Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମି ଠୁ
ମି ଠୁ
★★★★★

© Pratima Das

Inspirational Others

5 Minutes   710    14


Content Ranking

ପ୍ରଜ୍ଞା ଦେବୀ, ନିଜକୁ ଚିହ୍ନିବା ବେଳକୁ ଚାଳିଶଟି ବସନ୍ତ ତାଙ୍କୁ ଛୁଇଁ ଅତିକ୍ରାନ୍ତ ହୋଇଯାଇଥିଲା। ତାଙ୍କ ପାଖରେ ଲେଖା ଲେଖି କଳା ଏତେ ଭଲ ଭାବେ ଥିଲା ସେ ଜାଣିବା ପରେ ଲେଖି ଚାଲିଲେ। ଖୁବ୍ ଭଲ ଲାଗିଥିଲା ଯେବେ ସେ ପ୍ରଥମ ରାଜ୍ୟ ସ୍ତରୀୟ ସମ୍ମାନ ପାଇଥିଲେ। ଶୁଭେଚ୍ଛାର ସୁଅ ଛୁଟିଥିଲା ।ଘର ଲୋକ ସ୍ବାମୀ ପୁଅଝିଅ ମିଶି ଖୁବ୍ ବଡ ପାର୍ଟିର ଆୟୋଜନ କରିଥିଲେ ପ୍ରଜ୍ଞା ଦେବୀଙ୍କୁ ଉତ୍ସାହିତ କରିବା ପାଇଁ। ୟା’ ପରେ ପ୍ରଜ୍ଞାଦେବୀ ଆଉ ପଛକୁ ଫେରି ଚାହିଁ ନାହାନ୍ତି।

ପ୍ରଜ୍ଞା ଦେବୀଙ୍କର ଭାଷାଜ୍ଞାନ ଖୁବ୍ ଉଚ୍ଚ କୋଟିର ଥିଲା। ତାଙ୍କ ଲେଖାଗୁଡ଼ିକ ମନଛୁଆଁ ବର୍ଣନାଶୈଳୀ ଚମତ୍କାର। ପ୍ରଜ୍ଞା ଦେବୀଙ୍କ ଉପନ୍ୟାସଟି ଲାଗେ ଏ ଏକ ସମ୍ଭ୍ରାନ୍ତ ଶବ୍ଦ କୋଷର ସମାହାର । ସେଥିପାଇଁ ଭୁରି ଭୁରି ପ୍ରଶଂସା ପା’ନ୍ତି ପ୍ରଜ୍ଞାଦେବୀ। ସାଧାରଣ ପାଠକ ଏବଂ ଲେଖକବୃନ୍ଦ ଅପେକ୍ଷାରେ ଥା’ନ୍ତି ପ୍ରଜ୍ଞାଦେବୀଙ୍କ ନୂତନ ପ୍ରକାଶିତ ଉପନ୍ୟାସକୁ ପଢିବା ପାଇଁ। ଏମିତି ନୁହେଁ କି, ଇର୍ଷାତୁର ଶତ୍ରୁ ନଥିଲେ ତାଙ୍କର,କିନ୍ତୁ ପ୍ରଶଂସକ ସଂଖ୍ୟା ଅଧିକ।

ନିଜପାଇଁ ସମୟ ପାଇବା ପରଠୁ ଆଉ ଫେରି ଚାହିଁ ନାହାନ୍ତି ପଛକୁ। ସାମାଜିକ, ଐତିହାସିକ, ସାମ୍ପ୍ରତିକ, ପୌରାଣିକ ସବୁ ବିଷୟରେ ଲେଖିଚାଲିଛନ୍ତି ।

