Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

4  

Amiya Bej

Others

ଭାତ

ଭାତ

2 mins
14.5K


✿ ଭାତ ✿
{୧} - ସେ କୁଆଡ଼େ ଗଲା ? - କିଏ ? ମୋବାଇଲ ରୁ ଫଟୋ କାଢି ଦେଖାଇଲି ! - ମରିଗଲା । - କେବେ ? - କେତେଦିନୁରୁ । - କେମିତି ଯେ । - ରୁଗରେ , ଆଉ କେମିତି ! - ହୁଁ ! ତାର ଆଉ କିଏ ଥିଲେ ? - କେଇନାଇଁ । କେ'ଆଡୁ ଆସିଥିଲା କେଯାଣି ? ଆମସାଙ୍ଗେ ବସି ଭିକ ମାଗେ । ସେଇ ଢାବା ରେ ଖାଏ । ସେଇଠି ଶୁଏ । ମରିଗଲାରୁ , ସରକାରୀ ଲୁକ ମଢ଼ା ଟାକୁ ନେଇଗଲେ । ନଈରେ ଫିଙ୍ଗି ଦେଇଥିବେ । ଆମକୁ ବି ତ ସେଇଆ କରିବେ ...।
{୨} ବହୁଦିନ ତଳେ , ନିକଟସ୍ଥ ଏକ ମନୋରମ ସ୍ଥାନ କୁ ସପରିବାର ଯାଇଥିଲୁ ଚିତ୍ତବିନୋଦନ ସକାଶେ । ସେଇଠି , ଏଇ ଭିକାରୀ ପଲଟିକୁ ପାଇଥିଲି । ବସିଥିଲେ ଧାଡିହୋଇ । ସାମ୍ନାରେ ଗୋଟେ ଗୋଟେ ଷ୍ଟିଲ୍ ବେଲା । କାହାକୁ କିଛି ମୁହଁଖୋଲି ମାଗୁନଥିଲେ । ଯିଏ ଯାହା ଦେଉଥିଲା ଅଣ୍ଟା ନୁଆଁଇ ! ସବୁ ଠୁଳାଇ ଦେଲେ ଚାରି ଛ' ଟଙ୍କା ହେବ ! ମୋ' ଭିତରେ ଦୟା ଜନ୍ମିଲା ! କେଯାଣି କାହିଁକି ଲାଗିଲା ମୁଁ , ପାରିବାର ! ଅନ୍ତତଃ ଶହେ ଟଙ୍କା ଯାଏଁ । ବୁଢୀ ପାଖକୁ ଗଲି । ମୋବାଇଲ୍ କାଢି ଫଟୋଟିଏ ଉଠାଇଲି । ଫଟୋ ଉଠୁଛି ଜାଣି ସରମୁଥିଲା ବୁଢ଼ୀ । ସେଇ ହସଟିକେ ତ ଦର୍କାର ଥିଲା ମୋତେ !! - ନେ ଶହେ ଟଙ୍କା । ମୁଣ୍ଡ ହଲାଇ ନାଇଁ କଲା!!!! - ଆଉ ? - ଦଶ୍ ! ଦି'ହାତ ରେ ଦଶ ଆଙ୍ଗୁଳି ଦେଖାଇଲା ବୁଢୀ । - ଆରେ ରଖଅ । ମୋ'ପାଖେ ଢେର୍ ଅଛି । ଦେଖୁନୁ । ପର୍ସ ଖୋଲି ଦେଖାଇଲି ତାକୁ । ମୁଣ୍ଡ ହଲାଇ ନାଇଁ କଲା ଖାଲି । ଅବୁଝା ଅବୁଝା ହୋଇ ଦଶଟଙ୍କା ଟେ' ବଢାଇଲି ବୁଢ଼ୀ କୁ । ଖୁସି ହୋଇ ନେଲା । ଅନ୍ୟମାନଙ୍କୁ କିଛି ଦେଇ ପଚାରିଲି - ସେ ବେଶି ନବାକୁ ମନାକରୁଛି କାଇଁ ?? - ଏତେ କଣ କିଏ ଦିଅନ୍ତି ? ଡରିଯାଉଚି ବୁଢ଼ୀ । ଦଶ୍ ରେ ସେଠି ଭାତ ମିଳେ ଏତେଏ !! ପାଖ ଢାବା ଆଡେ ଠାରିଲା । ଦୁଇ ହାତ ଖୋଲି ଏମିତି ଦେଖାଇଲା ଲୋକଟା , ଯେମିତି ସାରା ଜୀବନର ଭୋକ ମେଣ୍ଟାଇବା ପାଇଁ ଦଶଟଙ୍କାର ଭାତ ଯଥେଷ୍ଟ ! ଜୀବନ ଟା ଏଇମିତି ସଙ୍କୁଚିତ ହୋଇହୋଇ ଭାତ ମୁଠାକରେ ଯାଇ ଅଟକିଯାଏ । ଜୀବନ ଆଉ ମୃତ୍ୟୁ ମଝିରେ ସେଇ ମୁଠାକ ଭୂମିକା ନିର୍ବାହୁ ଥାଏ । ଥାଳିଏ ଭାତର ଦାମ୍ ଦଶଟଙ୍କା । ଓଳିଏ ଖାଇବାକୁ କେତେ ଦିନ ଠୁଳାଉଥିବେ କେଯାଣି ?
{୩} ମୁଁ ଫେରୁଥିଲି । ସେଦିନ ବି ଏମିତି ଅବୁଝା ହୋଇ ଫେରିଥିଲି । ଆଜିବି !!!
✿ ଅମିୟ ବେଜ୍ ✿


Rate this content
Log in