Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Inspirational

3  

Prasanta kumar Hota

Inspirational

ଦୁହିତା

ଦୁହିତା

7 mins
2.5K


ନାରୀ କଣ ଦୁହିତା ହେବା ପାଇଁ ବାଧ୍ୟ! ପୁରୁଷ କଣ ପାଇଁ ଦୁହିତ ହେଇ ପାରିବ ନାହିଁ। ଯଦି ପୁରୁଷର ସେଇଟା ଅସାମର୍ଥ୍ୟ ନାରୀକୁ ତାର ଅସାମର୍ଥ୍ୟ ପାଇଁ ଏତେ ପ୍ରଶ୍ନ କାହିଁକି ଉଠୁଛି।

ସୀମାର ମନ ଭିତରେ ଅନେକ ପ୍ରଶ୍ନ ଉଠୁଥାଏ। ଏହି ପ୍ରଶ୍ନ ଗୁଡିକ ଏମିତି ଯେ ଯାହାର ଅନୁତ୍ତର ବ୍ୟକ୍ତିକୁ ଅନେକ ପ୍ରକାରର ପ୍ରତ୍ୟୁତ୍ତର ଦେବାକୁ ବାଧ୍ୟ କରିଥାଏ। କିଏ ମୁହଁରେ କହେ ତ କିଏ ମାନସିକ ସ୍ତରରେ ନିଃଶବ୍ଦରେ କହି ପକାଏ। କିନ୍ତୁ ସମସ୍ତେ କହନ୍ତି। ନିଜ ଅକୁହା ପ୍ରଶ୍ନର ଉତ୍ତର ସୀମା ଭାବି ଚାଲିଥିଲେ ବି ସେ ସେଥିରେ ସନ୍ତୋଷ ପାଇ ପାରୁ ନଥାଏ।

ସୀମା ମନ ଭିତରେ ଉପଯୁକ୍ତ ବ୍ୟକ୍ତିର ସନ୍ଧାନରେ ଥାଏ। କାହାକୁ ବା ସେ ପଚାରି ପାରିବ। ନିଜ ବନ୍ଧୁ ମାନେ କେବଳ ପରିହାସ କଲା ପରି ମନ୍ତବ୍ୟ ଦେବେ। ବାପା ମାଆ ଗୁରୁଜନ ଆଦି ପରମ୍ପରା ଓ ସଂସ୍କୃତି କହି ଉପଦେଶ ଦେବେ ନହେଲେ ଅଭିଧାନ ଗତ ଅର୍ଥ କାଢିବେ। କିନ୍ତୁ ମନରେ ଆସୁଥିବା ବିରୋଧାତ୍ମକ ଭାବନାକୁ କିଏ ଶାନ୍ତ କରାଇବ। କେଉଁ ଯୁକ୍ତିର ଆଧାରରେ ସେ ସନ୍ତୁଷ୍ଟ ହେବ। ଅର୍ଥ ଯଦି ତର୍କର ନିର୍ଯ୍ୟାସ ନୁହେଁ ତାହେଲେ ତ ତାହା ପକ୍ଷପାତ ହେବ। ତାହାକୁ ଗ୍ରହଣ କେମିତି ବା କରାଯିବ। ସମାଜ ନିଶ୍ଚୟ କାହାର ବାଧ୍ୟ ବାଧକତାରେ ଏହାକୁ ଗ୍ରହଣ କରିଛି। ଏହାର ଔଚିତ୍ୟ ନିଶ୍ଚୟ ଏକ ପ୍ରଶ୍ନବାଚି।

ସୀମାର ସୀମାହୀନ ଚିନ୍ତାଧାରା କେଉଁ ଦିଗନ୍ତକୁ ଯେ କେତେବେଳେ ସ୍ପର୍ଶ କରୁଥିଲା ତାହା ଅସ୍ପଷ୍ଟ ଥିଲା। ପୃଥିବୀଟା ଯେମିତି ତା ପାଇଁ ଆଜି ପାଲଟି ଯାଇଛି ନୀରବ ନୀଥର। ବୃତ୍ତର ଯେଉଁ ବିନ୍ଦୁରୁ ସେ ଭାବନା ଆରମ୍ଭ କରିଥିଲା, ବୁଲି ବୁଲି ସେ ପୁଣି ସେହି ଠାରେ ପହଞ୍ଚି ଗଲାଣି। ଟିକିଏ ବି ଆଗକୁ ଅଗ୍ରସର ହେଇ ପାରିଲା ନାହିଁ।

