Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସ୍କୁଲ ଲାଇଫ
ସ୍କୁଲ ଲାଇଫ
★★★★★

© Krushna Chandra Dakua

Others

4 Minutes   367    12


Content Ranking



ବୋଧେ ସେ ଦିନ ମୋ ପାଈଁ ଶୁଭ ମୁହୂର୍ତ୍ତ ଥିଲା, ପାଦ ଥାପିଥିଲି ଏକ ଅଜଣା ବିରାଟ ଘଞ୍ଚ ପରିବେଶରେ । ସେ ପରିବେଶ କଣ ମୂଁ ଜାଣେ ନାହିଁ କିନ୍ତୁ ମୋ ବାବା ମୋତେ ଜବରଦସ୍ତ ନେଇ ସେଇ ଘଞ୍ଚ ପରିବେଶର ବାନ୍ଧି ଦିଅନ୍ତି।କିନ୍ତୁ ମୂଁ ଜାଣେନା ତାହା କଣ କେବଳ ଆପେ ଆପେ ଝରି ଆସେ ମୋ ଆଖିରେ ଲୁହ ଏବଂ ମନରେ ଦୁଃଖ।ସେ ଦିନ ଠାରୁ ବୋଧେ ହୁଏ ମୋର ସେ ଦୁହ୍ନେଙ୍କ ସହ ସମ୍ପର୍କ ଗଢିବା ଆରମ୍ଭ ହୋଇ ଯାଇଥିଲା। ଯାହା କେବେବି ଦୁହ୍ନେ ଦୁହ୍ନିଙ୍କ ଠାରୁ ଅଲଗା ହେବା ଅସମ୍ଭବ ହୋଇ ଉଠିଥିଲା ।ମୋ ଅଭିଭାବକଙ୍କ ଇଛା ଥିଲା ଦିନେ ଆମ ପୁଅ ବଡ଼ ମଣିଷ ହୋଇ ସମାଜରେ ପରିବର୍ତନ ଦିଗରେ ଆଲୋକ ଶିଖା ସାଜିବ,ତେଣୁ ତ ଶିକ୍ଷାକୁ ପ୍ରାଥମିକତା ଦେଇଥିଲେ ଆଊ ପୁଣି ସ୍କୁଲରେ ନାମ ଲେଖାଇ ଥିଲେ।ସେ ଦିନର ସେ ପରିବେଶ ମନେ ପଡ଼ିଲେ ଆଖିରେ ଆପେ ଆପେ ଝରିପଡ଼େ ଅନେକ ଲୁହ ଏବଂ ମନରେ କୋହ ।ତାହା ତ ମୋ ପାଈଁ ଭଲଥିଲା ଯେଉଁଠି ମୂଁ ବସେ ଖେଳେ ବୁଲେ କିନ୍ତୁ ମୂଁ ଜାଣି ପାରେନା ମୂଁ ଏବେ କେଉଁଠି ।ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଭଲପାଇବାରେ ବାନ୍ଧି ହୋଇ ଶିକ୍ଷାକୁ ବ୍ରତ କରିବା ସତରେ ନିଆରା,ତାହା ତ ମୋ ପାଈଁ ମୂଳଦୁଆ ଥିଲା ନିଜେ ଶୃଙ୍ଖଳିତ ହୋଇ ଗଢି ତୋଳିବାର ଏକ ସୁସ୍ଥ ଓ ଶୃଙ୍ଖଳିତ ସମାଜ କିନ୍ତୁ ତାହା ମୂଁ ବୁଝେନା ।ଅନେକ ବାର ସ୍କୁଲ ଆସିବା ବନ୍ଦ କରେ ଅବା ବାହାନା ଦେଖାଇ ଘରେ ରହି ସ୍କୁଲ ନ ଯିବାର ଖୁସି ନିଏ କିନ୍ତୁ ତାହା ମୂଁ ଜାଣିପାରେନା ମୋ ପାଈଁ କେତେ ଫଳପ୍ରଦ ହେବ ।ଏମିତିରେ ତ ସାରିଥିଲା ମୋ ପ୍ରଥମ ଏବଂ ଦ୍ୱିତିୟ ଶ୍ରେଣୀ ଆମ ଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ।ଦ୍ୱିତିୟ ଶ୍ରେଣୀର ସମାପ୍ତ ବେଳକୁ ପାଠ କଣ ବୁଝିଥିଲି କିନ୍ତୁ ମନରେ ଆଗ୍ରହ ଏବଂ ଇଛା ନଥିଲା ଥିଲା କେବେଳ ସାଙ୍ଗ ସାଥୀ ହୋଇ ବୁଲିବା ଖେଳିବାର ଅସୁମାରୀ ଇଛା ଭରି ହୋଇ ରହିଥିଲା।