Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Children

2  

ଓଡ଼ିଆ ଗଳ୍ପ ଓ କବିତା - ୨

Children

ଠକ ଭାଲୁ...

ଠକ ଭାଲୁ...

2 mins
7.8K



ରମେଶ ଚନ୍ଦ୍ର ଦାଶ

ଭାଲୁ ସଦାବେଳେ ଅନ୍ୟ ପ୍ରାଣୀଙ୍କୁ ଭଲ ପରାମର୍ଶ ଦିଏ । ସେ କହେ - କାହାରି ଧନ ପ୍ରତି ଲୋଭ କରିବା ହେଉଛି ମହାପାପ । ସେହିଭଳି ମିଛ କହିବା , ଚୋରି କରିବା , ହିଂସା ଆଦି କାର୍ଯ୍ୟଠାରୁ ଦୂରେଇ ରହିବା ହେଉଛି ଗୋଟିଏ ଗୋଟିଏ ଭଲ ଗୁଣ । ଏହାଦ୍ୱାରା ଦେଶ , ଜାତିର ଉନ୍ନତି ହୋଇଥାଏ । ପ୍ରତିଦିନ ଭାଲୁ ପାଖରୁ ଏଭଳି କଥା ଶୁଣି ଶୁଣି ବିଲୁଆ ଆମିଷ ବି ଛାଡିଦେଲା । ବିଲୁଆ ଆମିଷ ଛାଡ଼ିଦେବା ଦେଖି ଅନ୍ୟ କେତେକ ପ୍ରାଣୀ ମଧ୍ୟ ଶିକାର କରିବା ଛାଡିଦେଲେ । ଏହା ଫଳରେ ବଣରେ ଅନେକ ଛୋଟିଆ ପ୍ରାଣୀଙ୍କର ବଂଶ ବଢିଲା ।

ଭାଲୁର ଦୁଆର ମୁହଁରେ ସେମାନେ ବି ନିର୍ଭୟରେ ଯିବା ଆସିବା କଲେ । ଏତେ ନିକଟରେ ଖାଦ୍ୟ ଦେଖି ତା’ ପାଟିରୁ ଲାଳ ବୋହିଲା । ସେଥିପାଇଁ ସେ ଗୋଟିଏ ଉପାୟ ପାଞ୍ଚିଲା । ଦିନେ ବିଲୁଆକୁ ଡାକି ତା’ର ମନକଥା କହିଲା । ଗୁପ୍ତରେ କିପରି ପ୍ରାଣୀମାନଙ୍କୁ ଶିକାର କରି ମିଶିକରି ଖାଇବେ , ସେହି କଥା ଭାଲୁ ବିଲୁଆକୁ ଶିଖେଇଲା । ବିଲୁଆକୁ ଭାଲୁର ଏକଥା ଭଲ ଲାଗିଲା ନାହିଁ । ସେ ଭଣ୍ଡ ସାଧୁ ବୋଲାଉଥିବା ଭାଲୁକୁ ପାନେ ଦେବା ପାଇଁ ଭବିଲା । ଦିନେ ଭାଲୁ ଗୋଟିଏ ଠେକୁଆକୁ ଧରି ଥିବାବେଳେ ସେ ସମସ୍ତଙ୍କୁ ଡାକ ପକାଇଲା । ଜଙ୍ଗଲର ପ୍ରାଣୀମାନେ ଧାଇଁ ଆସି ଭାଲୁକୁ ଧରିଲେ । ତାକୁ ମାରଧର କରିବାକୁ ଯାଉଥିଲେ । ବିଲୁଆର ଅନୁରୋଧରେ ତାକୁ ରାଜା ବାଘ ପାଖକୁ ନେଲେ । ଦଣ୍ଡ ଦେବାର କ୍ଷମତା ଥିବା ବ୍ୟକ୍ତି ହିଁ ଦଣ୍ଡ ଦେବା ଉଚିତ ବାଘ ସମସ୍ତଙ୍କୁ ବୁଝାଇ ଦେଲା । ଏଥି ସହିତ ଭଲଭାବେ ନ ବୁଝି କାହାରିକୁ ବିଶ୍ଵାସ କରିବା ଆଦୌ ଉଚିତ ନୁହେଁ ବୋଲି ମଧ୍ୟ ସେ ସମସ୍ତଙ୍କୁ ବୁଝାଇ ଦେଲା । ନିୟମ ଅନୁସାରେ କାମ କରି ଥିବାରୁ ବାଘ ବିଲୁଆକୁ ପୁରସ୍କୃତ କରିବାବେଳେ ଭାଲୁ ମିଛ ଅଭିନୟ କରି ଅନ୍ୟମାନଙ୍କୁ ଠକୁ ଥିବାରୁ ତାକୁ ଦଣ୍ଡ ଦେଲା ।


Rate this content
Log in

Similar oriya story from Children