ଗଦା ଗଦା ମାନପତ୍ର, ମେଡାଲ, ଉପାଧି ପାଇବି ପ୍ରଜ୍ଞାଦେବୀଙ୍କୁ ମଝିରେ ମଝିରେ ଖୁସି ପରିବର୍ତ୍ତେ ଖୁବ୍ ଅଣ-ନିଶ୍ବାସି ଲାଗେ। ଲାଗେ ଯେପରି, ଜୀବନର କିଛି ଗୁରୁତ୍ବପୂର୍ଣ୍ଣ ରହସ୍ୟ ଉନ୍ମୋଚନ ନ ହୋଇ ପାରି, ଲୋକ ଲୋଚନକୁ ଆସିପାରୁନି।

ଆଜି କିନ୍ତୁ ଖୁବ୍ ସହଜ ଓ ଶାନ୍ତି ଅନୁଭବ କରୁଛନ୍ତି।

ମୋବାଇଲରେ କିଛି ସର୍ଚ୍ଚ କଲାବେଳେ “ମି ଠୁ” ଅଭିଯାନ ଦେଖି। କାହିଁକି ସେ ଏ ଜାଗରଣ ବିଷୟରେ ଥରେ ଚିନ୍ତା କରି ପାରିନଥିଲେ, ଅନେକ ସାମ୍ପ୍ରତିକ ସମସ୍ୟା ଉପରେ ବହୁତ କିଛି ରଚନା କରିଥିଲେ ମଧ୍ୟ ଏବଂ ପୁରସ୍କୃତ ହୋଇଥିଲେ ସୁଦ୍ଧା । ଆମ ଦେଶରେ ଶିବ ଚତୁର୍ଦ୍ଦଶୀ ଜାଗର ହେଉଛି, ଧର୍ମ ଆଧାରିତ ଅନେକ ଜାଗରଣ ହେଉଛି କିନ୍ତୁ ବାସ୍ତବିକ ଜାଗରଣ, ସମାଜ କଲ୍ୟାଣ ପାଇଁ କେଉଁଠି କିଛି ନାହିଁ। ପ୍ରାୟତଃ ସ୍ତ୍ରୀ ସୁରକ୍ଷା ପାଇଁ ପଶ୍ଚିମ ଦେଶଗୁଡିକରେ ଯେଉଁ ପ୍ରକାର ସଚେତନତାର ଆଲୋଚନା, ପ୍ରଶିକ୍ଷଣ ସମାଜକୁ ଦିଆଯାଉଛି, ସେଠିକାର ମହିଳା ଯେପରି ଆଗୁଆ, ଆମଦେଶ ସେ ସବୁ ଥିରେ ପଛୁଆ।

କଣ ମିଳିବ ଏତେଭାଷାଞାନ ଦେଇ ବଡ ବଡ ଉପନ୍ୟାସ ସୃଷ୍ଟି କରିବା ରେ। ଯେଉଁ ଲେଖାଲେଖି ସମାଜର ମୌଳିକ ଚେତନା ଜାଗ୍ରତ କରାଇ ପାରୁନାହିଁ ଏବଂ ଯେଉଁ ଲେଖାରେ ଆହ୍ବାନ ରହୁନି ସମାଜ କଲ୍ୟାଣ ପାଇଁ ବା କିଛି ଭଲ ବାର୍ତ୍ତା ରହୁନି ଯାହା ସାଧାରଣ ଲୋକେ ଧରିପାରିବା ଭଳି। ପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ କିମ୍ବା ଅନ୍ୟାନ୍ୟ ଯେତେ ଭଗବାନ ସଦୃଶ ମହାପୁରୁଷ କେବଳ ସାମାଜିକ ଚେତନା ପାଇଁ ହିଁ ଲେଖୁଥିଲେ ସମାଜର ଉଦ୍ଧାର ପାଇଁ ହିଁ କାମ କରୁଥିଲେ। ସେଥିରେ ବାସ୍ତବତା ହିଁ କେବଳ

ରହୁଥିଲା। ଆଜିଠାରୁ ସଚେତନତାପୂର୍ଣ୍ଣ କାମ ଓ ଲେଖାଲେଖି କରିବେ ବୋଲି ପ୍ରତିଶ୍ରୁତି ବଦ୍ଧ ହେଲେ ନିଜେ।