ଦ୍ୱିତିୟ ଶ୍ରେଣୀର ସମାପ୍ତ ପରେତ ପୁଣି ତୃତୀୟ ଶ୍ରେଣୀରେ ନାମ ଲେଖା ଥିଲା ଏବଂ ନାମ ଲେଖାଇଥିଲି ମଧ୍ୟ।ନାମ ଲେଖା ପର ଦିନ ଠାରୁ ଆରମ୍ଭ ହୋଇଥିଲା ଏକ ନୂତନ ସୂର୍ଯ୍ୟ ଆଲୋକର ସୁନେଲି ସମ୍ଭାର ।ମନରେ ଆଙ୍କି ହୋଇଥିଲା ପ୍ରତିଦ୍ୱନ୍ଦୀ ହେବାର ନିଶା ।ଏମିତିରେ କଟିଥିଲା ତୃତୀୟ ଶ୍ରେଣୀ ପରେ ପୁଣି ଆସିଥିଲା ଏକ ନୂତନ ସମ୍ଭାବନା ପୂର୍ଣ୍ଣ ପରିବେଶ ଏବଂ ସ୍ଥାନ ।ନାମ ଲେଖାଇ ଥିଲି ଚତୁର୍ଥ ଶ୍ରେଣୀରେ ସେତେବେଳକୁ ଚତୁର୍ଥ ଶ୍ରେଣୀର ପ୍ରଥମ ଦିନରେ ଶ୍ରେଣୀ ଶିକ୍ଷକ ନିଜ ନିଜର ପରିଚୟ ପ୍ରଦାନ କରିବା ପାଇଁ କହିଥିଲେ ପରେ ସେ ନାମ ଲେଖାହୋଇଥିବା ସମସ୍ତ ଛାତ୍ର ଛାତ୍ରୀଙ୍କ ରୋଲ ନଂ ପାଠ କରିଥିଲେ ।ରୋଲ ନଂ ଶୁଣି ଖୁସି ଲାଗିଲା ପୁଣି ପାଠ ପ୍ରତି ଆଗ୍ରହ ଆସିଲା କାରଣ ମୋ ରୋଲ ନଂ ଥିଲା ୯ ।ମୂଁ ୧ ଠାରୁ ୩ ପ୍ରଯ୍ୟନ୍ତ ୧୦ରୋଲ ନଂ ମଧ୍ୟରେ ସ୍ଥାନ ପାଇନଥିଲି ।ପରେ ପରେ ପାଠ ପଢା ଆରମ୍ଭ ହୋଇଥିଲା ଏବଂ ସୁଖେ ଦୁଖେ ଚତୁର୍ଥ ଶ୍ରେଣୀ ବିତିଥିଲା ଓ ପଞ୍ଚମ ଶ୍ରେଣୀ ଆସିଥିଲା ।ପଞ୍ଚମ ବେଳକୁ ପୁଣି ଖୁସି ଲାଗିଲା କାରଣ ରୋଲ ନଂ ଥିଲା ୫ ।ପଞ୍ଚମରେ ତ ବହୁତ ମାଡ଼ ଗାଳି ମିଳିଛି କାରଣ ବୟସ ବଢ଼ିଥିଲେ ଆଊ ଦୁଷ୍ଟାମୀବି ।ପଞ୍ଚମ ଶ୍ରେଣୀ ଥିଲା ମୋ ପାଈଁ ପ୍ରାଥମିକ ବିଦ୍ୟାଳୟର ଶେଷ ସୋପାନ ।ବିଦାୟ ବେଳରେ ସ୍ମୃତି ସାଉଁଟି ସାଉଁଟି ଫେରିବାକୁ ହୋଇଥିଲା।ପରେ ଷଷ୍ଠ ଶ୍ରେଣୀରେ ନାମ ଲେଖା ହେଲା ଆଊ ଗୋଟଏ ସ୍କୁଲରେ ।ସ୍କୁଲର ନାମ ଥିଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସେଇଠି ନା ଥିଲା ସେ ଦିନର ଖୁସି ନା ସାଙ୍ଗ ନା ସେ ଶିକ୍ଷକ ଶିକ୍ଷୟିତ୍ରୀ ।ବହୁତ ଖୁସି ଲାଗିବା ସହ ଦୁଃଖ ଲାଗେ କାରଣ ମୋ ପାଖେ ନଥାଏ ପୁରୁଣା ସମ୍ପର୍କ ।ବେଳେ ବେଳେ ମନେ ପଡ଼େ ମହାରଣା ସାର୍ ଙ୍କ ଆଊ ସୁଜ୍ଞାନି ଦିଦିଙ୍କ ମାଡ଼,ଆଊ ମହାନ୍ତି ସାର୍ ଙ୍କ ଗନ୍ଧିଆ ନନା କଥା ପୁଣି ମୁଣ୍ଡା ଦିଦିଙ୍କ ମିଠା ମିଠା କଥା ଏବଂ ମଧୁର ଗୀତ ।ଏଠି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯୋଡ଼ି ହୋଇଥିଲା କଳ୍ପନା ଦିଦିଙ୍କ ଭଲପାଇବା ଓ ରାଗ ପୁଣି କିଛି ସାଙ୍ଗ ଗୋଷ୍ଠିଙ୍କ ଉତ୍ତମ ସମ୍ପର୍କ,ସୂର୍ଯ୍ୟ ସାର୍ ଙ୍କ ନୂଆଁ ନୂଆଁ ସ୍କୁଲ ଜଏନ୍ ଆଊ ଉଲ୍ଲା ସାର୍ ତ କଥା କଥାରେ ସମାଲୋଚନା ।ଏହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ଗାଁ ନିକଟ ଭାବସର ପ୍ରାଥମିକ ବିଦ୍ୟାଳୟ ଏବଂ ମୋ ଗାଁ ପ୍ରାଥମିକ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ପଢ଼ନ୍ତି ।ଏଠି ମୋ ରୋଲ ନଂ ୫ରୁ ୧୧କୁ ଆସିଲା ।ମିଳିଲେ କେତେ ଭଲ ସାଙ୍ଗ ପୁଣି କେତେ ଖରାପ ସାଙ୍ଗ ।ଏଇଠୁ ତ ଆରମ୍ଭ ହେଲା ବିଭାଗୀକରଣ,ମୋ ଗାଁ ପିଲା ଗୋଟଏ ଗୋଷ୍ଠି ଆଊ ଭାବସର ପିଲା ଆଊ ଗୋଟଏ ଗୋଷ୍ଠି ।ଏହି ବିଦ୍ୟାଳୟରେ ଥିଲା କେବଳ ଷଷ୍ଠ ଆଊ ସପ୍ତମ ।ଦୁଇ ବର୍ଷରେ ଆମ ଦୁଇ ଗୋଷ୍ଠି ଙ୍କ ମଧ୍ୟରେ ଅନେକ ମତାନ୍ତର ହୋଇ ସପ୍ତମ ସାରିଥିଲା ଆଊ ପାଦ ଥାପିଥିଲୁ ଆଊ ଗୋଟଏ ବିଦ୍ୟାଳୟରେ ।ଯାହାର ନାମ ଥିଲା ସକୁନ୍ତଳା ବିଦ୍ୟା ପୀଠ ।ଆଗରୁ ବଡ଼ ଭାଇ ଭଉଣୀ ମାନଙ୍କ ଠାରୁ ସୁଣିଥିଲୁ ତାର ପରିବେଶ ବେଶ ନିଆରା,ସେମାନେ କୁହନ୍ତି ସେଠାରେ ଥାଏ ବଡ଼ ପରିବେଶ ଆଊ ବଡ଼ ମଣିଷ ହୋଇ ଗଢି ଉଠିବାର ଇଛା ।ସେଠାରେ ତିନୋଟି( କରଚୁଲି,ଭାବସର ଏବଂ ଜେଏକ )ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପିଲା ନାମ ଲେଖାଇ ଥାନ୍ତି କାରଣ ମୋ ଅଞ୍ଚଳରେ ଇଏ ତ ଗୋଟଏ ହାଇସ୍କୁଲ ।ଏଠି ମିଳିଥାନ୍ତି ବହୁତ ସାଙ୍ଗ କିନ୍ତୁ ଭଲ ସାଙ୍ଗ ସ୍ୱଳ୍ପ ।ଶୁଣିଥିଲି ପରିବେଶ ବେଶ ନିଆରା କିନ୍ତୁ କାହା ପାଈଁ କଣ ହୋଇପାରେ କିନ୍ତୁ ମୋ ପାଈଁ ତାହା ଭୀର୍ନ ।ଏଠି ଥାନ୍ତି ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଏମିତିକି ପ୍ରତ୍ୟକ ବିଭାଗ ପାଈଁ ଜଣେ ଜଣେ ଶିକ୍ଷକ କିନ୍ତୁ ଭଲପାଇବା ନଥାଏ । ମୋ ରୋଲ୍ ନଂ ଅଷ୍ଟମରେ ହୁଏ 7,ନବମରେ ହୁଏ ୯ ଆଊ ଦଶମରେ ୫।ଆପଣ ଭାବୁଥିବେ ଏତେ ସରଳରେ ଗୋଟିଏ ଧାଡିରେ ତିନି ବର୍ଷ କେମିତି ବିତିଲା,କଥା ତ ତାହା ନୁହେଁ ଯାହା ଏଠାରେ ପ୍ରକାଶ କରିବି ।ତାହା ଲେଖିବା ତ ଦୁରର କଥା ଭାବିଲେ ହିଁ ଦୁଖଃ ଲାଗେ ସେମାନଙ୍କ(ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ସାଙ୍ଗ) ମାନସିକତା ବିଷୟରେ । ସଂଘର୍ଷରେ କଟିଥିବା ଛାତ୍ର ଜୀବନର ସ୍ମୃତି ମନେ ପଡ଼ିଲେ ଦୁଃଖ ଲାଗେ ବେଳେ ବେଳେ ଏ ମାନବିକତା ହରାଇଥିବା ପରିବେଶରେ ରହିବା ହିଁ ତ ଅନୁତାପର ସ୍ରୋତ ପାଲଟି ଯାଏ।

