Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବିକ୍ରମ ବେତାଳ - ୮
ବିକ୍ରମ ବେତାଳ - ୮
★★★★★

© ଓଡିଆ ଶିଶୁ ଗପ

Classics

4 Minutes   7.5K    14


Content Ranking

କୁଜାର ଭେଳିକି କାରସାଦି - ୧

ଉଆସ ଭିତରେ ଅନ୍ୟ ରାଣୀମାନେ ଆଉ ମୁଦୁସୁଲୀ, ପୋଇଲୀମାନେ କୁଜାକୁଜୀଙ୍କୁ ଦେଖିଲେ ଖାଲି ଠୋ’ ଠୋ’ ହୋଇ ହସନ୍ତି, ଥଟ୍ଟା କରନ୍ତି, ବେଳେବେଳେ ଗଛକୁ, ବାଡିକୁ ଦେଖାଇ ଢଗ ବୋଲନ୍ତି । ତେଣୁ ସେ କୁଜାକୁଜୀ ଦୁହେଁ କେବେବି କାହା ସହିତ ମଧ୍ୟ ମନ ମିଳାଇ ଦି’ପଦ ହସଖୁସିରେ କଥାବାର୍ତ୍ତା ହୁଅନ୍ତି ନାହିଁ । ସେଦିହେଁ ସବୁବେଳେ ଖାଲି ତାଙ୍କରି ଭୋଜ ରାଇଜ ଜେମା ଭାନୁମତୀଙ୍କ ପାଖରେ ଖଟଣିଆ ହୋଇ ଚଳୁଥାଆନ୍ତି । ନୂଆରାଣୀଙ୍କର ବୋଲହାକ କରନ୍ତି । ରାଣୀ ଭାନୁମତୀ ବି ସେ ଦିହିଁଙ୍କର କୌଣସି ପ୍ରକାର ଅଭାବ ଅସୁବିଧା ରଖିଦିଅନ୍ତି ନାହିଁ । ସେମାନେ ମୁହଁ ଶୁଖାଇଥିଲେ ତାଙ୍କର ମନଜାଣି ସବୁ ଖବର ବୁଝନ୍ତି । ସେଥିପାଇଁ ସେ ଦିହେଁ ମନମୋଟକରି ଉଆସରେ ଖୁସିରେ ଚଳୁଥାଆନ୍ତି । ଯେଉଁମାନେ ତାଙ୍କ ସାଙ୍ଗରେ ଥଟ୍ଟାମଜା କରନ୍ତି, ସେମାନେ ତାହାଙ୍କୁ କିଛି ବି ନ କହି କାମରେ ହରବର କରିଦିଅନ୍ତି । କାହାର ପିଠା ସିଝେ ନାହିଁ, କାହାର ତିଅଣ ପୋଡିଯାଏ, କାହାର ଭାତ ଦରଫୁଟା ଚାଉଳିଆ ପାଲଟିଯାଏ । କାହାର କାଠ ଜଳେ ନାହିଁ, କାହାର ଲୁଗା ଶୁଖେ ନାହିଁ । କିଏ ତୋରାଣି ପିଉ ପିଉ ସେଥିରୁ ଅସରପା ବାହାରେ । କିଏ ଭାତ ଖାଉଥିଲେ, ଗୁଣ୍ଡାକରେ ପୁଞ୍ଜାଏ ଗୋଡି ବାହାରେ । ଡାଲିହାଣ୍ଡିରୁ ମଲା ଝିଟିପିଟି ବାହାରେ । ଇମିତି କେତେ କ’ଣ! କୁଜାକୁଜୀ ଭେଳିକି ଜରିଆରେ ସେମାନଙ୍କୁ ଖୁବ୍ ହଇରାଣ କରନ୍ତି । ମାତ୍ର ପୋଇଲୀ ପରିବାରୀ ଏଭଳି ହଇରାଣର ଅସଲ କାରଣ ବୁଝିପାରନ୍ତି ନାହିଁ । ଏଣେ କୁଜାକୁଜୀ ଜାଣିପାରି ହସିହସି ଲୋଟିଯାଆନ୍ତି । ରାଣୀ ଭାନୁମତୀଙ୍କୁ ବି ଏସବୁ ଦେଖି ଭାରି ହସ ମାଡେ ।

