Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lokanath Rath

Abstract Classics Inspirational

4.0  

Lokanath Rath

Abstract Classics Inspirational

ବିଶ୍ୱାସ

ବିଶ୍ୱାସ

2 mins
344



ସୁନିତା ଘରେ ଠାକୁରଙ୍କ ପାଖରେ ଦୀର୍ଘ ପନ୍ଦର ଦିନ ଧରି ଦୀପ ଜାଳି ବସିଛନ୍ତି । ସେ ସବୁ କିଛି ତାଙ୍କ ଉପରେ ଛାଡି ଦେଇଛନ୍ତି । ନିଜର ସ୍ୱାମୀ ରଞ୍ଜନ ଯେବେଠାରୁ ହସ୍ପିଟାଲରେ ପଡିଛନ୍ତି ଅତି ମୁର୍ମୁଷ ସ୍ଥିତିରେ । ଡାକ୍ତର ଭି ତିନି ଦିନ ପୂର୍ବରୁ କହି ଦେଇଛନ୍ତି ସବୁ ପ୍ରକାରର ଚିକିସା ଚାଲିଛି, କିନ୍ତୁ କିଛି କାମ କରୁ ନାହିଁ । ଏବେ କେବଳ ସେହି ଭଗବାନ ହିଁ ସାହା ।

