Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Surjyakanta Dash

Classics

3  

Surjyakanta Dash

Classics

ଭାଇରସ୍

ଭାଇରସ୍

3 mins
7.3K


ଭାଇରସ୍

 

ବେଶ ମଜଭୁତ୍ ଭେନଡିଆ ଟାଏ ,ସେଇ ଗୋପାଳିଆ ମ ,ବଳିତା ଗାଁ ର ବାରବୁଲାର ପୁଅ ,ବଡ ପୁଅ ସେ ଘରର ,ଜନ୍ମରୁ ବହୁତ ଗେଲ୍ହା ଘରେ ପୁଅ ନ-ଥିବାରୁ ଏଇ ପ୍ରଥମ ପୁଅ ଘରର ,ସେଥିପାଇଁ ସମସ୍ତେ ସରାଗରେ ଡାକନ୍ତି ଗୋପାଳିଆ ବୋଲି .ପିଲାଦିନେ ମା ଲକ୍ଷ୍ମୀ ର ଦୁଧ ଯେତେ ସବୁ ଦୁହିଁ ଦାହିଁକି ଖାଇଲା, ଆଉ ଏବେ ଚାନ୍ଦି ଚୌକିର ....ବାପ ବାରବୁଲା ତା ପାଇଁ ଖଂଜିଛି  ଘରେ ବଡ ବଡ  ଦୁହାଁଳିଆ ଗାଇ ଦୁଇଟା , ଚାନ୍ଦି ଚୌକି ପାଖରୁ ସକାଳ ସଂଜରେ ଯେତେ ନିତିଆନି ଦୁହାଂ ହୁଏ ସବୁ ଗୋପାଳିଆ ର ,ବାପର ତାଗିଦ୍  ନିତିଆନି  ଟୋପେ ବି ବିକାଯିବନି .ସେଥିପାଇଁ ଗୋପାଳିଆର ତାକତ୍ ବେଶି .ଗାଁ ଯାକର ଟୋକାନ୍କ  ଭିତରେ ସରସ .ଗାଲରେ ଟିପ ମାରିଦେଲେ ରକ୍ତ ବାହାରି ଯିବ .ଗାଁ ର ଥଟା ମଜ୍ଜା କରୁଥିବା ଲୋକମାନେ ଗୋପାଳିଆକୁ ଦେଖିଲେ ଗାଲ ଚିପି ଦିଅନ୍ତି ଥଟାରେ .ସରଗର ଚାନ୍ଦ ପରି ବଢି ଚାଲିଲା ,ଗଛରେ କଂଅଳ ପତ୍ର ଲାଗିଲା ପରି ତା ଦେହରେ  ଡେଣା ଲାଗିଲା ,ଧିରେ ଧିରେ ଏ ଗାଁ ରୁ ସେ ଗାଁ ବୁଲିଲା .ସମସ୍ତେ ତା ବଳର ପ୍ରସଂସା  କରୁଥିଲେ ,ଏତେ ବଳ ଥିଲା ଯେ  ଷଣ୍ଡ୍ ଲଢେଇରେଭାଗ ନେଇ ଜିତିଜାଉଥିଲା .

