ପ୍ରେମ ଠାରୁ ଉର୍ଦ୍ଧ୍ୱରେ-:
ପ୍ରେମ ଠାରୁ ଉର୍ଦ୍ଧ୍ୱରେ-:
ଟ୍ରେନ୍ ନିଜ ଗନ୍ତବ୍ୟ ପଥରେ ଧୀରେ ଧୀରେ ଆଗକୁ ଗଡି ଚାଲିଥାଏ, ଅଜୟ ଏବେ ବି ଟ୍ରେନର ଦ୍ବାର ନିକଟରେ ଠିଆ ହୋଇ ଏକ ଲୟରେ ନିଜ ପ୍ରାଣପ୍ରିୟା ସୋନାଲିକୁ ଚାହିଁ ରହିଥାଏ ଓ ସୋନାଲି ପ୍ଲାଟଫର୍ମରେ ଅଶ୍ରୁପୁର୍ଣ୍ଣ ଆଖିରେ ହାତ ହଲାଇ ବାଏ କହି ଚାଲିଥାଏ ।
ତିନିବର୍ଷ ହେବ ଦୁହେଁ ଫେସବୁକ୍ ଫ୍ରେଣ୍ଡ ଥିଲେ, କୌଣସି ଏକ ପୋଷ୍ଟର କମେଣ୍ଟରେ ଦୁହିଁକ ଭିନ୍ନ ଭିନ୍ନ ମତାମତ ଯୋଗୁଁ ତର୍କ ବିତର୍କ ପରେ ଚିହ୍ନା ଚିହ୍ନି ହେଲେ ଓ ଜାଣିଲେ । ଫ୍ରେଣ୍ଡ ରିକ୍ୟୁଷ୍ଟେ ପଠାଗଲା, କଥାବାର୍ତ୍ତା ବି ଆଗକୁ ବଢିଲା ଏବଂ ଧୀରେ ଧୀରେ ଫ୍ରେଣ୍ଡସିପ୍ କେବେ ପ୍ରେମରେ ପରିଣତ ହୋଇଗଲା ଦୁହେଁ ଜାଣି ପାରିଲେ ନାହିଁ । ଅଜୟ ଇଞ୍ଜିନିୟରିଂ ର ଦ୍ବିତୀୟ ବର୍ଷର ଛାତ୍ର ଥିଲା ଓ ସୋନାଲି LAW କରୁଥାଏ । ସାରା ଜୀବନ ଏକାଠି ସୁଖ ଦୁଃଖର ସାଥି ହୋଇ ରହିବାର ସ୍ବପ୍ନ ଦେଖୁ ଦେଖୁ ତିନିବର୍ଷ ବିତିଗଲା । କିନ୍ତୁ ଏହି ତିନିବର୍ଷ ମଧ୍ୟରେ ଦୁହେଁ କେବେ କାହାକୁ ଦେଖି ନଥାନ୍ତି । କେବଳ ଫୋନ୍ କଲ୍ ଓ କେବେ କେବେ ଭିଡିଓ ଚାଟ୍ ରେ କଥା ହୁଅନ୍ତି । ସୋନାଲି କଲିକତାରେ ରହୁଥିଏ ଓ ଅଜୟ ଦେରାଦୁନ ରେ ।
ଇଞ୍ଜିନିୟରିଂ'ର ଶେଷ ବର୍ଷ ଅଜୟ କ୍ୟାମ୍ପସରେ ସିଲେକ୍ସନ ହେଲା ଗୁଆହାଟିର ଏକ ବଡ କମ୍ପାନୀରେ । ଅଜୟକୁ ଇଣ୍ଟରଭ୍ୟୁ ଦେବା ପାଇଁ ଗୁଆହାଟି ଯିବାକୁ ହେବ, ସେ ଏଥର ନିଶ୍ଚିତ କଲା ଯାହା ବି ହେଉ ସୋନାଲିକୁ ଫେରିବା ସମୟରେ ଦେଖା କରି ଆସିବି ।
ଗୁଆହାଟିରୁ ଫେରିବା ସମୟରେ ଟ୍ରେନ୍ କଲିକତାରେ ସକାଳ ୬ଟାରେ ପହଞ୍ଚିବ ଓ ସବୁଠାରୁ ବଡ କଥା ଯେ ସୋନାଲିର ଘର ଷ୍ଟେସନ ନିକଟରେ ଥିଲା ।
ସୋନାଲି ସକାଳୁ ମର୍ଣ୍ଣିଙ୍ଗ ଓ୍ବାକ୍ ବାହାନା କରି ଆସି ଷ୍ଟେସନରେ ପହଞ୍ଚିଲା । ହୃଦୟର ସ୍ପନ୍ଦନ ଗତି ତୀବ୍ରରୁ ତୀବ୍ରତର ହେଉଥାଏ ଓ ସେ ଧୀରେ ଧୀରେ ଓ୍ବେଟିଙ୍ଗ ହଲ୍ କୁ ଅଗ୍ରସର ହେଲା, ଯେଉଁଠି ଅଜୟ ବସି ସୋନାଲିକୁ ଅପେକ୍ଷା କରିଥିବ । ଟ୍ରାକ୍ ସୁଟ୍ ସାମାନ୍ୟ ଅଡୁଆ କେଶରାଶି, ଚଳଚଞ୍ଚଳ ନିଶ୍ବାସ ପ୍ରଶ୍ବାସ, ମନମୋହିନି ଆଖି ଚର୍ତୁପାର୍ଶ୍ବକୁ ଖୋଜି ଖୋଜି ଏକ ବେଞ୍ଚ ଉପରେ ସ୍ଥିର ହୋଇ ରହିଗଲା, ଯେଉଁଠି ଅଜୟ ବସି ହାଲକା ହାଲକା ହସରେ ସୋନାଲିର ସ୍ବାଗତ କରୁଥିଲା । ତିନି ବର୍ଷ ଅପେକ୍ଷାର ଅନ୍ତ ହେଉଥିବା ଖୁସିରେ ଦୁହିଁକ ଆଖିରେ ଢଳ ଢଳ ଶିଶିର ବିନ୍ଦୁ ଜମାଟ ବାନ୍ଧି ଝରିଯିବା ପାଇଁ ପ୍ରସ୍ତୁତ ହେଉଥାନ୍ତି । କିନ୍ତୁ ଷ୍ଟେସନର ପରିବେଶ ପରିସ୍ଥିତିକୁ ଲକ୍ଷ୍ୟ କରି ଦୁହେଁ ନିଜେ ନିଜକୁ ଆୟତ୍ତକୁ ଆଣିବାରେ ବିଫଳ ପ୍ରୟାସ,,,,,,ସୋନାଲି ଅଜୟର ଯେତେ ଯେତେ ନିକଟତର ହେଉଥାଏ, ତାର ହୃଦ୍ ସ୍ପନ୍ଦନ ବଢି ଚାଲିଥାଏ । ସେପଟେ ଅଜୟ ବେଞ୍ଚରୁ ଉଠି ଛିଡାହେଲା ଓ ସୋନାଲିକୁ ଦେଖିବା ମାତ୍ରେ ତାର ଦୁଇଦିନର ଟ୍ରେନ୍ ଯାତ୍ରାର ଥକ୍କା ଆପେ ଆପେ ଉଭାନ୍ ହୋଇଗଲା ।
ପରବର୍ତ୍ତି ମୁହୁର୍ତ୍ତରେ ଉଭୟେ ସାମନା ସାମନି, ବିଲକୁଲ୍ ଶାନ୍ତ ମୁଦ୍ରାରେ, ଦୁହେଁ ଦୁହିଁକ ଆଖିରେ ଆଖି ମିଶାଇ ସାରା ଦୁନିଆ ଠାରୁ ବେଖବର, ତିନି ବର୍ଷ ପ୍ରତିକ୍ଷା ପରେ ମିଳନର ଏକ ଅଦ୍ଭୁତ ଅନୁଭବକୁ ସାଉଁଟିବାରେ ଦୁହେଁ ବ୍ୟସ୍ତ । ହଠାତ୍ ସୋନାଲି ଅଜୟର ସମ୍ପୁର୍ଣ୍ଣ ନିକଟତର ହେଲା ଓ ଅଜୟର ଛାତିରେ ମଥା ରଖି ତିନିବର୍ଷ ପ୍ରତୀକ୍ଷାର ଲୁହ ଝରାଇ ଦେଲା । ଓଠରେ ହସର ଫୁଆର ଓ ଆଖିରେ ଖୁସିର ଲୁହ ନେଇ ରୁଦ୍ଧ କଣ୍ଠରେ ଅଜୟ ତାକୁ ଚୁପ୍ କରାଊଥାଏ । କିନ୍ତୁ ସୋନାଲି କାନ୍ଦି ଚାଲିଥାଏ, ଷ୍ଟେସନର ଅଳପ କିଛି ଲୋକ ଦୁହିଁକୁ ଆଶ୍ଚର୍ଯ୍ୟଭରା ଚକ୍ଷୁରେ ଚାହିଁଥାନ୍ତି ଓ କିଛି ଲୋକ ଦୁହିଁକୁ ଦେଖି ହସୁଥାନ୍ତି । ସୋନାଲି ଆଖିର ଲୁହର ଝରଣା ବହି ଯାଉଥାଏ । ଧୀରେ ଧୀରେ ଅଜୟ ସୋନାଲିକୁ ନିଜ ଠାରୁ ଅଲଗା କରି ତାର ମଥାରେ ଏକ ଚୁମ୍ବନ ଆଙ୍କିଦେଲା । ଚୁମ୍ବନର ସ୍ପର୍ଶ ପାଇ ସୋନାଲି ଓଠରେ ସୁନ୍ଦର ହସଟିଏ ଖେଳିଗଲା । ସୋନାଲି ଅଜୟର ଓ ଅଜୟ ସୋନାଲିର ଆଖିରୁ ଲୁହ ପୋଛି ଦୁହେଁ ହସିବାକୁ ଲାଗିଲେ ।
