Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଜ୍ଞାନତା ନୁହେଁ ଆଶୀର୍ବାଦ
ଅଜ୍ଞାନତା ନୁହେଁ ଆଶୀର୍ବାଦ
★★★★★

© Shanti Mishra

Inspirational Others

3 Minutes   7.6K    12


Content Ranking

ଶାଶୁଙ୍କୁ ନାକ ଆଗର ରାଗଟା କିଛି ବାର୍ଦ୍ଧକ୍ୟ ଜନିତ ଆଉ କିଛିଟା ପ୍ରକୃତି ଜନିତ । ‘ସରୋଜିନୀ’ ଏ ଘରକୁ ପନ୍ଦର ବର୍ଷ ହେବ ଆସିଲେଣି । କିନ୍ତୁ ସେଦିନ ଶାଶୁଙ୍କୁ ରାଗ ଦେଖି ଯେତିକି ବିରକ୍ତ ଲାଗିଲା ସେତିକି ହସ ବି ମାଡିଲା । ସେଦିନ ଡାହାଣ ହାତଟା ବିନ୍ଧୁଥିବାରୁ ସେ ତୁଳସୀକୁ କହିଲେ ବାସନ ମାଜି ସାରି ଅଟା ଚକଟି ଦେଇ ଯିବୁ । ସେ ରାତିରେ ରୁଟି କରିବେ ।

ତାର ଅଟା ଚକଟିବାଟା ଶାଶୁଙ୍କୁ ଆଖିରେ ପଡିଗଲା । “ସେ ଅଟା ଚକଟିବ ଆଉ ମୁଁ ତା ହାତରେ ଖାଇବି ଛି ଛି ।’ ସେଇଠାରୁ ମହାଭାରତ ଆରମ୍ଭର ସୃଷ୍ଟି ହୋଇଗଲା । ‘ତୁଳସୀ’କୁ ଯେତିକି ଗାଳି ବୋହୁ ସରୋଜିନୀଙ୍କୁ ବି ସେତିକି ଗାଳି । ‘ଆଜି କାଲିକାର ବୋହୂ ମାନଙ୍କର କୌଣସି କଥାକୁ ଖାତର ନାହିଁ । କୋଉ ଦିନ ମତେ ବିଷ ଖୁଆଇ ଦେବେ’ ।

ସେଦିନ ରାତିରେ ରାଗରେ ସେ କିଛି ଖାଇ ନଥିଲେ । ପୁଅ ଆସିଲା ପରେ ତାକୁ ସବୁ କହିଥିଲେ ଓ ‘ଭାଗବାନ ମିଶ୍ର’ ହୋଟେଲରୁ ରୁଟି ତରକାରୀ ଆଣିବାକୁ କହିଥିଲେ । ତାଙ୍କର ସେଇଟା ପ୍ରିୟ ହୋଟେଲ । ଯେତେବେଳେ ଇଚ୍ଛା ହୁଏ ମଝିରେ ମଝିରେ ସେଇଠାରୁ ସେ ବରା, ସିଂଘଡା ମଗେଇ କରି ଖାଆନ୍ତି । ତାଂକ ସମ୍ପର୍କିୟ ଜଣେ ମାମୁଁଙ୍କ ଦୁଇ ପୁଅ ସେଠାରେ ରୋଷେୟା କାମ କରନ୍ତି ବୋଲି ।

ତୁଳସୀର ହାତ ମଜା ବାସନରେ ଶାଶୁ ବିନା ପ୍ରତିବାଦରେ ଖଆନ୍ତି । ସେ ସଫା କରୁଥିବା ଲୁଗାପଟା ବି ପିନ୍ଧନ୍ତି । କିନ୍ତୁ ତା ହାତ ଦଳା ଅଟା ଚକଟାର ରୁଟି ସେ ଖାଇବେ ନାହିଁ ମାନେ ଖାଇବେ ନାହିଁ । ଛାଡ ସେ ଯାହା ବୁଝିଛନ୍ତି ସେଇଆ । ତାଙ୍କୁ ଏ ବୟସରେ ବଦଳାଇବାର ଚେଷ୍ଟା କରିବାଟା ବହୁତ ବଡ ମୁର୍ଖାମି ହେବ ।

