Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

3  

ଓଡ଼ିଆ ଗଳ୍ପ ଓ କବିତା - ୧

ଗଧର ଚିତ୍କାର ତାକୁ ଧରା ପକାଇ ଦେଲା

ଗଧର ଚିତ୍କାର ତାକୁ ଧରା ପକାଇ ଦେଲା

3 mins
5.6K


ପୃଥି୍ବୀର ଲୋକକଥା,

ପଣ୍ଡିଚେରୀ ଲୋକକଥା (1)

ଗଧର ଚିତ୍କାର ତାକୁ ଧରା ପକାଇ ଦେଲା

ଜଣେ କୃଷକଙ୍କର କିଛି ମଞ୍ଜି ଦରକାର । ଦିନେ ସେ ମଞ୍ଜି କିଣିବାକୁ ବାହାରିଲେ । ବଜାରଟି ବେଶି ଦୂର ନୁହେଁ ସେଠାରୁ ସେ ମଞ୍ଜି କିଣିଲେ । ଗାଁକୁ ଫେରିବା ବାଟରେ ସେ ଗୋଟିଏ ପଶୁକୁ ଦେଖିଲେ । ସେ ରାସ୍ତା କଡରେ ପଡିଥିବା କାଗଜ ଖାଉଥାଏ । ଏଭଳି ପଶୁ ଆଗରୁ ସେ କେବେ ଦେଖିନଥିଲେ । ସେହି କୌତୁକିଆ ପଶୁଟିକୁ ସେ ଘରକୁ ନେବେ । ନିଜ ଗାଁ ଲୋକଙ୍କୁ ଦେଖାଇବେ, ଏହା ତାଙ୍କର ଇଚ୍ଛା । ତେଣୁ ସେ ସେଇ ରାତିରେ ସେ ପଶୁଟିକୁ ଚୋରିକଲେ । ତାକୁ ସେ ନିଜ ଗାଁକୁ ନେଇ ଆସିଲେ ।

ତା’ ପରଦିନ ସେହି ଅଦ୍ଭୁତ ପ୍ରାଣୀଟିକୁ ଦେଖିବାପାଇଁ ଗାଁ ଲୋକଙ୍କର ଗହଳି । ସେଇଟି ଗୋଟିଏ ଗଧ ଯେମିତି ଗଧଟି ଅନ୍ୟ କେଉଁ ଦେଶରୁ ଆସିଛି । ସେମାନେ ଆଶ୍ଚର୍ଯ୍ୟ ହୋଇ ତାକୁ ସେହିଭଳି ଚାହିଁଥାନ୍ତି । ଏ ଦୃଶ୍ୟ ଦେଖି କୃଷକ ନିଜକୁ ଖୁବ ଗର୍ବିତ ଅନୁଭବ କରୁଥିଲେ ।

କିଛି ସପ୍ତାହ ପରେ ଲୋକମାନଙ୍କର ଆଉ ଗଧକୁ ଦେଖିବାର ଆଗ୍ରହ ରହିଲା ନାହିଁ । କୃଷକ ନିଜେ ଏହା ଅନୁଭବ କଲେ ଯେ,ଏହା ଗୋଟିଏ ଅଯଥା ବୋଝ । ତେଣୁ ସେ ତାକୁ ପାହାଡକୁ ନେଇ ଛାଡିଆସିଲେ ।

ଗଧ ଜଙ୍ଗଲରେ ଘାସ ପତ୍ର ଖାଇ ଖୁବ୍ ଅଳ୍ପ ଦିନ ଭତରେ ବେଶ୍ ମୋଟା ହୋଇଗଲା । ସେଇ ଜଙ୍ଗଲରେ ଗୋଟିଏ ବାଘ ତା’ ଗୁମ୍ଫାରେ ରହେ । ଦିନେ ସେ ଗଧକୁ ଦେଖିଲା । ବାଘଟି ତାକୁ ଦେଖିକି ଆଶ୍ଚର୍ଯ୍ୟ । ସେ ବି ଆଗରୁ ଏମିତିଆ ପଶୁ ଦେଖି ନଥିଲା । ଗଧକୁ ବାଘ ଚାହିଁ ରହିଥାଏ । ତାକୁ ଦେଖି ସେ ଭୟଭୀତ । ସେ ଭାବିଲା ଗଧ - ବୋଧହୁଏ ଭଗବାନ । ତେଣୁ ତାକୁ ସେ ଦୂରରୁ ଜୁହାର ହେଲା ।

