Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Others

3  

Kamal Kumar Dash

Others

ଗାଡି

ଗାଡି

2 mins
479


ସନ୍ଧ୍ୟା ରେ ଅଫିସ ରୁ ଫେରିଲା ପରେ ମୁଁ କହିଲି ଚାଲ ଖୁକୁ ( ମୋର କଲେଜ ସାଙ୍ଗ ) ଘରକୁ ଯିବା । ସେ ଭୁବନେଶ୍ୱର ପ୍ରାୟ 30 ବର୍ଷ ପରେ ଆସିଛି ।ଶ୍ରୀମତୀ କହିଲେ ଚାଲ ଯିବା ହେଲେ ସାତଟା ବାଜି ଗଲାଣି ,ଯିବ କେମିତି ? ତୁମର ତ କାର ନାହିଁ,ସ୍କୁଟିରେ ଯିବ ନ ଅଟୋ ରେ ଯିବ ? ସେଥିରେ ଗଲେ ତୁମ ଔକାତ ଜଣା ପଡ଼ିଯିବ ? ମୁଁ କହିଲି 30 ବର୍ଷ ପରେ ମୁଁ ଖୁକୁକୁ ଦେଖିବାକୁ ଯାଉଛି ମୋର ଔକାତ ଦେଖାଇବା ପାଇଁ ନୁହେଁ ।ସେ ରାଗି ଲାଲ ପଡି ଗଲେ ଓ କହିଲେ ତମ ସବୁ ସାନ ଭାଇ ଭଉଣୀ ଗାଡି କିଣି ସାରିଲେଣି ,ହେଲେ ତୁମେ 25 ବର୍ଷ ଚାକିରୀରେ ଗାଡି ଖଣ୍ଡେ ତ କିଣି ପାରିଲନି ,ଖାଲି କଥା କହିବା ଜାଣିଛ । ହେଲେ ଏ ଶୀତରେ ମୁଁ ଅଟୋ କି ସ୍କୁଟିରେ ଜମା ଯିବିନି ।

ମୁଁ ଉବେର କାର ଡାକିଲି 5 ମିନିଟ ରେ ଆଲ୍ଲାଦିନର କୁହୁକ ଭଳି କାର ଆମ ଘର ଆଗରେ ପହଞ୍ଚିଲା । ନିଜର ରାଗ ଓ ହୀନମନ୍ୟତାକୁ ଛାଡି ଶ୍ରୀମତୀ ବାହାରିଲେ । 15 ମିନିଟ୍ ରେ ଆମେ ଖୁକୁ ର ଘରେ ପହଁଚିଲୁ ।

ବହୁତ ଖୁସି ଲାଗିଲା ଏତେ ଦିନ ପରେ ଖୁକୁକୁ ଦେଖି ,ଟିକେ ହେଲଦି ଦେଖା ଯାଉଥିଲା ସେ ।ପୁରୁଣା କଥା ବାର୍ତ୍ତା ରେ 2 ଘଂଟା ସମୟ କୁଆଡେ ଚାଲିଗଲା ଜଣାପଡ଼ିଲାନି ।ତାଙ୍କ ସ୍କୁଲ ଗେଟ ଟୁଗେଦର ପାଇଁ ସେ ଆସିଥିଲା , 4ଦିନ ରହି ଫୁଣି ଫେରିଯିବ ମୁମ୍ବାଇ । ଖୁକୁର ବି ଗାଡି ଅଛି ତାର ଶ୍ରୀମାନ ଚଳାଇ ଅଫିସ ଯାଆନ୍ତି ସବୁଦିନ ।ଶ୍ରୀମତୀଙ୍କ କଥାଶୁଣି ସେ ବି ମତେ ଗୋଟେ କାର କିଣିବାର ସୁପାରିଶ କଲା ।

ଆମେ ଫେରିବାକୁ ବାହାରୁ ଥିଲୁ ,କିଛି ସମୟ ଆଗରୁ ଉବେର କାର ଆମ ପାଇଁ ତାଙ୍କ ଘର ଆଗରେ ପହଁଚି ସାରିଥିଲା ।ଖୁକୁ ଆଉ ତାର ଦିଦି ଆମକୁ ଛାଡିବାକୁ ଆସିଲେ ତାଙ୍କ ଗେଟ ଯାଏଁ । ଶୁଭରାତ୍ରି କହି ଆମେ ଗାଡ଼ିରେ ବସିଲୁ ଓ କିଛି ସମୟ ପରେ ଆମ ଘରେ ପହଞ୍ଚିଲୁ । ଘରେ ପହଁଚିଲା ପରେ ଡ୍ରାଇଭର ତା ପେମେଣ୍ଟ ନେଇ ଶୁଭରାତ୍ରୀ କହି ବାହାରିଲା ଓ ତାକୁ ଭଲ ରେଟିଂ ଦେବାକୁ ଅନୁରୋଧ କଲା । ଘରେ ପହଁଚିଲା ପରେ ମୁଁ ଭଗବାନକୁଂ ଧନ୍ୟବାଦ ଦେଲି ଓ ଉବେରକୁ ବି , କାରଣ ସେମାନେ ମୋ ଭଳି ଗୋଟେ ଗାଡି ନଥିବା ଲୋକର ଇଜ୍ଜତ ରଖି ଦେଇଥିଲେ । ଗାଡି ବିନା ଜୀବନର ଆଉ ଗୋଟେ ଦିନ ସରିଗଲା ।|


Rate this content
Log in