ଏହା ଭିତରେ ବାପା ଦୁଇ ଥର ଆସି ଡାକି ଗଲେଣି। ଶେଷରେ ମା ଆସି ଡାକି ପଚାରିଲେ - ଏତେ ଗୁଡାଏ କଣ ଚିନ୍ତା କରୁଛୁ। ବାହା ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଏତେ ଚିନ୍ତାରେ ତ ଆମେ ତୋତେ କେବେ ଦେଖିନୁ । ସୁରେଶ କଣ କହିଲେ କି? ସେ ତୋତେ ଛାଡି ଗଲା ଦିନ ତୋ ସାଙ୍ଗେ ତ ଭଲ କଥା ହେଉଥିଲେ। ଆମ ସାଙ୍ଗରେ ବି ଭଲ କଥା ହେଉଥିଲେ। ତୁ କୋଉ ବିଷୟରେ ଏତେ ଭାବୁଛୁ?

ସୀମା ହସିଦେଇ କହିଲା -ସେମିତି କିଛି ନାହିଁ। ଏଇଟା ଅଲଗା କଥା। ତୁ କିଛି ବୁଝି ପାରିବୁନି। ବୁଝି ପାରିବିନି ବୋଲି କଣ ମୁଁ ଶୁଣି ବି ପାରିବିନି। ଝିଅ ର କଥା ମା ଶୁଣିବନି ତ ଆଉ କିଏ ଶୁଣିବ । ବାପା ରମେଶ ଦାସ ଖ୍ୟାତି ପ୍ରାପ୍ତ ଶିକ୍ଷକ ପାଖରେ ଠିଆ ହେଇଥିଲେ। ନିଜକୁ ସମ୍ଭାଳି ପାରିଲେ ନାହିଁ। ସୀମାର ଉତ୍ତର ଦେବେ ବୋଲି ବ୍ୟସ୍ତ ହେଉଥିଲେ। ସେ ତତକ୍ଷଣାତ୍ କହିଲେ - ସେ ସିନା ବୁଝି ପାରିବ ନାହିଁ। ମୋତେ କହ। ମୁଁ ଏତେ ମୂର୍ଖ ନୁହେଁ ଯେ ବୁଝି ପାରିବି ନାହିଁ। ସୀମା ବାପାଙ୍କୁ ଦେଖିଲା। କଣ କହିବ ଭାବି ପାରିଲା ନାହିଁ। ବିରାଟ ପ୍ରଶ୍ନବାଚୀ ସବୁ ମୁଣ୍ଡ ଉଠାଇ ତା ଆଡକୁ ଧାଇଁ ଆସୁଥିଲେ। ବାପାଙ୍କ ସାଙ୍ଗରେ ତ ଯୁକ୍ତି ତର୍କ କରାଯାଇ ପାରିବ ନାହିଁ। ଯାହା ବି ଉତ୍ତର ମିଳିବ ବିନା ସହମତିରେ ସ୍ଵୀକାର କରିବାକୁ ପଡିବ। କିଛି କହିଲେ ପୁସ୍ତକ ରେ ଲିଖିତ କିଛି ତଥ୍ୟକୁ ଆଣି ନିଜ କଥାକୁ ସମର୍ଥନ କରିବାରେ ଲାଗି ପଡିବେ। ସେସବୁକୁ ସେ ଗ୍ରହଣ କରି ପାରିଲେତ! ତାର ଅଗ୍ରହଣୀୟତାକୁ କିଏ ସମାଧାନ କରିବ।

ଏତିକିବେଳେ ରମେଶର ବନ୍ଧୁ ରାଜେଶ ଆସି ପହଞ୍ଚି ଗଲେ। ପହଞ୍ଚୁ ପହଞ୍ଚୁ ପଚାରିଲେ - ଆରେ ସୀମା ଆସିଛି ପରା।

ହଁ ଆସିଛି। କିନ୍ତୁ ଖାଇ ସାରିବା ପର ଠାରୁ କଣ ପାଇଁ ଚୁପ୍ ହେଇ ଯାଇଛି।

ଏଇଟା ଗୋଟେ କଥା - ତୁ ନିଶ୍ଚୟ କଣ ଗୋଟେ ଅଖାଡୁଆ ଉପଦେଶ ଦେଇଥିବୁ ! ରାଜେଶ ସବୁ ଜାଣିଲା ପରି କହିଲା।