ଗୋଟିଏ ଝିଅ କିମ୍ବା ନାରୀ ଯଦି ଅତ୍ୟାଚାରୀତ, ଆଜି ହେଉ କି କାଲି ହେଉ କି ବର୍ଷ ପରେ ବର୍ଷ ହେଉ ମଧ୍ୟଯଦି ମୁହଁ ଖୋଲିଲା ତାକୁ ସହଯୋଗର ହାତ ବଢାଅ। ଏପରି ଜନ ସଚେତନତା ଆସିଗଲେ, ଆପେ ଆପେ ନାବାଳିକା, ସାବାଳିକା, ନାରୀ ଦରବୁଢୀ ସମସ୍ତିଙ୍କ ଉପରେ ହେଉଥିବା ଅତ୍ୟାଚାର ଯୌନ ଶୋଷଣ ହଟିଯିବ। ପାଶବିକ ମାନସିକ ବିକାରଗ୍ରସ୍ତ ମଣିଷ ଗୁଡା ନିଶ୍ଚୟ ଡରିବେ ଏ ଲଗାମ ଲାଗିଲେ।

ଅଫିସରେ, ରାସ୍ତାରେ, ଘାଟରେ, ପାର୍କରେ, ବସରେ, ନିରୋଳା ଯାଗାରେ ଏପରିକି ମନ୍ଦିର ଭିତରେ, ଆଉ ଏ ଭଦ୍ରମୁଖା ମଣିଷ ନାରୀକୁ ଶୀକାର କରିପାରିବିନି।

ଆଜି ସେ ନିଜ କାହାଣୀ ଲେଖା ମାଧ୍ୟମରେ ସମାଜ ସାମ୍ନାକୁ ଆଣି କିଛି ବି ସଂକୋଚ ଅନୁଭବ କରୁନାହାନ୍ତି ବଂର ସହଜ ଅନୁଭବ କରୁଛନ୍ତି । ପ୍ରଜ୍ଞାଦେବୀଙ୍କୁ ଯେତେବେଳେ ଚାରି ପାଂଚ ବର୍ଷ ହୋଇଥିଲା, ଅଜ୍ଞାନ କହିଲେ ଚଳେ,ପଡୋଶୀ ଦାଦା ଭାଇ କାଖେଇବା ବାହାନାରେ, କିପରି ଯୌନଶୌଷଣ କରନ୍ତି, ସେ ସେଗୁଡ଼ିକ ଭାବି କ୍ରୋଧ ଘୃଣାରେ ଜର ଜର ହୁଅନ୍ତି ସିନା....ଏବେ, କିଛି ....କରି ପାରି ନ ଥିଲେ ସେତେବେଳେ ଛୋଟ ବୋଲି ଆଉ ଏବେ ମଧ୍ୟ ପାରନ୍ତିନି। କୁନି କୁନି ଛୋଟ ଝିଅଟି ଯେଉଁଠି ଯେବେ ଆଖିରେ ପଡ଼େ ଖୁବ୍ କଡା ନଜର ରଖନ୍ତି, ଠିକ୍ ନିଜ ଛୁଆ ପରି। ଆଖିରେ ଲୁହ ଚାଲିଆସେ କି ସମାଜ ଇଏ, ଯୁଗ ଯୁଗରୁ ନାରୀ...ଲୁଣ୍ଠିତ ଏଠି। ଯେବେ କଥା କହିବାର ବୟସ ଆସିଲା, ଏପରି ଘୃଣିତ ଅବସ୍ଥାର ସାମ୍ନା ପୁଣି କରିବାକୁ ପଡିଛି। ଘରେ କିନ୍ତୁ ମନାକରାଯାଏ, ଦାଣ୍ଡକୁ କଥା ନେ ନା ସେପରି ବିଶେଷ କିଛି ଅସୁବିଧା ତ ହୋଇନାହିଁ। ଖାଲି ଟାରେ ବଦନାମ ଟାହିଟାପରା ଶୁଣିବାକୁ ପଡିବ।

