Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Senapati

Inspirational

2.5  

Prasant Kumar Senapati

Inspirational

(୩) କଳ୍ପବୃକ୍ଷ-:

(୩) କଳ୍ପବୃକ୍ଷ-:

2 mins
14.8K


 "ବାପା ଚା' । ସୋନାଲିର ଡାକରେ ମହାପାତ୍ର ବାବୁଙ୍କ ତନ୍ଦ୍ରା ଭାଙ୍ଗିଗଲା । ବଗିଚାରେ ପାଣି ଦେଉଥିବା ସମୟରେ ମହାପାତ୍ର ବାବୁ ନିଜ ଝିଅ ସୋନାଲି ବିଷୟରେ ଭାବୁଥାନ୍ତି । ଯାହା ହେଉ ଭଲ ମଣିଷ, ଭଲ ପରିବାରରେ ତାଙ୍କ ଝିଅର ବାହାଘର ସ୍ଥିର ହୋଇଛି । ସୁନ୍ଦର ଶୁଶୀଳା ସୋନାଲି ଶାଶୁଘର ପରିବାରରେ ସମସ୍ତଙ୍କର ସ୍ନେହର ପାତ୍ର ହେବ ବୋଲି ସେ ଆଶା ରଖିଥାନ୍ତି ।

ସେ ସୋନାଲିକୁ ଦେଖି ପଚାରିଲେ ମା, ତୁ ଖୁସି ନା ?

ହଁ ବାପା, ସୋନାଲି ସଂକ୍ଷିପ୍ତରେ ଉତ୍ତର ଦେଇଥିଲା ।

ପୁନଶ୍ଚ ସୋନାଲି କହିଲା ବାପା ଏହି ବୃକ୍ଷକୁ ଏଠାରୁ ଓପାଡି ଘର ପଛ ପଟେ ରୋପଣ କରିହେବ ନାହିଁ କି? ମହାପାତ୍ର ବାବୁ ଟିକିଏ ଚିନ୍ତିତ ହୋଇ କହିଲେ ମା'ରେ ଏହି ବୃକ୍ଷ ଚାରି ବର୍ଷର ପୁରୁଣା । ଏଠାରୁ ଓପାଡି ଅନ୍ୟତ୍ର ରୋପଣ କଲେ ନୂଆ ସ୍ଥାନ, ନୂଆ ମାଟି ଓ ନୂଆ ସାଥିମାନଙ୍କ ମଧ୍ୟରେ ନିଜକୁ ସଜାଡି ପୁଣି ଦମ୍ଭ କରି ଠିଆହେବା ଅତ୍ୟନ୍ତ କଠିନ ହେବ। ଏପରି ବି ହୋଇପାରେ ବୃକ୍ଷଟି ଝାଉଁଳି ମରି ଯାଇପାରେ ।

ସୋନାଲି ହସିଲା ଓ ଏକ କ୍ଷୁଦ୍ର ସମ୍ବେଦନଶୀଳ ପ୍ରଶ୍ନ ପଚାରିଲା "ବାପା ଖାଲି କଣ ଏହି ବୃକ୍ଷ ଏସବୁ କଷ୍ଟକୁ ସମ୍ଭାଳି ପାରିବ ନାହିଁ'? ଏପରି ବହୁତ ଜିନିଷ ଅଛି । କଣ ଆପଣଙ୍କ ଅଗଣାରେ ଏହି ଗୋଟିଏ ବୃକ୍ଷ ଲଗାଇଛନ୍ତି ? ମୁଁ କଣ ? ନୂଆ ପରିବେଶ, ନୂଆ ପରିବାର ଓ ନୂଆ ନୂଆ ମଣିଷଙ୍କ ଭିତରେ ମୁଁ ନିଜକୁ ସଜାଡି ପାରିବି ପୁଣି ଏକ ନୂଆ ଜୀବନ ଆରମ୍ଭ କରି ପାରିବି ତ ? ସେ ନୂଆ ପରିବେଶରେ ମୋ ପାଇଁ ପର୍ଯ୍ୟପ୍ତ ରଶ୍ମି, ଖାଦ୍ୟପେୟ ମିଳିବ କି? ଆପଣ ତ କେବଳ ଚାରିବର୍ଷର ବୃକ୍ଷ କଥା କହୁଛନ୍ତି, ମୁଁ ତ ଆପଣଙ୍କ ଅଗଣାରେ ପଚିଶି ବର୍ଷ ହେଲା ବଢି ଆସିଛି । ଏତିକି କହି ସୋନାଲି ଘର ଭିତରକୁ ଚାଲିଯାଏ ।

ମହାପାତ୍ର ବାବୁ ଭାବନା ଦୁନିଆରେ ହଜିଗଲେ । ନୂଆ ପରିବେଶ, ନୂଆ ସାଥି ଓ ନୂଆ ପରିବାରକୁ ସମ୍ମୁଖିନ କରିବାର ସମସ୍ତ ଶକ୍ତି ସମଗ୍ର ସଂସାରରେ କେବଳ ନାରୀମାନଙ୍କ ପାଖରେ ଅଛି । ନାରୀ ଏପରି ଏକ ଚାରା ନୂଆ ପରିବେଶରେ ନିଜକୁ ଖାପଖୁଆଇ ଚଳିବା ସହିତ ସମସ୍ତଙ୍କ ସୁଖ ଦୁଃଖକୁ ସମ୍ଭାଳିବାରେ ଶତ ପ୍ରତିଶତ ସକ୍ଷମ ହୋଇଥାଏ । ଏହା ସହିତ ପରବର୍ତ୍ତି ପୀଢି ପାଇଁ ନୂଆ ବୃକ୍ଷ ଜନ୍ମ ଦେବାର ସାମର୍ଥ୍ୟ ବି ରଖିଥାଏ । ନାରୀର ଜନ୍ମ କେବଳ ନିଜ ପାଇଁ ନୁହେଁ, ସାରା ସଂସାରର ମଙ୍ଗଳ ପାଇଁ ତାର ଜନ୍ମ । ନାରୀ ମନ ଏକ କଳ୍ପବୃକ୍ଷ ସଦୃଶ । ତୁ ନିଶ୍ଚୟ ପାରିିବୁରେ ମା, ତୁ ନୂଆ ପରିବେଶରେ ନିଜକୁ ଖାପଖୁଆଇ ପୁଣି ଏକ ସୁନ୍ଦର ଦୁନିଆ ନିଶ୍ଚିତ ଗଢି ପାରିବୁ ।


Rate this content
Log in

Similar oriya story from Inspirational