Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

WR Kumar Munna

Inspirational

3  

WR Kumar Munna

Inspirational

ଶ୍ରେଷ୍ଠ ସମ୍ପର୍କ

ଶ୍ରେଷ୍ଠ ସମ୍ପର୍କ

3 mins
4.5K


ସେ ଦିନ ରାଖୀ ପୂର୍ଣ୍ଣମୀ ରେ ଗୋଟେ କୁନି ଝିଅଟେ ତା ଭାଇକୁ ରାଖୀ ବାନ୍ଧୁଥାଏ । ଲୁଚିକରି ଗୋଟେ ମୁସଲମାନ ଛୋଟ ପିଲା ଟି ଏ ସବୁ ଦେଖୁଥାଏ ଆଉ ତାର ବି ଇଛା ହେଉଥାଏ ରାଖୀ ପିନ୍ଧିବା ପାଇଁ ।ସେ ଛୋଟ ମୁସଲମାନ ପିଲା ଟି କଣ ଅବା ଏ ଦୁନିୟା ବିଷୟରେ ଜାଣିଛି।ସେ ମନେ ମନେ ଖୁସି ହେଇ ସେ କୁନି ଝିଅ ଟି ପାଖୁ ଗଲା।

ଆଉ ତା ସାମ୍ନା ରେ ନିଜ ହାତ ବଢ଼େଇ ଦେଲା ରାଖୀ ପିନ୍ଧିବ ବୋଲି।

ହେଲେ କୁନିର ବାପା ତାକୁ ସେଠାରୁ ମୁସଲିମ ଛୁଆ କହି ତଡ଼ିଦେଲେ ।

ଚାନ୍ଦ ସେଠୁ ମନ ଦୁଃଖରେ କାନ୍ଦି କାନ୍ଦି ପଲେଇ ଆସିଲା।

କିଛି ସମୟ ପରେ....

କୁନି - ତୁ ରାଖୀ ବାନ୍ଧିବୁ।

ଚାନ୍ଦ ଯେମିତି କୁନିର କଥା ଶୁଣିଛି ଦୁଇ ହାତରେ ତା ନିଜ ଲୁହକୁ ପୋଛି ମନ ଭିତରେ ଅସୁମାରୀ ଖୁସି ଆଉ ମୁହଁରେ ତାର ସ୍ମିତ ହସ ସତେ ଯେମିତି ସେ ତା ଠୁ ଗୋଟେ ଅମୂଲ୍ୟ ଜିନିଷ ହାତରେ ବାନ୍ଧିବାର ଅଛି ।

କୁନି- ହସୁଛୁ କଣ ।ତୋ ହାତ ଦେଖା ।ମୁଁ ତୋ ପାଇଁ ଲୁଚେଇକି ରାଖୀ ଆଣିଛି।

ହେଲେ ଚାନ୍ଦ ତା ହାତ ଦେଖେଇଲାନି

ଆଉ ମନ ଦୁଃଖରେ କହିଲା ତତେ ତୁମ ଘର ଲୋକ ମନ କରିଛନ୍ତି ପା’ ।

ମୁଁ ଗୋଟେ ମୁସଲମାନ ପିଲା ।

କୁନି- ତୁ ହାତ ଦେଖାନି।

ଚାନ୍ଦ - ଜାଣିଛୁ ମୋର ବି କେହି ଭଉଣୀ ନାହାନ୍ତି ।ଆଜି ଠୁ ତୁ ମୋ ଭଉଣୀ ।

କୁନି- ମୋ ରାଖୀ ପାଉଣା ଦେ ।

ଚାନ୍ଦ- ତୋ ଭାଇ ତତେ କେତେ ଦେଲା ।

କୁନି- ସେ ଗୋଟେ ଚାକିଲେଟ ଦେଲା ।

ଚାନ୍ଦ- ଏଇ ନେ ମୁଁ ତତେ ଦୁଇଟା ଚକଲେଟ ଦେଉଛି । ନିଜେ କହିଦେବୁ । କାହାକୁ ଦେବୁନି । ଲୁଚେଇକି ଖାଇବୁ ।

