Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kamal Kumar Dash

Tragedy

3  

Kamal Kumar Dash

Tragedy

ପ୍ଲାଟଫର୍ମ

ପ୍ଲାଟଫର୍ମ

2 mins
358


ପ୍ଲାଟଫର୍ମ

ପ୍ରଥମ କରି ମୁଁ ଘରୁ କଲିକତା ଯାଉଥାଏ , ରେଲୱେ ମୁଖ୍ୟାଳୟ ରେ ଜଏନ କରିବା ପାଇଁ |ତା ଆଗରୁ କେବେ ଓଡିଶା ବାହାରକୁ ଯାଇନଥିଲି | ପ୍ଲାଟଫର୍ମ ରେ ଘର ଲୋକ ଓ ସାଙ୍ଗମାନେ ମୋତେ ଛାଡିବାକୁ ଆସିଥାନ୍ତି | ବୋଉ ଓ ନନା ବି ତାଙ୍କ ସାଙ୍ଗରେ ଆସି ଥାନ୍ତି | ମଉସା ରେଳୱେରୁ ମିଳିଥିବା ପାଶରେ ବର୍ଥ ରିଜର୍ଭେସନ କରିଦେଇଥାନ୍ତି |ମଉସା ଜଟଣୀରୁ କଲିକତା ଯାଉଥିବା ଦିଜଣ ରେଲୱେ ଷ୍ଟାଫ କଂ ସହ ମୋର ପରିଚୟ କରାଇଦେଲେ ଓ ମତେ ଗାର୍ଡେନରିଚ ର ରେଲୱେ ମୁଖ୍ୟାଳୟ ଅଫିସରେ ଛାଡିଦେବାକୁ କହି ସେ ଚାଲିଗଲେ | ସେମାନେ ସେହି ଅଫିସକୁ ଯାଉଥିଲେ ଅନ୍ୟ କାମରେ |ଗାଡି ଆସିବା ଡେରି ଥିଲା ଆମେ ସବୁ ପ୍ଲାଟଫର୍ମ ବେଞ୍ଚରେ ବସିଲୁ |

ସନ୍ଧ୍ୟା ହେବାକୁ ଯାଉଥାଏ |ଚାହା ବିକାଳୀ ମାନେ ଚାଏ ଚାଏ କହି ବୁଲୁଥିଲେ |ଗୋଟେ କଣକୁ ଦିଜଣ ସାଧୁ ପୂଜା ପାଠ କରି ଚିଲମ ଟାଣୁଥିଲେ | ଗାଡି ଇଞ୍ଜିନରୁ ଧୂଆଁ ବାହାରିଲା ଭଳି ତାଙ୍କ ଚିଲମରୁ ଧୂଆଁ ବାହାରୁଥିଲା |ସେତେବେଳେ ଅବଶ୍ୟ ପ୍ଲାଟଫର୍ମ ରେ ଧୁମ୍ରପାନ ନେଷେଧ ନଥିଲା | ଜଣେ ଅନ୍ଧ ଲୋକ ଗୀତ ବୋଲି ବୋଲି ଭିକ ମାଗୁଥିଲା ,ବୋଉ ମତେ ତାକୁ କିଛି ଦେବାକୁ କହିଲା |ମୁଁ ତାକୁ ପଇସା ଦେଲି ଓ ସେ ମଙ୍ଗଳ କାମନା କରି ଦୁରକୁ ଚାଲିଗଲା | ତାର ଗୀତ ବହୁତ ସୁନ୍ଦର ଥିଲା |ପାଖରେ ଥିବା ପକୋଡ଼ି ଦୋକାନରୁ ଗୋଟେ ଲୋକ ପକୋଡ଼ି କିଣି ଉପରକୁ ଫୋପାଡ଼ିଲା ଓ କୁଆ ମାନେ ପକୋଡ଼ି କୁ ଶୂନ୍ୟରୁ ଥଣ୍ଟ ରେ ଧରି ଖାଇଲେ , ଖୁବ ଭଲ ଲାଗିଲା | ସମସ୍ତେ ଚାହା ପିଇଲେ ,ମୁଁ ପାଖ ବହି ଦୋକାନରୁ ବାଟରେ ପଢିବା ପାଇଁ କିଛି ବହି କିଣିଲି|

ଗାଡି ଆସିବାର ଘୋଷଣା ହେଲା ଓ ପ୍ରାୟ ଦଶ ମିନିଟ ପରେ ଗାଡି ଆସିଗଲା |ବୋଉର ପାଦ ଛୁଇଁ ବା ବେଳେ ସେ ମତେ କୋଳେଇ ନେଇ କାନ୍ଦି ପକାଇଲା | ନନା କହିଲେ ତୁ ଯା ତୋ ଗାଡ଼ିରେ ବସ , ଗାଡି ଛାଡ଼ିଦେବ | ଆମ ଡବା ଖୋଜି ଆମେ ଉଠିଲୁ |ମୋ ବ୍ୟାଗ ରଖି ଝର୍କା ପାଖରେ ଯାଇ ଠିଆହେଲି ,ଗାଡି ଲମ୍ବା ହର୍ନ ଦେଇ ଧୀରେ ଧୀରେ ଆଗକୁ ବଢ଼ିଲା |ସମସ୍ତେ ହାତ ହଲାଉଥିଲେ ବୋଉ କିନ୍ତୁ ନାନା କଂ ଡରରେ ମୁଁହ ବୁଲାଇ କାନ୍ଦୁଥିଲା | ତାର ସେ କାନ୍ଦ କାନ୍ଦ ମୁଁହ ମୋର ଆଜିବି ମନେ ପଡିଲେ ମୋ ଆଖିରେ ଲୁହ ଆସିଯାଏ ଓ ବୋଉକୁ ଛାଡି ପ୍ରଥମ କରି ଦୁରକୁ ଯିବାର ସେ ଦୃଶ୍ୟ ମୋ ଆଖିରେ ନାଚିଉଠେ |


Rate this content
Log in

Similar oriya story from Tragedy