-ଆରେ ନାଇ ମୁଁ କିଛି କହିନି।

- ତୁ ନିଶ୍ଚୟ କଣ ଗୋଟେ କଡା ଉପଦେଶ ଦେଇଥିବୁ। ସେ ଭାବି ହେଉଥିବ- ରାଜେଶ କହିଲା

-ମୋର ତ କାହିଁକି ସେମିତି କିଛି ଉପଦେଶ ଦେଲା ପରି ମନେ ପଡୁନି।

ରହ ମୁଁ ଭାଉଜଙ୍କୁ ପଚାରେ କହି ଦୃଷ୍ଟି ବଦଳାଇଲା।

ସୁମିତ୍ରା ଚାହା ନେଇ ଆସୁଥିଲେ, କହିଲେ,ନାହିଁ ରାଜେଶ ବାବୁ, ସେ ସେହିପରି କିଛି କହି ନାହାନ୍ତି।

ରାଜେଶ ଜୋର ଦେଇ କହିଲେ ନାଇ ଭାଉଜ -ସେମିତି କୁହନ୍ତୁ ନାହିଁ। ସେ ନିଶ୍ଚୟ କଣ ଗୋଟେ କହି ଦେଇଥିବ ଯେ ସେ ନିଜେ ବି ଜାଣି ନଥିବ। ସେ ଯାହା ବି କହିଛି ଆପଣ ଟିକିଏ ମୋତେ ମନେ ପକାଇ କହିଲେ। ସୀମା ଟା ସୁନା ଝିଅ ଟା ସେ କାହିଁକି ଖାଲିଟାରେ ଭାବି ହେବ।

ସୁମିତ୍ରା ମନେ ପକାଇ କହିଲେ - ଜ୍ୱାଇଁ ଗଲାବେଳେ କହିଦେଇ ଗଲେ ରବିବାର ଦିନ ଯିବା ପାଇଁ। ସୀମା କିନ୍ତୁ କହିଲା ସେ ଆଜି ଆସୁ ଆସୁ ଦୁଇ ଦିନରେ ଯାଇ ପାରିବ ନାହିଁ। ସେ ପୁରା ସପ୍ତାହେ ରହି ଯିବ। ସେଇ କଥାକୁ ଖାଇଲା ବେଳେ ମନେ ପକାଇ ଇୟେ ଖାଲି କହିଦେଲେ - ଝିଅ ମାନେ ହେଲେ ଦୁହିତା, ସେମାନେ ଦୁଇ କୁଳର ହିତକୁ ଦେଖି ଚିନ୍ତା କରି ଯାହା ବି କହିବେ ବା କରିବେ । ଗୋଟିଏ କୁଳର ହିତ ଖାଲି ଚିନ୍ତା କଲେ ସେଥିରେ କନ୍ୟାର ମାନ ହ୍ରାସ ପାଏ କୁଳର ମର୍ଯ୍ୟାଦା ବି ଆପେ କମ୍ ହୋଇ ଯାଏ। ବାସ୍ ଏତିକି ମାତ୍ର କଥା। ଏଥିରେ ତ କିଛି ଦେହକୁ ବାଧିଲା ପରି କଥା ନାହିଁ।

ହୋଉ ହେଲା ଭାଉଜ। ତୁମେ ଚୁପ୍ ରୁହ। କଥାଟା ମୋ ଉପରେ ଛାଡି ଦିଅ। କଥାର ଗୁରୁତ୍ବ ବେଳେ ବେଳେ ଶୁଣିବା ଲୋକର ବୁଝିବା ଶକ୍ତି ଓ ମାନସିକତାକୁ ନେଇ କମ ବେଶି ହୋଇ ଥାଏ। ସେଥିରେ ଆମେ କେବଳ ଆମ ନିଜକୁ ତର୍ଜମା କରି ଉପସଂହାର କରି ପାରିବା ନାହିଁ।

ରାଜେଶ ଦୁଇ ଜଣଙ୍କୁ ଅନାଇ କହିଲା ତମେ ମାନେ ବସ ମୁଁ ଟିକେ ସୀମା ସହିତ କଥା ହେଉଛି।

ରାଜେଶ ସୀମା ପାଖକୁ ଯିବା ମାତ୍ରେ ସୀମା ଉଠି ପ୍ରଣାମ କଲା। ଆଶିର୍ବାଦ କରୁ କରୁ ରାଜେଶ କହିଲେ - ମା ଲୋ ସୁଖି ରହ। ଦୁଇ କୂଳକୁ ହିତା ହୋଇଥା। ବିରାଡ଼ି କପାଳକୁ ସିକା ଛିଣ୍ଡିଲା ପରି ସୀମା ଚାଉଁକିନା ହେଲା। ରାଜେଶ ଶରୀରର ଭାଷା ବୁଝି ପାରିଲା। ହସି ଦେଇ ପଚାରିଲା କଣ ହେଲା ମା! ଚମକି ଗଲୁ ଯେ। କିଛି କହିବୁ କି?

