Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Children Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୨

Children Inspirational

ଗାଦୁଡୁ ବୁଢା

ଗାଦୁଡୁ ବୁଢା

2 mins
7.8K


ପାହାଡ ତଳ ଏକ ଗାଁ ମୁଣ୍ଡରେ ଥାଏ ଗୋଟିଏ ବୁଢା | ନାଁ ତାର ଗାଦୁଡ଼ୁ | ପୁଅ ନାହି କି ଝିଅ ନାହି | ବୁଢୀ ବି କେଉଁ ଦିନରୁ ଚାଲିଯାଇଥିଲା ଆରପରିକୁ | ବୁଢା କିନ୍ତୁ ଏକୁଟିଆ ନଥିଲା | ତା ଘରେ ଥାନ୍ତି ପଳେ ଛେଳି , ପଲେ କୁକୁଡା ଆଉ ବତକ | ଦିନ ରାତି ବୁଢା ଜଗିଥାଏ ଛେଳି , କୁକୁଡା ଆଉ ବତକଙ୍କ୍ନୁ | ଠେଗୁଣୀ କ୍ଷଣେ ଧରି ଏପଟ ସେପଟ ହାଉଥାଏ | ବିଲୁଆ କି କୋକୋଶିଆଳି ଦେଖିଲେ ମାରି ଗୋଡାଏ | ଠେଙ୍ଗୁଣିକୁ କାହାର ଦର ନାହି ? ବୁଢା ଘର ସିନା ସାଫା କିନ୍ତୁ ଘର ପଛ ପଟ ଟା ପୁରା ଅରମା ବଣରେ ଭରା | ସେଇଠି ଘର କରିଥାନ୍ତି ଗୋଟେ ଶିଆଳି ପରିବାର | ଥରେ ଶିଆଳି ମାନେ ବିଚରିଲେ ବୁଢା ଘରେ ପଶି ଛେଲି ଛୁଆ ଟେକି ଆଣିବାକୁ | ତା ‘ ପରେ ହବ ରାତି ଅଧିଆ ଭୋଜି | ଏକଥା ବୁଢା ଶୁଣିପାରିଲା | କହିଲା ‘ ହଁ ରେ ହାଁ , ଦଉଛି ପାନେ ‘ | ରାତି ହେଲା , ବୁଢା ଶିଆଳ ଥିରି ଥିରି ଆସି କାନ୍ଥରେ ଗତ ଖୋଲିଲା | ଯେମିତି ମୁଁହ ଗଳେଇଛି ଗାଦୁଡୁ ବୁଢା ଦେଲା ଗୋଟେ ପାହାର | ଶିଆଳ କି ଆଉ ରହେ ! ଦେ ଦଉଡୁ , ଡିଆଁ ମାରିଲା | ବୁଢା ଶିଆଳ ମୁଣ୍ଡରେ ଗୋଟେ ଆବୁ ହୋଇ ରହିଲା | କେତେ ଦିନ ଗଲା | ଟୋକା ଶିଆଳ କହିଲା , “ ମୁଁ ଆଜି ବୁଢା ଭାଡିରେ ପଶି ଗୋଟେ ବଡ ଗଞ୍ଜା ଟେକି ଆଣିବି “ | ରାତିଅଧିଆ ଭୋଜି ହବ | ନିଶ୍ଚେ , ନିଶ୍ଚେ | ବୁଢା ଏ କଥା ଶୁଣି ପାରିଲା | କହିଲା ,” ରହ ରହ ଦଉଛି କେଞ୍ଚେ “ ରାତି ହେଲା , ଅଧ ରାତି | ଟୋକା ଶିଆଳ ଟିପି ଟିପି ଆସି ଖୁସୁରୁ ଖୁସୁରୁ ମାଟି ଖୋଲିଲା | ବୁଢା ଏ ଥର ଦା ଧରି ବସିଥାଏ , ଶିଆଳ ଯେମିତି ମୁଁହ ଗଳେଇଛି ଦେଲା ଗୋଟେ ଚୋଟ | ଫଳେ କାନ ସେଇଠି ଛିଟିକି ପଡିଲା | କେଁ କେଁ ହେଇ ଟୋକା ଧାଇଲା ଅରମା ଆଡେ | ସକାଳ ପାଇଲରୁ ଗାଦୁଡୁ ବୁଢା କଟୁରି ଧରି ଆରମ ବଣ ସଫା କରିଦେଲା | ସେତେବେଳେକୁ ଶିଆଳ ପରିବାର ଧାଇଁ ଧାଇଁ ପାହାଡ ଆରପଟେ |


Rate this content
Log in

Similar oriya story from Children