ବାଃ ବାଃରେ ଦୁନିଆଁ, କରିବ କିଏ ଭରିବ କିଏ। କଦର୍ଯ୍ୟ କାଣ୍ଡ ଘଟାଉ ଥିବା ସଇତାନ୍ ଟି ଖୁସିରେ ବୁଲିବ ଅଥଚ ଅତ୍ୟାଚାରିତା ବଦନାମ୍ ଭୟରେ ମୁହଁ ଲୁଚେଇବ । ସେଦିନୁ ନିଜ ଘର ଲୋକଙ୍କ ଉପରେ କ୍ରୋଧ ଅଭିମାନ ଆସିଯାଇଥିଲା ପ୍ରଜ୍ଞା ଦେବୀଙ୍କର। ଆଉ କେତେ ଅସୁବିଧା ହେଲେ ମୁହଁ ଖୋଲିବେ।

ଝିଅଙ୍କୁ ସବୁ ମନା ଭାରତ ବର୍ଷରେ। ଆଉ ଓଡିଶା ଭଳି ପଛୁଆ ଅଞ୍ଚଳ କଥା କଣ କହିବା। ଓଡିଆ ଘରେ ଝିଅର ଲାଳନପାଳନ ରକ୍ଷଣଶୀଳତା ଭିତରେ ହିଁ ହୁଏ,ରାଜ୍ୟର ପରିସ୍ଥିତି ଅତି ଅନ୍ଧ ରାଜ୍ୟ ପରି। ଝିଅ ଏମିତି କରନା, ବସନା, ଏମିତି ଉଠନା, ଏଟା ପିନ୍ଧନା, ଇଆଡେ ଯା’ନା,ସିଆଡେ ମନ ଦେ’ନା ଇତ୍ୟାଦି। ଖଣ୍ଡିଏ ଲୁଗା ପିନ୍ଧି ଅଧା ଶରୀର ଢାଙ୍କି ନ ହେଲେ ବି ଚଳିବ, ସେ ଅର୍ଦ୍ଧ ଲଗ୍ନ ହେଲେ ବି ଚଳିବ, କିନ୍ତୁ ଅନ୍ୟ କିଛି ପୋଷାକ ଲୁଗା ବ୍ୟତୀତ ଯଦି ପିନ୍ଧିଲ, ସେ ପୁରା ଶରୀର ଢାଙ୍କି ଲେବି ଚର୍ଚ୍ଚାର ବିଷୟ ହୋଇଯାଏ ଏଠି।

ଉଲଗ୍ନା ତରୁଣୀକୁ ଘଣ୍ଟା ଘଣ୍ଟା ପର୍ଣ ସାଇଡ ରେ ହେଉ କି ସିନେମାରେ ହେଉ ଦେଖିଲେ ଚଳିବ, ରାସ୍ତା ଘାଟରେ ଛୋଟ ପୋଷାକ ପିନ୍ଧି ଥିବା ଝିଅ ପଛରେ ଡାହାଳ କୁକୁର ପରି ଗୋଡେଇ ଗୋଡେଇ ଗଲେ ଚଳିବ, କିନ୍ତୁ ସାହାସ ନଥିବ ନିଜ ସ୍ତ୍ରୀ ଭଉଣୀଙ୍କୁ ଆଧୁନିକ ପୋଷାକ ପିନ୍ଧାଇ ସବୁର ସାମନା କରିବାକୁ। କେବଳ ରୁଗ୍ଣ ମାନସିକତାର ପରିବର୍ତ୍ତନ ଆବଶ୍ୟକ।

