Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବୋଉ କୁହନ୍ତି
ବୋଉ କୁହନ୍ତି
★★★★★

© Shanti Mishra

Inspirational

3 Minutes   7.2K    14


Content Ranking

ବାପା କୌଣସି ଏକ ଭୟଂକର ରୋଗରେ ପଡ଼ି ଉଠିଲା ପରେ ଗୋଟେ ଗୋଡ ତାଙ୍କର ପାରାଲିସିସ୍ ହୋଇ ଗଲା । ଘରେ ବସି ରହିଲେ । କୌଣସି ପ୍ରକାର କାମ କରିବା ତାଙ୍କ ପକ୍ଷେ ଆଉ ସମ୍ଭବ ହେଲା ନାହିଁ । ସବୁ ଦାୟିତ୍ଵ ବୋଉଙ୍କ ଉପରେ ।

ଆମେ ଦୁଇ ଭାଇ କେବଳ ଖେଳୁ ଥିଲୁ । ଘର ମଇଳା କରୁଥିଲୁ । ବୋଉ କେବେବି ରାଗନ୍ତିନି । ବୋଉ ଏକ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରୁଥିଲେ । ତାଙ୍କ ଭାଇ ଭଉଣୀ ମ।ନେ ବେଳେ ବେଳେ ବୁଲି ଆସନ୍ତି କେବେ କେବେ କେହି ରସୋଗୋଲା, ଜଲେବୀ, କେବେ ଆମ୍ବ, ଆତ ବା ଅନ୍ୟାନ୍ୟ ଖାଦ୍ୟ ଆଣି କରି ଆସିଥାନ୍ତି । ସେଦିନ ଆମ ଖୁସି କହିଲେ ନସରେ । ଏସବୁ ଖାଦ୍ୟ ଆମ ପାଇଁ ସ୍ଵପ୍ନ କହିଲେ ଚଳେ ।

ବୋଉ ସବୁ ଖାଦ୍ୟ ବାପାଙ୍କୁ ଆଉ ଆମକୁ ଦେଇ ଦିଅନ୍ତି । ନିଜେ କେବେ ଖାଆନ୍ତିନି । ସିଏ ସେଇ ପଖାଳ ଗଣ୍ଡାଏ ଶାଗ କି ବାଇଗଣ ପୋଡାଟାଏ ଖାଇ ଦିଅନ୍ତି । ମୁଁ ଟିକେ ବଡ ହେଇ ଗଲା ପରେ ବୋଉଙ୍କୁ ଅନେକ ଥର ପଚାରେ କାହିଁ ଖାଉନ ବୋଲି, ଯାଚେ ବି ଖାଇବାକୁ ,ବୋଉ ସଫା ମନା କରି ଦିଅନ୍ତି କୁହନ୍ତି ତାଙ୍କୁ ଏ ସବୁ ଖାଇବା ଭଲ ଲାଗେନା । ପଖାଳ ଗଣ୍ଡାଏ ଖାଇଲେ ତାଙ୍କୁ ଯେମିତି ଶାନ୍ତି ମିଳେ ଆଉ କୋଉ ଖାଦ୍ୟରେ ନୁହେଁ ।

ବାପା ଚାଲି ଗଲେଣି ଅନେକ ଦିନରୁ । ବୋଉଙ୍କର ବି ଦେହ ବିଶେଷ ଭଲ୍ ରହୁ ନାହିଁ ଅନେକ ସମୟରେ । ସେଥିରେ ବି ସେ ଘରର ସବୁ କାମ ବିଶ୍ରାମ ନନେଇ କରୁଥାନ୍ତି । ମତେ ସେତେବେଳେ ଅଠର ବର୍ଷ ବୟସ ଅନେକ କଥା ବୁଝି ଗଲିଣି । କିନ୍ତୁ ମନୁ ଏବେ ବି ଅବୁଝା ହୁଏ ଅନେକ କଥାରେ ।ଯଦିଓ ତାକୁ ଷୋହଳ ବର୍ଷ ହେଇ ଗଲାଣି । ଘରର ପରିସ୍ଥିତି ସବୁ ଜାଣି ବି ବେଳେ ବେଳେ ଜିଦ କରେ ଅନେକ ଜିନିଷ ପାଇଁ । ବୋଉ ତା ଜିଦ ପୁରଣ ପାଇଁ ଟ୍ୟୁସନ ବି କରନ୍ତି ୟା’ ତା ଘରେ ଯାଇ । ମୁଁ ବିରକ୍ତ ହେଲେ ତା ଉପରେ ବୋଉ ମନା କରନ୍ତି, ଏବେ ଛୁଆ ଅଛି; ବୁଝି ଯିବ ଆପେ ଆପେ ବଡ ହୋଇଗଲେ । ତୁ ବ୍ୟସ୍ତ ହୁଅନା ।

ଦିନେ ବୋଉଙ୍କୁ ଭିଷଣ ଜର ହେଲା । ଶେଯରୁ ଉଠି ପାରିଲେନି । ଯାଇ ଔଷଧ ଆଣି ଡାକ୍ଟରଙ୍କ ପାଖରୁ ଦେଲି । ବୋଉ ସଂଗେ ସଂଗେ ମନା କରିଦେଲେ ଔଷଧ ଆଣିବାକୁ , କହିଲେ ମତେ ଔଷଧ ଭଲ ଲାଗେନା ଖାଇବାକୁ । ଏମିତି ଭଲ ହୋଇ ଯିବି । ତୁ ବ୍ୟସ୍ତ ହୁଅନା । ଅଯଥା ଏଥିରେ ଟଙ୍କ। ଖର୍ଚ୍ଚ କରନା । ମନୁ ସେଦିନ ଗୋଟେ ଭିଡିଓ ଗେମ୍ କ’ଣ କିଣିବ ବୋଲି ଟଂକା ମାଗୁଥିଲା ତାକୁ ଦେଇ ଦେ ।