ଅଜୟ ସମୟ ଦେଖିଲା, ଦେରାଦୁନ୍ ପାଇଁ ଟ୍ରେନ୍ ଆସିବାକୁ ଆହୁରି ଅଧଘଣ୍ଟାଏ ବାକି ଅଛି, ଦୁହେଁ ଷ୍ଟେସନ ବାହାରେ ଥିବା କଫି ସପ୍ କୁ ବାହାରିଗଲେ । କଫି ପିଉ ପିଉ ତିନି ବର୍ଷର ଅଧା ଅଧୁରା କଥା ଓ ଭବିଷ୍ୟତ ପ୍ଲାନିଙ୍ଗ ରେ ମଜ୍ଜିଗଲେ, ଦୁହେଁ ବହୁତ ଖୁସି ଥିଲେ କାହିଁକି ନା ଦୁହିଁକ ମଧ୍ୟରେ ବିଶ୍ବାସ ହୋଇ ସାରିଥିଲା ଏବେ ପର୍ଯ୍ୟନ୍ତ ରାସ୍ତା ଅଲଗା ଥିଲା, ଦୁହିଁକ ମଧ୍ୟରେ ଅନେକ ଦୂରତା ଥିଲା ସତ, ହେଲେ ଏବେ ଦୁହିଁକ ଲକ୍ଷ ଗୋଟିଏ, ଯାହାକି ଦୁହେଁ ମିଶି ଲକ୍ଷସ୍ଥଳରେ ପହଞ୍ଚିବେ । ସୋସିଆଲ ନେଟଓ୍ବେର୍କିଙ୍ଗ ଗଢି ହୋଇଥିବା ସମ୍ପର୍କଟି ଆଜି ପଥମ ଥର ପାଇଁ ସତକୁ ସତରେ ପରିଣତ ହୋଇଥିଲା । ଇଏ ପ୍ରେମ ନଥିଲା,,,,,,ପ୍ରେମ ଠାରୁ କିଛି ଉର୍ଦ୍ଧରେ,,,,ଯେଉଁ ପ୍ରେମରେ ନା କିଛି ଅଭିମାନ ଥିଲା ନା କିଛି ସର୍ତ୍ତ ନା ରାଗଋଷା,,,,ଥିଲା କେବଳ ଜଣେ ଜଣକୁ ବୁଝିବାର ସୁନ୍ଦର ପ୍ରଚେଷ୍ଟା, ଦୁହେଁ ଦୁହିଁକ ସୁଖ ଦୁଃଖକୁ ବାଣ୍ଟିବାର ସପଥ ଓ ସାଥି ହୋଇ ସାରା ଜୀବନ ଜିଇଁବାର ନିଷ୍ପତ୍ତି ।
ଅଜୟର ଟ୍ରେନ୍ ଆସିଗଲା,,,,,ସୋନାଲି ପୁଣିଥରେ ଅଜୟକୁ ଭିଡିନେଲା ନିଜ ପାଖକୁ ଓ ଅଜୟ ନିଜ ବଳିଷ୍ଠ ଛାତିରେ ସମାହିତ କରିନେଲା ସୋନିଲିକୁ କିଛି ମୁହୁର୍ତ୍ତ ପାଇଁ । କିନ୍ତୁ ଏଥର ଦୁହିଁକର ଆଖିରେ ଲୁହ ନାହିଁ, ଦୁହିଁକ ଆଖିରେ ଆତ୍ମସନ୍ତୋଷର ଚମକ, ଏକ ପ୍ରତିଜ୍ଞା ଓ ଗୋଟିଏ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ମନରେ ଅନେକ ଆତ୍ମବିଶ୍ବାସ । ପୁଣିଥରେ ଅଜୟ ସୋନାଲି ମଥାରେ ଚୁମ୍ବନ ଟିଏ ଆଙ୍କିଦେଲା, ପୁନଶ୍ଚ ହସର ଫୁଆର ଖେଳିଗଲା ତାର ଓଠରେ,,,,,,ଅଜୟ ଟ୍ରେନ୍ ର ଦ୍ବାର ସମ୍ମୁଖରେ ଠିଆ ହୋଇ ତାକୁ ଦେଖୁଥାଏ ଅପଲକ ନୟନରେ,,,,,,ସୋନାଲି ପ୍ଲାଟଫର୍ମରେ ଠିଆ ହୋଇ,,,,,,,ହସ ହସ ମୁଖରେ ବିଦାୟ ଦେଉଥାଏ ।
ଠିକ୍ ଏହି ସମୟରେ କୌଣସି ଏକ ମୋବାଇଲରୁ ମହାନ ଗଜଲ ଗାୟକ ଗୁଲାମ ଅଲ୍ଲିଙ୍କ କଣ୍ଠସ୍ବର ଭାସି ଆସିଲା,,,,,,
ଓ୍ବକ୍ତ-ଏ-ରୁଖସତ ଅଲବିଦା କା ଲଫ୍ଜ କେହେନେ କେ ଲିଏ,
ଓ ତେରେ ଶୁଖେ ଲବୋ ପେ ଥର ଥରାନା ୟାଦ୍ ହେ,,,,।
ସମାଜର ଦର୍ପଣ