ଏଥର ବିଦାୟ ବେଳ,ବିଦାୟ ବେଳରେ କବିତା ପଦେ......


କହୁ କହୁ ତ ବହୁତ କିଛି କହିଦେଲି 

ମୋ ଅକୁହା ମନର ବେଦନା କଥା

ଆଊ ଦିନେ ଆସି କାନେ କହିଦେବି 

ମୋ କଲେଜ ଜୀବନୀ ଗାଥା

କାହିଁକି ଲେଖିଲି କେମିତି କେଜାଣି

ଜାଣି ପାରୁନାହିଁ ମୁହିଁ

ଦଶ ବର୍ଷର କଥା ଦଶ ପୃଷ୍ଠାରେ ରଖିଦେଲି

ଅଚିହ୍ନା ମଣିଷ ହୋଇ

ଚିହ୍ନା ମୁହଁ ସବୁ ଅଚିହ୍ନା ସାଜିଲେ

ମୋ କାହାଣୀ କାହାକୁ କହିବି କାହିଁ ......!!


ଶୁଭ ବିଦାୟ ପୁଣି ଦେଖା ହେବା ଆଊ ଏକ ନିଶବ୍ଦ ପ୍ରହରେ .....!!

ଜୟ ଜଗନ୍ନାଥ

କୃଷ୍ଣ ଚନ୍ଦ୍ର ଡାକୁଆ, ଗଞ୍ଜାମ 

 

ବୟସ ଶିକ୍ଷକ ଶିକ୍ଷୟିତ୍ରୀ

Rate the content


Originality
Flow
Language
Cover design

Comments

Post

Some text some message..