ବୋଉଙ୍କୁ କାହିଁକି ସମସ୍ତକୁ ଭଲ ଲାଗୁଥିବା ଜିନିଷ ଗୁଡିକ ତାଙ୍କୁ ଭଲ ଲାଗେନା ଏ କଥା ସେଦିନ ବୁଝିଗଲି । ମୋ ଆଖିରୁ ଲୁହ ଝରି ଆସିଥିଲା । ସେଦିନ ବୁଝିଲି ବୋଉଙ୍କୁ କାହିଁ କି ରସଗୋଲା , ଛେନା,ଗଜା, ଆମ୍ବ, ପଣସ, କଦଳୀ, ମାଛ, ମାଂସ ଭଲ ଲାଗେନା ଖାଇବାକୁ । ଆଜି ସେ କାହିଁକି ଅସୁସ୍ଥ । ବୋଉ ତାକୁ ଏ ଯାବତ୍ ମିଛ କହି ଠକି ଆସିଛନ୍ତି । ଆଉ ନୁହେଁ ।

ବୋଉଙ୍କର ଅସୁସ୍ଥତା ବଢି ଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଲା । ମୁଁ କଲେଜ ନଯାଇ ତାଙ୍କୁ ଜଗି ରହିଲି । ଏହା ଭିତରେ ଏକ ଛୋଟ ଚାକିରି ନିଜ ପାଇଁ ଯୋଗାଡ କରି ସାରିଥିଲି ।

ବୋଉ ତାଙ୍କ ଶେଜ ପାଖରେ ମତେ ବସି ରହିଥିବାର ଦେଖି ଦିନେ ପଚାରିଥିଲେ ଆଜି କଲେଜ ଯିବୁନି କି? ବୋଉଙ୍କ ଚିନ୍ତିତ ମୁହଁ ଦେଖି ପରିହାସରେ ମୁଁ କହିଥିଲି ମତେ ପାଠ ପଢିବାକୁ ଭଲ ଲାଗେନା । ବୋଉ ସ୍ମିତ ହାସ୍ୟରେ କହିଥିଲେ ପାଠର ଆବଶ୍ୟକତା ଅଛି ବୋଲି ତାକୁ ପଢା ଯାଏ । ଭଲ ଲାଗିବା ଯୋଗୁଁ ନୁହେଁ ।

ଠିକ୍ କହିଛ ବୋଉ । ଔଷଧ ଆଉ ଡାକ୍ତରର ବ୍ୟବସ୍ଥା ଆବଶ୍ୟକତା ଯୋଗୁଁ କରାଯାଏ ଭଲ ଲାଗିବା ଯୋଗୁ ନୁହେଁ । ବୋଉ ତାଙ୍କ ଦୁର୍ବଳ ହାତରେ କାନ ମୋର ଧରି କହିଥିଲେ ମୋର ବାପା ହେବାକୁ ଚେଷ୍ଟା କରନା । ତୁ ମୋର ପୁଅ, ସେଇ ପୁଅ ହୋଇ ରହ ମତେ ଭଲ ଲାଗିବ ।

ନା, ବୋଉ ମୁଁ ତୁମର ବାପ ହେବାକୁ ବାଧ୍ୟ ହଉଛି । ତମେ ଏଥର ଘରେ ରହି ବିଶ୍ରାମ କରିବ । ମୁଁ ଚାକିରି କରି ପାଠ ପଢିବି, ମନୁକୁ ବି ପଢେଇବି । ପରିସ୍ଥିତି ସହ ସଂଘର୍ଷ କରି କିପରି ବଂଚି ହେବ ତୁମଠୁ ଶିଖିଛି । ତାକୁ କାର୍ଯ୍ୟରେ ଲଗେଇବାର ବେଳ ଆସିଗଲା । ତୁମର କୌଣସି ବାହାନା ନ ଶୁଣିବାର ବେଳ ବି ଆସିଗଲା ।

ବୋଉଙ୍କୁ କେବେ ହସିବାର ବା କାନ୍ଦିବାର ବା କୌଣସି ପରିସ୍ଥିତିରେ ଭାଂଗୀ ପଡିବାର ମୁଁ ଦେଖି ନଥିଲି । କିନ୍ତୁ ଆଜି ବୋଉଙ୍କ ଆଖିରେ ଲୁହ ଆଉ ଓଠରେ ହସ ଦୁଇଟା ଯାକ ଏକା ସାଥିରେ ଦେଖି ଭାଗ୍ୟ ସହ ସଂଘର୍ଷ କରି ବଞ୍ଚିବାର ଆଗ୍ରହ ବଢିଗଲା ।

----------------------------------------------

ଶାନ୍ତିଲତା ମିଶ୍ର, ରଚେଷ୍ଟର, ମିନେସୋଟା

ରୋଗ ଶିକ୍ଷକତା ବୋଉ

Rate the content


Originality
Flow
Language
Cover design

Comments

Post

Some text some message..