Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar sahoo

Children Stories Inspirational

3  

Maheswar sahoo

Children Stories Inspirational

ଚପଲର ଦାନ

ଚପଲର ଦାନ

5 mins
572


ରୀନା ବୋଲି ଝିଅଟିଏ । କଲେଜରେ ପଢୁଥିଲା । ପାଠ ଭଲ ହୁଏ ନାହିଁ । ସକାଳ ଠାରୁ ସନ୍ଧ୍ୟା ତାର ଗୋଟିଏ କାମ, ସେଇଟା ହେଲା କଣ୍ଢେଇ ଖେଳ । ସେ କଣ୍ଢେଇ ଦୁଇଟା ରଖିଥାଏ । ଜଣେ ବର କଣ୍ଢେଇ ଆଉ ଜଣେ କନିଆଁ । କନିଆଁ କଣ୍ଢେଇକୁ ନାନା ବିଧ ଅଳଙ୍କାର ଦେଇ ସଜେଇ ଦେଇଥାଏ । ମୁଣ୍ଡରେ ସିନ୍ଦୂର ହାତରେ ନାନା ରଙ୍ଗର ମାଟିରେ ରଙ୍ଗ ଦେଇ ବନେଇଥିବା ଚୁଡ଼ି । ଚିକିଚିକି କରୁଥିବା ଶାଢ଼ୀ କନାକୁ ଘୋଡେଇ ଘାଡେଇ ପିନ୍ଧେଇ ଦିଏ । ନିଜର ଛିଣ୍ଡା ପାଉଁଜି ଆଉ କାନ ଫୁଲ ନାକ ପୁଲ ମୁଣ୍ଡରେ ସିନ୍ଥି ଏମିତି ନାନା ଅଳଙ୍କାର କନିଆଁ କଣ୍ଢେଇକୁ ପିନ୍ଧେଇ ଦେଇ କନିଆଁ ବେଶରେ ସଜେଇ ଦେଇଥାଏ । ବର କଣ୍ଢେଇ ପାଇଁ ସେମିତି ଚିରା ଧୋତିକୁ ପିନ୍ଧେଇ ବର ବେଶ କରିଦିଏ । ଏମିତି ବର କନିଆଁ ଖେଳରେ ଧୁରନ୍ଧର ହୋଇ ଯାଇଛି ରୀନା ।


   ଦଶମ ଶ୍ରେଣୀ ପରୀକ୍ଷା ସରିଗଲା । ଆଉ ପରୀକ୍ଷାରେ ପୁରା ପୁରି ଫେଲ । ଏବେ ଟିକେ ଖେଳ ପ୍ରତି ଧ୍ୟାନ କମିଯାଇଛି ରୀନାର । ବେଳେ ବେଳେ ଅଟାଜିରେ ସାଇତି ରଖିଥିବା ବର କନିଆଁ କଣ୍ଢେଇକୁ କାଢି ଖେଳରେ ଲାଗିଯାଏ । ପାଠ ତ ହେଲା ନାହିଁ । ଆଉ ଏବେ ଖେଳିଲେ ଟିକେ ଟିକେ ଗାଳି ଗୋଲଜ ମିଳୁଛି ଘରୁ । ହଉ ଯାହା ହେଲେ ବି ଅଭ୍ୟାସ । ସାଇତି ରଖି ଦେଇଛି କଣ୍ଢେଇ ଦୁଇଟିକୁ ତା ପୋଷାକ ଓ ଗହଣା ଗାଁଣ୍ଠି ସହିତ । ଘରେ ଜୋଉ ଜେଜେମା ଅଛନ୍ତି ନା ଟିକେ କେତେବେଳେ ଖେଳିବାକୁ ବସିଲେ ଜୋରରେ ଚିଲେଇ ଚିଲେଇ କୁହେ । ଶଶୁର ଘରକୁ ନେଇକି ଯିବୁ ଲୋ ସେଇ ଖେଳନା ଗୁଡାକୁ । ୟେ ମାଆ ସେ ଏମିତି କହିଲେ ମୋତେ ଭାରି ଲାଜ ଲାଗେ । 


