Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ବେଙ୍ଗର ଦୁର୍ଦ୍ଦଶା

ବେଙ୍ଗର ଦୁର୍ଦ୍ଦଶା

1 min
7.4K


ଦିନେ ବେଙ୍ଗ ଓ ତା’ର ପଡିଶା ସାଙ୍ଗ ମୂଷା ବୁଲି ବାହାରିଲେ । ବେଙ୍ଗ କହିବାନୁସାରେ ସେ ଦୁଇ ସାଙ୍ଗ ଜଣକ ଗୋଡ ଆଉ ଜଣଙ୍କ ଗୋଡରେ ବାନ୍ଧି ଚାଲିଲେ । ବାଟରେ ଗୋଟିଏ ଛୋଟ ନଈ ପଡିଲା । ସେ ଦୁଇ ଜଣଙ୍କୁ ତ ପହଁରା ଆସେ । ତେଣୁ ସେମାନେ ଡେଇଁ ପଡି ନଈ ଆର ପଟକୁ ଯିବା ପାଇଁ ପହଁରିବାକୁ ଲାଗିଲେ । ଯେମିତି ନଈ ମଝିରେ ହୋଇଛନ୍ତି ବେଙ୍ଗ ବେଶି ପାଣି ତଳକୁ ବୁଡିବାକୁ ଆରମ୍ଭ କଲା । ହେଲେ ସେ ମୂଷାର ତ ପାଣିରେ ବୁଡିବା ମୋଟେ ଅଭ୍ୟାସ ନାହିଁ । ତେଣୁ ସେ ଖାଲି ଛଟପଟ ହୋଇ ବାଡେଇ ହେଲା । ମୂଷାକୁ ହଇରାଣ କରି ଏଣେ ଏ ବେଙ୍ଗର ମନ ବଡ ଖୁସି । ଠିକ୍ ଏତିକିବେଳେ ଆକାଶରେ ଗୋଟିଏ ବଡ ଛଂଚାଣ ଉଡୁଥିଲା । ସେ ପାଣିରେ ମୂଷାର ବାଡେଇ ହେବାର ଶବ୍ଦ ଶୁଣି ତଳକୁ ଆସି ସେ ମୂଷାକୁ ଟେକି ନେଇଗଲା । ମୂଷା ସାଙ୍ଗରେ ବେଙ୍ଗ ବନ୍ଧା ହୋଇଥିବାରୁ ବେଙ୍ଗ ମଧ୍ୟ ସେ ଚଂଚାଣର ଶିକାର ହେଲା ।

ଯେ ପଡିଶାର ଅନିଷ୍ଟ ପାଂଚେ ତା’ର ମଧ୍ୟ ଅନିଷ୍ଟ ହୋଇଥାଏ ।


Rate this content
Log in

Similar oriya story from Children