ଦିନେ ଗଧଟି ଚରୁଥିବା ସମୟରେ ତା’ ନଜର ବାଘ ଉପରେ ପଡିଲା । ସେ ମଧ୍ୟ ବାଘର ରୂପ ଏବଂ ତା’ର ନିଶ ଦେଖି ଭୟଭୀତ । ସେ ତ ବାଘଭଳି ଗମ୍ଭୀର ନୁହଁ । ହାଲକା ପ୍ରାଣୀ । ସେ ଭୟରେ ଚିତ୍କାର କରିବାକୁ ଲାଗିଲା । କିନ୍ତୁ ଗଧର ଚିତ୍କାର ଶୁଣି ବାଘ ଭାବିଲା ଗଧ ବୋଧହୁଏ ତାକୁ ଆକ୍ରମଣ କରିବ । ତେଣୁ ସେ ଛାନିଆ । ଭୟରେ ଦୌଡିବାକୁ ଲାଗିଲା ।

ଏହା ଭିତରେ କିଛି ଦିନ ଚାଲିଗଲାଣି । ଦିନେ ବାଘ ଗଛ ଛାଇରେ ଶୋଇଥାଏ । ସେହି ସମୟରେ ଗଧଟି ସେଇବାଟ ଦେଇ ଗଲା, ଗଲାବେଳେ ସେ ବାଟଯାକ ବଡ ପାଟିରେ ଚିତ୍କାର କରୁ ଥାଏ । ବାଘ ତା’ ଚିତ୍କାର ଶୁଣି ଉଠି ପଡିଲା । ସେ ଦୌଡି ପଳାଇ ଯିବାକୁ ଉଦ୍ୟତ । କିନ୍ତୁ ସେ ଚିନ୍ତା କଲା । ଗଧକୁ ଟିକିଏ ଲକ୍ଷ୍ୟକଲା । ସେ ଅନୁଭବ କଲା - ଗଧଟି ଆଦୌ ଭୟଙ୍କର ନୁହେଁ । ତେଣୁ ଗଧକୁ ଭଲ ଭାବରେ ଦେଖିବା ପାଇଁ ସେ ତା’ର ପାଖକୁ ଗଲା ।

ଗଧ ବାଘକୁ ନିଜ ଆଖିରେ ଦେଖି ଭୟଭୀତ, ତ୍ରସ୍ଥ । ସେ ଟିକିଏ ହେଲେ ବି ହଲଚଲ ହେଲା ନାହିଁ । ସ୍ଥିର ହୋଇ ଠିଆ ହୋଇ ରହିଲା । ଏହା ଭିତରେ ବାଘର ସାହସ ବଢିଗଲା । ସେ ତା’ ପଞ୍ଝାରେ ଗଧକୁ ଛୁଇଁବାକୁ ସାହସ କଲା । ଗଧଟି ଭୟରେ ସେହିଭଳି ଠିଆ ହୋଇଥାଏ । ଗଧର ନୀରବତା ଦେଖି ବାଘ ତା’ ସାଥିରେ ଖେଳିବାକୁ ଲାଗିଲା । ଏଥିରେ ଗଧ ବିରକ୍ତ । ସେ ଖୁବ୍ ରାଗିଗଲା । ତା’ର ଶେଷ ଅସ୍ତ୍ର ନାତ । ସେ ବାଘକୁ ତାର ପଛ ଗୋଡରେ ନାତ ମାରିବାକୁ ଲାଗିଲା । ଏଥିରେ ବାଘ ଭାରି ଖୁସି । ସେ ଜାଣିପାରିଲା ଗଧଟିର କ୍ଷମତା ସିମୀତ । ସେ ତା’ର କିଛି କରି ପାରିବ ନାହିଁ । ବାଘକୁ ଗୋଟିଏ ସୁନ୍ଦର ଭୋଜନ ମିଳିଗଲା । ତାକୁ ଖାଇ ସେ ଖୁସିରେ ଚାଲିଗଲା ।

ମାଙ୍କଡଟିଏ ଗଛ ଉପରେ ବସି ଥିଲା । ସେ ଗଧର ଦୁର୍ଦ୍ଦଶା ଆରମ୍ଭରୁ ଦେଖିଥିଲା । ସେ ନିଜକୁ ନିଜେ କହିଲା – “ବିଚାରୀ ଗଧ , ନିଜର ଚିତ୍କାର ଏବଂ ନାତ ମାରିବା ଯୋଗୁଁ ନିଜକୁ ନିଜେ ଧରା ପଡିଗଲା ।” ବାଘଟି ଭୟଙ୍କର ହେଲେ ବି ନିଜକୁ ଦୂରରେ ରଖୁଥିଲା ।

ଶ୍ରୀ ଲକ୍ଷ୍ମୀଧର ମହାନ୍ତି

ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି



Rate this content
Log in