ରଞ୍ଜନ ବାବୁ ଜଣେ ସରକାରି ଅଧିକାରୀ । ପନ୍ଦର ଦିନ ତଳେ ନିଜେ ଗାଡି ଚଲାଇ ଯାଉଥିବା ବେଳେ ରାସ୍ତାରେ ଦୁର୍ଘଟଣା ଘଟିଲା । ସେଥିରେ ରଞ୍ଜନ ବାବୁଙ୍କର ମୁଣ୍ଡରେ ବହୁତ ଆଘାତ ଲାଗିଥିଲା । ଅତିଶୟ ରକ୍ତ ବୋହି ଯାଇଥିଲା ଓ ସେବେ ଠାରୁ ସେ ବେହୋସ ହୋଇ ପଡିଛନ୍ତି । ତାଙ୍କୁ ରକ୍ତ ବି ଦିଆ ଯାଇଛି , ତଥାପି ସେ ସେହିପରି ଅବସ୍ଥା ରେ ଅଛନ୍ତି । ଡାକ୍ତର କହୁଛନ୍ତି ମସ୍ତିଷ୍କ କାମ କରୁନାହିଁ, କେବଳ ଏହାର ଚିକିତ୍ସା ବିଦେଶରେ ହିଁ ସମ୍ଭବ । ସୁନିତା ଏକା କିପରି ସେ ବିଦେଶକୁ ନେବେ ?ଅର୍ଥ ନାହିଁ କି ନିଜର କେହି ନାହିଁ ତାଙ୍କୁ ସାହାଯ୍ୟ ହେବାକୁ । ତେଣୁ କେବଳ ଭଗବାନ ହିଁ ସାହା ଭରଷା । ତାଙ୍କ ପାଖରେ ଦୀପ ଜାଳି ଆଖି ଲୁହରେ ସେ ତାଙ୍କୁ ଡାକୁଛନ୍ତି । ସୁନିତାଙ୍କର ପୁରା ବିଶ୍ୱାସ ଭଗବାନ ତାଙ୍କୁ ସାହା ହେବେ ।ଜୀବନରେ ତାଙ୍କର ପ୍ରତ୍ୟେକ ସମୟରେ ଭଗବାନ ତାଙ୍କୁ ରକ୍ଷା କରିଛନ୍ତି । ଆଜି ବି ସେ କିଛି ରାସ୍ତା ଦେଖାଇବେ, ଠିକ ସେତିକିବେଳେ ରଞ୍ଜନ ବାବୁଙ୍କର ସହକର୍ମୀ ଆସି ଖବର ଦେଲେ ଯେ ଆମେରିକାରୁ ମସ୍ତିଷ୍କ ରୋଗର ବିଶେଷଜ୍ଞ ଆସିଛନ୍ତି ଓ ଏବେ ସେ ହସ୍ପିଟାଲ ଆସିବେ ।ତେଣୁ ସୁନିତାଙ୍କୁ ଯାଇ ତାଙ୍କ ସାଙ୍ଗରେ କଥା ହେଲେ ସେ ଚିକିତ୍ସା ଆରମ୍ଭ କରିବେ । ସୁନିତା ଠାକୁରଙ୍କୁ ମୁଣ୍ଡିଆ ମାରି ହସ୍ପିଟାଲ ବାହାରିଗଲେ । ସେଠି ପହଞ୍ଚି ଡାକ୍ତରଙ୍କ ସହିତ କଥା ହେଲେ । ସେ ଅପେରସନ କରିବାକୁ କହିଲେ । ଖର୍ଚ୍ଚ ପାଞ୍ଚ ଲକ୍ଷ ଟଙ୍କା ହେବ । ସୁନିତା ସେଥିରେ ରାଜି ହେଇଗଲେ । ଦୁଇଦିନ ସମୟ ନେଲେ ଟଙ୍କା ଜମା କରିବାକୁ । ରଞ୍ଜନ ବାବୁଙ୍କ ଚିକିତ୍ସା ଆରମ୍ଭ ହେଲା । ସୁନିତା ଟଙ୍କାର ଯୋଗାଡ଼ ପାଇଁ ନିଜର ସମସ୍ତ ଅଳଙ୍କାର ବିକ୍ରି କରିଦେଲେ । ତଥାପି ଆହୁରି ଲକ୍ଷେ ଟଙ୍କା ଦରକାର କିଛି ବୁଦ୍ଧି ଦିଶୁ ନଥିଲା । ସେ ରଞ୍ଜନ ବାବୁଙ୍କର ସହକର୍ମୀ ଅଶୋକ ବାବୁ ଙ୍କୁ କହିଲେ ,"ଘରକୁ ବନ୍ଧା ପକାଇ ଟଙ୍କା ନେବାକୁ । "ପ୍ରଥମେ କେହି ରାଜି ହେଉ ନଥିଲେ । ଜଣେ ଜଣାଶୁଣା ବ୍ୟକ୍ତି ଜରିଆରେ ସେ ବ୍ୟବସ୍ତା ହେଇଗଲା । ସୁନିତା ହସ୍ପିଟାଲରେ ଟଙ୍କା ଜମା କରିଦେଲେ । ରଞ୍ଜନ ବାବୁଙ୍କର ଅପେରସନ ଭି ସଫଳ ଭାବରେ ହେଲା । ତିନି ଦିନ ପରେ ରଞ୍ଜନ ବାବୁ ଆଖି ଖୋଲିଲେ । ଡାକ୍ତର ବି କହିଲେ, ଏବେ ସବୁ ଧୀରେ ଧୀରେ ଠିକ ହେଇଯିବ । ସେଇ ହସ୍ପିଟାଲରେ ଥିବା ଠାକୁରଙ୍କ ଆଗରେ କାନ୍ଦି କାନ୍ଦି ତାଙ୍କୁ କୃତଜ୍ଞତା ଜଣାଇଲେ ସୁନିତା ଦେବୀ । ଆଉ ଦଶ ଦିନ ପରେ ରଞ୍ଜନ ବାବୁ ହସ୍ପିଟାଲରୁ ଘରକୁ ଆସିଲେ । ସୁନିତା ଘରେ ତାଙ୍କୁ ଠାକୁରଙ୍କର ଆଶୀର୍ବାଦ ନେବାକୁ କହିଲେ, ଯାହା ସବୁ ଘଟିଥିଲା ସବୁ ଶୁଣିଲା ପରେ ରଞ୍ଜନ ବାବୁ କହିଲେ "ସୁନିତା ତୁମର ବିଶ୍ୱାସ ହିଁ ଭଗବାନଙ୍କୁ ସନ୍ତୁଷ୍ଟ କରି ପାରିଲା । ମୋତେ ସେ ଏକ ନୂଆ ଜୀବନ ଦେଲେ । ତାଙ୍କୁ କୋଟି କୋଟି ପ୍ରଣାମ ।"



Rate this content
Log in

Similar oriya story from Abstract