 ଏମିତି ମୁଁହ ସଂଜ ବେଳେ ପାଖ ଗାଁରୁ ଫେରୁଥିଲା ଗୋପାଲିଆ ,ସେତିକିବେଳେ ସେହି ଗାଁ ଝିଅ ଜବା ଗାଁ ମନ୍ଦିରରୁ ଫେରିଲା ବେଳକୁ ଦେଖିଥିଲା ଗୋପାଳିଆ କୁ ,ଛନ୍ ଛନିଆ ବୟସ ସାଂଗକୁ ଡ଼ଉଲ ଡାଉଲ ଚେହେରା ଯାହା ମନକୁକିଣିନେବ ଜବା ,ଅପସରା ପରି ସୁନ୍ଦର ,ମୋତେ ଚଉଦ ପୁରି ପନ୍ଦର ଚାଲିବ ଏ ସନକୁ .ଦୁହେଁ ଦୁହିଁକୁ ଦେଖିଲେ ,ଆଖିରେ ଆଖି ମିଶିଗଲା ,ଅଢେଇ ଅକ୍ଷରରେ ପରିଣତ ହେଇଗଲା .ସବୁଦିନ ସଂଧ୍ୟାରେ ଲୁଚି ଲୁଚି ଦେଖା ହେବାଗୋଟେ ଅଭ୍ୟାସରେ ପରିଣତ ହୋଇଗଲା ଜବା ଆଉ ଗୋପାଳିଆର. ଦିନେ କେହି କାହାକୁ ନ-ଦେଖି ରହି ପାରୁନଥିଲେ ,ହେଲେ ଦିନେ ଗୋପାଳିଆକୁ ତା ମାମୁ ତାନ୍କ ଘରକୁ ଡାକିନେଲେ ତାନ୍କ ଗାଁ ଯାତ ଦେଖି ଆସିବା ପାଇଁ ,ଗୋପାଲିଆର ଇଚ୍ଛା ନ-ଥିଲେ ମଧ୍ୟ ମାମୁଁନ୍କ କଥାକୁ କାଟି ନ-ପାରି ଗଲା .

 ଜବା କୁ ଦେଖା କରିବାକୁ ମଧ୍ୟ ସମୟ ମିଳିଲାନି ଗୋପାଳିଆ କୁ ,ଯେତିକି ଯେତିକି ଦିନ ଗୋପାଲିଆର ଦେଖା ହେଉନଥାଏ ସେତିକି ଦିନ ଜବା ମନ ଦୁଖ କରୁଥାଏ ,କଣ ପାଇଁ ତାନ୍କର ଦେଖାନାହି ,ମନକୁ ପାପ ଛୁଂ ଥାଏ ଜବାର,ଏଣେ  ଜବାର ବାପା ଝିଅର ବଢିଲା ବୟସ ଦେଖି ଝିଅ ପାଇଁ ବର ଦେଖିବା ଆରମ୍ଭ କରିଦେଲେ .ପ୍ରଥମ ଦେଖାରେ ହିଁ ବର ବାହାଘର ଠିକ ହୋଇଗଲା ,କଣ ପାଇଁ ବା ନ-ହେବ ,ଏଡେ ସୁନ୍ଦର ଝିଅ ,କିଏ ବା ନାହିଁ କରିବ ,ଏତେଜଲଦୀ ବାହାଘର ଠିକ ହୋଇ ସରିଗଲା ଯେ ଜାଣିହେଲାନାହିଁ ,ଜବା ମଧ୍ୟ ଖବର ଦେଇ ପାରିଲାନି ,ସୁକୁ ସୁକୁ ହୋଇ ଚାଲିଗଲା ବାର ସାଥିରେ ନୁଆ ସଂସାର ଗଢିବା ପାଇଁ .

