Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କ୍ଷମତା ଶାଳୀ ଇଶ୍ୱର
କ୍ଷମତା ଶାଳୀ ଇଶ୍ୱର
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children Classics

4 Minutes   333    19


Content Ranking

ବହୁତ ବର୍ଷ ତଳର କଥା । ସେତେବେଳେ ଇଉରୋପୀୟମାନେ ପଣ୍ଡିଚେରୀ ଶାସନ କରୁଥିଲେ । ସେଠାରେ ଜଣେ ନାସ୍ତିକ ରହୁଥିଲେ ତାଙ୍କ ରାଜ୍ୟର ଶାସନକର୍ତ୍ତାଙ୍କ ସହିତ ବନ୍ଧୁତ୍ୱ ଖୁବ୍ ଘନିଷ୍ଠ ନିବିଡ । କେହି ହେଲେ ଜାଣି ପାରନ୍ତି ନାହିଁ ଯେ ସେଇ ସାଙ୍ଗ ଦୁଇଜଣ ଡଚ ନା ପର୍ତ୍ତୁଗୀଜ ନା ଇଂରାଜୀ ନା ଫରାସୀ । ସେହି ସମୟରେ ଏହି ଚାରି ଜାତିର ଲୋକେ ପଣ୍ଡୀଚେରୀ ରେ ନିଜର ଖ୍ୟାତି ଓ ଅଧିକାର ବିସ୍ତାର କରି ଥିଲେ ।

ନାସ୍ତିକ ଜଣକ ଖୁବ୍ ଅତ୍ୟାଚାରୀ । ସେ ତାଙ୍କର ରାଜ୍ୟବାସୀମାନଙ୍କୁ ଖୁବ୍ ଖରାପ ବ୍ୟବହାର ଦେଖାନ୍ତି । କିନ୍ତୁ ଶାସକ ଜଣକ ତାଙ୍କ ସାଙ୍ଗକୁ କୌଣସି ପ୍ରଶ୍ନ ପଚାରନ୍ତି ନାହିଁ କି ରାଜ୍ୟବାସୀଙ୍କର ଦୁଃଖ ବିଷୟରେ କର୍ଣ୍ଣପାତ କରନ୍ତି ନାହିଁ । ତାଙ୍କୁ ମଧ୍ୟ ଏହି କଥା କହିବା ପାଇଁ କେହି ସାହସ କରି ପାରନ୍ତି ନାହିଁ । ନାସ୍ତିକ ଜଣକ ହିନ୍ଦୁମାନଙ୍କର ପୂଜା କଥା ଶୁଣିଲେ ନାକ ଟେକନ୍ତି ।

ସେ ସର୍ବଦା ଲକ୍ଷ୍ୟ କରନ୍ତି ରାଜ୍ୟବାସୀମାନେ ସମୁଦ୍ର କୂଳରେ ଥିବା ମନ୍ଦିରକୁ ସବୁଦିନ ଯାଉଛନ୍ତି । ତେଣୁ ମନେ ମନେ ସେ ସ୍ଥିର କଲେ ଯେ ସେ ମନ୍ଦିରର ମୂର୍ତ୍ତିକୁ ସମୁଦ୍ର ଭିତରେ ପକାଇଦେବେ । ଏବଂ ସେହି ମନ୍ଦିର ଧ୍ୱଂସ କରିଦେବେ । ଦିନେ ନାସ୍ତିକ ଜଣକ ଜାଣିବାକୁ ଚାହୁଁଥିଲେ ଯେ ପ୍ରଜାବାସୀ ମାନେ ମନ୍ଦିର ଭିତରେ କଣ କରୁଛନ୍ତି । ତେଣୁ ସେମାନଙ୍କ ପଛେ ପଛେ ଗଲେ । କିନ୍ତୁ ସେ ଯେମିତି ମନ୍ଦିର ଭିତରେ ପଶିଛନ୍ତି, ସେ ଆଶ୍ଚର୍ଯ୍ୟ ହୋଇଗଲେ ଯେ କିଛି ଲୋକ ମୂର୍ତ୍ତି ସାମନାରେ ମୁଣ୍ଡ ନୁଆଇଁ ମୁଣ୍ଡିଆ ମାରୁଛନ୍ତି । କିଛି ଲୋକ ଦୀପ ଜାଳି ମୂର୍ତ୍ତି ପାଖରେ ନଡିଆ ବାଡଉ ଅଛନ୍ତି । ଆଉ କେତେ ଲୋକ ମୁଣ୍ଡ ନୁଆଇଁ ମନ୍ତ୍ର ପଢୁଛନ୍ତି । ଆଉ କିଛି ଲୋକ ମୂର୍ତ୍ତି ଆଗରେ ଠିଆ ହୋଇଛନ୍ତି । ତାଙ୍କର ଆଶ୍ଚର୍ଯ୍ୟର ସୀମା ଦ୍ୱିଗୁଣିତ ହୋଇଗଲା । ଯେତେବେଳେ ସେ ଲକ୍ଷ୍ୟ କଲେ ଯେ ବିଚିତ୍ର ପଥର ମୂର୍ତ୍ତିକୁ ଲୋକେ ଭଗବାନ କରି ପୂଜା କରୁଛନ୍ତି ।