  ରୀନାର ବଡ଼ ସଉକ ଜୋତା ପିନ୍ଧିବା । ନୂଆ ନୂଆ ଜୋତା ଆଉ ବିଭିନ୍ନ ଯାକ ଯମକର ଜୋତା ପିନ୍ଧିବାକୁ ତାର ବହୁତ ଇଛା । ଆଉ ତାକୁ ଯଉଁମାନେ ବାଟରେ କି ହାଟରେ କିଛି କମେଣ୍ଟ କରନ୍ତି, ସେ ଆଗ ପଛ କିଛି ନ ଭାବି ସେକିଦିଏ ଗାଲ ମୁଳିଆ । 


   ରୀନା ଦିନେ ଘରକୁ ଫେରୁଛି । ବାଟରେ ଆସୁଥାଏ, ଶ୍ମଶାନ ପାଖରେ ଗୋଟିଏ ବର ଗଛ । ଆଉ ସେଇ ବର ଗଛ ମୂଳରେ ହଳେ ଝିଅଙ୍କ ଜୋତା ପଡିଛି । ଦେଖା ଯାଉଛି ନୂଆ ଭଳି । ସେ ଚାରି ଆଡକୁ ଅନେଇଲା କେହି କୁଆଡେ ନାହାଁନ୍ତି । ତାର ବହୁତ ଲୋଭ ହେଲା ଚପଲ ଉପରେ । କେହି କୁଆଡେ ନାହାନ୍ତି ହେଲେ ୟେ ଚପଲ ଏଠି ରଖିଲା କିଏ । ଏମିତି ଭାବି ଚପଲ ଦୁଇଟିକୁ ଉଠେଇ ଚାଲିଲା ନିଜ ଘର ଅଭିମୁଖେ । ଆସି ଘରେ ପହଞ୍ଚି ଚପଲକୁ ସାଇତି କରି ରଖିଦେଲା । 


    ରାତିରେ ରୀନା ଶୋଇଥାଏ । ହଠାତ ଗୋଟେ ସ୍ୱପ୍ନ ଦେଖିଲା ଯେ ସେ ଚପଲ ଦୁଇଟି କଥା ହେଉଛନ୍ତି ଆମେ ରୀନା ପାଇଁ କିଛି କରିବା । ବିଚରା ବହୁତ ଗରିବ । ଝୁପୁଡି ଘର ସାଙ୍ଗକୁ ୟା ଘରେ ମାଆ ରୁଗୁଣା, ଜେଜେମା ବି ରିଗୁଣା ଆଉ ୟା ବାପା ଯାହା ମୂଲ ମଜୁରୀ ଆଣୁଛି ଚଳୁଛନ୍ତି ।


   ଏମିତି ବହୁତ ମନ ଦୁଃଖରେ ଚପଲ ଦୁଇ ଜଣ କଥା ହେଉଥାନ୍ତି । ଜଣେ କହୁଛି ଦେଖ ଆମେ ଥିଲେ କଉଠି ଆଉ ଆମର ଭାଗ୍ୟ କଣ । ରାଜକୁମାରୀ ପିନ୍ଧୁଥିବା ଚପଲ ଆମେ । ଆମେ ରାଜପ୍ରାସାଦ ଛାଡି ଏଇ ଝୁପୁଡିରେ ରହିବା କେମିତି । ଏମିତି ଦୁଇଜଣ କଥା ହେଉଥାନ୍ତି । ରୀନାର ନିଦ ଭାଙ୍ଗୀ ଯାଇଥିଲା । ସେ ଉଠି ପଡି ପ୍ରଥମେ ଚପଲ ପାଖକୁ ଗଲା ଆଉ ଦେଖିଲା ଚପଲ ଦୁଇଟି ଧୀର ସ୍ଥିର ହୋଇ ତା ଅଗଣାରେ ପଡି ରହିଛନ୍ତି । କଣ ଏଇ ଦୁଇଟି ଚପଲ ରାଜକୁମାରୀଙ୍କର ? ଯଦି ରାଜକୁମାରୀଙ୍କର ଏଇ ଚପଲ ଦୁଇଟି ହୋଇଥାଏ ତେବେ ଚପଲ ଦୁଇଟି ଶ୍ମଶାନ ପାଖରେ ଥିବା ବର ଗଛ ମୂଳକୁ ଆସିଲେ କିପରି ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ ରୀନା ର ମନରେ । ରୀନା ଚପଲ ଦୁଇଟିକୁ ଧୀରେ ଧୀରେ ଉଠେଇଲା ଆଉ କହିଲା ତମେ କଣ ଦୁଇଜଣ ରାଜକୁମାରୀଙ୍କର ଚପଲ । ଯଦି ତମେ ଦୁଇଜଣ ରାଜକୁମାରୀଙ୍କର ଚପଲ ତେବେ ତମେ ଶ୍ମଶାନ ପାଖକୁ ଆସିଲ କେମିତି ? କୁହ ମୋତେ କୁହ !

