Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Inspirational

3  

ଵଳରାମ ତରାଈ

Inspirational

ଜୀବନରେ ମରିଗଲା ପରେ

ଜୀବନରେ ମରିଗଲା ପରେ

2 mins
649


ଗୋଟେ ଲୋକ ମରିଗଲା । ଯେତେବେଳେ ସେ ଜାଣିଲା ମରିଯାଇଛି, ଦେଖିଲା ଭଗବାନ ତା ପାଖକୁ ଆସୁଛନ୍ତି ଓ ତାଙ୍କ ହାତରେ ଏକ ସୁଟକେସ୍ ଅଛି । ଭଗବାନ କହିଲେ ପୁତ୍ର ଏବେ ଚାଲ, ତୁମ ସମୟ ଶେଷ ହୋଇଯାଇଛି । ଲୋକଟି କହିଲା ଏତେ ଶିଘ୍ର କାହିଁକି ? ମୋର ଆହୁୁରି ଅନେକ କାମ ବାକି ଅଛି । କ୍ଷମା କରନ୍ତୁ ପ୍ରଭୁ ଏବେ ମୋର ଯିବା ସମୟ ହୋଇନାହିଁ କିନ୍ତୁ ଅପଣଙ୍କ ହାତରେ ଥିବା ସୁଟକେସ୍ ରେ କଣ ଅଛି ? ଭଗବାନ କହିଲେ ଏଥିରେ ତୁମ ଜିନିଷ ଅଛି ।

ମାନେ ମୋ ଜିନିଷ ?

ମୋ ଧନ ରତ୍ନ ଓ ମୋ କପଡା ।

ଭଗବାନ ଉତ୍ତର ଦେଇ କହିଲେ ଏହା ତ ତୁମର ନଥିଲା । ଏହା ପୃଥିବୀରେ ଆବଶ୍ୟକ କରୁଥିବା ଲଜ୍ଜ୍ୟା ଲୁଚାଇବା ପାଇଁ ପୃଥିବୀ ସମ୍ଭୋଧିତ ବସ୍ତୁ ।

ଲୋକଟି କହିଲା ମୋ ସ୍ମୃତି ?

ଭଗବାନ କହିଲେ ଏହା ତ କେବେ ତୁମର ନଥିଲା । ସେସବୁ ସମୟର ଖେଳ ।

ଲୋକଟି କହିଲା ମୋ ଜ୍ଞାନ ଓ ମୋ ବୁଦ୍ଧି ?

ଭଗବାନ କହିଲେ ଏହା ତୁମର କେବେ ନଥିଲା । ଏହା ସମୟ ଚକ୍ରରେ ସୃଷ୍ଟି ହୋଇଥିବା ପରିସ୍ଥିତିର ।

ହୋଇପାରେ ମୋ ପରିବାର ଲୋକ ଓ ମୋ ସାଙ୍ଗ ସାଥି ?

ଭଗବାନ କହିଲେ ସେମାନେ ଜୀବନ ପଥରେ ଜଣେ ଜଣେ ବାଟୋଇ । ସେମାନେ ତୁମ ନିଜର କେହି ନୁହନ୍ତି ।

ନଚେତ୍ ମୋ ଶରୀର ହୋଇଥିବ ?

ଭଗବାନ କହିଲେ ସେ ବି ତୁମର ନଥିଲା । ଏହା ମାଟିରେ ତିଆରି ହୋଇଥିଲା ଓ ମାଟିରେ ମିଶିଗଲା ।

କ'ଣ ଏହା ମୋର ଆତ୍ମା ହୋଇପାରେ ?

ଭଗବାନ କହିଲେ ଆତ୍ମା ତ ମୋର ଥିଲା ଓ ମୋ ସହିତ ଲୀନ ହୋଇଗଲା ।

ଏବେ ଲୋକଟି ବହୁତ ଡରିଗଲା ଓ ଭଗବାନଙ୍କ ହାତରୁ ସୁଟକେସ୍ ନେଇ ଖୋଲିଲା । ସେ ଦେଖିଲା ସେଥିରେ କିଛି ନାହିଁ । ଲୋକଟି ଆଖିରୁ ଲୁହ ଧାର ଧାର ଗଡୁଥିଲା ଓ ଭଗବାନଙ୍କୁ ପଚାରିଲା ମୋ ପାଖରେ କ'ଣ କେବେ କିଛି ନଥିଲା ?

ଭଗବାନ କହିଲେ ଏହା ତ୍ରିବାର ସତ୍ୟ । ତୁମେ ଜୀବନ କାଳରେ ଯେତିକି ସମୟ ପାଇଛ, କେବଳ ସେତିକି ତୁମର ଥିଲା । ବେଙ୍ଗ କହେ ବେଙ୍ଗୁଲି ଲୋ ପୃଥିବୀ କ୍ଷଣକ୍ଷଣକେ ଆନ । ସେଥିପାଇଁ ଯେତିକି ସମୟ ଆମକୁ ମିଳିଛି, କେବଳ ସେତିକି ମୂଲ୍ୟବାନ । ତେଣୁ ସବୁ ସମୟକୁ ସଠିକ୍ ପଥରେ ଉପଯୋଗ କରିବା ଉଚିତ୍ । ଏପରି କର୍ମ କର ଯେ ତୁମକୁ ଆଉ ଗୋଟେ ଜନ୍ମ ମିଳୁ । ସବୁ ସମୟ ଖୁସିରେ ରହିବା ଉଚିତ୍ । ଯେଉଁ ବସ୍ତୁ ହେଉ କି ଜିନିଷ ପାଇଁ ଆମେ ରକ୍ତର ନଦୀ ବହିବା ପାଇଁ ପଛାଉନାହାନ୍ତି, ତାକୁ କେବେ ଆମେ ସାଥିରେ ନେଇ ପାରିବା ନାହିଁ । ଜୟ ଜଗନ୍ନାଥ ।

Balaram tarai

9937014646


Rate this content
Log in

Similar oriya story from Inspirational