Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanjit Sahoo

Inspirational

3  

Prasanjit Sahoo

Inspirational

ଆଜି ବି ମନେପଡ଼ନ୍ତି

ଆଜି ବି ମନେପଡ଼ନ୍ତି

2 mins
14.2K


ଆଜି ବି ମନେପଡ଼ନ୍ତି

ପ୍ରସନ୍ନଜିତ ସାହୁ

          ନୃସିଂହ ଗୁରୁଜୀ । ବରିଷ୍ଠ ଶିକ୍ଷକ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ନାଉଗାଁର । ଧସେଇ ପଶନ୍ତି ଶ୍ରେଣୀଗୃହକୁ । ଗୁରୁଜୀ ଆସିଲେ ତାଙ୍କ ଶରୀର ସହ କଥାବାର୍ତ୍ତା ଛାତିରେ କମ୍ପନ ସୃଷ୍ଟି କରେ । ଅନ୍ୟମନସ୍କ ହେଲେ କେତେବେଳେ ମୋ ବାମ ଗାଲରେ ଥିବା ଡିମ୍ପଲକୁ କେଞ୍ଚିଦିଅନ୍ତି ତ, କେତେବେଳେ ମୋ ମୁଣ୍ଡକୁ ତାଙ୍କର ବଡ଼ ପେଟରେ ଆଉଜେଇ ଡଷ୍ଟରରେ ଖୋବିପକାନ୍ତି । ସତରେ ଯେମିତି ଗୁରୁଜୀଙ୍କ ଖରାପ ତାଲିକାରେ ସବାଶେଷରେ ମୁଁ ଥାଏ ! ସେଥିପାଇଁ ଗୁରୁଜୀଙ୍କୁ ମୋର ହାଲ ଡର ! ମୋତେ ଡାକିଲେ ମୁଁ ଜାଣିଶୁଣି ଅନ୍ୟମାନଙ୍କୁ ଦେଖେ । କାଳେ ଖସିଯିବି ! ଧେତ୍ ତେରିକା ! ମୂଳକଥା ଭୁଲିଗଲି ! -ରୋଲ ନମ୍ବର ଏକ... (ଜୋରରେ କୁହନ୍ତି ଗୁରୁଜୀ ) -ଉପସ୍ଥିତ ଗୁରୁଜୀ ... (ପିଲାମାନେ ଜଣକ ପରେ ଆଉଜଣେ ) ମୋ ବେଳକୁ ରୋଲ ନମ୍ବର ତେଇଶି ନକହି କୁହନ୍ତି; ପ୍ର...ସ...ନ୍ନ...ଜି...ତ୍ ତ୍ ତ୍ ... ! ଏକ ଭିନ୍ନ ବ୍ୟଙ୍ଗାତ୍ମକ ସ୍ୱରରେ । ମୁଁ ବି ହସିହସି କହେ; ଉପସ୍ଥିତ ଗୁରୁଜୀ... ! ଗୁରୁଜୀ ଇଂରାଜୀ ପଢ଼ାନ୍ତି । ଇଂରାଜୀ ଆଉ ଗୁରୁଜୀ ! ଏହି ଦୁଇଟି ଜିନିଷ ମୋତେ ଯେମିତି ପିତା ଲାଗନ୍ତି ! କାରଣ ଇଂରାଜୀ ସେତେ ଭଲ ହୁଏନାହିଁ । ଏପଟେ ନୃସିଂହ ଗୁରୁଜୀଙ୍କୁ ପ୍ରାଣଭୟ ଡର ! ମୁଁ କହେ (ଧୀର କଣ୍ଠରେ), ଗୁରୁଜୀ ଏକ... ଗୁରୁଜୀ ଆଗେ ଆଖି ମୁରାଟି ଦେଖନ୍ତି, ତା'ପରେ କୁହନ୍ତି, ଯା... ପାଂଚ ... ! ସତରେ ସେହି ସ୍ନେହଭରା କଟୁ କଥାଗୁଡ଼ିକ ଆଜି ମୋ ହୃଦୟ ତଥା କଲମ ମୁନରେ ଶକ୍ତି ଦେଇଛି କିଛି ଲେଖିବା ପାଇଁ । ଆଜି ବି ଆଖିଆଗରେ ନାଚିଉଠନ୍ତି ନୃସିଂହ ଗୁରୁଜୀ । ତାଙ୍କ କ୍ରୋଧିତ କଟୁକଥା ଭିତରେ ଥାଏ ଅନାବିଳ ପ୍ରେମ, ଯାହା ମୁଁ ସେଦିନ ବୁଝିବା ପାଇଁ ସମର୍ଥ ନଥିଲି । ଭବିଷ୍ୟତର ଆଭାସ ଦେଖି ମଣିଷ ଗଢ଼ିବାର କୌଶଳ ତାଙ୍କୁ ବେଶ୍ ଜଣା । ସେଦିନ ଗୁରୁଜୀଙ୍କ କ୍ରୋଧିତ କଟୁକଥାକୁ କର୍ଣ୍ଣପାତ କରିଥିଲେ ବୋଧହୁଏ ମୁଁ ଆଜି ଆଉ କେଉଁଠି ଥାଆନ୍ତି ।

*****


Rate this content
Log in

Similar oriya story from Inspirational