ତା ପର ଦିନ ବି ସରୋଜିନୀଙ୍କ ହାତ ବିନ୍ଧା କମି ନଥିଲା । ବରଂ ବଢି ଯାଇଥିଲା ବିନ୍ଧା । ବେଳେବେଳେ ପୁର୍ବରୁ ତାଂକ ଅନୁପସ୍ଥିତିରେ ପଡିଶା ‘ହରି ଚରଣ’ ଆସି ରୋଷେଇ କରିଦେଇ ଯାଏ ଦରକାର ପଡିଲେ । ସେ କିନ୍ତୁ କିଛି ବାହାଘରିଆରେ ଯାଇଛି ରୋଷେଇ କାମ କରିବାକୁ । ତାର ସେଇଟା ପେସା ।

‘ମାଳତୀ ନାନୀ’ ବି ନାହାନ୍ତି ମାସେ ହେଲାଣି ତାଙ୍କ ଝିଅ ଘରକୁ ଯାଇଛନ୍ତି । ସେ ଏକୁଟିଆ ରୁହନ୍ତି । ସାଇ ପଡିଶାରେ ଯାହାର ଯେତେବେଳେ ଦରକାର ପଡେ ଏମିତି ରୋଷେଇରେ ଯାଇ ସାହାଯ୍ୟ କରି ଦିଅନ୍ତି । ଶାଶୁ ତ ଶାଶୁ, ସ୍ଵାମୀ ବି ଆରକ, ସେ ମା ପୁଅ କେହି ବି ରୋଷେଇ ଘରକୁ ଯିବାକୁ ଇଚ୍ଛା କଲେନି । ପରସ୍ପରର ଅଲୋଚନା ପରେ ଠିକ୍ ହେଲା ଯେ ସରୋଜିନୀଙ୍କ ହାତ ଠିକ୍ ହେଲା ପର୍ଯ୍ୟନ୍ତ ଭଗବାନ ମିଶ୍ରଙ୍କ ହୋଟେଲରୁ ସକାଳ ସଂଧ୍ୟାରେ ଖାଇବା ଅଣାହୋଇ କାମ ଚଳା ହେବ କିଛିଦିନ ।

ସେଇଆ ହେଲା ଶାଶୁ ବି ଖୁସି ଘରେ ସମସ୍ତେ ଖୁସି । ତାଂକ ହୋଟେଲରୁ ଜଣେ ଲୋକ ଆସି ସକାଳ ସଂଜେ ଖାଇବା ଦେଇ ଗଲା । ସେଇ ଲୋକଟି ସାଥିରେ ସେଦିନ ତୁଲସୀର ଦେଖା ହୋଇଗଲା । ତା ସଂଗେ ଗପସପ କରୁ କରୁ ସରୋଜିନୀ ଦେଖିଲେ ପଚାରିଲେ ‘ତୁ କାମ ଛାଡ଼ି କାହା ସଂଗେ ଗପୁଛୁ କିଲୋ’ ।

ତୁଳସୀ ହସି ହସି ଗଡୁଥାଏ । ‘ଆଲୋ କାହିଁ ଏତେ ହସୁଛୁ ପାଗଳୀଙ୍କ ପରି କହ କଣ ହେଲା ‘। ‘ମା’ ଏଇ ଯୋଉ ଲୋକ ଏଇଲେ ଖାଇବା ଧରି ଆସିଥିଲା ମୁଁ କାମ ସାରି ଘରକୁ ଯିବା ବାଟରେ ତା ସଂଗେ ଦେଖା ହୋଇଗଲା ଟିକେ ଗପୁଥିଲି ଯେ ସେ ମୋ ସ୍ଵାମୀ ଜଗୁ’ର ସାଂଗ ଏକା ହୋଟେଲରେ ଦୁଇ ଜଣ କାମ କରନ୍ତି’ ।

ପରିବା ଆଣନ୍ତି, ମସଲା ବାଟନ୍ତି, ଅଟା ଚକଟନ୍ତି, ବରା ତିଆରି ପାଇଁ ବିରି ଫେଣନ୍ତି । ପୁଝାରୀ ବାବୁ ମାନଙ୍କୁ ସବୁ କାମରେ ସାହାଯ୍ୟ କରନ୍ତି । ମୁଁ ବି ମଝିରେ ମଝିରେ ମୋର କାମ ସରିଗଲେ ଯାଇ ଜଗୁକୁ ସାହାଯ୍ୟ କରେ କାମରେ । ଆଜି ଦି ପହରେ ଅଟା ମୁଁ ଚକଟି କରି ଆସିଥିଲି ସେଇ ରୁଟି ସେ ଆଣିକି ତୁମ ମାନଙ୍କୁ ଦଉଛି । ଦୁଇ ସପ୍ତାହ ହେଲାଣି ତୁମେ ମାନେ ସେଇଆ ଖାଉଛ ବୋଲି କହିଲା ।