-ହଁ। ଏବେ ଆପଣ ମୋତେ ଯୋଉ ଆଶିର୍ବାଦ କଲେ - କଣ ପାଇଁ କହିଲେ ଦୁଇ କୂଳକୁ ହିତା ହୋଇଥା।

ପୁଅ ପିଲାଙ୍କୁ ବି ଆଶିର୍ବାଦ କଲେ ଏମିତି କହୁଛନ୍ତି ଯେ ଦୁଇ କୂଳକୁ ହିତ ହୋଇଥା। ଏମିତି ବାଛ ବିଚାର କଣ ପାଇଁ। ଆମକୁ ଅବଳା ବୋଲି କହି ବୁଲୁଛ। ଅଥଚ ଆମକୁ ଦୁଇ କୁଳର ହିତ ଦେଖିବା ପାଇଁ କହୁଛ।ପୁରୁଷ ଗୁଡାକ କଣ କରିବେ। ସେମାନେ ସବଳ ହୋଇ ଗୋଟିଏ କୁଳର ହିତ ଦେଖିବେ। ଵାଃ ମଉସା ସମାଜର ବଢିଆ ନିୟମ।

ହୋଉ ତୁ ରାଗୁଛୁ କାହିଁକି? ମନରେ ଏତେବଡ଼ ପ୍ରଶ୍ନର ବୋଝ ଧରି ବସିଛୁ। ଏ ବିଚରା ମଉସା ଟା ବୁଢା ହେଲା ବୋଲି ଟିକେ ପଚାରି ପାରିଲୁନି। ତୋ ବାପାଟା ରାଗି ବୋଲି ପଚାରିବୁନି। ତାହେଲେ କଣ ମୁହଁଟା ଶୁଖେଇ ଦେଲେ ଉତ୍ତର ଆପେ ଆପେ ମିଳିଯିବ।

ହୋଉ ମୁଁ ଟିକେ ବସେ କହି ଯାଗାଟେ କରି ବସିଲେ ତାପରେ କହିଲେ ତୋ ହାତରୁ ଚାହା କପଟେ ନମିଳିଲେ କଣ ମୋତେ ଉତ୍ତର ଦେବାକୁ ଭଲ ଲାଗିବ।