ମୂର୍ତ୍ତିର ମୁହଁଟି ବଡ ଏବଂ ଚଟକା । ନାକ ଲମ୍ବା , ପେଟଟି ହାଣ୍ଡି ଭଳି ଗୋଲ । ରଙ୍ଗ ତାଙ୍କର ସମ୍ପୂର୍ଣ୍ଣ କଳା ।

ଏଇ ବିଚିତ୍ର ମୂର୍ତ୍ତିଟି କଅଣ ? ଏହା ଅଧା ହାତୀ ଏବଂ ଅଧା ପେଟୁ ମଣିଷ ପରି ଦେଖା ଯାଉଛନ୍ତି । ନାସ୍ତିକ ଅନ୍ୟମାନଙ୍କୁ ପଚାରିଲେ ।

“ସେମାନେ ତାକୁ ପିଲାଇୟାର ବୋଲି କହନ୍ତି ।” ସେମାନଙ୍କ ମଧ୍ୟରୁ ଜଣେ ଉତ୍ତର ଦେଲା । ନାସ୍ତିକ ତାଙ୍କ କଥା ଶୁଣି ଖୁବ୍ ଜୋରରେ ହସି ଉଠିଲେ । ତାଙ୍କ ହସ ଶୁଣି ସମସ୍ତେ ନୀରବ । ସମସ୍ତେ କମ୍ପି ଉଠିଲେ ।

“ଯାଅ ଏବଂ ଈଶ୍ୱର ବୋଲି ମାନୁଥିବା ସେ ପଥରକୁ ସେଠାରୁ ଉଠାଇ ଆଣି ସମୁଦ୍ରରେ ପକାଇ ଦିଅ ।” ନାସ୍ତିକ ତାଙ୍କ ସୈନ୍ୟମାନଙ୍କୁ ଆଦେଶ ଦେଲେ । ତାଙ୍କ ଠାରୁ ଆଦେଶ ପାଇବା ମାତ୍ରେ ସୈନ୍ୟମାନେ ସେ ଦିଗକୁ ଆଗେଇ ଗଲେ । ବିଚାରା ରାଜ୍ୟବାସୀମାନେ ନୀରବରେ ଠିଆ ହୋଇ ରହିଥାନ୍ତି । ଏହି ପିଶାଚମାନଙ୍କର ଦୌରାତ୍ମ୍ୟ ଦେଖୁଥାନ୍ତି । ବହୁ କଷ୍ଟରେ ସୈନ୍ୟମାନେ ମୂର୍ତ୍ତିକୁ ଉଠାଇ ତଳକୁ ନେଲେ । ନାସ୍ତିକ ସମୁଦ୍ର କୂଳରେ ଠିଆ ହୋଇ ଏସବୁ ଦୃଶ୍ୟ ଦେଖି ଖୁସି ହେଉଥାନ୍ତି ।