ତୁମ ଶାଶୁ ମା’ ବି ବିନା ପ୍ରତିବାଦରେ ଆରାମରେ ଖାଉଛନ୍ତି । ଯଦି ସେ ଜାଣିବେ ଏ ଅଟା ମୁଁ ଚକଟିଛି ବୋଲି ତେବେ, ତେବେ କଣ ହେବ. ସେଇ କଥା ତା ସଂଗେ ଗପୁଥିଲି । ସେଇଥି ପାଇଁ ହସ ମାଡିଲା । ସରୋଜିନୀ ତା ମୁହଁରେ ନିଜ ହାତ ରଖିଦେଇ ଚୁପ୍ ହୋଇଯିବା ପାଇଁ କହିଲେ । ‘ତୁ ଆଉ ଏଇଲେ କିଛି ନୂତନ ରାମାୟଣ ସୃଷ୍ଟି କରନା । ଯା ଏଠୁ ଶୀଘ୍ର ପଳା । ଏକଥା ଭୁଲରେ ବି ଯେପରି ତୋ ମୁହଁରୁ କେବେବି ନ ବାହାରେ ।’

ସରୋଜିନୀ ଜାଣନ୍ତି ଶାଶୁ ତାଙ୍କର କେବେବି ଜାଣି ପାରିବେନି ଯେ କଣ କୋଉଠି କେମିତି ସବୁ କାମ ହଉଛି । ସେ ହୋଟେଲରେ ତାଙ୍କ ବିରାଦରୀର ଲୋକ ମାନେ ରୋଷେଇ ଠାରୁ ଆରମ୍ଭ କରି ସବୁ କାମ କରୁଛନ୍ତି ବୋଲି ତାଙ୍କର ଧାରଣା । ସେ ହୋଟେଲ ଆରମ୍ଭ ହେଲା ଦିନରୁ ଦୀର୍ଘ କୋଡିଏ ବର୍ଷ ହେବ ପ୍ରାୟ ସେଠାରୁ ବିଭିନ୍ନ ପ୍ରକାର ମିଠା ଠୁ ଆରମ୍ଭ କରି ବରା ପିଆଜି ପର୍ଯ୍ୟନ୍ତ ସବୁ ଆସେ ଶାଶୁ ସବୁ ଖାଇଛନ୍ତି । ନିଜେ ବି ମଗେଇ ଖାଆନ୍ତି । ତେଣୁ ତାଙ୍କର ଯୋଉ ଧାରଣା ଅଛି ସେ ହୋଟେଲ ବିଷୟରେ ସେଇ ଧାରଣା ଟିକକ ତାଙ୍କର କେବେ ନବଦଳୁ ସେ ଏ ସଂସାରରୁ ଯିବା ପର୍ଯ୍ୟନ୍ତ ।

ବେଳେବେଳେ ଅଜ୍ଞାନତା ଏକ ଆଶୀର୍ବାଦ ରୁପେ କାମ କରେ ଶାସ୍ତି ଭାବରେ ନୁହେଁ । ସେ ଜାଣନ୍ତି ଶାଶୁ ଏ ବ୍ୟବସ୍ଥାରେ ବହୁତ ଖୁସି ତାଙ୍କୁ ଏ ଭ୍ରମରୁ ସେ ଉନ୍ମୁକ୍ତ କରିବାକୁ ଚାହାନ୍ତିନି । ଭବିଷ୍ୟତରେ ଏହିପରି ପରିସ୍ଥିତି ଆହୁରି ଅନେକ ଥର ବି ପଡିପାରେ । କିଏ ଜାଣେ ।

ଶାନ୍ତିଲତା ମିଶ୍ର, ରଚେଷ୍ଟର, ମିନେସୋଟା

ସରୋଜିନୀ ତୁଳସୀ ଶାଶୁ

Rate the content


Originality
Flow
Language
Cover design

Comments

Post

Some text some message..