ଦିନେ ନୂଆରାଣୀ ମହଲରେ ଆଉ ସବୁ ରାଣୀମାନେ, ପୋଇଲୀ, ମୁଦୁସୁଲୀ, ଟହଲିଆ, ଖଟଣିଆମାନେ ଜମାହୋଇ ଭାନୁମତୀଙ୍କ ବାପ ରାଇଜକଥା ଶୁଣୁଛନ୍ତି, ଠିକ୍ ସେତିକିବେଳେ କୁଜାକୁଜୀ ଦିହେଁ ଆସିଲେ । ରାଣୀ ଭାନୁମତୀ ହସିହସି କହିଲେ- “ଆହେ କୁଜା ଆଉ କୁଜୀ, ତୁମେ ଦିହେଁ ତ ଆମ ବାପରାଇଜର ଲୋକ । ବାପାଙ୍କ ପାଖରେ ଅଳିକରି ରାଜା ତୁମଦିହିଁଙ୍କୁ ଯଉତୁକ ରୂପେ ସାଙ୍ଗରେ ଆଣିଛନ୍ତି । ତୁମଠିଁ ଯେଉଁ ଅଦ୍ଭୁତ ଗୁଣଅଛି, ସମସ୍ତଙ୍କୁ ଦେଖାଇଲେ ସିନା ତୁମର କରାମତି ସେମାନେ ଜାଣନ୍ତେ । ହେଇଟିପରା, ତୁମର ଗୁଣ ଜାଣିବାପାଇଁ ଆଜି ସମସ୍ତେ ଏଠେଇଁ ରୁଣ୍ଡହୋଇ ତୁମଦିହିଁଙ୍କୁ ଚାହିଁ ରହିଛନ୍ତି । ସେମାନଙ୍କୁ କିଛି ଦେଖାଇଦେବଟି ।” ଏକଥା ଶୁଣି ଖୁବ୍ ଅଭିମାନିଆ ଗଳାରେ ସେ କୁଜୀ କହିଲା “ଜେମା, ଆମେ ତ କୁଜାକୁଜୀ ଦି’ଟା ସମସ୍ତଙ୍କୁ କଂଟା ହୋଇଛୁଁ । କିଏ ଆମକୁ ଦେଖିଲେ ମୁହଁ ମୋଡୁଛି, କିଏ ଛେପ ପକାଉଛି, କିଏ ହସ, କିଏ ଥଟ୍ଟାମଜାକରି ଆମକୁ ମଣିଷପଣରେ ଗଣନ୍ତି ନାହିଁ । ଆମଠିଁ କି ଗୁଣଅଛି ଯେ ସମସ୍ତଙ୍କୁ ରସେଇବୁ । ଆମ ରୂପ ଇମିତି ଅସୁନ୍ଦର ଯେ ଲୋକେ ଦେଖିଲେ ନାକ ଟେକୁଛନ୍ତି । ଦୁନିଆରେ ଆମେ ଯେମିତି ଅତି ଅଦରକାରୀ ଅକର୍ମଶିଳା ।” ଏହା ଶୁଣି ରାଣୀ ଭାନୁମତୀ କହିଲେ- “ଆଲୋ କୁଜୀ, ରୂପ ନଥିଲେ କ’ଣ ହେଲା, ଗୁଣ ଯାହାର ଅଛି, ସେଇତ ତାର ସୁନ୍ଦରପଣ । ତାହାକୁ ସବୁଠିଁ ସମସ୍ତେ ପରଶଂସା କରନ୍ତି । ତୁମ ଦିହିଁଙ୍କଠେଇଁ ଯେଉଁ ଗୁଣ ତାହାକୁ ସମସ୍ତେ ଜାଣିଲେ କାହାରି ଆଉ ମୁହଁ ଫିଟିବ ନାହିଁ ପରା ।” କୁଜା କହିଲା – “ଜେମାଦେଈ, ଆମକୁ ଚିହ୍ନିଥିଲେ ତୁମର ବାପାସା’ନ୍ତେ । ଆଉପୁଣି ଚିହ୍ନିବ କିଏ? ସହସା କହିଲା – ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ । ଆହା-ସେମିତି ଗୁଣ ଚିହ୍ନରା ରାଜା ଆଉ ଏଇ ଦୁନିଆରେ କେହିବି ନଥିବେ ।

