Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pallabi Das

Tragedy

3  

Pallabi Das

Tragedy

ଅତୁଟ ବନ୍ଧନ

ଅତୁଟ ବନ୍ଧନ

3 mins
341


ବାହାଘରର ବହୁତ ବର୍ଷ ପରେ ଆଜି ରଜତ ଆଉ ସୁମି ବୁଲିବାକୁ ଯାଇଥିଲେ ପ୍ୟାରିସ୍ ର ଫଣ୍ଟ ଡ଼େସ ଆର୍ଟ ନାମକ ଏକ ପାଦ ଚଲା ରାସ୍ତା ଯାହା କି ସାଇନ ନଦୀକୁ ପାର କରି ସଂଯୁକ୍ତ କରେ ଇନଷ୍ଟିଟ୍ଯୁଟ ଡ଼େ ଫାଇନାନ୍ସ ଆଉ central Square of the Palais du Louvre ।

ବ୍ରିଜଟି ବୋହୁତ୍ ଲୋକ ପ୍ରିୟ ପ୍ରେମୀ ଯୁଗଳଙ୍କୁ ନେଇ । ପାନ ପତ୍ର ଅଙ୍କା ହୋଇଥିବା ଗୋଟେ ତାଲା ରଜତ ସୁମି ହାତକୁ ବଢ଼ାଇ ଦେଇ କହିଲେ ଦେଖିଲ ସୁମି କେମିତି ଲାଗୁଛି ଆଉ କିଛି ଲେଖିବା କି ? ନା ବାସ୍ ଏତିକି ଥାଉ ସୁମି କହିଥିଲା । ସୁମି ରଜତ ହାତରୁ ତାଲା ଟି ନେଇ ଭଲ ଭାବରେ ନିରେଖି ଦେଖିବାକୁ ଲାଗିଲା, ତାଲାର ଗୋଟିଏ ପାର୍ଶ୍ୱରେ ପାନ ପତ୍ର ଅଙ୍କା ଯାଇଥିଲା ଆଉ ଗୋଟେ ପାର୍ଶ୍ୱରେ ପାନ ପତ୍ର ଭିତରେ ସୁମି ଆଉ ରଜତଙ୍କ ନାମ ଲେଖା ଯାଇଥିଲା । ତାଲାଟିକୁ ଭଲ ଭାବେ ଦେଖି ସାରି ସୁମି ବଢ଼େଇ ଦେଲା ରଜତ ହାତକୁ । ରଜତ ଗୋଟେ ହାତରେ ତାଲା ଚାବି ଆଉ ଗୋଟେ ହାତରେ ସୁମିର ହାତକୁ ଧରି ଚାଲିଲା ବ୍ରିଜ ଆଡକୁ । ରଜତ ଯେତେ ଆଗକୁ ଯାଉଥାଏ ବଡ ପାଟିରେ ତାଙ୍କ ବାହାଘରର ସବୁ ବଚନ ରଜତ, ସୁମିକୁ ପୁଣି ଥରେ ମନେ ପକେଇ ଦଉଥାଏ । ରଜତ ମନ ଖୋଲି ହସି ହସି ସୁମିର କଜଳ ପାତିଆ କଥା କୁହା ଆଖି ଦି’ଟାକୁ ଚାହିଁ ରହିଥାଏ । ଦୁହେଁ ସାଥୀ ହୋଇ ପ୍ୟାରିସ୍ ର ସେ ବ୍ରିଜରେ ତାଲାଟିକୁ ଲକ୍ କରି ଚାବି ପାଣି ଭିତରକୁ ଫିଙ୍ଗି ଦେଇଥିଲେ । ସେଠାରେ ପ୍ରଚଳିତ ଲୋକ ପ୍ରିୟ ତଥ୍ୟ ଅନୁଯାୟୀ, ସୁଦୃଢ ଭଲ ପାଇବା ଆଉ କେବେ ଅଲଗା ନ ହବା ପାଇଁ ଲୋକମାନେ ଏମିତି ବ୍ରିଜ ରେ ତାଲା ଲକ୍ କରି ଚାବି ସାଇନ୍ ନଦୀକୁ ଫିଙ୍ଗି ଦଉଥିଲେ ।

