Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Seetaram Dash

Inspirational Tragedy

3  

Seetaram Dash

Inspirational Tragedy

ପଖିଆ

ପଖିଆ

4 mins
4.9K


"ମଧୁପୁର" ବଣ ଜଙ୍ଗଲ ଭରା ସୁନ୍ଦର ଗାଁଟିଏ। ଗାଁ ପଛ ପଟକୁ ଲାଗିଛି ଶୁଳିଆ ପାହାଡ଼। ପାହାଡ଼ ପାଦଦେଶରେ ଅଛନ୍ତି ଶୁଳିଆ ଠାକୁରାଣୀ କାହିଁ କେତେ ଯୁଗରୁ। ଶୁଳିଆ ପାହାଡ଼ରୁ ଝରଣାଟିଏ ବହି ଯାଇଛି ପାଖ ଜଙ୍ଗଲକୁ ।ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିମୋହିତ କରୁଛି ଧରଣୀ ରାଣୀର ଏଇ ଛୋଟ ଗାଁଟି। ଗ୍ରାମ ବାସୀ ସମସ୍ତେ ଚାଷ ଆଦି କାମ କରି ଜୀବିକା ନିର୍ବାହ କରନ୍ତି। ପରସ୍ପର ସ୍ନେହ ଶ୍ରଦ୍ଧା ଏବଂ ଭାଇ ଚାରାରେ ବେଶ ଆରାମରେ କାଟି ଦିଅନ୍ତି ଦିନମାନ।

ସର(ସରିତା) ହେଉଛି ଏ ଗାଁ ଝିଅ । ବାପା ବୋଉ ଓ ସାନ ଭାଇକୁ ନେଇ ଗରିବ ପରିବାରଟିଏ। ଅଭାବ କଷ୍ଟ ମଧ୍ୟରେ ବି ବେଶ ଖୁସିରେ କାଟି ଦିଅନ୍ତି ଜୀବନକୁ। ଅଭାବ ଅସୁବିଧା ଯୋଗୁ ନବମ ଶ୍ରେଣୀରୁ ପାଠ ପଢ଼ାରେ ଡୋରୀ ବନ୍ଧା ହୁଏ ତାର। କିନ୍ତୁ ଘରର ସମସ୍ତ କାମରେ ପ୍ରଥମେ ସରକୁ ଖୋଜାଯାଏ। ଘର ଲିପାପୋଛା ଠାରୁ ଆରମ୍ଭ କରି ଗୁହାଳ ଗୋବର , ଗାଈ ମୁହାଁ, ସାନ ଭାଇକୁ ସ୍କୁଲ ନେବା, ରୋଷେଇ ବାସ, ସବୁ କାମ ବଡ଼ ଆନନ୍ଦରେ କରିନିଏ ସେ। ଗାଁରେ ସମସ୍ତେ ସରକୁ ଭଲ ପାଆନ୍ତି ଏବଂ ପ୍ରଶଂସା କରିଥାନ୍ତି।

ବର୍ଷା ଦିନେ ଗାଁ ଲୋକଙ୍କ ଦୁଃଖ ବହୁତ ବଢିଯାଏ । ବିଶେଷକରି ଜାଳେଣି କାଠର ଘୋର ଅଭାବ, ଗାଁ ଦାଣ୍ଡର କାଦୁଅ, ପିଇବା ପାଣି ପାଇଁ ଲୋକମାନେ ବହୁତ ହଇରାଣ ହୋଇଥାନ୍ତି। ଚାଷବାସ ପାଇଁ ଲୋକମାନେ ପାଖିଆଟିଏ ରଖିଥାନ୍ତି। ବର୍ଷାରେ ବିଲ ବାଡ଼ି କାମ ପାଇଁ ପଖିଆ ବହୁତ ଦରକାରୀ ହୋଇଥାଏ। ପଖିଆ ତାଳ ପତ୍ରରେ ତିଆରି ଏକ ଘୋଡ଼ଣି ପରି ମୁଣ୍ଡ ଠୁଁ ଆଣ୍ଠୁ ଯାଏଁ। ମୁଣ୍ଡ ଉପରେ ରଖି ଦେଲେ ମୁଷଳ ଧାରା ବର୍ଷାରୁ ବି ମୁକ୍ତି ମିଳିଥାଏ। ଦୁଇ ହାତରେ ସବୁ କାମ ସହଜରେ କରିହେବ।