ସଙ୍ଗେ ସଙ୍ଗେ ତାଙ୍କ ଲୋକ ଫେରି ଆସି ତାଙ୍କୁ ଖବର ଦେଲେ ଯେ ସେମାନେ ପଥର ମୂର୍ତ୍ତିକୁ ସମୁଦ୍ରରେ ପକାଇ ଦେଇଛନ୍ତି ।

ଆନନ୍ଦରେ ନାସ୍ତିକ ଜଣକ ତାଙ୍କର ସୈନ୍ୟମାନଙେକୁ ଧରି ମନ୍ଦିର ଆଡକୁ ବାହାରି ପଡିଲେ । ସେ ସେଠାରେ ପହଞ୍ଚି ରାଜ୍ୟବାସୀ ମାନଙ୍କୁ ଅପମାନିତ କରିବାପାଇଁ ଚାହୁଁଥିଲେ ।

କିନ୍ତୁ ସେ ଯେତେବେଳେ ସେଠାରେ ପହଞ୍ଚିଲେ, ସେ ଦେଖିଲେ ପିଲାଇୟାରଙ୍କ ମୂର୍ତ୍ତିଟି ଠିକ୍ ପୂର୍ବଭଳି ନିଜ ସ୍ଥାନରେ ଥୁଆ ହୋଇଛି ଏବଂ ରାଜ୍ୟବାସୀମାନେ ତାଙ୍କୁ ପୂଜା କରୁଛନ୍ତି । ଏହା ଦେଖି ସେ ଆଶ୍ଚର୍ଯ୍ୟ ।

ସେ ଭଲଭାବେ ଜାଣିଛନ୍ତି ଯେ ଏହି ରାଜ୍ୟବାସୀମାନେ ଏତେ ଶୀଘ୍ର ଗୋଟିଏ ମୂର୍ତ୍ତି ଆଣି ସେଠାରେ ରଖିପାରି ନଥିବେ । କିନ୍ତୁ ସେହି ସମୟରେ ନିଜ ସମ୍ମୁଖରେ ମୂର୍ତ୍ତିଟିକୁ ପୂର୍ବ ଆବିର୍ଭାବ ଦେଖି ସେ ଆଶ୍ଚର୍ଯ୍ୟ ହୋଇପଡୁ ଥାନ୍ତି ।

ଏଥର ପଥର ମୂର୍ତ୍ତି ଏଠାକୁ ପୁଣି କେମିତି ଆସିଲା ? ସେ ଚିତ୍କାର କରି ରାଜ୍ୟବାସୀଙ୍କୁ ପଚାରିଲେ ।

“ଆମେମାନେ ଜାଣିନାହୁଁ ।” ଆପଣ ଯେତେବେଳେ ଏଇ ମନ୍ଦିରରୁ ମୂର୍ତ୍ତି ନେବାପାଇଁ ଚେଷ୍ଟା କଲେ ଆମେ ଆମର ଆଖିବୁଜି ପ୍ରାର୍ଥନା କରୁଥିଲୁ । ଆଉ ଯେତେବେଳେ ଆଖି ଖୋଲିଲୁ ଦେଖିଲୁ ଯେ ଈଶ୍ୱର ମୂର୍ତ୍ତି ପୂର୍ବ ସ୍ଥାନରେ ପୂର୍ବ ପରି ଥୁଆ ହୋଇଛନ୍ତି । ରାଜ୍ୟବାସୀଙ୍କ ମଧ୍ୟରୁ ଜଣେ ଉତ୍ତର ଦେଲା ।