ପ୍ରଜ୍ଞାଦେବୀ ପିଲାଦିନ ଘଟଣାକୁ ଦୁଃସ୍ବପ୍ନ ଭାବି,ଜୀବନରେ ଆଗେଇ ଚାଲିଲେ। ଗତି ହିଁ ଜୀବନର ଅନ୍ୟନାମ। ୧୬/୧୭ ବର୍ଷର ତରୁଣୀ ହେଲାବେଳକୁ ପ୍ରଜ୍ଞାଦେବୀ ସହରକୁ ଆସିଲେ। ସମାନ ସମସ୍ୟା, କିନ୍ତୁ ଶାରୀରିକ ତଥା ମାନସିକ ଭାବେ ସେ ଏ ସବୁର ସାମ୍ନା ପାଇଁ ସକ୍ଷମା ନାରୀଟିଏରେ ପରିଣତ ହୋଇ ଯାଇଥିଲେ ଫଳରେ ଛୋଟ ବଡ଼ ଦୁର୍ଘଟଣାରୁ ବଂଚାଇରଖିପାରିଥିଲେ ନିଜକୁ। ଫୁଲ ବଗିଚା ଓ ଫୁଲ ଏଠି ନିଜର ରକ୍ଷାକର୍ତ୍ତା। ସବୁ ଠିକ୍ ଚାଲିଥିଲା। କିନ୍ତୁ ପି ଏଚ ଡି ପେପର ସବମିଟ ବେଳେ ଯେପରି ପୁଣି ସବୁ ଗୋଳମାଳ ହୋଇଗଲା। ଅଦିନିଆ ବାତ୍ୟା ଆସି ଶରୀର କ୍ୟାରିୟର ସର୍ବୋପରି ମନକୁ ଖିନ ଭିନ କରି ଭାଂଗିଦେଲା। ନିଜର ଗୁରୁ ପ୍ରଫେସର ଗୋଲ୍ଡମେଡାଲ ବଦଳରେ, ପ୍ରଜ୍ଞା ଦେବୀଙ୍କୁ ଏକରାତିର ଶଯ୍ୟା ସଂଗୀନ ରୂପେ ଚାହିଁ ଥିଲେ ।କାହାକୁ କିଛି ଜଣାଇଲେ, ଜୀବନରେ ତୁମେ ଏ ଡିଗ୍ରୀ ତ ପାଇବନି,କାରଣ ତୁମ ଟ୍ୟାଲେଣ୍ଟ ମେରିଟ କିଛି କାମ ଦେବନି ବଂର ଏ ସହରରେ ତୁମ ବଂଚିବା ଅସମ୍ଭବ କରିଦେବି। ପ୍ରଫେସରଙ୍କ ଏ ସ୍ବଭାବ ବିଷୟରେ ସେ ଖୁବ୍ ଶୁଣିଥିଲେ ଏବଂ ଅଳ୍ପ ବହୁତ ଭୋଗୁଛନ୍ତି ବି । କିନ୍ତୁ କାମନାର ବାସ୍ନା ଏପରି ରୂପ ନେଇ ତାଙ୍କ ଉପରେ ଅଦିନ ବଜ୍ର ହୋଇ ପଡିବ ,ସେ କେବେ କଳ୍ପନା କରିନଥିଲେ । ଭଗବାନଙ୍କୁ ବହୁତ ଧିକାରିଲେ। କାନ୍ଦି କାନ୍ଦି ରାତି କଟିଗଲା।

ସକାଳୁ ଏକ ପବ୍ଲିକ ବୁଥକୁ ଯାଇ ବାପାଙ୍କୁ ଜଣାଇଲେ, ବାପା କିଛି ପଦକ୍ଷେପ ନେବା ବଦଳରେ ପାଠ ପଢ଼ା ବହୁତ ହୋଇଗଲା କହି ସିଧା ଝିଅକୁ ଧରି ଗାଁକୁ ଚାଲିଗଲେ, ନିର୍ବନ୍ଧ ହୋଇରହିଥିବା ପୁଅଟି ସହିତ ବାହାଘର କରିଦେଲେ। ଦୁଃଖର ସୀମା ନଥିଲା ପ୍ରଜ୍ଞା ଦେବୀଙ୍କ ମନରେ ।ଜୀବନର ଯେଉଁ ମହାର୍ଘ୍ୟ କ୍ୟାରିୟର ସ୍ବପ୍ନ ଦେଖିଥିଲେ ସେ ସବୁ ଛଟପଟ ହୋଇ ସମାଧି ନେଇଥିଲେ ଏକ ମଶାଣିରେ ।