ସର ବର୍ଷା ହେବା ସମୟରେ ପଖିଆଟିଏ ନେଇ ଘର, ବାହାର ସବୁ କାମ କରିନିଏ। ହେଲେ ଏ ପଖିଆଟିକୁ ନିଜର କରିପାରେନି। ଘରେ ଛତାଟିଏ ନ ଥିବାରୁ ନିଜକୁ ସେ ଛୋଟ ମନେକରେ। ବାପାଙ୍କୁ ଅନେକ ଥର କହିଛି ଛତା ଖଣ୍ଡେ ଆଣିବାକୁ। ବାପା ବି କୁହନ୍ତି, "ଧାନ ବିକ୍ରି ହେଲେ ଖଣ୍ଡେ ଭଲ ଛତା ଆଣିବା"। ହେଲେ ଅଭାବ ଅନଟନରେ ଘାଣ୍ଟି ହୋଇ ଛତା କଥା ଭୁଲି ଯାଆନ୍ତି। ସରର ଗୋଟେ ସପ୍ନ ଛତା ଖଣ୍ଡେ। ଦିନେ ବାପା ଘରେ ନଥାନ୍ତି। ପ୍ରବଳ ମେଘ ପବନ। ସାନ ଭାଇକୁ ସ୍କୁଲରୁ ଆଣିବା ପାଇଁ ପଖିଆଟି ନେଇ ରାଗ ତମ ତମ ହୋଇ ଚାଲିଗଲା ସେ। ଇଛା ନ ଥାଏ ପଖିଆଟା ନେଇ ଯିବାକୁ ସ୍କୁଲକୁ। ସ୍କୁଲ ପାଖା ପାଖି ହେବାରୁ ବଡ ସନ୍ତ୍ରପଣ ହୋଇ ଚାଲିଥାଏ, ସାର ମାନେ ନ ଦେଖନ୍ତୁ ଏ ପଖିଆଟିକୁ। ପଖିଆଟିକୁ ବାରଣ୍ଡା କରରେ ରଖିଦେଇ ସାନ ଭାଇକୁ ଆଣିଛି ସାରଙ୍କ ଅନୁମତି ନେଇ ତାପରେ ଏକା ନିଶ୍ଵାସ କେ ଚାଲିଛି ଘରକୁ। ଘର ଠୁ ଦୂରକୁ ପଖିଆଟି ନେଇ ଗଲେ ସରକୁ ଲାଜ ଲାଗେ। ମନେ ମନେ ଭାବେ ଛତା ଖଣ୍ଡେ ଥିଲେ ତାକୁ ଆଉ ମୁଣ୍ଡ ତଳକୁ କରି ଯିବାକୁ ପଡି ନଥାନ୍ତା। ତାକୁ ଲାଗେ ଯେପରି ଏଇ ପାଖିଆଟି ଯୋଗୁ ତାର ସବୁ ମାନ ମହତ ତଳେ ପଡିଯାଉଛି। ତେଣୁ ଅନେକ ସମୟରେ ସେ ବର୍ଷାରେ ଓଦା ହୋଉ ଯାଏ କିନ୍ତୁ ପଖିଆ ନିଏ ନାହିଁ।


ଦିନେ ଝିପି ଝିପି ବର୍ଷାରେ ସର ଆଉ କିଛି ସାଙ୍ଗ ମିଶି ଯାଉଥିଲେ ତଇଲା(ପାହାଡ଼ର ପାଦଦେଶରେ ଥିବା ସମତଳ ଅଞ୍ଚଳ)କୁ, ପନିପରିବା ଆଣିବାକୁ। ତଇଲାରେ ଅନେକ ପ୍ରକାର ଫସଲ କରନ୍ତି ଗ୍ରାମବାସୀ । ଗୋଟେ ନୁଆଁଣିଆ ବରକୋଳି ଗଛରୁ ନାଉଡଙ୍କିଆ ସାପ ଟିଏ ଖସି ପଡିଲା ସର ମୁଣ୍ଡ ଉପରେ। ସାଙ୍ଗ ସାଥିମାନେ ଚିତ୍କାର କଲେ। ବୋଧେ ପଖିଆଟି ଥିବାରୁ ସାପ କାମୁଡି ପାରିଲାନି ସରକୁ । ଅଳ୍ପରେ ଅଳ୍ପରେ ବଞ୍ଚିଗଲା ସେ । କିଛି ପନିପରିବା ନେଇ ସମସ୍ତେ ଫେରିଲେ ଘରକୁ।