ଏହା କଅଣ ସମ୍ଭବ ? ଏଇ ପଥରଟି ମୋ ସହିତ ତା’ର ବଳ ପରୀକ୍ଷା କରୁଛି । ନାସ୍ତିକ ଚିତ୍କାର କରି ଉଠିଲେ । ସେ ତାଙ୍କର ସୈନ୍ୟମାନଙ୍କୁ ଡାକି ଆଦେଶ ଦେଲେ - “ଏଇ ପଥର ମୂର୍ତ୍ତିକୁ ଏଠାରୁ ନେଇଯାଅ । ତାକୁ ଗୋଟିଏ ବଡ ପଥର ଦେହରେ ବାନ୍ଧିଦେବ । ଗଭୀର ସମୁଦ୍ର ଭିତରକୁ ଯାଇ ସେଠାରେ ସେଇ ପଥର ସହିତ ଏଇ ମୂର୍ତ୍ତିକୁ ସମୁଦ୍ରରେ ପକାଇ ଦେବ ।”

ତାଙ୍କ ଆଦେଶ ପାଳନ କରାଗଲା । କିନ୍ତୁ ସେମାନେ ଯେତେବେଳେ ମନ୍ଦିରକୁ ଫେରିଆସିଲେ, ସେମାନେ ଦେଖିଲେ ଯେ ମୂର୍ତ୍ତିଟି ପୁଣି ପୂର୍ବାବସ୍ଥାରେ ଥୁଆହୋଇଛି ।

ସେ ଚାରିଆଡକୁ ଚାହିଁ ଦେଖିଲେ ରାଜ୍ୟବାସୀମାନେ ତାଙ୍କର ଏପରି କଳୁଷିତ କାର୍ଯ୍ୟର ଗତିବିଧି ଦେଖିକରି ହସୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସାହସ ସଞ୍ଚୟ କରି କହିଲା, “ଗଣେଶ ହେଉଛନ୍ତି ଖୁବ୍ କ୍ଷମତାଶାଳୀ ଈଶ୍ୱର । ପୃଥିବୀର ଶକ୍ତି ତାଙ୍କୁ ଧ୍ୱଂସ କରିପାରିବ ନାହିଁ ।” ନାସ୍ତିକ ଶେଷ ଥର ପାଇଁ ପରୀକ୍ଷା କରିବାକୁ ଚାହିଁଲେ । ତେଣୁ ସେ ତାଙ୍କର ସୈନ୍ୟମାନଙ୍କୁ ମୂର୍ତ୍ତିକୁ ସେଠାରୁ ଉଠାଇ ସମୁଦ୍ରକୁ ନେଇ ଯିବା ପାଇଁ ଆଦେଶ ଦେଲେ ।

ତାଙ୍କ ଆଦେଶ ପାଳନ କରାଗଲା । ଏହାପରେ ସେ ମନ୍ଦିରରେ ଠିଆହୋଇ ରାଜ୍ୟବାସୀମାନଙ୍କୁ ଆଦେଶ ଦେଲେ ମନ୍ଦିରର ଦ୍ୱାର ବନ୍ଦକରି ତାଲା ପକାଇଦିଅ । ତାପରେ ସେ ଚାବିକୁ ନିଜ ହାତରେ ଧରି ସମୁଦ୍ର କୂଳକୁ ଗଲେ । ଏଥର ମୂର୍ତ୍ତି ରଖାଯାଇଥିବା ଡଙ୍ଗାରେ ସେ ତାଙ୍କର ସୈନ୍ୟମାନଙ୍କ ସହିତ ସମୁଦ୍ର ଭିତରକୁ ଗଲେ ।

ତାଙ୍କର ଆଖି ସାମ୍ନାରେ ମୂର୍ତ୍ତିଟି ଭିତରକୁ ଫୋପଡା ଗଲା । ଏଥର ନାସ୍ତିକ ଜଣକ ଟିକିଏ ଆଶ୍ୱସ୍ତ । ତାପରେ ସେ ମନ୍ଦିରକୁ ଫେରିଲେ । ସେ ଯେତେବେଳେ ମନ୍ଦିର ତାଲା ଖୋଲିଲେ ସେ ଭୟଭୀତ ହୋଇପଡିଲେ। ଦେଖିଲେ ମୂର୍ତ୍ତିଟି ପୂର୍ବ ଭଳି ନିଜ ସ୍ଥାନରେ ଠିଆ ହୋଇଛି । ମନ୍ଦିର ପାଖରେ ଅନେକ ଲୋକ ଗଦା ହୋଇଛନ୍ତି, ଅନେକ ନାସ୍ତିକଙ୍କର ବୋକା କାମ ଦେଖି ହସୁଥାନ୍ତି ।

