Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Inspirational Others

2  

Padmalaya Mishra

Inspirational Others

ପୁଷ୍ପକ ବିମାନ

ପୁଷ୍ପକ ବିମାନ

2 mins
7.4K


ହେଇ ଦେଖ ଉଡ଼ି ଆସିଲାଣି ପୁଷ୍ପକ ବିମାନ . ଚୋରେଇ ନବ ରାବଣ ସବୁ ସପନ . .

 ହସି ହସି କହି ଚାଲିଥିଲା ଚମ୍ପାଗୁଡ଼ା ଗାଁରସନିଆ ବିଶୋଇ । ତା କଥାକୁ କାହାର ଖାତିର ନଥାଏ । ସମସ୍ତେ ଆକାଶକୁ ଚାହିଁ ଦେଖୁଥାନ୍ତି ତାଙ୍କପ୍ରିୟ ନେତା ଆସୁଛନ୍ତି ହେଲିକପ୍ଟରରେ । ନିର୍ବାଚନ ସମୟ ଯେତେ ପାଖେଇ ଆସୁଛି ଏଇ ଦୂର ପାହାଡ଼ିଆଗାଁର ପାହାଡ଼ ତଳ ବିସ୍ତୀର୍ଣ୍ଣ ପଡ଼ିଆ ପାଲଟି ଯାଉଛି ନେତା ଅଭିନେତାଙ୍କ ପ୍ରବଚନ ଦେବାର ଚରାଭୂଇଁ। ଏମିତିରେ ଦଶ ବର୍ଷ ତଳେ ସରକାର ଏଇ ପଡ଼ିଆକୁ ଏ ଅଂଚଳର ପିଲାଙ୍କ ଖେଳ ପ୍ରତିଭା ବିକାଶ କରିବା ପାଇଁ ଖେଳପଡିଆ କରିବା ପାଇଁ ଶିଳାନ୍ୟାସ କରିଥିଲେ କିନ୍ତୁ କାର୍ଯ୍ୟ କାଣିଚାଏ ବି ଆଗେଇନି । ଓଲଟା ଗାଈ ବଳଦ ମଇଁଷି ଚରନ୍ତି ଆଉ ଗୁହ ପଡ଼ିଆ ହେଇଥାଏ ଏ ଯାଗା । ନିର୍ବାଚନ ସମୟ ଆସିଲେ ସଫା କରାଯାଇ ଏଇ କାମରେ ଲାଗେ ।

ଦୁଇ ଦିନ ତଳେ ବିରୋଧୀ ଦଳର ନେତାମାନେ କିଛି ସୁନ୍ଦରୀ ଅଭିନେତ୍ରୀ ଓ ଖ୍ୟାତନାମା ଅଭିନେତାଙ୍କୁ ନେଇ ଆସିଥିଲେ । ଆଉ ଆଜି ଶାସକ ଦଳର ପଂଝାଏ ଆସିଛନ୍ତି ।

ସେମାନେ ଲୋକଙ୍କ ହିତ କଥା କହୁଛନ୍ତି କି କ’ଣ କେହି ବୁଝନ୍ତିନି । ଖାଲି ଅଭିନେତ୍ରୀ ଅଭିନେତାଙ୍କୁ ଅପଲକ ନୟନେ ଚାହିଁ ରହିଥାନ୍ତି ।ଆଖପାଖ ଗାଁରୁ ଲୋକେ ଆସିଥାନ୍ତି ଯେ ପ୍ରାୟ ମେଳା ଲାଗିଲା ପରି ଲାଗୁଥାଏ ।

ସନିଆ ବିଶୋଇ ବେଶୀ ପାଠୁଆ ନହେଲେ ବି ବୁଦ୍ଧିଆ । ତେଣୁ ନେତାମାନଙ୍କ ଚାଲାକି ପଣିଆ ଧରିଦିଏ । ଗାଁ ସରଳିଆ ଲୋକଙ୍କୁ ବୁଝେଇବାକୁ ଚେଷ୍ଟା କରେ ହେଲେ ସେମାନେ ତ ବୁଦ୍ଧି ହୀନତାର ପରଳ ଆଖିରେ ପକେଇଥାନ୍ତି ।

ନିଜ ଭାଷଣ ସାରି ଲୋକଙ୍କଠୁ ଭୋଟ୍ ପାଇବାର ପ୍ରତିଶୃତି ନେଇ ହେଲିକପ୍ଟରରେ ବସନ୍ତି ଦୂର ରାଜଧାନୀର ନେତା ଅଭିନେତା । ଧୂଳି ଉଡ଼େଇ ଉଠେ ଆଉ ତାପରେ ଉଡ଼ିଯାଏ ହେଲିକେପ୍ଟର । ସନିଆ ପାଟି କରୁଥାଏ ଦେଖ ଆମଠୁ ଆମ ବିଶ୍ଵାସର ସୀତାଙ୍କୁ ନେଇ ଆଜିର ରାବଣ ଉଡ଼ିଯାଉଛି । ଅପହରଣ ହେଉଛି ଆମ ଅସ୍ତିତ୍ଵର ସତୀତ୍ଵ । ହେଲେ କେହି ଶୁଣନ୍ତିନି । ସେତେବେଳକୁ ଆରମ୍ଭ ହୋଇଯାଇଥାଏ ଦୁଇ ଦଳର ସମର୍ଥକଙ୍କ ଭିତରେ ହିଂସା ଓ ନୀରିହ ଜନତା ଯିଏ ଯାହା କାମରେ ଚାଲିଯାଇଥାନ୍ତି ।।

. . . . . . . ପଦ୍ମାଳୟା


Rate this content
Log in

Similar oriya story from Inspirational