 ଇତି  ମଧ୍ୟରେ ଫେରିଆସିଲା ଗାଁ କୁ ,ଆସୁ ଆସୁ ଦେଖା କରିବାକୁ ବାହାରିପଡିଲା ,ଜବା ଗାଁ ହୁ ଶୁଣିଲା ଜବାର ବାହାଘର ସରିଛି,ଏତେ କମ୍ ସମୟ ଭିତରେ ଯେ ଏତେ କଥା ହୋଇଯିବ ଏବଂ ତାର ସବୁଠୁ ମୁଲ୍ୟବାନ ଜିନିଷହରେଇବ ସେ ବୁଝି ପରିଲାନି ,ମୁଣ୍ଡ ବୁଲେଇଗଲା ,ପଡୁ ପଡୁ ମନ୍ଦିର କାନ୍ଥ କୁ ଧରି ବସିଗଲା ,ବସିଛି ଯେ ବସିଛି କେତେବେଳେ ରାତି ହୋଇ ସକାଳ ହୋଇଗଲା ଜାଣି ପାରିଲାନି ଏଣେ ଗୋପାଳିଆ କୁ ନ-ପାଇ ତା ବାପା ମାଦୁନିଆ ଖୋଜିସାରିଲେଣି ,ଗାଁ ଠାରୁ ବିଲ ପର୍ଯ୍ୟନ୍ତ ,ନଦୀ ଠାରୁ ପୋଖରି ପର୍ଯ୍ୟନ୍ତ ,ସକାଳୁ ସକାଳୁ ଗୋପାଳିଆ କୁ ଘରେ ଦେଖି ବାପ ମା ଉଭୟ ଅସ୍ବସ୍ତ ହେଲେ ସିନା ଗୋପାଳିଆ ର ସୁଖିଲା ମୁହଁ କୁ ଦେଖି  କାନ୍ଦି ପକେଇଲା ତା ମା .କଣ ଗୋଟେ ହେଇଛି ଭାବି ମନ ଦୁଖ କଲା .ଜବା କୁ ନ-ପାଇ ଦିନ କେଇଟା ଭିତରେ ଭାନ୍ଗିପଡିଲା ,ଗୋରା ତକ୍ ତକ୍ ଦେହଟା ତାର ଦିନ କେଇଟା ଭିତରେ  ଜବା କୁ ଝୁରି ଝୁରି କଳା କାଠ ପଡିଗଲା .ବାପା ମା ତାର ବ୍ୟସ୍ତ ହୋଇ ପଡିଲେ ,କେତେ ଠାକୁରନ୍କ ପାଖରେ ଅଧିଆ ପଡିଲେ ,କେତେ କେତେ ଗୁଣି ଗାରେଡି ଲୋକଂକୁ ଦେଖାଇଲେ ହେଲେ ଗୋପାଳିଆର ଶରୀରରେ କିଛି ଉର୍ନତି ହେଲାନାହିଁ ,ଗାଁ ଲୋକେ କୁହା କୁହି ହେଲେ ଗୋପାଳିଆର କିଛି ବଡରୋଗ ହୋଇଛି .ଜମି ବିକି ବଡ ବଡ ଡାକ୍ତର କୁଁ ଦେଖାଇଲା ବାରବୁଲା ,ଗୋପଳିଆ ର ବାପା ହେଲେ କିଛି ଫରକ୍ ପଡିଲାନି ,ପଇସା,ଜମି ସବୁ ଗଲା ଶେଷକୁ ପୁଅ ବି ଗଲା ମଶାଣିକୁ ,ହେଲେ ବାପ| ,ମା ,ଗାଁ ଲୋକ କଣ ଜାଣି ପାରିଲେ  ? ଗୋପାଳିଆ ଦେହରେ ପ୍ରେମର ଭାଇରସ୍ ଧିରେ ଧିରେ କୁଟ୍ କୁଟ୍ କରିବା ଆରମ୍ଭ କରିଦେଇଥିଲା କେବଠୁ ,ଧିରେ ଧିରେ ସବୁ ସରିଗଲା ,ସବୁ ସନ୍ଦେହ ନିରବତା ରେ ପରିଣତ ହୋଇଗଲା .ଯେଉଁଦିନ ଗୋପାଳିଆର ଶରୀର ଗାଁ ମଶାଣି ମୁଣ୍ଡରେ ହୁତ୍ ହୁତ୍ ହୋଇ ଜଲୁଥିଲା .ସମସ୍ତେ କହୁଥିଲେ ଏ ପ୍ରେମର ଭାଇରସ୍ ଟା ବୋଧେ କ୍ୟନସର୍ ଠାରୁ ଆହୁରି ଭୟଂକର ...

                                                                                                   ଶ୍ରୀ ସୁର୍ଯ୍ୟକାନ୍ତ ଦାଶ୍, ସାକ୍ଷିଗୋପାଳ,ସୁଆଣ୍ଡୋ, ପୁରୀ
                                                                                                   ଇ ମେଲ୍ - surjyakantadash@hotmail.com
                                                                                                   ଦୁରଭାସ-9438412204 , 9090227078


Rate this content
Log in

More oriya story from Surjyakanta Dash

Similar oriya story from Classics