‌ ହଜାର ହଜାର ତାଲା ଭିତରେ ତାଙ୍କ ତାଲାଟା ଦାଉ ଦାଉ ହୋଇ ଜଳୁଥିଲା ଠିକ୍ ସୁମି ମୁଣ୍ଡରେ ଲାଗିଥିବା ସିନ୍ଦୁର ଠୋପା ପରି । ଦୁହିଁଙ୍କ ମନରେ ଏକା ପ୍ରକାର ଭାବନା ଥିଲା । ଦୁହେଁ ଚାହୁଁଥିଲେ ତାଲା ପରି ତାଙ୍କ ଭଲ ପାଇବା ସୁଦୃଢ଼ ଆଉ ଚିରସ୍ଥାୟୀ ରହୁ । ପ୍ରାୟ ପାଞ୍ଚ ବର୍ଷ ତଳେ ରଜତ ଆଉ ସୁମିର ବିବାହ ହୋଇଥିଲା । ଏରେଞ୍ଜ ମେରେଜ ହୋଇଥିବାରୁ ଦୁହେଁ ଦୁହିଁଙ୍କୁ ଠିକରେ ଜାଣିବାକୁ ସମୟ ପାଇ ନଥିଲେ । ବିବାହ ପରେ ସୁମି ଜାଣିବାକୁ ପାଇଥିଲା ରଜତର ପ୍ରେମିକା ଆନି ବିଷୟରେ । ସୁମି, ରଜତକୁ ବହୁତ ସମୟ ଦେଇଥିଲା ଆନି ପାଖକୁ ଫେରିବାକୁ ହେଲେ ରଜତକୁ ଯେ ସାବେନି, ତନୁ ପାତେଳି ଝିଅ ସୁମି କେତେବେଳେ ପସନ୍ଦ ହୋଇଯାଇଥିଲା ରଜତ ନିଜେ ବି ଜାଣି ପାରିଲାନି । ଆନି ଥିଲା ରଜତର ସବୁଠାରୁ ପ୍ରିୟ ବାନ୍ଧବୀ ଆଉ ରଜତର ପ୍ରଥମ ପ୍ରେମ । ସୁମି ଦୁହିଁଙ୍କ ଭିତରେ ହଠାତ୍ ଆସି ଯାଇଥିବାରୁ ନିଜକୁ ଦାୟୀ କରି ଚାଲିଥିଲା ଏତେ ଗୁଡ଼ାଏ ବର୍ଷ । ଭଗବାନଙ୍କ କୃପାରୁରୁ ଏ ସମ୍ପର୍କରେ ଦୁହିଁଙ୍କ ଘର ଲୋକ ବହୁତ ଖୁସି ଥିଲେ ଆଉ ସୁମି କାହାକୁ ଦୁଃଖ ଦବାକୁ ଚାହୁଁ ନଥିଲା ସେଥିପାଇଁ ନା ରଜତକୁ ଠିକ୍ ରେ ଭଲ ପାଇ ପାରୁଥିଲା ନା ତାକୁ ଛାଡ଼ି ପାରୁଥିଲା । ରଜତ ବି ବୁଝି ପାରୁଥିଲା ଆଉ ହଠାତ୍ ଦିନେ କହି ଦେଇଥିଲେ "ସୁମି, ତୁମକୁ ଖରାପ ଲାଗୁଛି ଯଦି, ମୁଁ ଆନି ସାଥିରେ ଆଉ ବେଶି କଥା ହେବିନି । "

କିନ୍ତୁ ସୁମି ମନା କରି ଦେଇଥିଲା ଆଉ ନିଷ୍ପତ୍ତି ନେଇଥିଲା ଦୁହିଁଙ୍କୁ ଏକାଠି କରିବାକୁ । ଆଉ ଦିନେ ହଠାତ୍ ରଜତ ସଫା ସଫା କହି ଦେଇଥିଲା - "ଆନିକୁ ମୁଁ ଛାଡ଼ି ପାରିବିନି ବେଳ ଅବେଳରେ ତା ଫୋନ୍ ଯେମିତି ହେଲେ ଆସିବ" । ସୁମି ନିଜକୁ ଚୁପ୍ ଚାପ୍ ଯାନ୍ତ୍ରିକ ସ୍ତ୍ରୀ ପରି କରି ଦେଇଥିଲା କିନ୍ତୁ ଧୀରେ ଧୀରେ ତାଙ୍କ ଭିତରେ ଥିବା ଲମ୍ବା ଦୂରତାଟା ଯେ ଏତେ ଜଲଦି କମିଯିବ ସେ ଜାଣି ନଥିଲା । ଦୁହେଁ ଏବେ ବୁଝିଲେ ଭଗବାନ ଯୋଡ଼ିଥିବା ତାଙ୍କ ସମ୍ପର୍କକୁ, ଯୋଉଟା କି ଯେତେ ଭାଙ୍ଗିଲେ ବି ଆହୁରି ସୁଦୃଢ ଆଉ ଚିରସ୍ଥାୟୀ ହୋଇଉଠେ । ଜନ୍ମ ଜନ୍ମର ଅତୁଟ ବନ୍ଧନରେ ବାନ୍ଧି ହୋଇ ବେଶ୍ ଖୁସିରେ ସେମାନେ ଏବେ ଅଛନ୍ତି ।


Rate this content
Log in

Similar oriya story from Tragedy