ସନ୍ଧ୍ୟା ହୋଇଗଲା କୁନିର ନିଜ ଭାଇ ରାଜୁ ତା’ ବାପାକୁ ସତ କଥା କହିଦେଲା ବାପା ବାପା କୁନି ତୁମ କଥାକୁ ନମାନି ସେ ମୁସଲମାନ ଚାନ୍ଦ ହାତରେ ରାଖୀ ବାନ୍ଧିଛି । ତା ପରେ କୁନିର ବାପା ତାକୁ ବହୁତ ମାରିଲେ । କୁନିର ଡହଳ ବିକଳ କାନ୍ଦ ସ୍ୱର ରେ ଚାନ୍ଦ ସାହିପାରୁନଥାଏ ।ସେ ଜାଣିସାରିଥିଲା ମୋ ରାଖୀ ପାଇଁ ଆଜି କୁନି ମାଡ ଖାଉଛି । ବାପାଙ୍କ କଥା ଅନୁସାରେ କୁନି ଆଉ ଚାନ୍ଦ ସହ କଥା ବି ହେଲାନି ।

ଗୋଟେ ବର୍ଷ ପରେ….

ଚାନ୍ଦ ଏଥର ଗୋଟେ ଚକଲେଟ ଡବା ଆଣିଥିଲା କୁନି କୁ ଏଥର ରାଖୀ ବନ୍ଧା ରେ ପାଉଣା ଦେବ ବୋଲି । ପୂର୍ବ ବର୍ଷ ଭଳି ଯେଉଁଠି ବସିଥିଲା ଆଜି ବି ସେଇଠି ବସିଛି । କୁନି ପୁଣି ଥରେ ଚାନ୍ଦ କୁ ରାଖୀ ବାନ୍ଧିବାକୁ ଆସିଲା ।

ଚାନ୍ଦ- ତୁ ଆସିଲୁ ।ତୋ ବାପା ମାରିବେ ମୋ ହାତରେ ରାଖୀ ବାନ୍ଧିଲେ ।ତୁ ଚାଲିଜା କୁନି ।

କୁନି- ମୁଁ ସାମାନ୍ୟ ମାଡ ଭୟରେ ମୋ ଭାଇ ହାତରେ ରାଖୀ ନବାନ୍ଧି ଚାଲିଯିବି । ନା’ ମୁଁ ଯିବିନି ।

ରାଖୀ ବାନ୍ଧିବା ସରିଲା ପରେ….

ଚାନ୍ଦ ପଚାରିଲା ତୋ ଭାଇ ତତେ କେତେ ଚକଲେଟ ଦେଇଛି ।ଦେଖ ମୁଁ ତୋ ପାଇଁ କେତେ ଆଣିଛି। ପୁଣି ଥରେ କୁନି ବାପାଙ୍କ ଠାରୁ ମାଡ ଖାଇଲା । ଆଉ ତା ମାଡର ଚିତ୍କାର ଚାନ୍ଦ ସହି ପାରୁନଥାଏ ସେ ଛୋଟ ପିଲାଟେ ଅବା କଣ କରିପାରିବ । ସେହି ଦିନ ଠୁ ଚାନ୍ଦ ଭାବିନେଲା ଜେ ସେ ଆଉ କେବେ ବି ରାଖୀ ବାନ୍ଧିବାକୁ ଇଛା କରିବନି ।ପର ବର୍ଷ ରାଖୀ ପୂର୍ଣ୍ଣିମାରେ ଦୁହେଁ ଦୁହିଁ କୁ ମନେ ମନେ ଖୋଜୁଥିଲେ ।

ଏମିତି 15 ବର୍ଷ ପରେ ।

କୁନିର ବିବାହ ସରିଯାଇଥିଲା । ତାଙ୍କର ସ୍ୱାମୀ ଅଫିସ କାମ ସାରି ଘରକୁ ଯିବା ରାସ୍ତାରେ ତାଙ୍କର ଦୁର୍ଘଟଣା ହେଲା । ଚାନ୍ଦ ଏହି ଦୁର୍ଘଟଣା ଦେଖି ସେ ଲୋକଟିକୁ ଡାକ୍ତରଖାନା ନେଇଗଲା । ତାଙ୍କ ଘର ଲୋକଙ୍କୁ ବି ଖବର ଦେଲା ।ଘର ଲୋକ ସମସ୍ତେ ଆସିଲେ । ହେଲେ ଚାନ୍ଦକୁ କେହି ଚିହ୍ନିପାରିଲେ ନାହିଁ ହେଲେ ଚାନ୍ଦ ତା ଭଉଣୀ କୁନି କୁ ଚିହ୍ନିପାରିଲା ।

