉପସ୍ଥିତି ଅନୁଭବ କରେ । ତୁମ ତିଆରି ଏ ଚାରି ବଖରା ଘର ଭାଙ୍ଗି ଗଲାଣି ଶେଷ ଘର ଶେଷ ବଖରା ର ଶେଷ ଝରକାରେ ଏକ ତକ୍ତପୋଷ ତୁମ ପିଲା ଦୁହିଁଙ୍କୁ ଶୋଇ ଦେଇ ତୁମ ଛାୟାକୁ ଦେଖିବାକୁ ଚେଷ୍ଟା କରେ । ନୂଆ ବାହାହେଇ ଆସିଲା ବେଳେ ବୋଉ ବାର ବାର କୁହନ୍ତି ଏ ଝରକା ରାତିରେ କେବେ ଖୋଲିବୁନି । ଭୂତ ପ୍ରେତ ଅଛନ୍ତି, ଡରିବୁ ।ତମେ ଯିବା ପରେ ଏ ଝରକା ମୋର ସାହାରା । ତୁମକୁ ମୁଁ ଅନୁଭବ କରେ ଏଇଠି । ତୁମକୁ ସବୁ କୁହେ ଏଇଠି । ରାତିରେ ତୁମେ ଗଲାଠୁ କେବେ ଶୋଇନି । ସକାଳୁ ଏ ଝରକା ବନ୍ଦ ହୁଏ । ତୁମେ ଯିବା ପରେ ବୋଉ ଚାଲି ଗଲେ । ବାପା ବି କିଛି ଦିନ ପରେ । ଏକୁଟିଆ ଶ୍ରାଦ୍ଧ କାମ କଲି । ମୁଁ ଗାଁ ଗୋଟାକୁ ଖାଇବାକୁ ନ ଦେଇପାରିବାରୁ କେହି ଆମ ଦୁଆରକୁ ଆସିଲେଁନି । ଏମିତିକି ମଶାଣି ପର୍ଯ୍ୟନ୍ତ ଶବ ନେବା ପାଇଁ ଘରେ ଘରେ ଗୋଡ଼ ହାତ ତଳେ ପଡି ସାହି ଭାଇଙ୍କୁ ଡକେଇ କ୍ରିୟା କର୍ମ କଲି । ଏମିତି ଯେଉଁ ଦିନ ଘରେ କିଛି ଖାଇବାକୁ ନଥାଏ ତମକୁ ଭାବି ଭାବି ଭୋକ ମାରି ଯାଏ । ଛୁଆଙ୍କୁ ତୋରାଣି ପାଣି ପେଇ ଦିଏ । ତମେ ଯିବା ପରେ ଆମ ଘରକୁ କେହି ମାଡନ୍ତିନି । ନଜର ଉଠାଇ ଦେଖନ୍ତିନି । ରାସନ କାର୍ଡ ନାହିଁ । ସରକାରୀ ସାହାଯ୍ୟ ମିଳିପାରୁ ନାହିଁ । ଲାଞ୍ଚ ନ ଦେଇ ପାରୁ ଥିବାରୁ ମୋ ରାସନ କାର୍ଡ ହେଇପାରୁନି । ବଢ଼ିଲା ଝିଅକୁ ସାଙ୍ଗରେ ଧରି ଆଠ କିଲୋମିଟର ବ୍ଲକ ଅଫିସକୁ ଦୌଡ଼ି ଦୌଡ଼ି ହିମ୍ମତ ହାରି ସାରିଲିଣି । ପଇସା ନ ଥିବାରୁ ଝିଅ ମାଟ୍ରିକ ପରୀକ୍ଷା ଦେଇ ପାରିଲାନି । ଘରେ ବସି ସିଲେଇ କାମ ଶିଖୁଛି । ଘର ଅଲରା ହେଇ ଗଲାଣି । ଘର ଛାଇ ପାରୁନି ଦୁଇ ବର୍ଷ ହେଲା । ଚାଳ ଫୁଟି ପାଣି ଗଳୁଛି । ମୁଁ ଯେବେ ତୁମ accident ଖବର ପାଇଲି ଲାଗିଲା ତମେ ମୋଟର ସାଇକଲରୁ ପଡି ଯାଇଛ ବୋଲି । ମୁଁ କେବେ ବିଶ୍ୱାସ କରି ପାରୁ ନଥିଲି ତମେ ଆମକୁ ଛାଡ଼ି ଚାଲି ଗଲ ବୋଲି ଆଜି ଏ ଝରକାରେ ତମକୁ ଦେଖିବାକୁ ଚାହୁଁଛି । ତୁମକୁ ଅନୁଭବ କରିବାକୁ ଚାହୁଁଛି । ତମେ ଆସ ,ମୋ ଆଗରେ ଛିଡା ହୁଅ । ମୋ ପୁଅକୁ ଆଶୀର୍ବାଦ କର । ସବୁ କଷ୍ଟ ସହିଲା ପରେ ବି ତୁମ ପୁଅକୁ ମୁଁ graduation ପର୍ଯ୍ୟନ୍ତ ପାଠ ପଢେଇଛି । ସବୁ ବିକିଭାଙ୍ଗି ଦେଲି । କାଲି ସକାଳୁ ତମ ପୁଅ rail way ରେ interview ଦେବାକୁ ଯାଉଛି । ତୁମ ହାତ ତା ମୁଣ୍ଡରେ ରଖ , ମୁଁ ଦେଖିବି । ମୋ ପୁଅ ପରୀକ୍ଷାରେ ପାସ ହେବ ।ଚାକିରୀ କରିବ,ଅଫିସର ହେବ । ପୁଣି ତମ ଭଳି ଚାରି ବଖରା ଘର କରିବ । .... ପୁଅ ମୁଣ୍ଡରେ ହାତ ବୁଲାଉ ବୁଲାଉ ଝରକାରେ ଅନ୍ଧକାର ଶୂନ୍ୟତାକୁ ଅନେଇ ବସି ଥିଲା ସୀତା ସକାଳ ହେବା ଯାଏ --------।


Rate this content
Log in