ଦିନ ଦ୍ୱିପହର ସମୟ। ପ୍ରବଳ ବର୍ଷା ସାଙ୍ଗକୁ ପବନ ବି ଜୋରେ ବହୁତ ବହୁଥାଏ। ବାରିପଟେ ଆମ୍ବ ତୋଟା ଓ ନଡ଼ିଆ ବାରି। ପବନରେ ଶୁଖିଲା ନଡିଆ ଏବଂ ଶୁଖିଲା ଡାଳ ପଡୁଥାଏ। ସର ଘର ଲୋକଙ୍କ କଥା ନ ମାନି ପଖିଆଟି ନେଇ ଚାଲିଲା ତୋଟାକୁ, କିଛି ନଡ଼ିଆ ଓ ଶୁଖିଲା କାଠ ସଂଗ୍ରହ ପାଇଁ। ସମୟ କାହାର ସବୁବେଳେ ସମାନ ନ ଥାଏ। ଦୃଭାଗ୍ୟକୁ ପବନରେ ଗୋଟେ ନଡ଼ିଆ ବାହୁଙ୍ଗା ଖସି ସର ମୁଣ୍ଡ ଉପରେ ପଡିଲା। ସର ବାହୁଙ୍ଗାର ଆଘାତରେ ଚେତାଶୂନ୍ୟ। ଜାଳ ସଂଗ୍ରହରେ ଯାଇଥିବା ଅନ୍ୟ ଲୋକମାନେ ସରକୁ ଉଠା ଉଠି କରି ଆଣିଲେ ଏବଂ ତୁରନ୍ତ ଡାକ୍ତରଖାନା ପଠାଇଲେ ।ପ୍ରାଥମିକ ଚିକିତ୍ସା ପରେ ସରର ଚେତା ଆସିଲା, ଯେହେତୁ ଆଘାତ ମୁଣ୍ଡରେ ଲାଗିଛି ଗାଁ ପାଖ ଡାକ୍ତର ପରିସ୍ଥିତିକୁ ଗୁରୁତ୍ୱ ଦେଇ ରୋଗୀକୁ ଭୁବନେଶ୍ୱର ପଠାଇଲେ।


ଭୁବନେଶ୍ୱର ମେଡିକାଲ ଦୃଶ୍ୟ । ସରର ବାପା ମନ ଦୁଃଖରେ ବସିଛନ୍ତି। ସର ଡାକ୍ତରଖାନା ଶଯ୍ୟାରେ ଶୋଇଛି। କାର୍ଯ୍ୟରତ ଡାକ୍ତର ସରକୁ ଦେଖିଲା ପରେ ଵ୍ୟସ୍ତ ନ ହେବା ପାଇଁ ଆଶ୍ୱାସନା ଦେଇ କହିଛନ୍ତି "ସାମାନ୍ୟ ଆଘାତ,କିଛି ଅସୁବିଧା ନାହିଁ। ମୁଣ୍ଡର ଗୋଟେ ଫୋଟ ଉଠାଇବା ପରେ ଭଲ ମନ୍ଦ ଜଣାପଡିବ"। ବାହାରେ ବର୍ଷା ଲାଗିରହିଛି। ଆବଶ୍ୟକତା ଦୃଷ୍ଟିରୁ ଏବଂ ସର ଖୁସି ପାଇଁ ବାପା ଛତା ଖଣ୍ଡେ କିଣିଛନ୍ତି। ସରର ମୁଣ୍ଡ ଫଟୋ ବି ଉଠାଯାଇଛି। ଭଗବାନଙ୍କ କୃପାରୁ ମୁଣ୍ଡର ଆଘାତ ସାମାନ୍ୟ ଅଛି । କିଛି ଔଷଧ ଦେଇ ଫେରିଯିବ ପାଇଁ କହିଛନ୍ତି ଡାକ୍ତର। ଏବେ ସମସ୍ତେ ଗାଁକୁ ଫେରିଯିବା ପାଇଁ ପ୍ରସ୍ତୁତ।