କୁନି - ସାର ମୋ ସ୍ୱାମୀ ଏବେ କେମିତି ଅଛନ୍ତି ।

ଡାକ୍ତର- ବହୁତ ସିରିଏସ ।ରକ୍ତ ବହୁତ ବାହାରି ଯାଇଛି ।

ଆଉ ତାଙ୍କ ବ୍ଲଡ଼ ଗ୍ରୁପର ରକ୍ତ ମିଳିବା କଠିନ ।ଯେମିତି ହେଲେ ରକ୍ତ ଯୋଗାଡ କର।

ଚାନ୍ଦ- ସାର ମୁଁ ରକ୍ତ ଦେବି।ମୋର ସେହି ବ୍ଲଡ଼ ଗ୍ରୁପ । ସମସ୍ତେ ଆଶ୍ଚର୍ଯ୍ୟ ହେଇଗଲେ ଜଣେ ଅଜଣା ଲୋକ ଏମିତି ସାହାଯ୍ୟ । ଚାନ୍ଦ ରକ୍ତ ଦେଇ ଆସି ସରିଲା ପରେ ।

କୁନି- ଭାଇ ତମେ ମୋ ପାଇଁ ଭଗବାନ । ଚାନ୍ଦ ( ଆଖୀରେ ଲୁହ ଭରୀ )-ଆଉ ଥରେ ଭାଇ ବୋଲି ଡାକ ।ମୋର ଗୋଟେ ଆଶା ପୂରଣ କରିବୁ ଭଉଣୀ। ଚାନ୍ଦ କୁନି ଆଗରେ ହାତ ବଢ଼େଇ ଦେଲା ।"କ’ଣ ମୁଁ ମୁସଲମାନ ବୋଲି ରାଖୀ ବାନ୍ଧିବୁନି ? " କେତେ ବର୍ଷ ହେଲା ଏ ହାତ ଖାଲି ପଡିଛି ।ଏଇ ଥରଟିଏ ଭାଇ କହି ରାଖୀ ବାନ୍ଧି ଦେ । କୁନି କାନ୍ଦି କରି ହଁ ଭାଇ ହଁ ମୁଁ ଏବେ ମୋ ଭାଇ ହାତରେ ବାନ୍ଧିବି କୁନି ତା ଶାଢ଼ୀର କାନିକୁ ଚିରି ଚାନ୍ଦ ହାତରେ ରାଖୀ ବାନ୍ଧିଲା ।

ଚାନ୍ଦ - ତୋ ଭାଇ ତତେ କେତେ ଚକଲେଟ ଦେଇଛି । କୁନି ଏହି କଥା ଶୁଣି ତାର ପୁରୁଣା କଥା ମାନେ ପଡିଗଲା । କୁଆଡେ ଯାଇଥିଲୁ ଭାଇ ଏତେ ଦିନ ହେଲା ।

ଚାନ୍ଦ- ଆଲୋ ପାଗିଳି ତୁ ମୋ ହାତରେ ରାଖୀ ବାନ୍ଧୁଥିଲୁ ଆଉ ବାପାଙ୍କ ଠୁ ମାଡ ଖାଉଥିଲୁ । କୋଉ ଭାଇ ଆଵା ସହି ପରିବା ତା ଭଉଣୀର ଲୁହ ।

କୁନିର ବାପା - ଚାନ୍ଦ ମୁଁ ତତେ ଭୁଲ ବୁଝିଥିଲି ।ହେଲେ ମୁଁ ଆଜି ଜାଣିଲି

"ଭାଇ ଭଉଣୀଙ୍କ ସମ୍ପର୍କ ରେ ନା ଜାତି ଥାଏ ନା ଧର୍ମ


Rate this content
Log in

Similar oriya story from Inspirational