ମୁଁ ଚାହା ସାଙ୍ଗରେ ପକୁଡି ବି କରିକି ଦେବି। ତମେ ଆଗ କୁହ ସୀମା କହିଲା ।

- ତାହେଲେ ତୁ ଆଗ ଦେବୁନି

- ତମେ ଆଗ କୁହ

ହୋଉ ମା କହୁଛି କହି ରାଜେଶ ଗଳା ଖଙ୍କାରି ନିଜକୁ ଠିକ୍ କରିନେଲେ। ତାପରେ କହିଲେ - ପ୍ରଥମ କଥା ହେଲା ସମାଜର ନିୟମ, ଚଳଣି ପରମ୍ପରା ଆଦି ଆମ ମାନଙ୍କୁ ପରିପୁଷ୍ଟ କରିବା ପାଇଁ ହେଇଛି। ଆମକୁ ପ୍ରତିରୋଧ କରିବା ପାଇଁ ନୁହେଁ। ଜନଜାତି ଯେଉଁଠାରେ ଯେତେ ଅଧିକ ସଂସ୍କାର ଯୁକ୍ତ ସେ ସମାଜ ସେତେ ବଳିଷ୍ଠ। ସମାଜରେ ଯାହା ବି ଦିନ ଦିନ ଧରି ପରମ୍ପରାକ୍ରମେ ଚାଲେ ଓ ଲୋକଙ୍କ ଦ୍ଵାରା ଆଦୃତ ହୁଏ ତାହା ପରବର୍ତ୍ତୀ କାଳରେ ଆଦର୍ଶ ହୋଇ ରହିଯାଏ। ଗୋଟିଏ ଝିଅ ଯେତେବେଳେ ବାହା ହୋଇ ଅନ୍ୟ ଘରକୁ ଯାଏ ସେ ତା ସାଙ୍ଗରେ ପରିବାରର ସ୍ନେହ ସ୍ମୃତିକୁ ମଧ୍ୟ ନେଇକି ଯାଇଥାଏ। ତେଣୁ ତାଙ୍କର ସମ୍ମାନକୁ ନିଜର ସମ୍ମାନ ବୋଲି ମନେକରେ ଓ କିଞ୍ଚିତ୍ ମାତ୍ର ଆଞ୍ଚ ଆଣିବା ପାଇଁ ଦିଏ ନାହିଁ। ଅର୍ଥାତ୍ ତାଙ୍କ ସମ୍ମାନରେ ହାନି ହେଲା ପରି ସେ କିଛି କହେ ନାହିଁ କି କରେ ନାହିଁ। ଏପଟେ ଯାହାକୁ ବାହା ହେଇଛି ଯାହାର ହାତ ଧରିଛି ତାଙ୍କର ଖୁସି ପାଇଁ ସେ ଏ ପରିବାରରେ ମଧ୍ୟ କାହାକୁ ଦୁଃଖୀ କରି ପାରେ ନାହିଁ। ତାମାନେ ସେକୁଳର ବି ହିତ ଖୋଜିଲା ଏକୁଳର ବି ହିତ ଖୋଜିଲା। ଏଇଟା କେହି କାହାକୁ କହି ନାହାନ୍ତି। ପ୍ରତ୍ୟେକ ନାରୀ ନିଜ ଖୁସି ପାଇଁ ଏହା କରି ଆସିଛି ଓ ଗ୍ରହଣୀୟତା ପାଇଁ ସମସ୍ତଙ୍କ ଦ୍ବାରା ଆଦୃତ ବି ହେଇଛି। ଯାହା ସମାଜରେ ଥରେ ଆଦୃତ ହେଇଯାଏ ତାହା ଅନ୍ୟ ମାନଙ୍କ ପାଇଁ ଶିକ୍ଷାର ବିଷୟ ହୋଇ ଯାଏ ଓ ଆଦର୍ଶ ବୋଲି ଗ୍ରହଣ କରାଯାଏ। ଏଥିରେ କେହି କାହାର ବାଧ୍ୟ ନୁହନ୍ତି। ମଣିଷ, ପୁରୁଷ ହେଉ କି ନାରୀ ହେଉ ତାର ଭଲ ପାଇବାଟା ନିଜକୁ ଭଲ ଲାଗେ ବୋଲି କରେ। ଯେହେତୁ ଗୋଟିଏ ନାରୀର ଆଚରଣରେ ଏଭଳି ସଂସ୍କାର ଓ ମାନସିକତା ଦେଖିବାକୁ ମିଳେ ଏ ସଂସାର ଏ ସମାଜ ତାକୁ ଦୁହିତା ହେବାର ଗୌରବ ପ୍ରଦାନ କରିଛି। ସମାଜ କେବେ ତାକୁ ଦୁହିତା ହେବା ପାଇଁ ବାଧ୍ୟ କରି ନାହିଁ। ଦୁହିତା କହିଲେ ଏହା ମଧ୍ୟ ନୁହେଁ ଯେ ସେ ଦୁଇ କୁଳର ହିତ କରିବା ପାଇଁ ବାଧ୍ୟ।

ତେଣୁ ଏଥିରେ ପୁରୁଷର ପ୍ରସଙ୍ଗ ଆସିଲା କୋଉଠୁ। ପୁରୁଷର ଆଚରଣରେ ଏଭଳି କୌଣସି ଅଭିପ୍ସା ବା ଅଭିଳାଷା କେହି କେବେ ଲକ୍ଷ କରି ନାହାନ୍ତି। ତେଣୁ ସେ ଦୁହିତର ଯୋଗ୍ୟ କେମିତି ହେବ। ବିନା ଯୋଗ୍ୟତାରେ କଣ କେହି ଗୌରବ ପାଏ। ମଣିଷର ମାନସିକତାରେ ମଣିଷ ପଣିଆ ଥାଏ। କେହି କହିଦେଲେ କେହି ଆପେ ଆପେ ହୋଇ ଯାଆନ୍ତି ନାହିଁ। ଦୁଇ କୁଳର ହିତରେ ଥିବା ନାରୀକୁ ସର୍ବୋତ୍ତମା କୁହାଯାଏ ବୋଲି ପ୍ରତ୍ୟେକ ପିତା ତାର ପୁତ୍ରୀଠାରେ ତାହା ହିଁ ଦେଖିବାକୁ ଚାହେଁ। ତେଣୁ ଆମ ମନରେ ଏପରି ଭାବନା ସୃଷ୍ଟି ହେଇ ରହିଛି।