ବସଟିଏ ଚାଲିଛି। ଗାଁ ଅଭିମୁଖେ ଚାଲିଛନ୍ତି ସର ଆଉ ସରର ବାପା । ସର ବସରେ ବସି ଅନେକ କଥା ଭାବୁଛି...। ଯଦି ଆଜି ପଖିଆଟି ନଥାନ୍ତା ମୁଣ୍ଡରେ ଆଘାତ ଜୋରରେ ଲାଗି ଥାଆନ୍ତା, ତେବେ ମୋର ଅବସ୍ଥା କଣ ହୋଇଥାନ୍ତା? ସେଦିନ ସାପ କଥା ସାଙ୍ଗ ମାନେ କହୁଥିଲେ, ହେଲେ ମୁଁ ବିଶ୍ୱାସ କରି ନ ଥିଲି। କଥାଟିକୁ ଥଟା ପରିହାସ ଭାବି ନେଇଥିଲି। ଯାହା ଦ୍ୱାରା ମୋର ଜୀବନ ଦୁଇ ଥର ବଞ୍ଚିଛି ତାକୁ ମୁଁ ସବୁବେଳେ ହୀନ ଦୃଷ୍ଟିରେ ଦେଖିଛି। ତା ପାଇଁ ମୋ ମନରେ ମମତା ଟିକେ ନାହିଁ । ସବୁବେଳେ ଚାହିଁଛି ତାଠୁ ଦୁରେଇ ରହିବା ପାଇଁ। ଆଜି ପଖିଆ ପାଇଁ ସର ମନରେ ବହୁ ଦରଦ। ଏହା ଭିତରେ ବସ ପହଞ୍ଚିଲା ମଧୁପୁର ଗାଁ ମୁଣ୍ଡରେ।


ସରକୁ ଦେଖି ବୋଉଙ୍କର ଦେହରେ ଜୀବନ ପଶିଲା, ଖୁସିରେ ବୋଉ ବି କାନ୍ଦି ପକେଇଲେ। ସର ପ୍ରଥମେ ବୋଉକୁ ପଚାରିଲା "ପଖିଆଟି ଘରକୁ ଆଣିଛୁ"। ବୋଉ କହିଲେ ତୋ ଅବସ୍ଥା ଦେଖି ମୋର ବୁଦ୍ଧି ବାଟ ହଜିଗଲା, ଘରେ କାଲି ଠାରୁ ରୋଷେଇ ବାସ ବନ୍ଦ। ଆଉ ପଖିଆ କଥା କିଏ ପଚାରେ"। ଘର ଲୋକଙ୍କ ବାରଣ ସତ୍ତ୍ୱେ ସର ବାରିପାଟ ନାଁ କହି ଚାଲିଲା ସେ ଜାଗାକୁ। ମନରେ ଅନେକ ଅବଶୋଷ। ଟିକେ ଦୁରରୁ ଡାଳ ପତ୍ର ତଳେ ପଡିଥିବା ପଖିଆଟି ଦେଖାଯାଉଛି ଭଗ୍ନ ଅବସ୍ଥାରେ। ପାଖରେ ପହଞ୍ଚି ସର ଦେଖିଲା, ପଖିଆଟି ତାର ପୂର୍ବ ଅବସ୍ଥା ହରାଇ ବସିଛି, ଦୁଇ ଦିନର ବର୍ଷା ପାଣି ଖାଇ। ଉଇ ମାନେ ଚାରିପଟକୁ ଘେରି ଗଲେଣି। ଗୋଟେ ମାଟିର ଆସ୍ତରଣ ପଡିଯାଇଛି ଚାରିପଟେ। ମନ ଦୁଃଖରେ ଭାଙ୍ଗି ପଡିଲା ତାର। ଧୀରେ ଧୀରେ ସବୁ ଡାଳ ପତ୍ର କାଢ଼ିଦେଇଛି ତା ପଖିଆ ଉପରୁ। ଡାଳ କାଢ଼ିବା ଭିତରେ କିଛି ଉଇ ବାହାରି ବୁଲିଲେଣି ପଖିଆର ମାଟି ଆସ୍ତରଣ ଉପରେ। ନିଜକୁ ରୋକି ପାରିନି ସର। ଦୁଇ ହାତରେ ଉଠାଇ ଧରିଛି ପଖିଆର ଦୁଇ ପାର୍ଶ୍ୱକୁ। ହେଲେ ପର ମୁହୂର୍ତ୍ତରେ ଅନୁଭବ କରିଛି ନିଜ ହାତ ମୁଠାରେ ଅଛି କେବଳ କିଛି "ଉଇ ମାଟି"।



ସୀତାରାମ ଦାଶ


Rate this content
Log in

Similar oriya story from Inspirational