  

 ଚପଲ ଦୁଇଟି ନିର୍ଜୀବ ଜଡ ହୋଇଥିବାରୁ କିଛି କହିଲେ ନାହିଁ । ତା ପରେ ରୀନା ଆସି ନିଜ ବିଛଣାରେ ଶୋଇଯାଇଥିଲା । ପୁଣି କିଛି ସମୟ ପରେ ସ୍ୱପ୍ନ ଦେଖିଲା ଏଇ ସ୍ୱପ୍ନରେ ରୀନା କଥା ହେଉଥାଏ ଚପଲଦୁଇଟି ସହିତ । ଚପଲ ଦୁଇଟି କହିଲେ ରୀନା ଆମେ ଦୁଇଜଣ ଅଦ୍ଭୁତ ଚପଲ । ଆମକୁ ରାଜା ମଗେଇଥିଲେ ଜାପାନ ଦେଶରୁ । ଆମ ଦୁଇଜଣଙ୍କୁ ଉଡୁଥିବା ସାଗୁଣା ଜୀବଟିଏ ଭାବି ଉଠାଇ ଆଣିଛି । ସାଗୁଣାଟି ଉଠେଇ ଆଣି ଯେତେବେଳେ ଜାଣିଲା ଆମେ ନିର୍ଜୀବ ଚପଲ ସେ ଏହି ସ୍ମଶାନ ପାଖରେ ପକେଇ ଶବ ଖାଇବାକୁ ପଳେଇ ଯାଇଥିଲା ଆଉ ତମେ ଆମକୁ ନେଇ ଆସିଲ । ଆମର ଗୋଟିଏ ଅଦ୍ଭୁତ ଶକ୍ତି ଅଛି । ତମେ ପୂର୍ଣ୍ଣମୀ ଦିନ ଯାହା ଇଛା କରିବ ଘର , ଧନ, ସମ୍ପତ୍ତି, ଟଙ୍କା, ସୁନା ଆମେ ଦେଇ ପାରିବୁ । ହେଲେ ଆବଶ୍ୟକ ଠାରୁ ଅଧିକ ମାଗିଲେ ଆମେ ବହୁତ ଚିଡି ଯାଉ । ଆଉ ଗୋଟେ ଦିନ ରହିଲା ପୂର୍ଣ୍ଣିମା । ସେଇଦିନ ଜହ୍ନ ମାମୁଁଙ୍କୁ ଅନେଇ ତମେ ଯାହା ମାଗିବ ମୁଁ ଦେବି ।