ତାହେଲେ ପୁରୁଷ କଣ ଦୁଇ କୁଳର ହିତ ଦେଖୁନାହିଁ। ତାକୁ କଣ ଦୁହିତ କହି ଆଶିର୍ବାଦ ଦିଆ ଯାଇ ପାରିବ ନାହିଁ। ସୀମା ପଚାରିଲା।

-ତୋ ମଞ୍ଜି କଥାଟା ତାହେଲେ ଏଇଠି। ହଁ ସତକଥା । ସହଜ ଭାବରେ କହିଲେ ପୁରୁଷ ଦୁଇ କୁଳର ହିତ ଦେଖିବାକୁ କେବେ ଚେଷ୍ଟା କରେ ନାହିଁ କାରଣ ସେଇଟା ତାର ଆବଶ୍ୟକତା ନୁହେଁ କି ଗୌରବର ବିଷୟ ନୁହେଁ। ତା ଅର୍ଥ ନୁହେଁ ଯେ ସେ ଅହିତ ଚିନ୍ତା କରେ । ବ୍ୟକ୍ତିର ହିତ ଦେଖିବା ଓ କୁଳର ହିତ ଦେଖିବା ସମାନ ଜିନିଷ ନୁହେଁ । ଆମେ ଏଠି କୁଳର କଥା ହେଉଛେ।

ଗୋଟିଏ ନାରୀ ଗୋଟିଏ ଘରର ବୋହୂ ହେଲେ ମାନ ଅବଶ୍ୟ ମିଳେ କିନ୍ତୁ ସମ୍ମାନ ତାକୁ ଆଣିବାକୁ ପଡେ। କିନ୍ତୁ ଗୋଟିଏ ପୁରୁଷ ଗୋଟିଏ ଘରର ଜ୍ୱାଇଁ ହେଲେ ତାକୁ ମାନ ବି ମିଳେ ଓ ସମ୍ମାନ ବି ଆପେ ଆପେ ମିଳିଯାଏ। ତେଣୁ ଯାହା ଆପେ ମିଳେ ତା ପାଇଁ ସେ ଚେଷ୍ଟା କାହିଁକି କରିବ। କିନ୍ତୁ ଗୋଟିଏ ନାରୀର ଚେଷ୍ଟା ନଥିଲେ ପର ଘରୁ ତ ମିଳେ ନାହିଁ ନିଜ ଘରୁ ମଧ୍ୟ ଆସ୍ତେ ଆସ୍ତେ ମିଳିବା ବନ୍ଦ ହୋଇଯାଏ। ସେଥିପାଇଁ ସେ ନିଜର ହିତ ପାଇଁ ଦୁଇ କୁଳର ହିତ ଦେଖେ। ଆଦର୍ଶ ନାରୀ ଦୁହିତା ହେବାର ମାନ ରଖେ । ଜଗତ ତାକୁ ଦୁହିତା କହି ଗୌରବାନ୍ବିତ କରେ। ସଂସାର ନାରୀ ଜାତିକୁ ଡାକିଲା ବେଳେ ଦେବୀ ବୋଲି ସମ୍ବୋଧନ କରେ।

- ମଉସା ଆଉ ଗୋଟିଏ କଥା ପଚାରିବି? ସୀମା କହିଲା।

କଣ ନାରୀକୁ ଡାକିଲା ବେଳେ ନାମ ଆଗରେ ଦେବୀ କାହିଁକି କୁହା ହେଉଛି ଆଉ ପୁରୁଷକୁ ଦେବ କାହିଁକି କୁହା ହେଉ ନାହିଁ।

ମୁଁ ଆଉ କିଛି କହି ପାରିବିନି। ତୁ ଯା, ଆଗ ମୋ ପାଇଁ ଚାହା ପକୁଡି ନେଇକି ଆସିବୁ।

ସୁମିତ୍ରା କହିଲେ ମୁଁ ନେଇ ଆସିଛି। ମୋ ଝିଅ ଏତେ ସମୟପରେ ମନ ଖୋଲି ହସିଛି।

ସମସ୍ତେ ଖୁସିରେ ହସି ଉଠିଲେ।

ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya story from Inspirational