ଲୋକଙ୍କର ବିଦ୍ରୁପର ଶିକାର ହୋଇ ନାସ୍ତିକ ଜଣକ ତାଙ୍କର ସୈନ୍ୟମାନଙ୍କୁ ହତିଆର ଆଣିବାକୁ କହିଲେ । ଯେତେବେଳେ ହତିଆର ଆସି ସେ ସ୍ଥାନରେ ପହଞ୍ଚିଲା, ସେ ଗରିବ ରାଜ୍ୟବାସୀଙ୍କୁ ଦୁଃଖ ଦେବା ପାଇଁ ସୈନ୍ୟମାନଙ୍କୁ ଆଦେଶ ଦେଲେ - “ଏଇ ଅସ୍ତ୍ର ଶସ୍ତ୍ର ସବୁ ନିଅ । ଏହାକୁ ଇଶ୍ୱରଙ୍କ ଉପରେ ପ୍ରୟୋଗ କରି ତାକୁ ଖଣ୍ଡ ଖଣ୍ଡ କରିଦିଅ । ଦେଖିବା ଏ କ୍ଷମତାଶୀଳ ଈଶ୍ୱର ନିଜକୁ କିପରି ରକ୍ଷା କରୁଛନ୍ତି ।” ସୈନ୍ୟମାନେ ତାଙ୍କର ଅସ୍ତ୍ର ଶସ୍ତ୍ର ଧରି ମୂର୍ତ୍ତି ଉପରେ ପ୍ରୟୋଗ କରିବାକୁ ଲାଗିଲେ । କିନ୍ତୁ ସେମାନେ ମୂର୍ତ୍ତି ଉପରେ ଗୋଟିଏ ଦାଗ ବି କରିପାରିଲେନି । ସେମାନେ ଲଗାତାର ଭାବେ ନିଜ ହତିଆର ଆଘାତ କରି ଚାଲିଥାନ୍ତି । କିନ୍ତୁ ଦୁଃଖର ବିଷୟ ମୂର୍ତ୍ତି ଭାଙ୍ଗିବା ପରିବର୍ତ୍ତେ ତାଙ୍କର ଅସ୍ତ୍ର ଶସ୍ତ୍ର ଭାଙ୍ଗି ଚୂର୍ଣ୍ଣ ଖର୍ବ ହୋଇଗଲା ।

ଶାବଳରୁ ଖଣ୍ଡେ ଭାଙ୍ଗି ନାସ୍ତିକ ଆଡକୁ ଛିଟିକି ଆସିଲା । ଏହା ତାଙ୍କ ଆଣ୍ଠୁରେ ବାଜିଲା । ନାସ୍ତିକ ଛଟପଟ ହୋଇ ମୂର୍ତ୍ତି ସମ୍ମୁଖରେ ପଡିଗଲେ ।

ପଛରେ ରାଜ୍ୟର ଶାସକ ଖବର ପାଇଲେ ଯେ ପ୍ରତିଦିନ ନାସ୍ତିକ ସକାଳେ ଓ ସନ୍ଧ୍ୟାବେଳେ ମନ୍ଦିର ଯାଉଛନ୍ତି । ଏବଂ କ୍ଷମତାଶାଳୀ ଈଶ୍ୱର ଗଣେଶଙ୍କର ପୂଜା କରୁଛନ୍ତି ।


ପଣ୍ଡିଚେରୀ ନାସ୍ତିକ ସୈନ୍ୟ

Rate the content


Originality
Flow
Language
Cover design

Comments

Post

Some text some message..