   ରୀନା ଖୁସି ହୋଇଯାଇଥିଲା । ନିଦ ଭାଙ୍ଗିଯିବା ପରେ ସେ ଉଠିପଡ଼ି ଆଉ ଥରେ ଚପଲ ଦୁଇଟି ପାଖକୁ ଗଲା ଓ ଚପଲ ଦୁଇଟିକୁ ଟିକେ ହାତରେ ଆଉଁସି ଦେଇ କହିଲା ଧନ୍ୟବାଦ ତୁମକୁ ଅଶେଷ ଅଶେଷ ଧନ୍ୟବାଦ । ଏମିତି କହି ରୀନା ଆସି ନିଜ ବିଛଣାରେ ଶୋଇବାକୁ ଗଲା ହେଲେ ଆଉ ନିଦ ହେଲା ନାହିଁ । କାହାର ବା ନିଦ ହେବ ଯେ । ସେ ଅନେକ କିଛି ଚିନ୍ତା କରୁଥାଏ କଣ ମାଗିବି । ଆସନ୍ତା କାଲି ପୂର୍ଣ୍ଣିମା ଆଉ ମୁଁ ନିଶ୍ଚୟ କିଛି ଚପଲ ଦୁଇଟିକୁ ମାଗିବି ଯଦି ମୋ ସ୍ୱପ୍ନ ସତ ହୋଇଥିବ ନିଶ୍ଚୟ ମିଳିବ । ଏମିତି ଆଉ ନିଦ ହେଲା ନାହିଁ ଓ ରାତି ପାହି ଗଲା, ସକାଳ ହେଲା ରୀନା ଗୋଡ଼ରେ ଆଜି କାମ ଲାଗୁ ନଥାଏ । ପୁଣି ମନେ ମନେ ଭାବୁଥାଏ ସ୍ୱପ୍ନ କଣ ସତ ହୁଏ ଯେ ! ଏମିତି ବି ଥରେ ଥରେ ଭାବି ହେଉଥାଏ ରୀନା । ଦିନ ସାରା ଭାବି ଭାବି ରାତିରେ ସୋଇଥାଏ ପୁଣି ସ୍ୱପ୍ନରେ ଆସିଲେ ଚପଲ ଦୁଇଟି । ଜଣେ କହିଲା ରୀନା ତମେ କଣ ପାଇଁ ବିଶ୍ୱାସ କରୁନାହଁ ଯେ ସ୍ୱପ୍ନ ସତ୍ୟ ନୁହେଁ କାହିଁକି ଭାବୁଛ । ଶୁଣ ତୁମେ ଯାହା ମାଗ ହେଲେ ତୁମକୁ ପାଦରେ ମୋତେ ପିନ୍ଧି ଜହ୍ନମାମୁଁ ଆଡକୁ ଅନେଇ ତିନିଟି ଇଚ୍ଛା ମାଗିବାକୁ ପଡିବ । ହଜାରେ ମାଗିଲେ ମିଳିବ ନାହିଁ । ଆଉ ଏମିତି ଆଶା କରିବ ଯେମିତି ଅନ୍ୟ କାହାକୁ ସନ୍ଦେହ ହେବ ନାହିଁ । ନହେଲେ ତୁମକୁ ଚୋର ବୋଲି କହିବେ । ଆଉ ଏଇ ଆଶ୍ଚର୍ଯ୍ୟ କଥା ଚାରିଆଡେ ହାଟ ବସିଯିବ । ଶେଷରେ ରାଜା ମଧ୍ୟ ଏଇକଥା ଜାଣି ପାରି ତୁମକୁ ଚପଲ ଚୋର କହି ଧରିନେବେ ଓ ଶାସ୍ତି ଦେବେ । 

 

  ରୀନା ପୁଣି ଏକ ଦ୍ଵନ୍ଦରେ ପଡିଯାଇଥିଲା । ସେ ଭାବିଥିଲା ମନ ଇଚ୍ଛା କିଛି ମାଗିନେବ ହେଲେ ପୁଣି ଏକ ଅଜଣା ଭୟ ଖେଳି ଯାଇଥିଲା ତା ମନରେ । ସେଦିନ ରାତି ପାହିଲା ସକାଳ ହେଲା । ସକାଳେ ରୀନା ନିଜର ନିତ୍ୟ କର୍ମ ସାରି ଭାବିବାରେ ଲାଗିଲା କଣ ମାଗିବି ଚପଲ ଉପରେ ଠିଆ ହୋଇ ଜହ୍ନମାମୁଁଙ୍କୁ । ହଉ ଦେଖିବା ରାତି ହେଉ ଆଜିତ ପୂର୍ଣ୍ଣମୀ ଜହ୍ନ ଦେଖା ହେବେ ତେବେ କଣ ମନରେ ଆଉଛି ଦେଖବା । ଏମିତି ଅନେକ ଚିନ୍ତା ଓ ଅନେକ ଯୋଜନା ତା ମନରେ ଆସୁଥାଏ ପୁଣି ଭାଙ୍ଗି ଯାଉଥାଏ କାଳେ ଅନ୍ୟକୁ ସନ୍ଦେହ ହେବ । ଶେଷରେ ଏମିତି କିଛି ଯୋଜନା ଆସିଲା ମନକୁ ଆଉ ସେଇ ଯୋଜନା ମୁତାବକ ସେ ଆଜି ଚପଲ ପିନ୍ଧି ଜହ୍ନମାମୁଁ ଙ୍କୁ ମାଗିବ ।