ଜନ୍ମରୁ ଜୁଇ ପର୍ଯ୍ୟନ୍ତ କେତେ ବଳି ମାଗିବ ସମାଜ ନାରୀଠୁ। କ୍ୟାରିୟର, ପୁଅ ଚୟନ,ଘରଚୟନ,ରହଣୀ ସହଣୀ ଶାଶୁ ଶଶୁର ପୁଅ ଝିଅ ସବୁଠି ସ୍ତ୍ରୀ ର ବଳିଦାନର ନିଅଁ ଉପରେ ସଭ୍ୟତା ଛିଡା ହୋଇଛି। ତଥାପି ତା ଉପରେ ଅତ୍ୟାଚାର କମୁନି। ତାଙ୍କ ଭଳି କେତେ ପ୍ରଜ୍ଞା କିଏ ପାଠ, କିଏ ଆର୍ଟ, କିଏ ସିନେମା, କିଏ ଗୀତ, କିଏ ନାଚ ଛାଡିଛୁଡି ମନମାରି କେବଳ ବୋହୂଟିଏ ହୋଇ ଶାଶୁଘର ଚାଲି ଯାଉଛନ୍ତି।

ପ୍ରଜ୍ଞା ଦେବୀ ଠିକ୍ କଲେ ଆମେ ଶିକ୍ଷିତ ଗୋଷ୍ଠୀ ଯଦି ଆଗକୁ ନ ଆସି ଆମ ଅତ୍ୟାଚାରର କାହାଣୀ ଲୋକଙ୍କ ଆଗେ ନ ଖୋଲିବା,ଏ ପିଢିର ଡର ଛାଡିବନି କି ପର ପିଢି ସୁରକ୍ଷିତ ରହିବନି ,ଆଗାମୀ ପିଢି ଆମଠୁ ଉତ୍ତର ମାଗିବ । ଆମେ ଯଦି ଚୁପ୍ ରହିବା ଗାଁ ଗଁଉଲି ଅପାଠୁଆ ଝିଅ ସାହାସ ଜୁଟେଇବେ କେଉଁଠୁ?? ଏତେ ରଚନା, ଏତେ ଉପନ୍ୟାସ କାହା ପାଇଁ ଲେଖୁଥିଲେ, ସେ ଲେଖା ଯଦି ସମାଜର ପଥ ପ୍ରଦର୍ଶକ ନ ହୋଇ ପାରିଲା । ଅତି ହୃଦୟର ସହିତ “ମି ଠୁ” କୁ ସ୍ୱାଗତ କରି ତା ଊପରେ କାମ କରିବେ ପ୍ରତିଞା କରି ଶାନ୍ତିରେ ଶୋଇଗଲେ ଅନେକ ଦିନ ପରେ ଏ ନିଦ ତାଙ୍କୁ ମିଳିଛି ଯେଉଁ ଶାନ୍ତିର ନିଦର ସନ୍ଧାନ କରୁଥିଲେ ହେତୁ ହେବାଦିନୁ । ହେତୁ ହେବା ଦିନୁ ଏହାହିଁ ଖୋଜୁଥିଲେ।

ବସନ୍ତ ସମ୍ଭ୍ରାନ୍ତ ପ୍ରଜ୍ଞା ଦେବୀ

Rate the content


Originality
Flow
Language
Cover design

Comments

Post

Some text some message..