ଏଇ ଉଆସରେ ରହିବାକୁ ଆମର ଆଦୌ ଇଚ୍ଛା ହେଉନାହିଁ । ଖାଲି ତୁମରି ମୁହଁକୁ ଅନାଇ ଆମେ ଏଠାରେ ପଡିଛୁ ଆଉ ଆମ ରଜାଙ୍କ ଆଜ୍ଞା ଲଙ୍ଘନ କଲେ ଆମକୁ ଧର୍ମ ସହିବ ନାହିଁ । ନୋହିଲେ ଆମେ ଦିହେଁ କେବେଠାରୁ ଏଇ ଉଆସ ଛାଡି ଅନ୍ୟତ୍ର କୁଆଡେ ଯାଇ ସାରନ୍ତୁଣି ।” ରାଣୀ କହିଲେ – “କୁଜା, ତୁମେ ସିନା ବାହାର ଲୋକ ବୋଲି ଏକଥା କହିପାରୁଛ । କିନ୍ତୁ ମୋ କଥା ଟିକିଏ ଭାବିଲ, ମୋର ଯେବେ କେଉଁ କଥା ଏଠେଇଁ ମନକୁ ନପାଏ କି ଏଠିକାର ଲୋକେ ମତେ ଭଲ ନ ପାଆନ୍ତି, ମୁଁ କ’ଣ ଏଠଉଁ ପଳାଇବି? ପଳାଇଲେ କାହାକୁ ନିନ୍ଦା ହେବ? ସମସ୍ତଙ୍କୁ ଆପଣାର କରିପାରିବା ଶକ୍ତି କେବଳ ମଣିଷର ହିଁ ଅଛି । ସେ ତାହାର ସେହି ଶକ୍ତି ବଳରେ ଶତ୍ରୁକୁ ବି ମିତ୍ର କରିପାରେ । ତୁମେ ଇମିତି ହତାଶ ହୋଇପଡୁଛ କିଆଁ?” ଏଭଳି ଭରସା ସୂଚକ କଥା ଶୁଣି କୁଜାର ମନ ଟିକିଏ ବଦଳିଗଲା । ତା’ପରେ ସେ ହସି ହସି କହିଲା – “ହଉ – ତୁମ କଥା ମାନି ଗୋଟିଏ ଛୋଟ କାମ ଦେଖାଉଛି ।” ଏହା କହି କୁଜା ତାହାର ପେଡି ପୁଟୁଳିସବୁ ନେଇଆସି ତା’ ପାଖରେ ରଖିଲା । ଢୋଲକଟି କାନ୍ଧରେ ପକାଇ ପିଟିପିଟି ଚାରି ଘେରାବୁଲି “ଯା’ ଲାଗିଯା’, ଯା’ ଲାଗିଯା” କହି ଡେଇଁଲା । ଚାରିଆଡକୁ ଧୂଳି ଉଡାଇଲା । କୁଜୀ ଆଡକୁ କ’ଣ ଠାରିଦେଲା, ସେ ଭଲ ଶାଢୀଟିଏ ପିନ୍ଧି ଆସିଲା । କୁଜା ତାହାକୁ ଗୋଡରୁ ବେକଯାଏଁ ଖୁବ୍ କଷିକି ବାନ୍ଧିଦେଇ ଟୋକେଇଟି ପରିକରି ତାହାର ବଡ ବେତ ପେଡିଟିରେ ପୂରାଇଦେଲା । ପୁଣି ସେହି ପେଡିଟିକୁ ସାତପରସ୍ତ କଷ ଦଉଡାରେ ଭିଡି ବାନ୍ଧିସାରି ପେଡିରେ କୋଲପ ପକାଇଦେଲା । ରଜାଘର ଖଟଣିଆଙ୍କୁ କହିଲା – ଯାଅ… ଏଇ ପେଡିଟିକୁ ଉଠାଇନେଇ ଗୋଟାଏ ଘରେ ରଖି ସେ ଘର ଝିଞ୍ଜିର ଆଉ କିଳିଣୀ ଦେଇଦିଅ ।” ମଜା ଦେଖିବା ପାଇଁ ଖଟଣିଆ ଦି’ଜଣ ପେଡି ଟେକିନେଇ ଗୋଟାଏ ଘର ଚଟାଣରେ ରଖି ସେ ଘରେ ଝିଞ୍ଜିର ଆଉ କିଳିଣୀ ବାହାର ପଟରୁ ଦେଇ ଆସିଲେ । କୁଜା ସେମିତି ଘେରାଖାଇ ଢୋଲକ ପିଟିପିଟି ଧୂଳି ଉଡାଇ ଡେଇଁ ଡେଇଁ କହୁଥାଏ – “ଯାଆରେ ଭେଳିକି ଯା’ ଲାଗିଯା’, କୁଜୀ ମନ ବୁଝି ସଳଖୀ ଯା’ ।” ଦେଖଣାହାରୀ ସମସ୍ତେ ତାଟକା ହୋଇ ତାହାର ଢଙ୍ଗ, ରଙ୍ଗ, ନାଟ ଦେଖି ଆପଣା ଭିତରେ କୁହାକୋହି ହେଉଥାଆନ୍ତି “ଆଜି ଏ କୁଜା, କୁଜୀଟାକୁ ଯେଉଁ ଦଶା ଦେଲାଣି, ବିଚାରୀ କୁଜୀଟିର ସେଇ ପେଡି ଭିତରେ ହିଁ ଜୀବନ ଛାଡି ଯାଇଥିବ । ସେଥିରେ ପୁଣି ଢୋଲପିଟି ଡେଇଁ ଡେଇଁ ନାଟକରୁଛି । କେଡେ ନିଷ୍ଠୁରଟା ବା ।” ଇମିତି କିଏ କେତେ କଥା କହୁଥାଆନ୍ତି ।