 

  ସନ୍ଧ୍ୟା ହେଲା ଆଉ ସନ୍ଧ୍ୟା ସମୟରେ ରୀନା ଦେଖିଲା ଜହ୍ନମାମୁଁଙ୍କର ଉଦୟ ସେ ସଙ୍ଗେ ସଙ୍ଗେ ଚପଲ ଦୁଇଟିକୁ ଧୋଇ ଧାଇ ନେଇ ଆସିଲା । ଏବେ ତାର ସମୟ ସେ ତାର ତିନିଟି ଇଚ୍ଛା ଚପଲ ଉପରେ ଠିଆ ହୋଇ ଜହ୍ନ ମାମୁଁଙ୍କୁ ମାଗିବ । ସେ ଚପଲ ଉପରେ ଠିଆ ହେଲା ଓ ଜହ୍ନମାମୁଁଙ୍କ ଆଡକୁ ଅନେଇ କହିଲା ମୋର ପ୍ରଥମ ଇଚ୍ଛା ଆଜି ମୁଁ ଯାହା ମାଗିବି ସେଥିପାଇଁ କୌଣସି ଲୋକର ସନ୍ଦେହ ଓ ଆପତ୍ତି ନ ରହୁ । ଏତିକି ହାତ ଯୋଡି କହିଛିକି ନାହିଁ ତା ହାତରେ ଆକାଶରୁ ଫୁଲଟିଏ ଖସି ପଡ଼ିଲା ଆଉ ସେ ଖୁସି ହୋଇ ଗଲା । ତାର ଦ୍ଵିତୀୟ ଇଚ୍ଛା ଥିଲା ମୋତେ ମୋ ପରିବାରର ସମସ୍ତ ସଦସ୍ୟ ରୋଗମୁକ୍ତ ଓ ସୁସ୍ଥ ଆବଶ୍ୟକ । ସେମିତି ଆଉ ଗୋଟେ ଫୁଲ ତା ହାତରେ ଖସି ପଡ଼ିଲା । ପୁଣି ଶେଷ ଇଚ୍ଛାରେ ଜଣାଇଲା ରାଜା ମୋତେ ମୋ ପରିବାର ପାଇଁ ଆବଶ୍ୟକ ସମସ୍ତ ଧନ ସମ୍ପତ୍ତି ଦେଇ ତାଙ୍କ ଝିଅର ଚପଲ ନେଇ ଯାଆନ୍ତୁ । ଏତିକି କହି ସେ ପୁଣି ଏକ ଫୁଲ ପାଇ ଖୁସି ହେଇ ଗଲା ।


  ତା ପରେ ସେ ଚପଲକୁ ନିଜ ଗୋଡ଼ରୁ କାଢି ପ୍ରଣାମ କରି ନେଇ ରଖିବାକୁ ଯାଇ ଦେଖିଲା ତାଙ୍କ ପରିବାରର ସମସ୍ତ ସଦସ୍ୟ ବେଶ ଖୁସି ବାସୀରେ କଥା ହେଉଛନ୍ତି । ପୁଣି ଦେଖିଲା ରାଜା ନିଜ ପାଲିଙ୍କିରେ ତାଙ୍କର ସୈନ୍ୟ ବଳ ଓ ଧନ ଧାନ୍ୟ ଧରି ନିଜ ଘର ଆଡ଼କୁ ବିଜେ କରୁଛନ୍ତି । କାହାରି ମୁହଁରେ ସନ୍ଦେହ ନାହିଁ ଓ କେବଳ ରୀନା ରୀନା ଭାଗ୍ୟବାନ କହି କେତେ ଖୁସି ନାଚ କରୁଛନ୍ତି । ରୀନା ଖୁସି ହୋଇ କହି ପକେଇଲା ଏହି ଚପଲର ଦାନ ମହାନ !!!



Rate this content
Log in