କୁଜା ସେଇଠୁଁ ଗୋଟାଏ ଜାଗାରେ ମୁଣ୍ଡରେ ହାତ ଦେଇ ବସି କାନ୍ଦିକୁନ୍ଥେଇ ହୋଇ ଅତ୍ୟନ୍ତ ଦୁଃଖରେ କହିଲା – “ଦେଖ ଦେଖଣାହାରୀଏ, ତୁମର ଟିକିଏ ମଉଜ ଫୁର୍ତି ପାଇଁ ମୁଁ ଆଜି ମୋର କୁଜୀଟିକୁ ହରାଇଲି । ସେ ଯେମିତି ଭିଡା ହୋଇଛି ପୁଣି ପେଡି ଭିତରେ ଅମୁହାଁ ବନ୍ଦହୋଇଛି, ତା’ ଜୀବନ ତ ବର୍ତ୍ତମାନ ସୁଧା ଛାଡିଯିବଣି । ତୁମେମାନେ ବି ସେଇୟା ଖୋଜୁଥିଲ । କୁଜୀଟା ସମସ୍ତଙ୍କର ନାପସନ୍ଦିଆ ଅସୁନ୍ଦରୀଟା, ତୁମ ସମସ୍ତଙ୍କୁ ସେ ଗନ୍ଧାଉଥିଲା । ସେ ମରିଗଲା, ଭଲ ହେଲା ବୋଲି କହିବ । ହେଲେ, ସେ ଯେ ମୋର ସୁଖ, ଦୁଃଖର ସଙ୍ଗିନୀ ଥିଲା । ତା’ ଅଭାବରେ ଏକୁଟିଆ ମୁଁ ଏବେ ଚଳିବି କେମିତି । ସମସ୍ତେ ତ ମତେ ଦେଖିଲେ ମୁହଁ ଫଣଫଣ, ନାକ ଭଣଭଣ, କଥା ଗାରୁଗାରୁ, ଆଖି ମିଟିମିଟି, ଦାନ୍ତ କିଟିକିଟି କର, ମୁଁ କାହା ଘେନି ଏଠେଇଁ ଆଉ ରହିବି । କିଏ ମୋ ଭଲମନ୍ଦ, ଦିହପା ଖବର ରଖିବ । ଦେଖଣାହାରୀମାନେ ହୋ’ ହୋ’ ହୋଇ କହିଲେ – “ନା… ନା… ସେ କୁଜୀକୁ ତୁମେ ପେଡିରୁ କାଢି ଫିଟାଇ ଦିଅ, ଆମେ ଦେଖିବୁଁ । ଆମ ପାଇଁ ଏତେ କଷ୍ଟପାଇ ସେ ବିଚାରୀର ପ୍ରାଣ ଯିବ । ଯାଅ… ଯାଅ… ଚଂଚଳ କାଢିଆଣ ।” କୁଜା କହିଲା – “ହଁ… କାଢି ଆଣିବି ଯେ ସେତେବେଳେତ ତାହାର ଅସୁନ୍ଦର କୁଜୀ ରୂପଟା ଦେଖି ତୁମମାନଙ୍କର ନାହି ଚମକି ଯାଉଥିଲା । ଇ’ଛୁଣିକା ସେ ତ ଆଉ ନାହିଁ, ପ୍ରେତ ମୂରୁତି ପାଲଟି ଯାଇଛି ।

ରାଣୀ କୁଜା ପ୍ରାଣ

Rate the content


Originality
Flow
Language
Cover design

Comments

Post

Some text some message..